ପୂର୍ବ ଶତ୍ରୁତାରୁ ମାରପିଟ, ୨ ଗୁରୁତର

ରସୁଲପୁର,୧୯।୩(ଡି.ଏନ.ଏ.): କୁଆଖିଆ ଥାନା ଅନ୍ତର୍ଗତ ରସୁଲପୁର ପଞ୍ଚାୟତ ଖଣ୍ଡିତର ଗ୍ରାମରେ ଶୁକ୍ରବାର ରାତି ପ୍ରାୟ ସାଢ଼େ ୯ଟାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ୨ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟିଛି। ଏଥିରେ ଗୋଟିଏ ପରିବାରର ସୁଶାନ୍ତ ପଣ୍ଡାଙ୍କ ବଡ଼ ଭାଇ ଅରୁଣ ପଣ୍ଡା ଓ ସମ୍ପର୍କୀୟ ଟିଟିଲ ଓରଫ୍‌ ଆଦିତ୍ୟ ନାରାୟଣ ପଣ୍ଡା ଗୁରୁତର ହୋଇ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସିତ ହୋଇଛନ୍ତି। ଏ ନେଇ ଉଭୟ ପକ୍ଷରୁ ଥାନାରେ ୨ଟି ଅଭିଯୋଗ ହୋଇଛି। ପୋଲିସ ନଂ.୯୧/୨୩ ଓ ୯୨/୨୩ରେ ଦୁଇଟି ମାମଲା ରୁଜୁ କରିଛି। ମାମଲା ନଂ.୯୧ ବଳରେ ଅମ୍ବିକା ପଣ୍ଡାଙ୍କ ପୁଅ ଅରମାନ ପଣ୍ଡା(୨୨) ଓ ମାମଲା ନଂ. ୯୨ ବଳରେ ଶୁଶାନ୍ତ ପଣ୍ଡାଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି।
ରାତିରେ ସୁଶାନ୍ତଙ୍କ କ୍ଷେତରୁ ପୋଟଳ ଚୋରି ହେଉଛି ବୋଲି ତାଙ୍କ ପାଖକୁ ଫୋନ ଆସିଥିଲା। ଏହା ଜାଣି ସୁଶାନ୍ତ ଓ ସମ୍ପର୍କୀୟ ଭାଇ ଟିଟିଲି ବିଲକୁ ଯାଇଥିଲେ। ପୋଟଳ କ୍ଷେତର ପ୍ରାୟ ୧୦୦ମିଟର ଦୂରରେ ଏକ ବାଇକ୍‌ ନମ୍ବର-ଓଡି-୦୪-ପି-୯୫୪୦ ଥୁଆ ହୋଇଥିଲା। ଉକ୍ତ ଗାଡ଼ିର ଫଟୋ ଉଠାଇବା ବେଳେ ବାଇକ ଚାଳକ ସଦାନନ୍ଦପୁରର ବୋଲି ପରିଚୟ ଦେଇଥିଲେ। ତେବେ ସେ ଏତେ ରାତିରେ ଏଠାକୁ କାହିଁକି ଆସିଛନ୍ତି ବୋଲି ସୁଶାନ୍ତ ପଚାରିବାରୁ ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହି ସମୟରେ ମାରଣାସ୍ତ୍ର ଓ ଠେଙ୍ଗାବାଡି ରଖି ପ୍ରସ୍ତୁତ ଥିବା ଅମ୍ବିକା ଓ ତାଙ୍କ ପୁଅମାନେ ସୁଶାନ୍ତ ଏବଂ ଟିଟିଲିଙ୍କୁ ଆକ୍ରମଣ କରିଥିଲେ। ଏହି ଖବର ଜାଣି ସୁଶାନ୍ତଙ୍କ ବଡ଼ ଭାଇ ଘଟଣାସ୍ଥଳରେ ପହଞ୍ଚତ୍ବାରୁ ଅମ୍ବିକାଙ୍କ ପରିବାର ତାଙ୍କ ମୁଣ୍ଡକୁ ମାଡ଼ ମାରି ଫଟାଇ ଦେଇଥିଲେ। ଏହି ଗଣ୍ଡଗୋଳରେ ଅମ୍ବିକାଙ୍କ ହାତ ଭାଙ୍ଗି ଯାଇଥିବା ଜଣାଯାଇଛି।
ଏଠାକୁ ସଦାନନ୍ଦପୁରରୁ ଆସିଥିବା ପଲସର କାହାର ଓ ରାତିରେ କେଉଁ ପରିସ୍ଥିତିରେ ପୋଟଳ କ୍ଷେତ ନିକଟକୁ ଆସିଥିଲା। ପୋଟଳ ଚୋରି ସମ୍ପର୍କରେ ଆସିଥିବା ଫୋନ କାହାର ଓ କିଏ ସୁଶାନ୍ତଙ୍କୁ ଫୋନ କରିଥିଲା, ସେ ସବୁ ଦିଗକୁ ପୋଲିସ ତଦନ୍ତ ପରିସରଭୁକ୍ତ କରିପାରିଲେ ଘଟଣା ପଛର ଅସଲ ରହସ୍ୟ ବୁଝାପଡ଼ିବ। ତେବେ ବାଇକ୍‌ରେ ଆସିଥିବା ବ୍ୟକ୍ତି ଜଣକ ପରିବା ବ୍ୟବସାୟୀ ବୋଲି ଅଭିଯୋଗ ହେଉଛି। ଅମ୍ବିକାଙ୍କ ପରିବାର ସୁଶାନ୍ତଙ୍କ ପୋଟଳ କିଆରିରୁ ପୋଟଳ ଚୋରି କରି ବିକ୍ରି କରିବାକୁ ବ୍ୟବସାୟୀଙ୍କୁ ଡାକି ଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି। ତେବେ ପୋଲିସର ତଦନ୍ତ କେଉଁ ଦିଗକୁ ଯାଉଛି, ଆଉ ଘଟଣାର ପ୍ରକୃତ କାରଣ ଖୋଜି ବାହାର କରିବାରେ ପୋଲିସ କେତେ ସକ୍ଷମ ହେଉଛି ତାକୁ ଦେଖିବାକୁ ବାକି ରହିଲା। ା ପ୍ରକାଶଥାଉକି, ଜମିବାଡି ବିବାଦକୁ କେନ୍ଦ୍ରକରି ସୁଶାନ୍ତ ଓ ଅମ୍ବିକାଙ୍କ ପରିବାର ମଧ୍ୟରେ ପୂର୍ବରୁ ବିବାଦ ଲାଗି ଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷକ କର୍ମଶାଳା ପାଲଟିଲା ରଣାଙ୍ଗନ: ପ୍ରଧାନଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ, ଅଶ୍ଳୀଳ ଭାଷା କହି…

ପରଜଙ୍ଗ,୮ା୨(ନିଗମାନନ୍ଦ ଦଳବେହେରା): ବିଦ୍ୟାଳୟରେ ଚାଲିଥିଲା ପାଞ୍ଚଦିନିଆ ଶିକ୍ଷକ କର୍ମଶାଳା। ଭାଗ ନେଇଥିଲେ ୫୦ରୁ ଊର୍ଦ୍ଧ୍ୱ ଶିକ୍ଷକ ଓ ଶିକ୍ଷୟିତ୍ରୀ। କିନ୍ତୁ ହଠାତ୍‌ କର୍ମଶାଳା ପାଲଟିଲା ରଣାଙ୍ଗନ। ନିଶାସକ୍ତ…

ପ୍ରେମିକାର ନିର୍ବନ୍ଧ ଖବର ଶୁଣି ବଡିବିଲ୍ଡରଙ୍କ ଆତ୍ମହତ୍ୟା

ବେଙ୍ଗାଲୁରୁ,୮।୨: ପ୍ରେମିକାର ଅନ୍ୟତ୍ର ବିବାହ ଖବର ଶୁଣି ସହିପାରିଲେନି ବଡି ବିଲ୍ଡର ପ୍ରେମିକ। ମାତ୍ର ୨୬ ବର୍ଷ ବୟସରେ କରିଦେଲେ ଆତ୍ମହତ୍ୟା। ମୃତ ଯୁବକଙ୍କ ନାମ କିରଣ…

ରୋଗୀଙ୍କୁ ଚିକିତ୍ସା ପାଇଁ ନେଉଥିଲେ ବିଶାଖାପାଟଣା, ବାଟରେ ଘଟିଲା ବଡ଼ ଅଘଟଣ, ଚାଲିଗଲା ୨ ଜୀବନ

ପାତ୍ରପୁର/ଚିକିଟି,୮ା୨(ଉମାଚରଣ ନେପାକ/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଅନ୍ତର୍ଗତ ପାତିସୁନପୁର ଗ୍ରାମର ଗୋଟିଏ ପରିବାରର ୬ ଜଣ ବିଶାଖାପାଟଣା ଯାଉଥିବା ବେଳେ ରବିବାର ଅପରାହ୍ନରେ…

RSS ମୁଖ୍ୟ ପଦ ଛାଡ଼ିବା ନେଇ ମୋହନ ଭାଗବତଙ୍କ ବଡ଼ ବୟାନ, କହୁ କହୁ କହିଦେଲେ…

ମୁମ୍ବାଇ,୮।୨: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ(ଆର୍‌ଏସ୍‌ଏସ୍‌)ର ମୁଖ୍ୟ ମୋହନ ଭାଗବତ ରବିବାର ମୁମ୍ବାଇରେ ଆୟୋଜିତ ସଂଘର ଶତବାର୍ଷିକୀ ଉତ୍ସବରେ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ବୟସ ବଢ଼ିବା…

ବସ୍‌ ଇଞ୍ଜିନ୍‌ରୁ ବାହାରିଲା ନିଆଁ, ଡ୍ରାଇଭର ନେଲେ ଏମିତି ପଦକ୍ଷେପ

ଭଞ୍ଜନଗର,୮ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବସଷ୍ଟାଣ୍ଡରେ ରବିବାର ଅପରାହ୍ନରେ ଏକ ଘରୋଇ ବସ୍‌ରେ ହଠାତ୍‌ ଇଞ୍ଜିନରେ ନିଆଁ ଲାଗିଯାଇଥିଲା। ଫଳରେ ବସ୍‌ରେ ବସିଥିବା ଯାତ୍ରୀମାନେ ଭୟଭୀତ…

ବିଲ୍‌ କରିବା ଆଶାରେ ଶୀଘ୍ର ଶେଷ କରୁଛନ୍ତି କାମ: ଠିକ୍‌ ଢଙ୍ଗରେ ଲାଗୁନି ଷ୍ଟ୍ରିଟ୍‌ ଲାଇଟ 

ଧର୍ମଶାଳା,୨।୮(ଶିବ ପ୍ରଶାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ ବିଭିନ୍ନ ଗାଁରେ ଅନ୍ଧକାର ଦୂର କରିବା ନିମନ୍ତେ ବ୍ଲକ ପ୍ରଶାସନ ପକ୍ଷରୁ ସୋଲାର ଷ୍ଟ୍ରିଟ୍‌ ଲାଇଟ ଲଗାଯିବା…

ମା’ ତାରାତାରିଣୀଙ୍କ ହୁଣ୍ଡିରୁ ମିଳିଲା କୁନି ପୁଅର ଚିଠି; ଦୁଃଖ ଶୁଣିବାକୁ ମା’ଙ୍କ ପାଖେ ଆକୁଳ ନିବେଦନ

ପୁରୁଷୋତ୍ତମପୁର,୮।୨(ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ମନ୍ଦିର ହୁଣ୍ଡିରୁ ମିଳିଥିବା ଏକ ଚିଠି ଏବେ ଶ୍ରଦ୍ଧାଳୁଙ୍କ ମନକୁ ଆନ୍ଦୋଳିତ କରିଛି। ଜଣେ କୁନି…

୩ ମାସରୁ ଅଧିକ ହେବ ବନ୍ଦ ପଡ଼ିଛି ରକ୍ତଭଣ୍ଡାର, ରୋଗୀସେବା ବ୍ୟାହତ

ବଲାଙ୍ଗୀର/କଣ୍ଟାବାଞ୍ଜି,୮ା୨(ସୁନିଲ କୁମାର ମହାନ୍ତି/ଗୁରୁ ଦୟାଲ ହଂସ): ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଗତ ୨୦୦୯ରେ ବିଜୁ ପଟ୍ଟନାୟକ ରକ୍ତଭଣ୍ଡାର ସ୍ଥାପିତ ହୋଇଥିଲା। ଏହି ରକ୍ତଭଣ୍ଡାରକୁ ତତ୍କାଳୀନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri