ଅପହରଣକାରୀ ଭାବି ପୋଲିସକୁ ନିସ୍ତୁକ ମାଡ଼

ତିଗିରିଆ,୨।୧୨(ଡି. ଏନ୍‌. ଏ.):କଟକ ଜିଲା ତିଗିରିଆ ଥାନା ଅନ୍ତର୍ଗତ ନୂଆପାଟଣା ଦୁର୍ଗା ବଜାରରେ ଗୁରୁବାର ସାରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା। ଏକ ନାବାଳିକା ଅପହରଣ ମାମଲାରେ ଅପହରଣକାରୀ ନାବାଳକଙ୍କୁ ଠାବ କରିବାକୁ ସାଦା ପୋଷାକରେ ଆସିଥିବା ଢ଼େଙ୍କାନାଳ ସଦର ପୋଲିସ କର୍ମଚାରୀଙ୍କୁ ଆକ୍ରମଣର ଶିକାର ହେବାକୁ ପଡ଼ିଛି। ଆକ୍ରମଣରେ ଆହତ ଜଣେ ପୋଲିସଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବାବେଳେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକମାନେ ପୋଲିସ ଆସିଥିବା କାର୍‌କୁ ଭଙ୍ଗାରୁଜା କରିଛନ୍ତି। ଏହି ଘଟଣା ଜଣାପଡ଼ିବା ପରେ ଆଠଗଡ ଏସ୍‌ଡିପିଓ ବିଜୟ ବିଶି, କାନପୁର ଥାନା ଅଧିକାରୀ ରବୀନ୍ଦ୍ର କୁମାର ଭୁଜବଳ, ତିଗିରିଆ ଥାନା ଅଧିକାରୀ ଜେନା, ଏଏସ୍‌ଆଇ ସନ୍ତୋଷ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ପରିସ୍ଥିତି ଅନୁଧ୍ୟାନ କରୁଛନ୍ତି। ତେବେ ଖବର ଲେଖା ହେଲା ପର୍ଯ୍ୟନ୍ତ ତିଗିରିଆ ଥାନାରେ କୌଣସି ଏତଲା ହୋଇ ନ ଥିବା ଜଣାପଡ଼ିଛି।
ମିଳିଥିବା ଖବର ଅନୁଯାୟୀ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଗୁଣ୍ଡିଚାପଡ଼ା ଗ୍ରାମର ଜୈନୈକ ନାବାଳିକାଙ୍କୁ ଗତ ୧୭ତାରିଖରେ ଜଣେ ଭିନ୍ନ ସମ୍ପ୍ରଦାୟର ନାବାଳକ ଅପହରଣ କରି ନେଇ ଯାଇଥିବା ଢେଙ୍କାନାଳ ସଦର ଥାନାରେ ଅଭିଯୋଗ ହୋଇଥିଲା। ଅପହରଣ କରିଥିବା ନାବାଳକଙ୍କ ମାଉସୀ ଘର ତିଗିରିଆ ଥାନା ପଙ୍କାଳ ଗ୍ରାମ ହୋଇଥିବାରୁ ଢେଙ୍କାନାଳ ସଦର ପୋଲିସ ବାରମ୍ବାର ପଙ୍କାଳ ଆସି ନାବାଳିକାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲା। ଗୁରୁବାର ଅପରାହ୍ନ ୫ ଟାରେ ପଙ୍କାଳ ଗ୍ରାମର ଜଗୁ ଖାଁ ନାମକ ଯୁବକ ନୂଆପାଟଣା ଦୁର୍ଗା ବଜାରର ଏକ ଫାଷ୍ଟ ଫୁଡ଼ ଦୋକାନରୁ ଖାଦ୍ୟ ଆଣିବାକୁ ଯାଇଥିଲେ। ଏହି ସମୟରେ ସାଦା ପୋଷାକରେ ଆସିଥିବା ଢେଙ୍କାନାଳ ପୋଲିସର ଏକ ୫ଜଣିଆ ଟିମ୍‌ ଜଗୁଙ୍କୁ ଜବରଦସ୍ତ ଏକ କାର (ନମ୍ବର ଓଡି୦୨-ବିଏଚ୍‌-୯୮୧୬)ରେ ଉଠାଇ ନେଇ ନିସ୍ତୁକ ମାଡ଼ ମାରିଥିଲେ। ଜଗୁ ପାଟି କରିବାରୁ ସ୍ଥାନୀୟ ଲୋକେ ଏହାକୁ ବିରୋଧ କରି ସାଦା ପୋଷାକରେ ଥିବା ପୋଲିସ କର୍ମଚାରୀଙ୍କୁ ଅପହରଣକାରୀ ଭାବି ନିସ୍ତୁକ ମାଡ଼ ମାରିଥିଲେ। ତେବେ ଲୋକଙ୍କ ଆକ୍ରମଣରୁ ବର୍ତ୍ତିବା ପାଇଁ ସାଦା ପୋଷାକରେ ଥିବା ପୋଲିସ ଏସ୍‌ଆଇ ଚନ୍ଦ୍ରକାନ୍ତ ସେଠୀ ନିଜ ରିଭଲବଲରରୁ ଏକ ରାଉଣ୍ଡ ଫାଙ୍କା ଗୁଳି ଫୁଟାଇଥିଲେ। ଏହାପରେ ସ୍ଥାନୀୟ ଲୋକେ ଉତ୍‌କ୍ଷୀପ୍ତ ହୋଇ ସେଠୀଙ୍କ ଠାରୁ ବନ୍ଧୁୁକ ଛଡ଼ାଇ ନେବା ସହ ନିସ୍ତୁକ ମାଡ଼ ମାରିଥିଲେ। ଏଥିରେ ଏସ୍‌ଆଇ ସେଠୀଙ୍କ ମୁଣ୍ଡ ଫାଟି ପ୍ରବଳ ରକ୍ତସ୍ରାବ ହୋଇଥିଲା। ତାଙ୍କୁ ତିଗିରିଆ ପୋଲିସ ଉଦ୍ଧାର କରି ପ୍ରଥମେ ତିଗିରିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ପରେ କଟକ ବଡ ଡାକ୍ତଖାନା ସ୍ଥାନାନ୍ତର କରିଛି। ସୂଚନା ଯୋଗ୍ୟ ଢେଙ୍କାନାଳ ପୋଲିସ ବାରମ୍ବାର ଏହି ଘଟଣାରେ ତିଗିରିଆ ଅଞ୍ଚଳକୁ ଚଢ଼ାଉ ପାଇଁ ଆସୁଥିଲେ ସୁଦ୍ଧା ସ୍ଥାନୀୟ ପୋଲିସର ସହାୟତା ନେଇ ନ ଥିବା ତିଗିରିଆ ଥାନା ଅଧିକାରୀ ସୁଚିତ୍ରା ଜେନା ପ୍ରକାଶ କରିଛନ୍ତି। ଏସ୍‌ଆଇ ସେଠୀଙ୍କ ରିଭଲବଲରକୁ ତିଗିରିଆ ପୋଲିସ ରାତିରେ ସ୍ଥାନୀୟ ଲୋକଙ୍କ ଠାରୁ ଉଦ୍ଧାର କରିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟର ସର୍ବୋଚ୍ଚ ଶିବ ପ୍ରତିମୂର୍ତ୍ତି: ବେଲେଶ୍ୱର ପୀଠରେ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁ…

ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଆଜି ହେଉଛି ମହାଶିବରାତ୍ରି ପର୍ବ। ତେଣୁ ରବିବାର ଭଞ୍ଜନଗର ଅଞ୍ଚଳର ସମସ୍ତ ଶୈବ ପୀଠରେ ଭଗବାନ ଶିବଠାକୁରଙ୍କ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ…

ମହାଶିବରାତ୍ରିକୁ ନେଇ ଚଳଚଞ୍ଚଳ ଭୋଗରାଇ: ଭକ୍ତଙ୍କ ପ୍ରବଳ ଗହଳି, ଭୋର ୪.୩୦ରେ ଉଠିବ ମହାଦୀପ

ଭୋଗରାଇ, ୧୫।୨(ପ୍ରଦୀପ ଦାସ): ଆଜି ହେଉଛି ପବିତ୍ର ମହାଶିବରାତ୍ରି। ସମସ୍ତ ଶୈବପୀଠ ହୋଇଛି ଭକ୍ତମୟ। ସବୁଠି ଓଁ ନମଃ ଶିବାୟରେ ପ୍ରକମ୍ପିତ ହେଉଛି ମନ୍ଦିର l ଏଭଳି…

ମହାଦେବଙ୍କୁ ଆରାଧନା ପାଇଁ ଲାଗିଛି ଲମ୍ବା ଧାଡ଼ି, ସବୁଠି ଶୁଭୁଛି ଓମ୍‌ ନଃ ଶିବାୟ

ବଲାଙ୍ଗୀର,୧୫ା୨(ସୁନିଲ କୁମାର ମହାନ୍ତି): ପବିତ୍ର ମହାଶିବରାତ୍ରି ଅବସରରେ ବଲାଙ୍ଗୀର ଜିଲାର ସମସ୍ତ ଶୈବପୀଠ ରବିବାର ଚଳଚଞ୍ଚଳ ହୋଇଉଠିଛି। ସବୁଠି ଓଁ ନମଃ ଶିବାୟ ଶୁଣିବାକୁ ମିଳୁଛି ।…

୪୫ତମ ବାର୍ଷିକ ଉତ୍ସବ ପାଳିଲା କେସିଙ୍ଗା ମହାବିଦ୍ୟାଳୟ, ଛାତ୍ରୀଛାତ୍ରମାନଙ୍କୁ କର୍ମଯୋଗୀ ହେବାକୁ…

କେସିଙ୍ଗା, ୧୫।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ମହାବିଦ୍ୟାଳୟର ୪୫ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଶନିବାର ଅନୁଷ୍ଠିତ ଏହି ଉତ୍ସବରେ ଅଧ୍ୟକ୍ଷ ସୁଶାନ୍ତ…

୧୨.୮୯ କୋଟି ଟଙ୍କାରେ ହେବ ସ୍ଥାୟୀ ରାଜମହଲ

ବରଗଡ଼,୧୫।୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ଧନୁଯାତ୍ରା ମହୋତ୍ସବ ପାଇଁ ସାରାବିଶ୍ୱରେ ବରଗଡ଼ର ସ୍ୱତନ୍ତ୍ର ପରିଚୟ ରହିଛି। ଗତ ଜାନୁୟାରୀ ମାସରେ ୭୮ତମ ଧନୁଯାତ୍ରା ମହୋତ୍ସବ ସରିଯାଇଛି।…

ମହାଶିବରାତ୍ରୀରେ ଉପାସରେ କପିଳାସ ଠାକୁର, ଧାରଣାରେ ସେବାୟତ

ଢେଙ୍କାନାଳ,୧୫।୨(ରତନ ନାୟାର): ରାଜ୍ୟ ତଥା ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସର ଠାକୁର ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ମହାଦେବ ମହାଶିବରାତ୍ରୀ ପାଳନବେଳେ ଉପବାସରେ ରହିଛନ୍ତି l…

କୁଶପଲ୍ଲା ଜଙ୍ଗଲରୁ ହାତୀର ଗଳିତ ଶବ ଜବତ, ହାତୀକୁ ମାରି ଦାନ୍ତ ନେଇଗଲେ ଶିକାରି

ଖୋର୍ଦ୍ଧା,୧୫।୨(ପ୍ରଭାତ ପାଣିଗ୍ରାହୀ): ଖେର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଜଂରେ କିଛି ଦିନ ହେଲା ଜଙ୍ଗଲୀ ହାତୀ ଓ ମଣିଷ ଲଢେଇ ଚାଲିଛି। କେତେବେଳେ ମଣିଷ ତ ଆଉ କେତବେଳେ…

ମା’ ହେଲେ ନାବାଳିକା; ୮ ମାସ ହେଲା ମିଳୁଥିଲା ସରକାରୀ ସୁବିଧା, ଟିକା

ନୀଳଗିରି,୧୫ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମପୁର ଥାନା ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକା ଏକ କନ୍ୟା ସନ୍ତାନକୁ ଜନ୍ମଦେଇଛନ୍ତି। ଆଶାକର୍ମୀ ଦୀର୍ଘଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri