Posted inଜାତୀୟ

ଦରବୃଦ୍ଧି ପ୍ରତିବାଦକୁ ମାଡ଼

ନୂଆଦିଲ୍ଲୀ,୨୭।୭: ଜୁଲାଇ ୧୮ରେ ଆରମ୍ଭ ହୋଇଥିବା ପାର୍ଲାମେଣ୍ଟର ମୌସୁମୀ ଅଧିବେଶନରେ ବିରୋଧୀଙ୍କ ବିକ୍ଷୋଭ ଓ ହଟ୍ଟଗୋଳ ଯୋଗୁ ଅଚଳାବସ୍ଥା ଲାଗି ରହିବାରୁ ଉଭୟ ଗୃହରେ ବିଶେଷ କାର୍ଯ୍ୟ ହୋଇପାରୁ ନାହିଁ। ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକର ଦରଦାମ ବୃଦ୍ଧି ଏବଂ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ପ୍ରସଙ୍ଗ ଉଠାଇ ଗୃହକାର୍ଯ୍ୟରେ ବାଧା ସୃଷ୍ଟି କରିବା ଅଭିଯୋଗରେ ଲୋକ ସଭାରୁ ୪ ସଦସ୍ୟ ନିଲମ୍ବିତ ହେବାର ଦିନକ ପରେ ରାଜ୍ୟ ସଭାର ୧୯ ସଦସ୍ୟଙ୍କ ବିରୋଧରେ ଅନୁରୂପ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ମଙ୍ଗଳବାରଠାରୁ ସପ୍ତାହେ ପାଇଁ ନିଲମ୍ବିତ ଏମ୍‌ପିମାନଙ୍କ ମଧ୍ୟରେ ତୃଣମୂଳ କଂଗ୍ରେସର ୭ ଜଣ ଅଛନ୍ତି। ସେମାନେ ହେଲେ ସୁସ୍ମିତା ଦେବ, ମୌସମ ନୂର, ଡ. ଶାନ୍ତନୁ ସେନ, ଦୋଳ ସେନ, ମହମ୍ମଦ ନଦିମଲ ହକ୍‌, ଅଭି ରଞ୍ଜନ ବିଶ୍ୱାସ ଓ ଶାନ୍ତା ଛେତ୍ରି। ସେହିପରି ଡିଏମ୍‌କେର ୬ ରାଜ୍ୟ ସଭା ସଦସ୍ୟ କାନିମୋଝି ଏନ୍‌.ଭି.ଏନ୍‌. ସୋମୁ, ଏମ୍‌. ହମାମେଦ ଅବଦୁଲ୍ଲା, ଏସ୍‌. କଲ୍ୟାଣ ସୁନ୍ଦରମ୍‌, ଆର୍‌. ଗିର୍‌ରଞ୍ଜନ, ଏନ୍‌.ଆର୍‌. ଏଲାଙ୍ଗୋ, ଏମ୍‌. ଷଣ୍ମୁଗମ୍‌ ଏବଂ ଟିଆର୍‌ଏସ୍‌ର ଲିଙ୍ଗାୟା ଯାଦବ, ରବୀନ୍ଦ୍ର ଭାଡ୍ଡିରାଜୁ, ଦାମୋଦର ରାଓ ଦିବାକୋଣ୍ଡାଙ୍କୁ ମଧ୍ୟ ନିଲମ୍ବନ କରାଯାଇଛି। ଏଥିସହ ସିପିଆଇଏମ୍‌ର ଏ.ଏ. ରହିମ, ଡ. ଭି. ଶିବଦାସନ ଏବଂ ସିପିଆଇ ସଦସ୍ୟ ସନ୍ଦୋଶ କୁମାର ପି. ମଧ୍ୟ ଉଚ୍ଚ ସଦନରୁ ନିଲମ୍ବିତ ହୋଇଛନ୍ତି। ବିରୋଧୀ ସଦସ୍ୟମାନେ ଗୃହ ମଧ୍ୟଭାଗରେ ସରକାର ବିରୋଧୀ ସ୍ଲୋଗାନ ଦେଇଥିଲେ। ଉପାଧ୍ୟକ୍ଷ ହରିବଂଶ ସେମାନଙ୍କୁ ନିଜ ନିଜ ଆସନରେ ବସି ଶୂନ୍ୟକାଳ ଚଳାଇଦେବା ପାଇଁ ପରାମର୍ଶ ଦେଇଥିଲେ। ସେମାନେ ନ ଶୁଣିବାକୁ ଗୃହକୁ ବାରମ୍ବାର ମୁଲତବୀ କରିବାକୁ ପଡ଼ିଥିଲା। ବିରୋଧୀ ସଦସ୍ୟମାନେ ରୁଲ୍‌ ୨୬୭ ଅଧୀନରେ ଦରବୃଦ୍ଧି ଏବଂ ଜିଏସ୍‌ଟି ପ୍ରସଙ୍ଗରେ ବିତର୍କ କରାଯାଉ ବୋଲି ଦାବି କରି ହୋହଲ୍ଲା କରିଥିଲେ। ଫଳରେ ବିଶୃଙ୍ଖଳିତ ଆଚରଣ ପାଇଁ ଉପାଧ୍ୟକ୍ଷ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଥିଲେ। ଏକକାଳୀନ ୧୯ ଏମ୍‌ପି ନିଲମ୍ବିତ ହେବାର ଏହା ହେଉଛି ପ୍ରଥମ ଘଟଣା। ଗତବର୍ଷ ନଭେମ୍ବରରେ ରାଜ୍ୟ ସଭାରୁ ୧୨ ସଦସ୍ୟ ନିଲମ୍ବିତ ହୋଇଥିଲେ। ଏହା ପୂର୍ବରୁ ସୋମବାର କଂଗ୍ରେସ ସଦସ୍ୟ ମଣିକମ୍‌ ଟାଗୋର, ଟି.ଏନ୍‌. ପ୍ରଥପନ୍‌, ଜ୍ୟୋତିମଣି ଏବଂ ରାମ୍ୟା ହରିଦାସଙ୍କୁ ଗୃହ କାର୍ଯ୍ୟରେ ବ୍ୟାଘାତ ସୃଷ୍ଟି କରିବା ଅଭିଯୋଗରେ ନିଲମ୍ବନ କରାଯାଇଥିଲା। ଏନେଇ ରାଜ୍ୟ ସଭାରେ ଶାସକ ଦଳ ନେତା ପୀୟୂଷ ଗୋୟଲ କହିଛନ୍ତି, ସରକାର ସବୁ ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତୁତ ଥିବାବେଳେ ବିରୋଧୀ ଅଯଥା ହୋହଲ୍ଲା କରି ଗୃହକାର୍ଯ୍ୟ ଚଳାଇ ଦେଉନାହାନ୍ତି। ଗୃହକାର୍ଯ୍ୟ ଚାଲୁ ବୋଲି ଚାହୁଁଥିବା ଅନ୍ୟ ନିର୍ବାଚିତ ଏମ୍‌ପିମାନଙ୍କ ଅଧିକାରରେ ସେମାନେ ହସ୍ତକ୍ଷେପ କରିଥିବାରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri