ମା’ର ପରିଚୟ ପାଇଁ ସୁଭଦ୍ରାଙ୍କୁ ମାଡ଼

କେନ୍ଦ୍ରାପଡ଼ା ଅଫିସ,୩: କେନ୍ଦ୍ରାପଡ଼ା ଜିଲା ମହାକାଳପଡା ବ୍ଲକ ବରକୋଳିଖଳା ଗଁାରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଅନୁପ୍ରବେଶକାରୀ ଓଡ଼ିଶା ମାଟିରେ ପ୍ରବେଶ କରି ନିଜର ଦୌରାତ୍ମ୍ୟ ଦେଖାଇଛନ୍ତି। ମା’ର ପରିଚୟ ନ ଦେବାରୁ ଗଁାର ସୁଭଦ୍ରା ରାୟଙ୍କୁ ମାଡ ମରାଯାଇଛି। ସୁଭଦ୍ରାଙ୍କୁ ସ୍ବାମୀ ବିକାଶଙ୍କ ସମେତ ବାଂଲାଦେଶୀ ଅନୁପ୍ରବେଶକାରୀ ଅମିତ୍‌ ରାୟ ମାଡ ମାରିଛନ୍ତି। ସୁଭଦ୍ରା ଗୁରୁତର ହୋଇ ମହାକାଳପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେବା ସହ ଜମ୍ବୁ ସାମୁଦ୍ରିକ ଥାନାରେ ସେମାନଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି। ଅନୁପ୍ରବେଶକୁ ନେଇ ଉପୁଜିଥିବା ଏହି ବିବାଦର ସମାଧାନ ପରିବର୍ତ୍ତେ କ୍ରମଶଃ ଜଟିଳ ରୂପ ନେବାରେ ଲାଗିଛି। ଭୋଟ ବ୍ୟାଙ୍କ ପାଇଁ ରାଜନେତା ଓ ପ୍ରଶାସନ ଚୁପ ରହୁଥିବାରୁ ଅନୁପ୍ରବେଶ କେନ୍ଦ୍ରାପଡ଼ା ଜିଲାରେ ବଢି ଚାଲିଛି। ଏହାକୁ ରୋକିବାକୁ ସରକାରୀ ନିର୍ଦ୍ଦେଶ ନ ମିଳିବା ପର୍ଯ୍ୟନ୍ତ ଜିଲା ପ୍ରଶାସନ ଚୁପ ହୋଇ ବସି ରହୁଛି। ଜିଲାର ଉପାନ୍ତ ଅଞ୍ଚଳରେ ବାଂଲାଦେଶୀଙ୍କ ଅନୁପ୍ରବେଶ ବଢି ଚାଲିଥିବାରୁ ଦେଶର ସୁରକ୍ଷା ପାଇଁ ନାଗରିକ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହେଉ ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି।
ଚିକିତ୍ସିତ ହେଉଥିବା ସୁଭଦ୍ରା କହିଛନ୍ତି, ଏକଦା ସେ ମାଲକାନଗିରି ଜିଲାରେ ଜିଲା ପରିଷଦ ସଭ୍ୟା ଭାବେ ନିର୍ବାଚିତ ହୋଇଥିଲେ। ଏହି ସମୟରେ ସେଠାରେ ରହୁଥିବା ବିକାଶ ରାୟଙ୍କ ସଂସ୍ପର୍ଶରେ ଆସି ତାଙ୍କୁ ବିବାହ କରିଥିଲେ। ବିବାହ ପରେ ମାଲକାନଗିରିରୁ ଆସି ମହାକାଳପଡ଼ା ବ୍ଲକ ବରକୋଳିଖଳା ଗ୍ରାମରେ ଦୀର୍ଘବର୍ଷ ହେଲା ରହି ଆସୁଛନ୍ତି। ବିକାଶ ହେଉଛନ୍ତି ବାଂଲାଦେଶୀ। ତାଙ୍କର ବାଂଲାଦେଶ ଅରୱେଲ ଗଁାରେ ଘର ଅଛି। ବିକାଶଙ୍କ ଭାଇଙ୍କ ପୁଅ ଅମିତ ଏଠାରେ ରହିବାକୁ ଆସି ସୁଭଦ୍ରାଙ୍କୁ ମା’ର ପରିଚୟ ଦେବାକୁ ବାଧ୍ୟ କରୁଛନ୍ତି। ଏଥିରେ ସମ୍ମତ ନ ହେବାରୁ ଦୁଇବର୍ଷ ପୂର୍ବେ ସ୍ବାମୀ ବିକାଶ, ଅମିତ ସୁଭଦ୍ରାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଥିଲେ। ଏ ନେଇ ତତ୍‌କାଳୀନ ଜିଲାପାଳଙ୍କୁ ଅବଗତ ପରେ ଅମିତଙ୍କ ବାଂଲାଦେଶୀ ପାସପୋର୍ଟଠାରୁ ଆରମ୍ଭ କରି ଭାରତର ଭୋଟ ପରିଚୟପତ୍ରକୁ ଜବତ କରାଯାଇଥିଲା। ତେବେ ଦୁଇବର୍ଷର ବ୍ୟବଧାନ ପରେ ଅମିତ ଦୁଇଦିନ ତଳେ ବରକୋଳିଖଳାରେ ରହିବାକୁ ଆସିଛନ୍ତି। ଏ ନେଇ ପ୍ରତିବାଦ ପରେ ବିକାଶ ଓ ଅମିତ ଦୁହେଁ ସୁଭଦ୍ରାଙ୍କୁ ମାଡ ମାରି ରକ୍ତାକ୍ତ କରିଥିବାରୁ ସେ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଘଟଣାକୁ ଇତିମଧ୍ୟରେ ୨୪ଘଣ୍ଟା ବିତିଯାଇଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନ ଥିବା ସେ କ୍ଷୋଭ ପ୍ରକାଶ କରିଛନ୍ତି।
ବୁଦ୍ଧିଜୀବୀ ପ୍ରତାପ କୁମାର ତ୍ରିପାଠୀ, ସାମାଜିକ କର୍ମୀ ସୁନୀଲ କୁମାର ଗନ୍ତାୟତ, ବିଭୂତି ଭୂଷଣ ରାଉତ, ଅମରବର ବିଶ୍ୱାଳ ପ୍ରମୁଖ କହିଛନ୍ତି, କେନ୍ଦ୍ରାପଡ଼ା ଜିଲାକୁ ବାଂଲାଦେଶୀ ଅନୁପ୍ରବେଶ ଘଟଣା ଏବେ ବଢ଼ିଚାଲିଛି। ଯାହା ଜିଲା ସହ ଦେଶର ସୁରକ୍ଷା ପ୍ରତି ବିପଦ ସାଜିଛି। ରାଜନେତାଙ୍କ ଭୋଟ ବ୍ୟାଙ୍କ ହୋଇଥିବା ଅନୁପ୍ରବେଶକରୀଙ୍କ ପ୍ରସଙ୍ଗରେ ଜିଲା ପ୍ରଶାସନ କୌଣସି କାରଣରୁ ନୀରବ ରହୁଛି। ବଙ୍ଗଭଙ୍ଗ ଯୁଦ୍ଧ ସମୟରେ କେନ୍ଦ୍ରାପଡ଼ା ଜିଲାରେ ୧୨୩୭ ବାଂଲାଦେଶୀଙ୍କୁ ଶରଣାର୍ଥୀ ଭାବେ ରହିବାକୁ ଅନୁମତି ଦିଆଯାଇଥିଲା। ଏବେ ବଙ୍ଗଭାଷୀଙ୍କ ସଂଖ୍ୟା ଲକ୍ଷାଧିକ ହୋଇଛି। ଅପରପକ୍ଷେ ଜିଲା ପ୍ରଶାସନ ପକ୍ଷରୁ ୨୦୦୫ରେ ଜିଲାରେ ଥିବା ୧୫୫୧ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ସହ ଦେଶାନ୍ତର ନୋଟିସ୍‌ ହୋଇଥିଲା। ଏହାକୁ ବିରୋଧ କରି ନୋଟିସ୍‌ପ୍ରାପ୍ତ ବ୍ୟକ୍ତିମାନେ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ। ଏହି ମାମଲାକୁ ଫେବୃୟାରୀରେ ଉଚ୍ଚ ନ୍ୟାୟାଳୟ ଶୁଣାଣି କରି ୧୫ ବର୍ଷ ପୂର୍ବର ଦେଶାନ୍ତର ନୋଟିସକୁ ରଦ୍ଦ କରିଛନ୍ତି। ତେବେ ଜିଲାରେ ଅନୁପ୍ରବେଶ ବଢ଼ି ଚାଲିଥିବାରୁ ଦେଶର ସୁରକ୍ଷା ପାଇଁ ଭାରତୀୟ ନାଗରିକଙ୍କ ଚିହ୍ନଟ ଜରୁରୀ ବୋଲି ସେମାନେ ଦାବି କରିଛନ୍ତି। ଏ ସମ୍ପର୍କରେ କେନ୍ଦ୍ରାପଡ଼ା ଅତିରିକ୍ତ ଜିଲାପାଳ ବସନ୍ତ କୁମାର ରାଉତ କହିଛନ୍ତି, ସୁଭଦ୍ରାଙ୍କ ନିର୍ଯାତନା ଘଟଣା ସମ୍ପର୍କରେ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ଥାନୀୟ ଥାନାକୁ ନିର୍ଦ୍ଦେଶ ଦିଆଯାଇଛି। ନାଗରିକ ଚିହ୍ନଟ ସମ୍ପର୍କରେ ସରକାରଙ୍କ ନିର୍ଦ୍ଦେଶନାମାକୁ ପାଳନ କରାଯିବ ବୋଲି ସେ ମତ ଦେଇଛନ୍ତି। ଅପରପକ୍ଷରେ ଜମ୍ବୁ ସାମୁଦ୍ରିକ ଥାନା ଅଧିକାରୀ ମହେଶ୍ୱର ସେଠୀଙ୍କୁ ପଚାରିବାରେ, ସୁଭଦ୍ରାଙ୍କ ଅଭିଯୋଗର ପ୍ରାଥମିକ ତଦନ୍ତ ଆରମ୍ଭ ହୋଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜିଲାର ସଂସ୍କୃତି ପରମ୍ପରା ପାଳନରେ ବିଭାଗର ଖାମଖିଆଲି ମନୋଭାବ: ଓଡ଼ିଶାର ବରପୁତ୍ରଙ୍କୁ ଅଣଦେଖା

ପାରଳାଖେମୁଣ୍ଡି,୨ା୪(ଗିରିଧାରୀ ପରିଚ୍ଛା): ଓଡ଼ିଶା ଦିବସରେ ଓଡ଼ିଶାର ନିର୍ମାତାଙ୍କ ମାଟିରେ ଅପମାନ ଓ ଅବହେଳା ପରିଲକ୍ଷିତ ହୋଇଛି। ଓଡ଼ିଶା ଦିବସ ପାଳନରେ ସ୍ଥାନୀୟ ବୁଦ୍ଧିଜୀବୀ ଓ ବରିଷ୍ଠ ବ୍ୟକ୍ତିମାନଙ୍କୁ…

ପୁଅ ପାଇଁ ନିଜ ଝିଅର ବଳି ଦେଲେ ମା’, ତାନ୍ତ୍ରିକଙ୍କ ନିର୍ଦ୍ଦେଶରେ…ପୂରା ଘଟଣା ଜାଣିଲେ ଥରିଉଠିବ ଦେହ

ରାଞ୍ଚି,୨।୪: ଝାଡ଼ଖଣ୍ଡର ହଜାରୀବାଗ ଜିଲାର ବିଷ୍ଣୁଗଡ଼ ଥାନା ଅଞ୍ଚଳର କୁସୁମ୍ଭା ଗାଁରେ ଜଣେ ୧୩ ବର୍ଷୀୟା ଝିଅର ହତ୍ୟା ଘଟଣାରେ ପୋଲିସ ଏକ ଚାଞ୍ଚଲ୍ୟକର ଖୁଲାସା କରିଛି।…

ଗୋଡଭଗାରେ ଚାଞ୍ଚଲ୍ୟ: ଦିନରେ ବୁଲିଲା ଛୁରି-ଭୁଜାଲି

ବରଗଡ଼,୨।୪(ପ୍ରେମାନନ୍ଦ ଖମାରୀ): ବରଗଡ ଜିଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ଥମିବାର ନାଁ ନେଉନି। ଗତ କିଛିଦିନ ତଳେ ଜିଲାର ସଦର ମହକୁମା ବରଗଡ଼ ସହରରେ ଆଇନ ଶୃଙ୍ଖଳା…

ଯୁଦ୍ଧ ମଧ୍ୟରେ ଭାରତ ସରକାର ନେଲେ ବଡ଼ ନିଷ୍ପତ୍ତି : ଏହି ଉତ୍ପାଦ ଉପରେ ଜୁନ ଯାଏ…

ନୂଆଦିଲ୍ଲୀ,୨।୪: ଆଜି ମଧ୍ୟପ୍ରାଚ୍ୟ ଯୁଦ୍ଧର ୩୪ତମ ଦିନ। ଏହି ଯୁଦ୍ଧ ବିଶ୍ୱ ବାଣିଜ୍ୟ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇଛି। ଏହି ସମୟରେ, ଭାରତ ସରକାର ଏକ…

୫ ଜିଲାକୁ ଝଡ଼ବର୍ଷା, ଆଜି ଏସବୁ ଅଞ୍ଚଳରେ ଘଡ଼ଘଡ଼ି ସହ…

ଭୁବନେଶ୍ୱର,୨ା୪: ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ଗରମ ଅନୁଭୂତ ହେଉଥିବାବେଳେ ଉପକୂଳରେ ଥଣ୍ଡା ଅନୁଭୂତ ହେଉଛି। ଗତ କିଛିଦିନ ଧରି ରାଜ୍ୟରେ ଏପରି ତାପମାତ୍ରା ଦେଖିବାକୁ ମିଳୁଛି। ଏନେଇ…

ହର୍ମୁଜକୁ ଟ୍ରମ୍ପ ନେଲେ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି: ସାରା ବିଶ୍ୱରେ ହଲଚଲ

ଓ୍ବାଶିଂଟନ୍‌,୨।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ଏବଂ ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଏକ ପ୍ରମୁଖ ବିବୃତ୍ତି ଜାରି କରିଛନ୍ତି। ସେ ଦୃଢ଼ତାର ସହିତ…

ଖଣି, ଶିଳ୍ପାଞ୍ଚଳର ଗ୍ରାମାଞ୍ଚଳ ପାଠାଗାର ଚିନ୍ତା

ଯାଜପୁର,୨ା୪(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାରେ କଲେଜ, ହାଇସ୍କୁଲ ଓ ସାଧାରଣ ପାଠାଗାର ପ୍ରାୟ ୪୦୦ ଭଳି ରହିଛି। କେତେକ ପାଠାଗାରରେ ୫୦ରୁ ୬୦ ବର୍ଷ ପୁରୁଣା ମୂଲ୍ୟବାନ…

ରକ୍ତଦାନ, ମହାପୁଣ୍ୟ: ସ୍ବେଚ୍ଛାକୃତ ରକ୍ତଦାନ ଶିବିରରେ ୪୧ ୟୁନିଟ ରକ୍ତ ସଂଗ୍ରହ

ଦିଗପହଣ୍ଡି,୨।୪(ଅଶେଷ ନାଥ ମିଶ୍ର): ଓଡ଼ିଶା ଦିବସ ଅବସରରେ ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମ ଗଣିଆନାଳ ଛକର ମା’ ପିତାମ୍ବରୀ ବଣିକ ସଂଘ ପକ୍ଷରୁ ସ୍ଥାନୀୟ ପ୍ରାଥମିକ ବିଦ୍ୟାଳୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri