ବଣୁଆ ମାଈ ଭାଲୁର ମୃତଦେହ ଉଦ୍ଧାର

କେନ୍ଦୁଝର, (ସ୍ବ.ପ୍ର.): କେନ୍ଦୁଝର ସଦର ରେଞ୍ଜ ଅନ୍ତର୍ଗତ ଜଡ଼ିଖୁଣ୍ଟା ଗ୍ରାମ ନିକଟରୁ ବନ ବିଭାଗ ଏକ ବଣୁଆ ମାଈ ଭାଲୁର ମୃତ ଦେହ ଉଦ୍ଧାର କରିଛି। ଭାଲୁର ବୟସ ୧୫ ବର୍ଷ ହେବ। ମୃତ୍ୟୁର କାରଣ ଜଣାପଡି ନ ଥିଲେ ହେଁ ଦେହରେ କ୍ଷତ ଚିହ୍ନ ରହିଛି। ମୃତ ଦେହ ବ୍ୟବଚ୍ଛେଦ ପରେ କାରଣ ଜଣାପଡିବ ବୋଲି ରେଞ୍ଜ ଅଧିକାରୀ ଅରବିନ୍ଦ ନାୟକ କହିଛନ୍ତି।