ଜିଲାପାଳଙ୍କ ବାସଭବନରେ ଭାଲୁ

ନୂଆପଡ଼ା ଅଫିସ,୧୪।୭: ନୂଆପଡ଼ା ଜିଲାପାଳଙ୍କ ସରକାରୀ ବାସଭବନରେ ବୁଧବାର ଭୋରରେ ଏକ ଭାଲୁ ପଶିଆସିଥିଲା। ବାସଭବନ ଭିତରେ ଭାଲୁଟି ବୁଲୁଥିବା ଦେଖି କର୍ମଚାରୀମାନେ ବନ ବିଭାଗ କର୍ମଚାରୀଙ୍କୁ ସୂଚନା ଦେଇଥିଲେ। ଖବର ପାଇ ବନ୍ୟଜନ୍ତୁ ବିଭାଗ, ବନ ବିଭାଗ, ପୋଲିସ କର୍ମଚାରୀ ପହଞ୍ଚି ଭାଲୁକୁ ଜଗି ରହିଛନ୍ତି। ଜନଗହଳି ଶୂନ୍ୟ ହେଲେ ଭାଲୁକୁ ବାହାର କରିବାର ବ୍ୟବସ୍ଥା କରାଯିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।

ଜଙ୍ଗଲରେ ଖାଦ୍ୟର ଅଭାବ ଯୋଗୁ ସ୍ଥାନୀୟ ସାଳିହା ଜଙ୍ଗଳରୁ ଭାଲୁଟି ଚାଲିଆସିଥିବା ଅନୁମାନ କରାଯାଉଛି । ଅନ୍ୟପକ୍ଷେ ଜିଲାପାଳଙ୍କ ସରକାରୀ ବାସଭବନରେ ଆମ୍ବ ସହ ଅନ୍ୟାନ୍ୟ ଫଳ ଗଛ ରହିଛି। ଆମ୍ବ ଖାଇବା ଆଶାରେ ଭାଲୁଟି ବାସଭବନକୁ ଚାଲିଆସିଥିବା କୁହାଯାଉଛି।

ନୂଆପଡ଼ା ଜିଲାରେ ଭାଳୁ ବନବିଭାଗକୁ ନାକେଦମ କଲାଣି  । ଗତ ୮ ତାରିଖରେ ନୂଆପଡ଼ା ମୃର୍ତ୍ତିକା ସଂରକ୍ଷଣ ବିଭାଗ କାର୍ଯ୍ୟାଳୟ ଏକ ଭାଲୁ ପଶି ଆତଙ୍କ ଖେଳାଇ ଥିଲା। ଦୀର୍ଘ ୧୫ ଘଣ୍ଟା ପରେ ବନ ବିଭାଗ ଭାଲୁକୁ ଘଉଡାଇବାରେ ସଫଳ ହୋଇଥିଲା। ଏହି ଘଟଣାର ୭ ଦିନ ପରେ ପୁଣି ଏକ ଭାଲୁ ଜିଲାପାଳଙ୍କ ବାସଭବନରେ ପଶିଛି।