ଗାଁରେ ପଶି ମହିଳାଙ୍କ ଉପରେ ଆକ୍ରମଣ କଲା ଭାଲୁ, ଆଖି ତାଡି….

ଉଦଳା,୭।୫(ସନ୍ତୋଷ କୁମାର ବାଚ୍ଛିନୀ): ଭାଲୁ ଆକ୍ରମଣରେ ଜଣେ ମହିଳା ଗୁରୁତର ହୋଇଛନ୍ତି । ଉଦଳା ବନାଞ୍ଚଳ କୁଶଳଦା ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି । ଭାଲୁଟି ଗ୍ରାମ ଭିତରକୁ ଆସିଥିବା ବେଳେ ଦମୟନ୍ତୀ ବାରିକ ସେହି ସମୟରେ ଘରୁ ରାସ୍ତାକୁ ଆସିଥିଲେ । ଏହି ସମୟରେ ଭାଲୁଟି ତାଙ୍କ ଉପରେ ଆକ୍ରମଣ କରିଥିଲା ।

ଭାଲୁଟି ତାଙ୍କ ବାମ ଆଖିକୁ ନଖରେ ଆକ୍ରମଣ କରି ନଷ୍ଟ କରିଦେଇଥିବା ଜଣାପଡିଛି । ଯେଉଁଥିରେ ମହିଳା ଜଣକ ଗୁରୁତର ହୋଇଥିବା ବେଳେ ତାଙ୍କୁ ଚିକିତ୍ସା ନିମନ୍ତେ ଉଦଳା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାରିପଦା ସ୍ଥାନାନ୍ତର କରାଯାଇଛି । ଖବର ପାଇ ବନ ବିଭାଗ ଗ୍ରାମରେ ପହଞ୍ଚି ଭାଲୁ ଉପରେ ନଜର ରଖିବା ସହିତ ତାକୁ ଘଉଡ଼ାଇଵା ପାଇଁ ଉଦ୍ୟମ ଜାରି ରଖିଛି ।

 

Dharitri – Odisha’s No.1 Odia Daily

Share
Tags: udala news