ବିଲକୁ ଯାଇଥିବାବେଳେ ଅତର୍କିତ ଆକ୍ରମଣ କଲା ଭାଲୁ, ୨ ଜଣ…

ନୀଳଗିରି, ୧୩।୮ (ପ୍ରଶାନ୍ତ କୁମାର ବିଶ୍ବାଳ): ଗୁରୁବାର ସକାଳେ ବିଲକୁ ଯାଇଥିବା ବେଳେ ଭାଲୁ ଆକ୍ରମଣରେ ୨ ଗୁରୁତର ହୋଇଛନ୍ତି। ନୀଳଗିରି ଉପଖଣ୍ଡ ଶ୍ୟାମସୁନ୍ଦରପୁର ପଞ୍ଚାୟତର ଦ୍ବାରିକା ଗାଁର ପୁର୍ଣ୍ଣଚନ୍ଦ୍ର ବାରିକଙ୍କ ପୁଅ ଦିଲ୍ଲିପ କୁମାର ବାରିକ (୩୫) ଘରପାଖ ଚାଷଜମିକୁ ଯାଇଥିବା ବେଳେ ତିନିଟି ଭାଲୁ ଅତର୍କିତ ଭାବେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଦିଲ୍ଲିପ ଗୁରୁତର ଆହତ ହୋଇଥିବା ବେଳେ ଅନୁରୂପଭାବେ ଶ୍ୟାମସୁନ୍ଦରପୁର ପଞ୍ଚାୟତର ଜୁନିଆପାଟଣା ଗାଁର ଅରୁଣ ଦଳେଇର ସ୍ତ୍ରୀ ସୁକାନ୍ତି ଦଳେଇ(୪୫) ଘରପାଖ ଚାଷଜମିକୁ ଯାଇଥିବା ବେଳେ ଗୋଟିଏ ଭାଲୁ ଆକ୍ରମଣ କରିଥିଲା। ଉଭୟ ଗୁରୁତରଙ୍କୁ ପ୍ରଥମେ ନୀଳଗିରି ମେଡିକାଲକୁ ଅଣାଯାଇଥିବା ବେଳେ ଅବସ୍ଥା ଗୁରୁତର ହେବାରୁ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ବାଲେଶ୍ବର ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି।

 

Odisha’s No.1 Odia Daily

Share