ଭାଲୁ ଗୋଡାଇବାରୁ ଡେଁଇଲେ ପୋଖରୀକୁ

ସଜନାଗଡ଼,୭।୧୧(ଡି.ଏନ.ଏ.): ବାଲେଶ୍ୱର ଜିଲା ନୀଳଗିରି ସହରରେ ରବିବାର ଭାଲୁ ଆତଙ୍କ ଦେଖିବାକୁ ମିଳିଥିଲା। ପ୍ରାତଃ ଭ୍ରମଣରେ ଯାଉଥିବା ଜଣେ ଯୁବକଙ୍କୁ ଭାଲୁଟି ଗୋଡ଼ାଇବାରୁ ସେ ଜୀବନ ବଞ୍ଚାଇବାକୁ ଯାଇ ପୋଖରୀ ମଧ୍ୟକୁ ଡେଇଁ ପଡ଼ିଥିଲେ। କିଛି ସମୟ ଧରି ଭାଲୁ ସହର ମଧ୍ୟରେ ରହି ପରେ ପାଖ ଜଙ୍ଗଲକୁ ପଳାଇଥିଲା।
ଶନିବାର ରାତିରେ ଭାଲୁଟି ଖାଦ୍ୟ ଅନ୍ବେଷଣରେ ସ୍ବର୍ଣ୍ଣଚୁଡ଼ ସଂରକ୍ଷିତ ଜଙ୍ଗଲରୁ ଆସି ବାଟବଣା ହୋଇଯାଇଥିଲା। ଜଙ୍ଗଲକୁ ଫେରି ନ ପାରି ସହର ଭିତରକୁ ପଶିଯାଇଥିଲା। ଘାଟଘରସାହି ଅଞ୍ଚଳର ଗୟାଧର ବେହେରା ଭୋର ସମୟରେ ପ୍ରାତଃଭ୍ରମଣ କରୁଥିଲେ। ଏହି ସମୟରେ ଜଗନ୍ନାଥ ବଡ଼ଦାଣ୍ଡରେ ଥିବା ଶଙ୍କରାଖୁଣ୍ଟା ପୋଖରୀ ନିକଟରେ ଭାଲୁଟି ତାଙ୍କୁ ଆକ୍ରମଣ କରିବା ପାଇଁ ଗୋଡ଼ାଇଥିଲା। ସେ ଉପସ୍ଥିତ ବୁଦ୍ଧି ଖଟାଇ ପୋଖରୀକୁ ଡେଇଁ ପଡ଼ି ଜୀବନ ବଞ୍ଚାଇଥିଲେ। ସେହିପରି ବାଇପାସ୍‌ ରାସ୍ତାରେ ମୁନା ଦାସ ନାମକ ଜଣେ ବ୍ୟକ୍ତି ଫୁଲ ତୋଳିବା ପାଇଁ ଆସିଥିବା ବେଳେ ଭାଲୁ ଗୋଡ଼ାଇବାରୁ ପଡ଼ିଯାଇ ଆହତ ହୋଇଛନ୍ତି। ତେବେ ଭାଲୁକୁ ନେଇ ସହରବାସୀ ଭୟଭୀତ ଅବସ୍ଥାରେ ଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏସ୍‌ସିଏସ୍‌ କଲେଜ: ଏମ୍‌ଫିଲ୍‌ ପାଠ୍ୟକ୍ରମକୁ ମିଳୁନି ମଞ୍ଜୁରୀ: ଅନ୍ଧାରରେ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ

ପୁରୀ ଅଫିସ, ୨୪ା୭: ସାମନ୍ତ ଚନ୍ଦ୍ରଶେଖର ସ୍ବୟଂଶାସିତ ମହାବିଦ୍ୟାଳୟ(ଏସ୍‌ସିଏସ୍‌)ରେ ଏମ୍‌ଫିଲ୍‌ ପାଠ୍ୟକ୍ରମ ଖୋଲିବାର ଦୁଇବର୍ଷ ବିତିଗଲାଣି। ମାତ୍ର ବର୍ତ୍ତମାନ ସୁଦ୍ଧା ଏହାକୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ମଞ୍ଜୁରୀ...

ମରଣାନ୍ତକ ଆକ୍ରମଣ ମାମଲାରେ ୫ବର୍ଷ ଜେଲ

କେନ୍ଦୁଝର,୧୦ା୩ (ସ୍ବ.ପ୍ର.):  କେନ୍ଦୁଝର ଚିଫ ଜୁଡିସିଆଲ ମାଜିଷ୍ଟ୍ରେଟ ରଞ୍ଜୁଲତା ଲେଙ୍କା ଏକ ମରଣାନ୍ତକ ଆକ୍ରମଣ ଘଟଣାର ବୁଧବାର ରାୟ ଶୁଣାଇ ଅଭିଯୁକ୍ତ ଲଛମନ ପରିଡାଙ୍କୁ ୫ବର୍ଷ ସଶ୍ରମ...

ସୈନ୍ୟବାହିନୀରେ ଚାକିରି ପାଇଁ ଜାଲିଆତି, ୭ ଗିରଫ

ଗୋପାଳପୁର,୬।୪: ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକ ଗୋଳାବନ୍ଧସ୍ଥିତ ଆର୍ମି ଏଡି କଲେଜରେ ସୈନ୍ୟବାହିନୀରେ ଚାକିରି ପାଇଁ ଜାଲିଆତି କରିବା ଅଭିଯୋଗରେ ଗୋପାଳପୁର ଥାନା ପୋଲିସ ସୋମବାର...

ରାଜ୍ୟରେ ୯୮ ପ୍ରତିଶତ ନମୁନାରେ ଓମିକ୍ରନ ଭାରିଆଣ୍ଟ

ଭୁବନେଶ୍ୱର,୧୧।୨(ବ୍ୟୁରୋ): ରାଜ୍ୟରେ ୯୮ ପ୍ରତିଶତ ନମୁନାରେ ଓମିକ୍ରନ ଭୂତାଣୁ ରହିଛି। ଏହା ଡେଲଟା ଭୂତାଣୁଠୁ ବହୁ ଆଗରେ। ଇନ୍‌ଷ୍ଟିଚ୍ୟୁଟ ଅଫ ଲାଇଫ ସାଇନ୍ସର ଜିନୋମ ସିକ୍ୱେନସିଂରୁ...

ରାଜ୍ୟରେ ପୁଣି ବଢିଲା ସଂକ୍ରମଣ

ଭୁବନେଶ୍ୱର,୧୪।୭(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ପ୍ରତିଦିନ ରେକର୍ଡ ଭାଙ୍ଗୁ ଥିବାବେଳେ କିଛିଦିନ ହେବ ସଂକ୍ରମଣ ମାତ୍ରା କିଛିଟା କମିଛି। ବୁଧବାର ରାଜ୍ୟରେ ୨୦୭୪ କରୋନା ଆକ୍ରାନ୍ତ...

କୋଣାର୍କରେ ଏନ୍‌ଡିଆରଏଫ୍‌ ଟିମ୍‌ : ଲୋକଙ୍କୁ ସତର୍କ କଲା ପ୍ରଶାସନ

ପୁରୀ ଅଫିସ,୧୯ା୫: ସ୍ଥଳଭାଗ ମୁହଁ। ହେଉଛି ସାମୁଦ୍ରିକ ବାତ୍ୟା ଅମ୍ଫନ। ଏହାକୁ ଦୃଷ୍ଟିରେ ରଖି ପୁରୀ ଜିଲା ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି। ସବୁ ବ୍ଲକରେ...

ମଧ୍ୟାହ୍ନଭୋଜନ ବାକିରେ ଚାଲିଛି

ରାଜନଗର,୨୯ା୩(ଡି.ଏନ.ଏ.): ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ବିଦ୍ୟାଳୟରେ ପାଠ ପଢୁଥିବା ସମସ୍ତ ଛାତ୍ରୀଛାତ୍ରଙ୍କୁ ସରକାର ମଧ୍ୟାହ୍ନଭୋଜନ ଯୋଗାଇ ଦେଉଛନ୍ତି। ସରକାର ବିଦ୍ୟାଳୟ ପଏଣ୍ଟରେ ଚାଉଳ ପହଞ୍ଚାଇ...

ସରକାରୀ କର୍ମଚାରୀଙ୍କ ଘରୁ ମିଳିଲା ୭ କୁଇଣ୍ଟାଲ ଗଞ୍ଜେଇ

ଉମରକୋଟ,୨୮।୨: ଉମରକୋଟ ପୋଲିସ ଗଞ୍ଜେଇ ରଖିବା ଅଭିଯୋଗରେ ୪ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଚାନ୍ଦିୟାବେଡା ଗ୍ରାମର ରବି ନାରାୟଣ ସମରଥ ତାଙ୍କ ଭାଇ...

Advertisement
Archives

Model This Week