ନନ୍ଦନକାନନରେ ଭାଲୁ ଆକାଶର ମୃତ୍ୟୁ

ବାରଙ୍ଗ,୨୬।୪(ଡି.ଏନ୍‌.ଏ.): ନନ୍ଦନକାନନରେ ୧୬ ନମ୍ବର ଖୁଆଡରେ ରହୁଥିବା ଅଣ୍ଡିରା ଭାଲୁ ଆକାଶର ମଙ୍ଗଳବାର ସକାଳେ ମୃତ୍ୟୁ ହୋଇଛି। ଆକାଶ ଗତ ଏକ ସପ୍ତାହ ହେଲା ନିମୋନିଆ ରୋଗରେ ଅସୁସ୍ଥ ଥିଲା। ତେବେ ତାକୁ ଖୁଆଡ ଭିତରୁ କାଢି ଆଣି ଭେଟେନାରୀ ବିଭାଗର ଆଇପି ଓାର୍ଡରେ ରଖି ଚିକିତ୍ସା କରାଯାଉଥିଲା । ଅଧିକ ଗୁରୁତର ହେବାରୁ ଗତ ୧୯ରେ ଓୟୁଏଟିର ବିଶେଷଜ୍ଞ ଇନ୍ଦ୍ରମଣୀ ନାଥଙ୍କ ନେତୃରେ ଏକ ଟିମ୍‌ ନନ୍ଦନକାନନ ଆସି ଆକାଶର ଚିକିତ୍ସା କରୁଥିଲେ।