ସମୁଦ୍ରକୂଳ ସଫେଇ, ସଚେତନତା

ପୁରୀ ଅଫିସ,୧ା୧୦: ଏନ୍‌ସିସି ପକ୍ଷରୁ ପୁରୀ ବେଳାଭୂମିରେ ପୁନିତ ସାଗର ଅଭିଯାନ କ୍ରମେ ସମୁଦ୍ରକୂଳ ତଥା ହ୍ରଦ, ନଦୀ, ପୁଷ୍କରିଣୀ ଓ ଜଳସ୍ରୋତକୁ ପରିଷ୍କାର ଏବଂ ଅବକ୍ଷୟଯୋଗ୍ୟ ବର୍ଜ୍ୟବସ୍ତୁରୁ ମୁକ୍ତ ରଖିବା ପାଇଁ ସଚେତନତା ସୃଷ୍ଟି କରାଯାଇଛି। ଶୁକ୍ରବାର ପ୍ରାତଃରେ ପୁରୀ ଜିଲା ପ୍ରଶାସନ ଏବଂ ଷଷ୍ଠ ଓଡ଼ିଶା ଏନ୍‌ସିସି ବାଟାଲିୟନର ମିଳିତ ଆନୁକୂଲ୍ୟରେ ଦିଗବାରେଣୀଠାରୁ ଲାଇଟ ହାଉସ ପର୍ଯ୍ୟନ୍ତ ସଫେଇ କରାଯାଇଥିଲା। ଏଥିରେ ୩୫୦ କ୍ୟାଡେଟ୍‌, ୫୦ ଆଲୁମ୍‌ନି, ସେନା, ପୂର୍ବତନ ସେନା ଓ ତଟରକ୍ଷୀ ବାହିନୀ, ନୌସେନା ଏବଂ ବାୟୁସେନାର ୧୦୦ ଜଣ, ଜିଲା ପ୍ରଶାସନ ଓ ପୁରୀ ପୌରପାଳିକାର ଅଧିକାରୀ, ସମୁଦ୍ରକୂଳ ବିକ୍ରେତାଙ୍କ ସମେତ ପର୍ଯ୍ୟଟକମାନେ ସାମିଲ ହୋଇଥିଲେ। ପ୍ଲାଷ୍ଟିକ ଏବଂ ଅବକ୍ଷୟଯୋଗ୍ୟ ବର୍ଜ୍ୟବସ୍ତୁ ସଂଗ୍ରହ କରାଯାଇ ପୁରୀ ପୌର ପାଳିକାର ପ୍ରତିନିଧିଙ୍କୁ ହସ୍ତାନ୍ତର କରାଯାଇଥିଲା।
ଏହି କାର୍ଯ୍ୟକ୍ରମର ପ୍ରଚାର ପ୍ରସାର ପାଇଁ କ୍ୟାଡେଟମାନେ ନୁକ୍କଡ ନାଟକ ‘ଜଳ ଲକ୍ଷ୍ୟ ତଳେ ଜୀବନ’ ଏବଂ ‘ସ୍ବଚ୍ଛ ସାଗର ସୁରକ୍ଷିତ ସାଗର’ ପରିବେଷଣ କରିଥିଲେ। ପୁରୀ ବେଳାଭୂମିର ସୁବର୍ଣ୍ଣ ବାଲି ବର୍ଜ୍ୟବସ୍ତୁ ଦ୍ୱାରା ନଷ୍ଟ ହେବା ବିରୋଧରେ ଏନ୍‌ସିସି କ୍ୟାଡେଟମାନେ ବିକ୍ରେତା ଓ ପର୍ଯ୍ୟଟକଙ୍କୁ ସଚେତନ କରାଇଥିଲେ। ଏନ୍‌ସିସି କ୍ୟାଡେଟ୍‌ ଶୁଭେନ୍ଦୁ ଶଙ୍କର ପ୍ରଧାନଙ୍କୁ ଡିଜି ଏନ୍‌ସିସି ପଦକ ପ୍ରଦାନ ସହ ପୁନିତ ସାଗର ଯୋଡ଼ା ଭାବେ ମନୋନୀତ କରାଯାଇଥିଲା। ବର୍ଷ ବର୍ଷ ଧରି ସମୁଦ୍ରକୂଳ ପରିଷ୍କାର ରଖିବାରେ ଉତ୍ସର୍ଗୀକୃତ ହୋଇଥିବାରୁ ପୁରୀ ମ୍ୟୁନିସିପାଲିଟିକୁ ଏନ୍‌ସିସି ଡିଜି ପୁରସ୍କୃତ କରିଥିଲେ। ଏହି ଅବସରରେ ବାଲୁକା ଶିଳ୍ପୀ ମାନସ ସାହୁଙ୍କ ଦ୍ୱାରା ବାଲୁକା କଳା କରାଯାଇଥିଲା। ଏହି ଉତ୍ସବରେ ଏନ୍‌ସିସି ମହାନିର୍ଦ୍ଦେଶକ ଲ୍ୟୁଟନାଣ୍ଟ ଜେନେରାଲ ଗୁରୁବୀର ପାଲ୍‌ ସିଂ, ଓଡ଼ିଶା ଏନ୍‌ସିସି ନିର୍ଦ୍ଦେଶାଳୟର ଡେପୁଟି ଡାଇରେକ୍ଟର ଜେନେରାଲ କମୋଡୋର ସୋମନ ବାନାର୍ଜୀ, ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ଜିଲାପାଳ ସମର୍ଥ ବର୍ମା, ଅତିରିକ୍ତ ଜିଲାପାଳ ପ୍ରଦୀପ କୁମାର ସାହୁ ଏବଂ ଜିଲା କ୍ରୀଡ଼ା ଅଧିକାରୀ ଚନ୍ଦନ କୁମାର ସାହୁ ଯୋଗଦେଇଥିଲେ। ପୁରୀ ବେଳାଭୁମି ପରିଷ୍କାର ରଖିବାକୁ ଏନ୍‌ସିସି ଡିଜି ଆହ୍ବାନ ଦେଇଥିଲେ। କାର୍ଯ୍ୟକ୍ରମକୁ ଷଷ୍ଠ ଓଡ଼ିଶା ବାଟାଲିୟନ ଏନ୍‌ସିସିର କମାଣ୍ଡିଂ ଅଫିସର ଲ୍ୟୁଟନାଣ୍ଟ କଲୋନେଲ ପ୍ରସୁନ କୁମାର ପଣ୍ଡା ସଂଯୋଜନା ଏବଂ କ୍ୟାପ୍‌ଟେନ୍‌ ଡ. ଶୁଭେନ୍ଦୁ ମିଶ୍ର ଓ ସୁବେଦାର ମେଜର ରୋହତଶ ସହଯୋଗ କରିଥିଲେ। ଜିଲା ପ୍ରଶାସନ ଓ ପୁରୀ ପୌରପାଳିକାର ମିଳିତ ପ୍ରୟାସରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ପୁରୀ ବେଳାଭୂମିକୁ ଷଷ୍ଠ ଓଡ଼ିଶା ବାଟାଲିୟନ ଏନ୍‌ସିସିର କ୍ୟାଡେଟମାନେ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି। ଏହାକୁ ପରିଷ୍କାର ଓ ପ୍ଲାଷ୍ଟିକମୁକ୍ତ ରଖିବା ଲାଗି ପର୍ଯ୍ୟଟକ ଏବଂ ସ୍ଥାନୀୟ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ଏନ୍‌ସିସି ପ୍ରତିଶ୍ରୁତି ଦେଇଛି। ଏହାର ମୁକାବିଲା ପାଇଁ ଏନ୍‌ସିସି ମିଳିତ ଜାତିସଂଘର ପରିବେଶ କାର୍ଯ୍ୟକ୍ରମ (ୟୁଏନ୍‌ଇପି) ସହିତ ଏମ୍‌ଓୟୁ ସ୍ବାକ୍ଷର କରାଯାଇଥିବା ଏନ୍‌ସିସି ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରକ୍ତଦାନ, ମହାପୁଣ୍ୟ: ସ୍ବେଚ୍ଛାକୃତ ରକ୍ତଦାନ ଶିବିରରେ ୪୧ ୟୁନିଟ ରକ୍ତ ସଂଗ୍ରହ

ଦିଗପହଣ୍ଡି,୨।୪(ଅଶେଷ ନାଥ ମିଶ୍ର): ଓଡ଼ିଶା ଦିବସ ଅବସରରେ ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମ ଗଣିଆନାଳ ଛକର ମା’ ପିତାମ୍ବରୀ ବଣିକ ସଂଘ ପକ୍ଷରୁ ସ୍ଥାନୀୟ ପ୍ରାଥମିକ ବିଦ୍ୟାଳୟ…

ଚୋରାରେ ଚାଲିଛି ଗ୍ୟାସ୍‌ କାରବାର, ୯୦ ଘରୋଇ ସିଲିଣ୍ଡର ଜବତ

ମୋହନା,୨ା୪(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଅଞ୍ଚଳରୁ ଗୋଟିଏ ଗାଁରୁ ୯୦ଟି ଘରୋଇ ସିଲିଣ୍ଡର ଜବତ ହୋଇଛି। ଇରାନ ଓ ଆମେରିକା ଯୁଦ୍ଧ ଲାଗିବା ପରଠାରୁ…

ଓରାକଲ୍‌ରୁ ଆମାଜନ୍‌ ଯାଏ ଛଟେଇ: ନିଯୁକ୍ତି ହରାଇଲେଣି ୧୨୦୦୦ ଭାରତୀୟ

ନୂଆଦିଲ୍ଲୀ , ୨ା୪:ଆଇଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ପେସାଦାରଙ୍କ ପାଇଁ ଏବେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବର୍ତ୍ତମାନ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ଓଡ଼ିଆକୁ ଜାଣ, ଓଡ଼ିଶାକୁ ଜାଣ: କାଶୀ ବିଶ୍ୱବିଦ୍ୟାଳୟରେ ଶୁଭିଲା ଓଡ଼ିଆଙ୍କ ସ୍ବର

ଭୁବନେଶ୍ୱର,୨।୪(ସୌମ୍ୟରଞ୍ଜନ ରାଉତ):ଓଡ଼ିଶା ଦିବସ ପାଳନ ଅବସରରେ ‘ଓଡ଼ିଆକୁ ଜାଣ, ଓଡ଼ିଶାକୁ ଜାଣ’ ଶୀର୍ଷକ ୨ଦିନିଆ ଜାତୀୟ ସମ୍ମିଳନୀର ୨ୟ ସଂସ୍କରଣ କାଶୀ ହିନ୍ଦୁ ବିଶ୍ବବିଦ୍ୟାଳୟ ବାରାଣସୀରେ ଉଦ୍‌ଘାଟିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri