‘ଓଡ଼ିଶାରେ ସାମୁଦ୍ରିକ ବାୟୋ ଟେକ୍ନୋଲୋଜି ଉତ୍କର୍ଷ କେନ୍ଦ୍ର ହେଉ’

ଭୁବନେଶ୍ୱର, ୧୩।୧୧(ବ୍ୟୁରୋ): ରାଜ୍ୟରେ ସାମୁଦ୍ରିକ ବାୟୋ ଟେକ୍ନୋଲୋଜି ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରିବା ନିମନ୍ତେ ବିଜ୍ଞାନ ଓ କାରିଗରି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି। ଶୁକ୍ରବାର ନୂଆଦିଲ୍ଲୀଠାରେ ବିଜ୍ଞାନ ତଥା କାରିଗରି ମନ୍ତ୍ରଣାଳୟ ଆନୁକୂଲ୍ୟରେ ଆୟୋଜିତ ଜୀବ ବିଜ୍ଞାନ ପ୍ରତିଷ୍ଠାନ, ଭୁବନେଶ୍ୱରର ବିଂଶତମ ବାର୍ଷିକ ସାଧାରଣ ଅଧିବେଶନରେ ବକ୍ତବ୍ୟ ରଖି ମନ୍ତ୍ରୀ ପଣ୍ଡା କହିଛନ୍ତି, ରାଜ୍ୟର ବିସ୍ତୀର୍ଣ୍ଣ ବେଳାଭୂମିକୁ ଦୃଷ୍ଟିରେ ରଖି ଜିନ୍‌ ସମ୍ବନ୍ଧୀୟ ଗବେଷଣାର ବିକାଶ, ପରିବେଶ ସଂରକ୍ଷଣ ଏବଂ ପୂର୍ବଘାଟ ସମୁଦ୍ର କୂଳବର୍ତ୍ତୀ ଅଧିବାସୀଙ୍କର ସାମାଜିକ-ଅର୍ଥନୈତିକ ଉନ୍ନତି ତଥା ଜୀବନଧାରାରେ ମାନବୃଦ୍ଧି ସକାଶେ ଏହି ଉତ୍କର୍ଷ କେନ୍ଦ୍ର ପ୍ରମୁଖ ଭୂମିକା ଗ୍ରହଣ କରିବ। ଏହି କେନ୍ଦ୍ର ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଓଡ଼ିଶାର ପ୍ରସ୍ତାବ ରହିଛି। ଅନୁରୂପ ଭାବେ କେନ୍ଦ୍ର ସରକାରଙ୍କ ଆକାଂକ୍ଷୀ ଜିଲା ଅନ୍ତର୍ଭୁକ୍ତ ନବରଙ୍ଗପୁରରେ ‘ଜୀବ ବିଜ୍ଞାନ ପ୍ରତିଷ୍ଠାନ’ ଜନଜାତି ସ୍ବାସ୍ଥ୍ୟ ଓ ପୁଷ୍ଟିସାଧନ ଜାତୀୟ ନେଟ୍‌ୱର୍କ ନିମିତ୍ତ କାର୍ଯ୍ୟ କରୁଥିବା ବେଳେ ସେହି କାର୍ଯ୍ୟକ୍ରମକୁ କନ୍ଧମାଳ ଜିଲାକୁ ସମ୍ପ୍ରସାରଣ କରିବା ପାଇଁ ମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି। ଭୁବନେଶ୍ୱରସ୍ଥିତ ଜୀବ ବିଜ୍ଞାନ ପ୍ରତିଷ୍ଠାନ କୋଭିଡ୍‌ ମହାମାରୀ ସମୟରେ ବ୍ୟାପକ ପରୀକ୍ଷଣ ସାଙ୍ଗକୁ ଡେଲ୍‌ଟା ଭାରିଏଣ୍ଟର ଗବେଷଣା କାର୍ଯ୍ୟରେ ଯଥେଷ୍ଟ ପ୍ରଶଂସା ଅର୍ଜନ କରିଛି ବୋଲି ଦର୍ଶାଇ ମନ୍ତ୍ରୀ ସନ୍ତୋଷ ପ୍ରକଟ କରିଛନ୍ତି।
କେନ୍ଦ୍ର ବିଜ୍ଞାନ, କାରିଗରି ଓ ଭୂ-ବିଜ୍ଞାନ ରାଷ୍ଟ୍ରମନ୍ତ୍ରୀ(ସ୍ବାଧୀନ) ଜିତେନ୍ଦ୍ର ସିଂହ ଏହି ଅଧିବେଶନରେ ଅଧ୍ୟକ୍ଷତା କରି ‘ଜୀବ ବିଜ୍ଞାନ ପ୍ରତିଷ୍ଠାନ’ ଦକ୍ଷତା ବିକାଶ ଓ ତାଲିମ୍‌ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ। ବିଶେଷକରି ନିଯୁକ୍ତି ଆଶାୟୀ ଯୁବପିଢ଼ି ତଥା ବିଜ୍ଞାନ ଶିକ୍ଷକଙ୍କ ପାଇଁ ଉଚ୍ଚତର ପ୍ରଶିକ୍ଷଣ ଯୋଗାଇ ଦେଇ ଜୀବ ବିଜ୍ଞାନ ପ୍ରତିଷ୍ଠାନ କେନ୍ଦ୍ର ସରକାରଙ୍କ କୃଷକଙ୍କ ଆୟବୃଦ୍ଧି, ପୋଷଣ ଅଭିଯାନ, ଆତ୍ମନିର୍ଭର ଭାରତ, ସ୍କିଲ ଇଣ୍ଡିଆ ଓ ଷ୍ଟାର୍ଟଅପ୍‌ ପରି ଯୋଜନାଗୁଡ଼ିକୁ ଅଧିକ ସଶକ୍ତ ଓ ଫଳପ୍ରଦ କରିପାରିବ ବୋଲି ମନ୍ତ୍ରୀ ସିଂହ କହିଥିଲେ। ପ୍ରତିଷ୍ଠାନର ନିର୍ଦ୍ଦେଶକ ଡା. ଅଜୟ ପରିଡ଼ା ବିଭିନ୍ନ ବିଜ୍ଞାନଭିତ୍ତିକ କାର୍ଯ୍ୟକଳାପ ଉପରେ ସୂଚନା ଦେବା ସହ ଏକ ରୋଗ ପ୍ରତିରକ୍ଷା ଶକ୍ତିକୈନ୍ଦ୍ରିକ (ଇମ୍ୟୁନୋଜେନିସିଟି) ପ୍ଲାଟ୍‌ଫର୍ମ ଖୋଲିବା ପାଇଁ ଅନୁମୋଦନ ମିଳିଛି ବୋଲି କହିଥିଲେ। ସମୀକ୍ଷା କମିଟି ଦ୍ୱାରା ପ୍ରତିଷ୍ଠାନର ଅଗ୍ରଗ୍ରାମୀ ବୈଷୟିକ ଦୃଷ୍ଟିକୋଣ ଯଥାର୍ଥ ପରୀକ୍ଷଣ କୌଶଳ ଓ ସମୟଭିତ୍ତିକ କାର୍ଯ୍ୟକ୍ରମଗୁଡ଼ିକୁ ଉଚ୍ଚ ପ୍ରଶଂସା କରାଯାଇଛି ବୋଲି ଡା. ପରିଡ଼ା ପ୍ରକାଶ କରିଥିଲେ। ଏହି ଅଧିବେଶନରେ କେନ୍ଦ୍ର ସରକାରଙ୍କ ବାୟୋ ଟେକ୍ନୋଲୋଜି ବିଭାଗର ସଚିବ ଡ. ରାଜେଶ ଏସ୍‌ ଗୋଖ୍‌ଲେ ଏବଂ ପ୍ରତିଷ୍ଠାନର ବିଜ୍ଞାନ ସଂଯୋଜକ ଡ. ସଞ୍ଜୟ ମିଶ୍ର ବକ୍ତବ୍ୟ ରଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri