Posted inଫୁରସତ

ପ୍ରହ୍ଲାଦ ପରି ହେବାକୁ ହେବ

ଶ୍ରୀରାମଚରିତ ମାନସର ଉତ୍ତରାକାଣ୍ଡରେ ବକ୍ତା କାକଭୁଶୁଣ୍ଡି ଶ୍ରୋତା ଗରୁଡ଼ଙ୍କୁ ନିଜ ଜୀବନୀ କଥା ଶୁଣାଉଥିବା ବେଳେ କଳିଯୁଗର ଭୟାବହତା ବିଷୟରେ ସେ ବର୍ଣ୍ଣନା କରିବାକୁ ଭୁଲି ନ ଥିଲେ l କଳିଯୁଗରେ ଲୋକମାନେ କିଭଳି ବିଧର୍ମୀ ହେବେ, ଅତ୍ୟାଚାରୀ ହେବେ ଏବଂ ନାନା ପ୍ରକାର କୁକାର୍ଯ୍ୟରେ ଲିପ୍ତ ରହିବେ, ବଡ଼ ସାନ ମାନିବେ ନାହିଁ ଆଦି ବିଷୟ କାକଭୁଶୁଣ୍ଡି ମୁଖରୁ ଶୁଣି ସାରିବା ପରେ ଶ୍ରୋତା ଗରୁଡ଼ ଟିକେ ଭୟଭୀତ ହୋଇ ପଚାରିଲେ – ତେବେ ଏ ଖରାପ ଯୁଗଟିକୁ ପ୍ରଭୁ ସୃଷ୍ଟି କରୁଥିଲେ କାହିଁକି?

କାକଭୁଶୁଣ୍ଡି ପୁନଶ୍ଚ କହିଲେ – କଳିଯୁଗଟି ସିନା ଖରାପ, କିନ୍ତୁ ଏହାର ଯେଉଁ ବିଶେଷତ୍ୱ ଅଛି ତାହା ଅନ୍ୟ କେଉଁ ଯୁଗ ନିକଟରେ ନାହିଁ l ଶ୍ରୀମଦ୍ଭାଗବତରେ କଳିଯୁଗର ମାହାତ୍ମ୍ୟ ବର୍ଣ୍ଣନା କରିବାକୁ ଯାଇ ଜଗନ୍ନାଥ ଦାସ କହିଲେ –
ସତ୍ୟ ଯୁଗରେ ତପ ଫଳ l ତ୍ରେତାରେ ଯଜ୍ଞାଦି ସକଳ ll
ଦ୍ୱାପରେ ପରିଚର୍ଯ୍ୟା ମାନ l କଳିରେ ନାମ ସଂକୀର୍ତ୍ତନ ll

ସତ୍ୟ ଯୁଗରେ ମୁକ୍ତିର ମାର୍ଗ ହେଉଛି ତପସ୍ୟା । ଯଜ୍ଞ କଲେ ତ୍ରେତାଯୁଗରେ ମୁକ୍ତି ମିଳୁଥିଲା l ଦ୍ବାପରରେ ପରିଚର୍ଯ୍ୟା କଲେ ମୁକ୍ତି ହାତପାହାନ୍ତାରେ ମିଳୁଥିଲା l କଳିରେ କେବଳ ନାମ କଲେ ହିଁ ମଣିଷ ମୁକ୍ତି ପାଇଯିବ l ଏ ସିଦ୍ଧାନ୍ତ ଉପରେ ତୁଳସୀ ଦାସ ମଧ୍ୟ ମୋହର ମାରି କହିଛନ୍ତି ଯେ କଳିଯୁଗେ କେବଳ ନାମ ପିଆରା l ତୁଳସୀଙ୍କ ଏ ନିଦାନ ପତ୍ରଟି ନିଜସ୍ବ ଅନୁଭୂତିସିଦ୍ଧ l କାରଣ ସେ କଳିଯୁଗର ମଣିଷ ଏବଂ କଳିଯୁଗର କଳୁଷିତ କାଳିମାର ଛିଟା ମଧ୍ୟ ତାଙ୍କ ଠେଇଁ ଲାଗିଛି l

ହିରଣ୍ୟକଶିପୁ ଜଣେ ନାମ ନିନ୍ଦୁକ ଦୈତ୍ୟ ଥିଲା l ଈଶ୍ୱରଙ୍କ ଅସ୍ତିତ୍ୱକୁ ବିଶ୍ୱାସ କରୁ ନ ଥିଲା l ପ୍ରତି ବଦଳରେ ନିଜକୁ ଈଶ୍ୱର ମାନିବା ପାଇଁ ସମସ୍ତଙ୍କୁ ବାଧ୍ୟ କରୁଥିଲା l ତା’ର ଏ ଯୁକ୍ତିର ପ୍ରଚଣ୍ଡ କାରଣ ମଧ୍ୟ ଥିଲା l ତା’ ଦରବାରକୁ ଦେବତା, ମୁନି ଋଷି, ଗନ୍ଧର୍ବ, କିନ୍ନର ଯେ କେହି ବି ଯାଉଥିଲେ ସମସ୍ତେ ହିରଣ୍ୟକଶିପୁର ସ୍ତୁତି ଗାନ କରୁଥିଲେ l ନିଜ ଅସୁର ଜାତି ଭାଇ କିମ୍ବା ଅସୁର ପ୍ରଜା ଏ କାମ କଲେ କିଛି ବାହାଦୁରି ନାହିଁ କିନ୍ତୁ ଯେତେବେଳେ ମୁନି ଋଷି ଏବଂ ଦେବତାମାନେ ତା’ ଭରପୂର ରାଜସଭାରେ ଗୋଟିଏ ଅସୁରର ସ୍ତବ କରିବେ ତେବେ ତାହାର ଗରିମା ବଢ଼ିଯିବା ଥୟ l ସେଥିପାଇଁ ସେ ନିଜକୁ ଈଶ୍ୱର ବୋଲି କହୁଥିଲା l କେବଳ ସେତିକି ନୁହେଁ, ଦିନେ ମହର୍ଷି ନାରଦ ମଧ୍ୟ ତା’ ରାଜସଭାରେ ପହଞ୍ଚତ୍ ତା’ର ମହିମା ଗାନ କରିଥିଲେ l ଏ କଥାଟି ବାସ୍ତବିକ ଶୁଣିବା ବେଳକୁ ଟିକେ ଅଡୁଆ ଅଡୁଆ ଲାଗୁଛି l ଅନ୍ୟ କେହି ଦେବୀଦେବତା ଭୟରେ ଯଦି ହିରଣ୍ୟକଶିପୁର ଗୀତ ଗାଇଲେ ତାହା କିଛି ବଡ଼ କଥା ନୁହେଁ କିନ୍ତୁ ମହର୍ଷି ନାରଦ ଯଦି ସେମିତି କାମ କରନ୍ତି, ତେବେ ତାହା ନିଶ୍ଚିତ ଭାବେ ଲଜ୍ଜାକର ବିଷୟ l

କିନ୍ତୁ ନା, ହିରଣ୍ୟକଶିପୁର ସ୍ତୁତି କରି ନାରଦ କିଛି ଭୁଲ୍‌ କରି ନାହାନ୍ତି l ଅନ୍ୟମାନେ ସିନା ଭୟରେ ସ୍ତୁତି କରୁଥିଲେ କିନ୍ତୁ ନାରଦ ଯେଉଁ ସ୍ତୁତି କରୁଥିଲେ ତାହା ଭୟ ଯୋଗୁ ନୁହେଁ l ତାହା ଥିଲା ଭକ୍ତି ସମ୍ଭୂତ l ତ୍ରିକାଳଦର୍ଶୀ ନାରଦ ଭଲ ଭାବରେ ଜାଣିଥିଲେ ଯେ ଏ ଯେଉଁ ଅସୁର ହିରଣ୍ୟକଶିପୁ ନା, ତା’ ଭିତରୁ ଦିନେ ଉଦ୍ଭବ ହେବେ ଯୁଗାନ୍ତକାରୀ ଭକ୍ତ ପ୍ରହ୍ଲାଦ l ଯାହା ହେଲେ ବି ପ୍ରହ୍ଲାଦ ଜନ୍ମର ମାଧ୍ୟମ କିଏ ହେବେ? ନିଜେ ହିରଣ୍ୟକଶିପୁ l ତେଣୁ ସେଇ ଭାବରେ ନାରଦ ତାଙ୍କୁ ପ୍ରଶଂସା ବା ସ୍ତୁତି କରୁଥିଲେl

ସନ୍ଥ ତୁଳସୀ ହିରଣ୍ୟକଶିପୁକୁ କଳିଯୁଗ ସହ ତୁଳନା କରିଛନ୍ତି l ପ୍ରହ୍ଲାଦକୁ କଳିଯୁଗର ପୁତ୍ର ବୋଲି ସମ୍ବୋଧିତ କରିଛନ୍ତି l ଏହାର ତତ୍ତ୍ୱ ବଡ଼ ଗଭୀର l ହିରଣ୍ୟକଶିପୁ ଯଦି କଳିଯୁଗ ହେବ ତେବେ ତାଙ୍କ ପୁତ୍ରକୁ କଳିଯୁଗର ପୁତ୍ର ଭାବେ ଚିହ୍ନିତ କରିବାର କି ଅଭିପ୍ରାୟ ଅଛି?

ପାଠକେ ! ଏହା ସତ୍ୟ ଯେ କଳିଯୁଗରେ ଯେତେ ଯାହା ଅନ୍ୟାୟ ଅନୀତି ଘଟୁଛି, ତାହା ପ୍ରାୟ ହିରଣ୍ୟକଶିପୁର କାର୍ଯ୍ୟଧାରା ପରି l କିନ୍ତୁ ତାକୁ ଶେଷରେ ବୁଦ୍ଧି ଶିଖାଇଥିଲା କିଏ? ନା ତା’ରି ଔରସରୁ ଜନ୍ମ ପ୍ରହ୍ଲାଦ l ଠିକ୍‌ ସେହିପରି କଳିଯୁଗର ପ୍ରଭାବକୁ କାଟିବା ପାଇଁ ହେଲେ ଆମକୁ ଜଣେ ଜଣେ ପ୍ରହ୍ଲାଦଙ୍କ ପରି ସାଧନା କରିବାକୁ ପଡିବ l ହିରଣ୍ୟକଶିପୁ ନିଜ ପୁତ୍ର ପ୍ରହ୍ଲାଦର ସାଧନାରେ କେତେ ବ୍ୟାଘାତ ନ ପହଞ୍ଚାଇଛି, କେତେ କଷ୍ଟ ତାକୁ ନ ଦେଇଛି l କିନ୍ତୁ ଏ ସବୁରେ ବି ପ୍ରହ୍ଲାଦ ନିଷ୍ଠାପର ଭାବେ ତା’ ସାଧନାରେ ବ୍ରତୀ ରହିଛି ଶେଷ ଯବନିକା ପଡ଼ିବା ପର୍ଯ୍ୟନ୍ତ l କେବେ ହତୋତ୍ସାହିତ ହୋଇନି କି ନିଜ ସାଧନାକୁ ଅଧାରେ ଛାଡି ଅନ୍ୟ କେଉଁ ମାର୍ଗରେ ପଳାଇ ଯାଇନି l ପିଲାଟିଏ କିନ୍ତୁ ମାନିବାକୁ ପଡିବ ସାଧନା ପ୍ରତି ଥିବା ତା’ ସମର୍ପିତ ବିଶ୍ୱାସକୁ l
ସେ ଯୁଗରେ ହିରଣ୍ୟକଶିପୁ ଏବଂ ପ୍ରହ୍ଲାଦ – ଦୁଇଜଣ ଅଲଗା ଥିଲେ l ଦୁଇଟି ଶରୀର ଥିଲା କିନ୍ତୁ ଏବେ ଅର୍ଥାତ୍‌ ଏ କଳିଯୁଗରେ ଆମେ ହିଁ ହିରଣ୍ୟକଶିପୁ ଏବଂ ଆମେ ହିଁ ପ୍ରହ୍ଲାଦ l ଆମେ ହିରଣ୍ୟକଶିପୁ ପରି ଅନ୍ୟାୟ ଅତ୍ୟାଚାର କରୁଛୁ ପୁଣି ଯେତେବେଳେ ଚେତନା ଆସୁଛି ସେତେବେଳେ ସାଧନାରେ ଲାଗିପଡୁଛୁ l ବର୍ଷେ ଦି ବର୍ଷ ସାଧନା ପରେ ଯଦି କିଛି ଅନୁଭବ ନ ହେଉଛି କିମ୍ବା ଆମ ସାଧନାରେ କିଏ ବାରମ୍ବାର ବିଘ୍ନ ସୃଷ୍ଟି କରୁଛି ତେବେ ଆମେ ଭାଙ୍ଗି ପଡୁଛେ l ଜପ ବା ପ୍ରାର୍ଥନା ଆଦି ସାଧନା କରୁଥିବା ସମସ୍ତ ସାଧକ କ’ଣ ସିଦ୍ଧି ପାଇ ପାରନ୍ତି? ଯିଏ ପ୍ରହ୍ଲାଦ ପରି ଲାଗିକରି ରୁହେ ଶେଷରେ ସେ ପାଷାଣ ଅର୍ଥାତ୍‌ ସ୍ତମ୍ଭ ଆଦି ଦେହରେ ବି ଈଶ୍ୱରଙ୍କ ଅସ୍ତିତ୍ୱକୁ ଅନୁଭବ କରିପାରେ l ଶହେ ଜନ୍ମ ବିତିଗଲେ ବି ଆମେ କେବେ ହିରଣ୍ୟକଶିପୁ ପରି ହୋଇ ପାରିବା ନାହିଁ l ସ୍ତମ୍ଭ ଉପରେ ସେ ଗଦା ପ୍ରହାର କଲା l ବାହାରିଲେ ନୃସିଂହ ଭଗବାନ୍‌ l ଆମେ ସେମିତି ଏକ ସ୍ତମ୍ଭ ଉପରେ ପ୍ରହାର କଲେ କେବଳ କଂକ୍ରିଟ, ରଡ ଏବଂ ଗୋଡ଼ି ହିଁ ବାହାରିବ। ଆମେ କିନ୍ତୁ ପ୍ରହ୍ଲାଦ ହୋଇ ନାମ ଜପି ପାରିବା l ଭଗବତ ଦର୍ଶନ ସହିତ କଳିଯୁଗର ପ୍ରଭାବରୁ ମୁକ୍ତି ପାଇପାରିବା l

-ଦିବ୍ୟାଲୋକ ସନ୍ଧାନେ, ରାମନଗର, ତେଲେଙ୍ଗାପେଣ୍ଠ, କଟକ
ମୋ:୯୭୭୭୭୯୭୮୪୧


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri