ସମନ୍ବୟରେ ହେଉ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ

ପୁରୀ ଅଫିସ,୨୫।୫: ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀ ମଙ୍ଗଳବାର ଗୋବର୍ଦ୍ଧନ ମଠକୁ ଯାଇ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀଙ୍କୁ ଭେଟିଛନ୍ତି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କୁ ନେଇ ବିସ୍ତୃତ ଭାବେ ଆଲୋଚନା ହୋଇଛି। ଶଙ୍କରାଚାର୍ଯ୍ୟ ସମସ୍ତ ପକ୍ଷଙ୍କୁ ଶୁଣି ସାରିବା ପରେ ପ୍ରକଳ୍ପ କାର୍ଯ୍ୟ ସମନ୍ବୟରେ ହେଉ ବୋଲି ମତ ରଖିଛନ୍ତି।
ସୋମବାର ଶଙ୍କରାଚାର୍ଯ୍ୟଙ୍କୁ ଗଜପତି ମହାରାଜା ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭେଟି ପରିକ୍ରମା ପ୍ରକଳ୍ପ ସମ୍ପର୍କରେ ଅବଗତ କରାଇବା ପରେ ସେ ଉଭୟ ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ଉପସ୍ଥିତିରେ ଆଲୋଚନା ହେଉ ବୋଲି କହିଥିଲେ। ଏହିକ୍ରମରେ ସର୍ବଦଳୀୟ ପ୍ରତିନିଧି ଦଳ ଓ ପରିକ୍ରମା ପ୍ରକଳ୍ପର ଅଂଶୀଦାରମାନେ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଥିବା ଜଣାପଡ଼ିଛି। ଏହି ବୈଠକରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ନ୍ୟାୟିକ ଦିଗ ଉପରେ ଆଲୋଚନା ହେବା ସହ ସମସ୍ତ ଅଂଶୀଦାରଙ୍କୁ ପୃଥକ ପୃଥକ ଭାବେ ପ୍ରକଳ୍ପ ସମ୍ପର୍କରେ ପ୍ରଶ୍ନ କରାଯାଇଥିଲା। ଓବିସିସି ଏବଂ ଏଏସ୍‌ଆଇ ଅଧିକାରୀଙ୍କୁ ମଧ୍ୟ ପ୍ରଶ୍ନ କରାଯାଇଛି। ତେବେ ଏହି ବୈଠକରେ ମିଶ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଅନେକ ବ୍ୟକ୍ତି ପ୍ରକଳ୍ପକୁ ସମର୍ଥନ କରିଥିବା ବେଳେ ଅନେକେ ଏହାକୁ ବେଆଇନ ବୋଲି କହିଛନ୍ତି। ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ କହିଛନ୍ତି, ପ୍ରକଳ୍ପ କାର୍ଯ୍ୟରେ ଯାହା ଘଟିଯାଇଛି ତାହାକୁ ଭୁଲି ଆଗକୁ କିଭଳି ଭାବେ କାର୍ଯ୍ୟ ଶେଷ କରାଯାଇପାରିବ ସେନେଇ ଚିନ୍ତା କରିବା ଦରକାର। ୫ ହଜାର ପରିବାର ଶ୍ରୀମନ୍ଦିର ଉପରେ ନିର୍ଭର କରି ଚଳନ୍ତି। ଏଣୁ ପ୍ରକଳ୍ପ କାର୍ଯ୍ୟ ସୁରୁଖୁରୁରେ ସରୁ। ସଭିଁଙ୍କ ସମନ୍ବୟରେ କାମ ସରିବା ଦରକାର ବୋଲି ସେ ମତ ରଖିଛନ୍ତି। ଅନ୍ୟପକ୍ଷରେ ଐତିହ୍ୟ ଗବେଷକ ଅନୀଲ ଧର କହିଛନ୍ତି, ଖୁବ୍‌ କମ୍‌ ଲୋକ ପ୍ରକଳ୍ପ ସପକ୍ଷରେ ବାହାରିଥିବା ବେଳେ ଅଧିକ ଲୋକେ ବିରୋଧ କରିଛନ୍ତି। ଗୁରୁଜୀ ଏକ ସ୍ପଷ୍ଟ ଚିତ୍ର ପାଇଛନ୍ତି। ଆଧ୍ୟାତ୍ମିକ, ନ୍ୟାୟିକ ଦିଗ ଉପରେ ଆଲୋଚନା ହେଲା। ପରିକ୍ରମା ପ୍ରକଳ୍ପ କରିବା ବେଳେ ୮ଟି ଆଇନର ଉଲ୍ଲଂଘନ ହୋଇଛି। ପ୍ରକଳ୍ପକୁ ୬ଟି କେନ୍ଦ୍ର ଆଇନ ଓ ୨ଟି ରାଜ୍ୟ ଆଇନ ଅନୁମତି ଦେଉନାହିଁ। ସେହିଭଳି ସୁପ୍ରିମକୋର୍ଟ କେବେ ହେଲେ ଆଇନ ଭାଙ୍ଗି କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେବେ ନାହିଁ। ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଆଜି ହିଁ ବନ୍ଦ ହେବା ଦରକାର। ଏକ ଏକ୍ସପର୍ଟ କମିଟି ଗଠନ କରାଯିବାକୁ ସେ ମତ ଦେଇଛନ୍ତି। ବିଶିଷ୍ଟ ସ୍ଥପତି ପଦ୍ମବିଭୂଷଣ ସୁଦର୍ଶନ ସାହୁ କହିଛନ୍ତି, ଆଇନର ଊର୍ଦ୍ଧ୍ୱରେ କେହି ନୁହନ୍ତି। ମାତ୍ର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସୁରୁଖୁରୁରେ ଶେଷ ହେବା ଦରକାର। କାଶୀ ବିଶ୍ୱନାଥରେ ମଧ୍ୟ ବାଦ ବିବାଦରେ ବିକାଶ ହୋଇଛି। ଅନ୍ୟପକ୍ଷରେ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି, ସମନ୍ବୟରେ କାର୍ଯ୍ୟ ହେବାରେ କୌଣସି ସମସ୍ୟା ନାହିଁ। ମାତ୍ର ୫ ଜଣ ବ୍ୟକ୍ତି ସମନ୍ବୟ କରି ଗୋଟିଏ ଭୁଲ କଲେ ତାହାକୁ କିଭଳି ଭାବେ ଗ୍ରହଣ କରାଯିବ। ଆଇନସମ୍ମତ କାର୍ଯ୍ୟ ହେବା ଦରକାର। ଅନ୍ୟପକ୍ଷରେ ମହାପ୍ରଭୁଙ୍କ ଇଚ୍ଛାରେ କାର୍ଯ୍ୟ ହେଉଥିବା ଓବସିସି ଅଧିକାରୀ କହିଥିବା ବେଳେ ମାମଲା ବିଚାରାଧୀନ ଥିବାରୁ କୌଣସି ପ୍ରତିକ୍ରିୟା ଦେବାକୁ ଏଏସଆଇ ଅଧିକାରୀ ମନା କରିଦେଇଥିଲେ।
ସୂଚନାଯୋଗ୍ୟ, ଜଗଦ୍‌ଗୁରୁଙ୍କୁ ସୋମବାର ସନ୍ଧ୍ୟାରେ ଗଜପତି ମହାରାଜା ଦିବ୍ୟସିଂହ ଦେବ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ, ଜିଲାପାଳ ସମର୍ଥ ବର୍ମା, ଏସ୍‌ପି କନୱର ବିଶାଲ ସିଂ ଏବଂ ପରିଚାଳନା କମିଟି ସଦସ୍ୟ ଭେଟିଥିଲେ। ସେମାନେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମ୍ପର୍କରେ ଆଲୋଚନା କରିବା ସହ ଏକ ଭିଡିଓ ଦେଖାଇ ବିସ୍ତୃତ ସୂଚନା ଦେଇଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

କୋକସରାରେ ବର୍ଷା ବିତ୍ପାତ, ଘରେ ପଶିଲା ପାଣି

କୋକସରା,୨୩।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାରଠାରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁ କଳାହାଣ୍ଡି ଜିଲା କୋକସରା ଅଞ୍ଚଳରେ ବେହାଳ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରାୟ ୩୦ ଘଣ୍ଟାରୁ…

ଲୋକଙ୍କୁ ବିକୁଥିଲେ ନକଲି ବ୍ରାଣ୍ଡ୍‌ ଘଣ୍ଟା, ୪ଜଣଙ୍କୁ ବାନ୍ଧିଲା ପୋଲିସ

ରାଉରକେଲା,୨୩।୮(ସଙ୍ଗୀତା ଜେନା): ନକଲି ବ୍ରାଣ୍ଡ୍‌ ଘଣ୍ଟା ବିକ୍ରି ଅଭିଯୋଗରେ ପ୍ଲାଣ୍ଟସାଇଟ୍‌ ଥାନା ପୋଲିସ ୪ ଜଣଙ୍କୁ ରବିବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିଶ୍ରା ଜିନତ…

ବସ୍‌ଷ୍ଟାଣ୍ଡରେ ବିକୁଥିଲେ କଫ୍‌ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଶନିବାର ରାତିରେ ବେଆଇନ ଭାବେ ଚାଲିଥିବା କଫସିରପ୍‌ କାରବାରକୁ ଠାବ କରିଛି। ପୋଲିସ ଏହି କାରବାରରେ ୨ଜଣ…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ବସରୁ ଜବତ ହେଲା ୭ କାର୍ଟୁନ ଗୁଟଖା, ଅଡ଼ବା ପୋଲିସ…

ମୋହନା,୨୩।୮(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ପୋଲିସ ପକ୍ଷରୁ ଅବୈଧ ଭାବେ ଗୁଟଖା ଚାଲାଣ ବିରୋଧରେ ଚଢ଼ାଉ କରାଯାଇ ୭ ଗୋଟି ଗୁଟଖା କାର୍ଟୁନ ଜବତ କରିଛି…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri