ସାବଧାନ ! ଭାକ୍ସିନ୍‌ ମିକ୍ସିଂ ହେବ ଭୟଙ୍କର, ଡବ୍ଲ୍ୟୁଏଚ୍‌ଓର ଚେତାବନୀ…

ଜେନେଭା,୧୩।୭: କରୋନା ମହାମାରୀ ସଂକ୍ରମଣରୁ ଦୂରେଇ ରହିବା ଲାଗି ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ଏପରିସ୍ଥଳେ ୨ ଭିନ୍ନ ଭିନ୍ନ ଭାକ୍ସିନ୍‌ ନେଲେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିବ ବୋଲି କୁହାଯାଉଥିବା ରିପୋର୍ଟକୁ ନେଇ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ଚେତାବନୀ ଦିଆଯାଇଛି। ଭାକ୍ସିନ୍‌ ମିକ୍ସିଂ ପ୍ରତି ସାବଧାନ ରହିବାକୁ ଡବ୍ଲ୍ୟୁଏଚ୍‌ଓ କହିଛି। ଏନେଇ ଅଧିକ ପରୀକ୍ଷା ନିରୀକ୍ଷା କରାଯାଇ ନାହିଁ। ଏଭଳି କରିବା ଅତି ଭୟଙ୍କର ହେବ ବୋଲି ଡବ୍ଲ୍ୟୁଏଚ୍‌ଓ ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ବାମୀନାଥନ୍‌ ସୂଚନା ଦେଇଛନ୍ତି। ଇତିମଧ୍ୟରେ ୟୁରୋପରେ ପ୍ରଥମ କରି ଜର୍ମାନୀରେ ଭାକ୍ସିନ୍‌ ମିକ୍ସିଂ ପାଇଁ ଅନୁମତି ପ୍ରଦାନ କରାଯାଇଛି। ଏଠାରେ ଆଷ୍ଟ୍ରାଜେନିକା, ମଡ଼ର୍ନା ଏବଂ ଫାଇଜର ଭାକ୍ସିନ୍‌ ଲୋକଙ୍କୁ ମିଶ୍ରିତ ଭାବେ ଦିଆଯିବାକୁ ଯୋଜନା କରାଯାଉଛି। ଏଠାରେ ଲୋକଙ୍କୁ ଏଣିକି ଉପଲବ୍ଧ ଭାକ୍ସିନ୍‌ର ଦୁଇ ଭିନ୍ନ ଭିନ୍ନ ଡୋଜ୍‌ ପ୍ରଦାନ କରାଯିବ। ପ୍ରଥମ ଡୋଜ୍‌ ଆଷ୍ଟ୍ରାଜେନିକା ନେଇଥିବା ବ୍ୟକ୍ତିଙ୍କୁ ଦ୍ୱିତୀୟ ଡୋଜ୍‌ରେ ଫାଇଜର ଅବା ମଡ଼ର୍ନା ଭାକ୍ସିନ୍‌ ଦିଆଯାଇ ପାରିବ। ଏହାଦ୍ୱାରା କରୋନା ମହାମାରୀ ବିରୋଧରେ ଲଢ଼ିବା ସହଜ ହେବ ବୋଲି ଜର୍ମାନୀରେ ଟିକାକରଣ ପାଇଁ ଗଠନ କରାଯାଇଥିବା ସ୍ଥାୟୀ କମିଟି ଷ୍ଟିକୋ ପକ୍ଷରୁ କୁହାଯାଇଛି। ମାତ୍ର ଡବ୍ଲ୍ୟୁଏଚ୍‌ଓ ପକ୍ଷରୁ ଏଭଳି ଭାକ୍ସିନ୍‌ ମିକ୍ସିଂ ନ କରାଯିବାକୁ ସତର୍କ ସୂଚନା ଜାରି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୪୧ ବର୍ଷ ବୟସରେ ଯମଜ ସନ୍ତାନର ମା’ ହେଲେ ଦିବ୍ୟଙ୍କା: ସ୍ବାମୀ କହିଲେ…

ଟିଭିର ସବୁଠାରୁ ଲୋକପ୍ରିୟ ଅଭିନେତ୍ରୀ ଦିବ୍ୟଙ୍କା ତ୍ରିପାଠୀ ମା’ ହୋଇଛନ୍ତି। ତାଙ୍କ ସ୍ବାମୀ ବିବେକ ଦାହିୟା ପ୍ରଶଂସକଙ୍କ ସହ ଏହି ଖୁସି ଖବର ବାଣ୍ଟିଛନ୍ତି। ଦିବ୍ୟଙ୍କା ୪୧…

କାହିଁକି ବିଜୟଙ୍କୁ ଈର୍ଷା କରୁଛନ୍ତି ପବନ କଲ୍ୟାଣ! ଅସଲ କଥା ଖୋଲି କହିଲେ ଉପ ମୁଖ୍ୟମନ୍ତ୍ରୀ

ଚେନ୍ନାଇ,୨୬।୫: ତାମିଲନାଡୁ ରାଜନୀତି କ୍ଷେତ୍ରରେ, ଅଭିନେତାରୁ ରାଜନେତା ହୋଇଥିବା ବିଜୟଙ୍କ ଜବରଦସ୍ତ ବିଜୟ ଏବେ ଅନ୍ୟ ରାଜ୍ୟର ନେତାମାନଙ୍କ ମଧ୍ୟରେ ମଧ୍ୟ ଆଲୋଚନାର ବିଷୟ ପାଲଟିଛି। ଏହି…

କାଠଯୋଡି ନଦୀ ପଠାରେ ପଡିଛି ମହିଳାଙ୍କ ଗଳିତ ମୃତଦେହ, ଅର୍ଦ୍ଧ ଉଲଗ୍ନ….

କଟକ, ୨୬।୫(ପ୍ରଭୁକଲ୍ୟାଣ ପାଲ): ପୁରୀଘାଟ ଥାନା ଅନ୍ତର୍ଗତ କାଠଯୋଡି ନଦୀ ପଠାରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି । ମହିଳାଙ୍କ ଶରୀର ଅର୍ଦ୍ଧ ଉଲଗ୍ନ ହୋଇ…

ଯେ କୌଣସି ମୁହୂର୍ତ୍ତରେ ଆସିପାରେ ଖୁସି ଖବର! ଇରାନ ସହ ଡିଲ୍‌କୁ ନେଇ ୟୁ-ଟର୍ନ ନେଲେ ରୁବିଓ

ନୂଆଦିଲ୍ଲୀ,୨୬।୫: ଇରାନ ସହିତ ସମ୍ଭାବ୍ୟ ଚୁକ୍ତି ସମ୍ପର୍କରେ, ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ତାଙ୍କର ପୂର୍ବ ବକ୍ତବ୍ୟରୁ ଏକ ୟୁ-ଟର୍ନ ନେଇଛନ୍ତି। ପୂର୍ବରୁ, ସେ କହିଥିଲେ…

ମୁଁ କେମିତି ବଞ୍ଚିବି…. କୋରାପୁଟ ଜିଲାପାଳଙ୍କ ଅଭିଯୋଗ ଶୁଣାଣିରେ ରୋଚକ ଦୃଶ୍ୟ, ଭୋ ଭୋ ହୋଇ କାନ୍ଦିଲେ ଯୁବତୀ

କୋରାପୁଟ,୨୬।୫(ଅମିତାଭ ବେହେରା ): କୋରାପୁଟ ଜିଲାପାଳଙ୍କ ମିଳିତ ଅଭିଯୋଗ ଓ ଜନ ଶୁଣାଣି ଶିବିରରେ ଜଣେ ମହିଳା କାନ୍ଦି କାନ୍ଦି ନିଜ ଅଭିଯୋଗ ଜଣାଇଛନ୍ତି । କୋରାପୁଟ…

ପାଇଖାନା ଟାଙ୍କିରେ ଶ୍ବାସରୁଦ୍ଧ ଘଟଣା: ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭବାନୀପାଟଣା,୨୬।୫(ଉତ୍ତମ କୁମାର ଦାଶ): କଳାହାଣ୍ଡିରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ନିର୍ମାଣାଧୀନ ପାଇଖାନା ଟାଙ୍କିରେ ଶ୍ବାସରୁଦ୍ଧ ହୋଇ ୬ ଜଣଙ୍କ ମୃତ୍ୟୁ ଘଟିଛି। ମଦନପୁର ରାମପୁର…

ରାସ୍ତାରେ ବୋହୁଛି ଡ୍ରେନ ପାଣି, ଦୁର୍ଗନ୍ଧରେ ଫାଟି ପଡୁଛି ପାଡୁଆ ବଜାର

ନନ୍ଦପୁର/ ପାଡୁଆ,୨୬।୫(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ):  କୋରାପୁଟ ଜିଲା ନନ୍ଦପୁର ବ୍ଲକର ବ୍ୟବସାୟିକ କେନ୍ଦ୍ରସ୍ଥଳୀ ଭାବେ ପରିଚିତ ପାଡୁଆ ବଜାର ଦୁର୍ଗନ୍ଧରେ ଫାଟି ପଡୁଛି । ରାସ୍ତାର…

କଳାହାଣ୍ଡିରୁ ଆସିଲା ଦୁଃଖଦ ଘଟଣା: ପାଇଖାନା ଟାଙ୍କିରେ ଶ୍ବାସରୁଦ୍ଧ ହୋଇ ୬ ଜଣଙ୍କ ଜୀବନ ଗଲା

ଭବାନୀପାଟଣା,୨୬।୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ.ରାମପୁର ଥାନା ଅନ୍ତର୍ଗତ ଗୌଡ଼ କର୍ଲାଖୁଣ୍ଟା ଗ୍ରାମରୁ ମଙ୍ଗଳବାର ପୂର୍ବାହ୍ନରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ପାଇଖାନା ଟାଙ୍କିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri