ଧୂମପାନ କରୁଥିଲେ ରୁହନ୍ତୁ ସତର୍କ…

ଧୂମପାନ ଏଭଳି ଏକ ନିଶା, ଯାହା କବଳକୁ ଥରେ ଚାଲିଥଲେ ସେଥିରୁ ମୁକୁଳିବା ସହଜ ହୋଇ ନ ଥାଏ। ଏହା ଅଭ୍ୟାସରେ ପରିଣତ ହୋଇଯିବା ପରେ ପରୋକ୍ଷରେ ଅନେକ ରୋଗର କାରଣ ସାଜିଥାଏ। ଏପରିକି ଅକାଳ ମୃତ୍ୟୁକୁ ଏହା ମଧ୍ୟ ଡାକି ଆଣେ। ତେଣୁ ନିଜକୁ ସୁସ୍ଥ ରଖିବାକୁ ନିଶାଦ୍ରବ୍ୟ ସେବନଠାରୁ ନିଜକୁ ଦୂରେଇ ରଖିବା ନିହାତି ଦରକାର। ଆଜିକାଲି ଅନେକ ଧୂମପାନର ବଶବର୍ତ୍ତୀ ହେଉଛନ୍ତି। ତେବେ ୟୁନିଭର୍ସିଟି ଅଫ ସିଓଲ ପକ୍ଷରୁ ଏ ନେଇ ଏକ ସଦ୍ୟତମ ତଥ୍ୟ ପ୍ରକାଶ ପାଇଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ, ଏହାଦ୍ୱାରା ସଂପୃକ୍ତ ବ୍ୟକ୍ତିଙ୍କର ଏକଗ୍ରତା ପ୍ରଭାବିତ ହେବାର ଯଥେଷ୍ଟ ଆଶଙ୍କା ରହିଛି। ବିଶେଷଭାବରେ ଟେନସନ୍‌ରୁ ମୁକୁଳିବା ପାଇଁ କିମ୍ବା ସଉକରେ ହେଉ ଅନେକ ଧୂମପାନ କରନ୍ତି। ତେବେ ଏହାର ପ୍ରଭାବ କିପରି ଏକଗ୍ରତା ଉପରେ ପଡିଥାଏ ସେ ନେଇ ଉକ୍ତ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ସର୍ଭେ କରାଯାଇଥିଲା। ଏହାର ପରିସରଭୁକ୍ତ ବ୍ୟକ୍ତିମାନଙ୍କର ଏକଗ୍ରତା ଧୂମପାନ ଦ୍ୱାରା କିପରି ପ୍ରଭାବିତ ହେଉଛି ତାହାକୁ ବିଶେଷଜ୍ଞମାନେ ତନ୍ନ ତନ୍ନ କରି ତର୍ଜମା କରିଥିଲେ। ପ୍ରାୟ ଛଅ ମାସ ଧରି ଏହି ତର୍ଜମା ଚାଲୁ ରହିଥିଲା। ପରିଶେଷରେ ଜଣାପଡିଲା ଯେ, ନିୟମିତ ଧୂମପାନ କରିବା ଦ୍ୱାରା ସେମାନଙ୍କ ମଧ୍ୟରୁ ପ୍ରାୟ ୪୦ ପ୍ରତିଶତ ବ୍ୟକ୍ତିଙ୍କର ଏକଗ୍ରତା ପ୍ରଭାବିତ ହେଉଥିଲା। କେବଳ ସେତିକି ନୁହେଁ, ଏହାଦ୍ୱାରା ସେମାନଙ୍କର ଦୈନନ୍ଦିନ ଜୀବଶୈଳୀ ଏପରିକି ନିଦ୍ରା ପ୍ରଭାବିତ ହେଉଥିବାର ବିଶେଷଜ୍ଞମାନେ ଜାଣିବାକୁ ପାଇଥିଲେ। ଏଭଳି ଅଭ୍ୟାସ ସହ ଜଡିତ ବ୍ୟକ୍ତିମାନେ ଏହାକୁ ବର୍ଜନ କରିବାକୁ ସେମାନେ ପରାମର୍ଶ ଦେଇଛନ୍ତି। ଯଦି ଆପଣ ଜଣେ ନିୟମିତ ଧୂମପାନକାରୀ ଏବଂ ଏଥିରୁ ନିଜକୁ ନିବୃତ୍ତ ରଖିବାକୁ ଚାହୁଁଛନ୍ତି, ତେବେ ଧୂମପାନ ଠାରୁ ପ୍ରଥମେ ନିଜ ମନକୁ ଦୂରେଇ ନେବାକୁ ଚେଷ୍ଟା କରନ୍ତୁ। ଏ ନେଇ ମନସ୍ତତ୍ତ୍ୱବିତ୍‌ଙ୍କ ସହ ପରାମର୍ଶ କରିପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମ କଂଗ୍ରସ ଦୁଇଫାଳ: ବିଚ୍‌ ରାସ୍ତାରେ ହାତାହାତି ହେଲେ ଦୁଇ ନେତା

ପୁରୁଷୋତ୍ତମପୁର,୫।୧୨(ସବିତା ମିଶ୍ର): ଗୋଷ୍ଟିକନ୍ଦଳ ଯୋଗୁଁ ରାଜ୍ୟରେ ଦିନକୁଦିନ କଂଗ୍ରେସର ସ୍ଥିତି ତଳକୁ ତଳକୁ ଖସି ସତ୍ତା ହଜାଇବାକୁ ଯାଉଥିବାବେଳେ ଏପରିକି ଗଞ୍ଜାମ ଜିଲାରେ ମଧ୍ୟ କଂଗ୍ରସ...

୪୪ ରନ୍‌ ଆଗରେ ଅଷ୍ଟ୍ରେଲିଆ

ବ୍ରିସ୍‌ବେନ୍‌(ଅଷ୍ଟ୍ରେଲିଆ),୫ା୧୨: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଆଶେସ ଟେଷ୍ଟର ଶୁକ୍ରବାର ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪୪ ରନ୍‌ ଅଗ୍ରଣୀ ଲାଭ କରିଛି। ଭ୍ରମଣକାରୀ...

ଆରୋଗ୍ୟ କେନ୍ଦ୍ରରେ ନିଆଁ ଲାଗି ଲକ୍ଷାଧିକ ସାମଗ୍ରୀ ନଷ୍ଟ

କେସିଙ୍ଗା ,୫।୧୨( ତୁମେଶ୍ୱର୍‌ ସାହୁ ) : କଳାହାଣ୍ଡି ଜିଲା ପାଷ୍ଟିକୁଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନସ୍ଥ ତହଶିର ଗ୍ରାମସ୍ଥିତ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରେ କୌଣସି କାରଣ...

ଶୀତରେ ଥରୁଛି ଉତ୍ତର ଭାରତ

ନୂଆଦିଲ୍ଲୀ,୫ା୧୨: ସମଗ୍ର ଉତ୍ତର ଭାରତ ଶୀତରେ ଥରୁଛି। ଶୁକ୍ରବାର ରାଜସ୍ଥାନ, ପଞ୍ଜାବ ଏବଂ ହରିୟାଣାର ଅଧିକାଂଶ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ନିମ୍ନରେ ରହିଛି। ତେବେ...

ଭାରତର ସବୁଠୁ ବିଶ୍ବାସଯୋଗ୍ୟ ଏହି ୩ଟି ବ୍ୟାଙ୍କ, RBI କଲା ବଡ଼ ଘୋଷଣା

ନୂଆଦିଲ୍ଲୀ,୫।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI), HDFC, ଏବଂ ICICI ବ୍ୟାଙ୍କକୁ ଦେଶର ସବୁଠାରୁ ସୁରକ୍ଷିତ ବ୍ୟାଙ୍କ ଭାବରେ...

ପୁଟିନଙ୍କ କାର୍‌ ଠାରୁ କେତେ ଦମଦାର୍‌ ମୋଦିଙ୍କ କାର୍‌? ଜାଣନ୍ତୁ ଦୁଇଟାଯାକର ଦାମ୍‌

ନୂଆଦିଲ୍ଲୀ,୫।୧୨: ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ବିଶ୍ୱର ସବୁଠାରୁ ରହସ୍ୟମୟ ନେତାମାନଙ୍କ ମଧ୍ୟରୁ ଜଣେ ବୋଲି ବିବେଚନା କରାଯାଏ। ସେ ପ୍ରତ୍ୟେକ ଗସ୍ତରେ ଏକ ବୁଲେଟପ୍ରୁଫ...

ଫ୍ରାନ୍ସକୁ ହରାଇ ସେମିରେ ପହଞ୍ଚିଲା ଜର୍ମାନୀ

ଚେନ୍ନାଇ,୫ା୧୨: ସାତ ଥର ଚାମ୍ପିୟନ ଜର୍ମାନୀ ଶୁଟ୍‌ ଆଉଟ୍‌ରେ ଫ୍ରାନ୍ସକୁ ୩-୧ ଗୋଲ୍‌ରେ ପରାସ୍ତ କରି ଚଳିତ ଏଫ୍‌ଆଇଏଚ୍‌ ଜୁନିୟର ପୁରୁଷ ବିଶ୍ୱକପ୍‌ ହକି ଟୁର୍ନାମେଣ୍ଟର...

ଏହି ସବୁ ଅଞ୍ଚଳରେ ୯ ଘଣ୍ଟା ପାଇଁ ହେବ ବିଦ୍ୟୁତ୍‌ କାଟ, ସକାଳୁ…

ବରଗଡ଼,୪।୧୨(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ସଞ୍ଚାରଣ ନିଗମ ଲିମିଟେଡ (ଓପିଟିସିଏଲ) ପକ୍ଷରୁ ୧୩୨/୩୩ କେ.ଭି. ପ୍ରଧାନପାଲି ଗ୍ରୀଡ ସବଷ୍ଟେସନରେ ବାର୍ଷିକ ରକ୍ଷଣାବେକ୍ଷଣ କାର୍ଯ୍ୟ ଲାଗି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri