ସାବଧାନ! ଏସବୁ ଲକ୍ଷଣ ଥିଲେ ତୁରନ୍ତ ଯାଆନ୍ତୁ ଡାକ୍ତରଖାନା, ନଚେତ୍‌ ଭୋଗିବେ ଭୟଙ୍କର ପରିଣାମ

ଓ୍ବାଶିଂଟନ,୨୩ା୧୨: ୨୦୨୩ରେ ଲୋକମାନେ ଧରି ନେଇଥିଲେ ଯେ, କରୋନା ମାମଲା ହ୍ରାସ ପାଇଛି। ଟିକା ଏହାର ପ୍ରଭାବ ଦେଖାଇଛି। ଏହି ଜୀବାଣୁକୁ ନିୟନ୍ତ୍ରଣ କରାଯାଇଛି। କିନ୍ତୁ ବର୍ଷ ଶେଷ ଆଡ଼କୁ ହଠାତ୍‌ ଚାଇନାରେ ଏକ ରହସ୍ୟମୟ ରୋଗ ବ୍ୟାପିବା ଖବର ଆସିଲା। ଏହା ମଧ୍ୟ ନିମୋନିଆର ଏକ ନୂତନ ରୂପ ବୋଲି କୁହାଯାଉଥିଲା। ୨୦୧୯ରେ କରୋନା ଯେତେବେଳେ ଆରମ୍ଭ ହୋଇଥିଲା ଡାକ୍ତରଖାନାଗୁଡ଼ିକରେ ଭୟଙ୍କର ସ୍ଥିତି ଦେଖିବାକୁ ମିଳିଥିଲା।

୨୦୨୩ ବର୍ଷ ଶେଷ ଆଡ଼କୁ କରୋନା ମାମଲା ହଠାତ୍‌ ବୃଦ୍ଧି ପାଇବାରେ ଲାଗିଛି। ଅନେକ ଦେଶ ମଧ୍ୟ ଏ ସମ୍ପର୍କରେ ଚେତାବନୀ ଦେଇଛନ୍ତି। ଭାରତ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ହୋଇଛି। କିନ୍ତୁ ନିକଟରେ କରୋନା ସମ୍ବନ୍ଧରେ ବିଶେଷଜ୍ଞଙ୍କ ଦ୍ୱାରା କରାଯାଇଥିବା ନୂତନ ଦାବିକୁ ବିଚାରକୁ ନେଇ ଲୋକଙ୍କ ଚିନ୍ତା ବହୁତ ବୃଦ୍ଧି ପାଇଛି। ନୂତନ ମାମଲାଗୁଡ଼ିକରୁ ସଂଗୃହୀତ ତଥ୍ୟ ଅନୁଯାୟୀ, କରୋନା ବର୍ତ୍ତମାନ ଥଣ୍ଡା ଏବଂ କାଶ ପରିବର୍ତ୍ତେ ଲୋକଙ୍କ ପେଟ ଉପରେ ଆକ୍ରମଣ କରୁଛି।

ବୈଜ୍ଞାନିକଙ୍କ ଅନୁଯାୟୀ, ଲୋକଙ୍କ ଘରୁ ବାହାରୁଥିବା ବର୍ଜ୍ୟଜଳରୁ କରୋନାର ଏହି ନୂଆ ଷ୍ଟ୍ରେନ୍‌ ଦେଖିବାକୁ ମିଳିଛି। ଯାହାକି ପୂର୍ବରୁ ହୋଇ ନ ଥିଲା। ଏହି ନୂତନ ଆବିଷ୍କାରରୁ ଏହା ସ୍ପଷ୍ଟ ହୋଇଛି ଯେ, କରୋନା ବର୍ତ୍ତମାନ ଶ୍ୱାସକ୍ରିୟା ପରିବର୍ତ୍ତେ ଲୋକଙ୍କ ହଜମ ପ୍ରକ୍ରିୟା ଉପରେ ଆକ୍ରମଣ କରୁଛି। ୟୁରୋପରେ ଏହା ନିଶ୍ଚିତ ହୋଇଛି। ଅନ୍ୟ ଦେଶରେ ମଧ୍ୟ କରୋନା ବୃଦ୍ଧି ପାଉଥିବା ମାମଲାକୁ ଦୃଷ୍ଟିରେ ରଖି ବିଶେଷଜ୍ଞମାନେ ପ୍ରଭାବିତ ଲୋକଙ୍କ ହଜମକାରୀ ଏନ୍‌ଜାଇମ ପରୀକ୍ଷା ଆରମ୍ଭ କରିବାକୁ ଯୋଜନା କରୁଛନ୍ତି।ପେଟ କିମ୍ବା ଶ୍ୱାସକ୍ରିୟା ଜନିତ ସମସ୍ୟା ଦେଖା ଦେଉଥିଲେ ଅବହେଳା ନ କରି ତୁରନ୍ତ ଡାକ୍ତରଖାନା ଯାଇ ପରୀକ୍ଷା କରାଇବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି। ନଚେତ୍‌ ପରିଣାମ ୨୦୧୯ ପରି ହେବ ବୋଲି ଚେତାବନୀ ଦେଇଛନ୍ତି।

Share