Categories: ଜାତୀୟ

ସାବଧାନ ! ରାମ ମନ୍ଦିର ଉଦଘାଟନ ପୂର୍ବରୁ ଠକେଇ ଆରମ୍ଭ: ଭିଭିଆଇପି ଦର୍ଶନ କରାଇବାକୁ କହି ବ୍ୟାଙ୍କ ଆକାଉଣ୍ଟ ଖାଲି କରୁଛନ୍ତି ହ୍ୟାକର…

ନୂଆଦିଲ୍ଲୀ,୧୧।୧ : ଅଯୋଧ୍ୟାରେ ରାମ ମନ୍ଦିର ଉଦଘାଟନ ପୂର୍ବରୁ ଦେଶରେ ଠକେଇ ର଼୍ୟାକେଟ ସକ୍ରିୟ ହେବାରେ ଲାଗିଛି। ହ୍ୟାକରମାନେ ଶ୍ରଦ୍ଧାଳୁଙ୍କୁ ଅନଲାଇନରେ ବିଭିନ୍ନ ଲୋଭ ଦେଖାଇ ଠକିବା ଆରମ୍ଭ କରିଛନ୍ତି। ଦେଶରେ ଏଭଳି ଅନେକ ମାମଲା ସାମ୍ନାକୁ ଆସିଛି। ଠକମାନେ ପ୍ରଭୁ ଶ୍ରୀ ରାମଙ୍କ ଭିଭିଆଇପି ଦର୍ଶନ କରାଇବାକୁ କହି ଶ୍ରଦ୍ଧାଳୁଙ୍କ ବ୍ୟାଙ୍କ ଆକାଉଣ୍ଟ ଖାଲି କରୁଛନ୍ତି ଛନ୍ତି। ହ୍ୟାକରମାନେ ସାରା ଦେଶରେ ରାମ ଜନ୍ମଭୂମି ଗୃହ ସମ୍ପର୍କ ଅଭିଯାନ ନାମକ ଏକ ଆପ୍ଲିକେସନ ଡାଉନଲୋଡ କରାଇବାକୁ ପରାମର୍ଶ ଦେଇ ପରେ ବ୍ୟାଙ୍କ ଆକାଉଣ୍ଟ ଖାଲି କରୁଛନ୍ତି । ଏହି ଠକେଇର ଘଟଣାକୁ ଦୃଷ୍ଟିରେ ରଖି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସାରା ଦେଶରେ ଏକ ପରାମର୍ଶଦାତା ଜାରି କରିଛି। ଲୋକଙ୍କୁ ସଚେତନ କରାଇବା ପାଇଁ ଏକ ଭିଡିଓ ମଧ୍ୟ ଜାରି କରାଯାଇଛି।

ଦିଲ୍ଲୀ ପୋଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଜାନୁଆରୀ ୨୨ ରେ ଅଯୋଧ୍ୟାରେ ଭଗବାନ ଶ୍ରୀ ରାମଙ୍କ ମନ୍ଦିର ଉଦଘାଟନ ହେବ। ଜାନୁଆରୀ ପ୍ରଥମ ସପ୍ତାହରୁ ହ୍ୟାକରମାନେ ରାମ ମନ୍ଦିର ନାମରେ ଠକେଇ ଆରମ୍ଭ କରିଛନ୍ତି। ହ୍ୟାକରମାନେରାମ ଜନ୍ମଭୂମି ଗୃହ ସମ୍ପର୍କ ଅଭିଯାନ ନାମକ ଏକ ଆଣ୍ଡ୍ରଏଡ ପ୍ୟାକେଜ କିଟ (ଏପିକେ)କୁ ଦେଶର ବିଭିନ୍ନ ଲୋକ ବିଶେଷ କରି ହିନ୍ଦୁମାନଙ୍କ ନିକଟକୁ ପଠାଉଛନ୍ତି ଏବଂ ଲୋକଙ୍କୁ ରାମ ମନ୍ଦିରରେ ଭିଭିଆଇପି ପ୍ରବେଶ କିମ୍ବା ଭିଭିଆଇପି ଦର୍ଶନ ଯେଗାଇ ଦେବାକୁ କହୁଛନ୍ତି। ଭଗବାନ ଶ୍ରୀ ରାମଙ୍କ ଭକ୍ତମାନେ ଏହି ଏପିକେ ଡାଉନଲୋଡ କରିବା ମାତ୍ରେ ସେମାନଙ୍କ ମୋବାଇଲ ଆକ୍ସେସ ହ୍ୟାକରଙ୍କ ପାଖକୁ ଚାଲିଯାଉଛି।ଏହା ପରେ କିଛି ମିନିଟ ମଧ୍ୟରେ ବ୍ୟାଙ୍କ ଆକାଉଣ୍ଟ ଖାଲି ହୋଇଯାଉଛି।

ସାରା ଦେଶରେ ସାଇବର ଅପରାଧକୁ ରୋକିବା ପାଇଁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଅଧୀନରେ ପ୍ରତିଷ୍ଠିତ ଭାରତୀୟ ସାଇବର କ୍ରାଇମ ସମନ୍ବୟ କେନ୍ଦ୍ର ୍‌ଏକ ଭିଡିଓ ଜାରି କରି ଲୋକଙ୍କୁ ଏହି ଜାଲିଆତି ବିଷୟରେ ଅବଗତ କରାଉଛି।
ଦିଲ୍ଲୀ ପୋଲିସର ସ୍ପେଶାଲ ସେଲର ସାଇବର କ୍ରାଇମ ୟୁନିଟ (ଆଇଏଫଏସଓ) ର ଡେପୁଟି କମିଶନର ଡକ୍ଟର ହେମନ୍ତ ତିୱାରୀ କହିଛନ୍ତି ସୋସିଆଲ ମିଡିଆ ଉପରେ କଡ଼ା ନଜର ରଖାଯାଉଛି।

Share