ସାବଧାନ! ଟିଭି ସିରିଏଲ୍‌ ଯୋଗୁ ବଢୁଛି ଛାଡ଼ପତ୍ର ମାମଲା

ଓ୍ବାଶିଂଟନ,୧୪।୩: ଏବେ ଟିଭି, କମ୍ପ୍ୟୁଟର, ମୋବାଇଲ ଆଦି ଆମ ଦୈନଦିନ ଜୀବନରେ ଗୁରୁତ୍ୱପୂର୍ଣ୍ଣ ଗ୍ରହଣ କରିଛି। ଏସବୁରେ ବ୍ୟସ୍ତ ରହି କେତେକ ନିଜର ବାସ୍ତବ ଜୀବନରେ ଜୀବନସାଥିଙ୍କ ପ୍ରତି ଅବହେଳା ପ୍ରଦର୍ଶନ କରୁଛନ୍ତି। ଫଳରେ ଦାମ୍ପତ୍ୟ ଜୀବନରେ ଝଡ଼ ସୃଷ୍ଟି ହେଉଥିବା ବହୁ ଘଟଣା ଘଟୁଥିବା ଲକ୍ଷ୍ୟ କରାଯାଉଛି। ତେବେ ଅଧିକ ସିରିଏଲ୍‌ ଦେଖିଲେ ପାରିବାରିକ ଜୀବନରେ ଅଶାନ୍ତି ସୃଷ୍ଟି ହେଉଥିବା ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ବହୁ କ୍ଷେତ୍ରରେ ଏଭଳି ଅଶାନ୍ତିର ଅନ୍ତ ଛାଡ଼ପତ୍ରରେ ହିଁ ଘଟୁଛି। ସୁଖୀ ଦାମ୍ପତ୍ୟ ଜୀବନରେ ଅଯଥା କୋର୍ଟ କଚେରୀ ମାମଲାର ଅନୁପ୍ରବେଶ ହେଉଛି। ସିରିଏଲ୍‌ରେ ଅଭିନୟ କରୁଥିବା ଚରିତ୍ରଙ୍କ ପ୍ରତି ଦର୍ଶକ ନିଜକୁ ଅଧିକ ଜଡ଼ିତ କରି ନେଉଛନ୍ତି। ଫଳରେ ସେମାନଙ୍କ ମନରେ ନିଜ ଜୀବନସାଥୀଙ୍କ ପ୍ରତି ବେଳେବେଳେ ନକାରାତ୍ମକ ଭାବନା ସୃଷ୍ଟି ହେଉଛି। କେତେକ ସିରିଏଲ୍‌ରେ ବିବାହ ପରବର୍ତ୍ତୀ ଜୀବନରେ ରହୁଥିବା ସମ୍ପର୍କକୁ ପ୍ରଦର୍ଶିତ କରାଯାଉଛି। ଏହାଯୋଗୁ ଦର୍ଶକମାନେ ମଧ୍ୟ ବେଶ୍‌ ପ୍ରଭାବିତ ହେଉଥିବା ଏହି ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଧୀରେଧୀରେ ସେମାନଙ୍କ ଜୀବନ ଧାରଣ ଶୈଳୀରେ ପରିବର୍ତ୍ତନ ମଧ୍ୟ ଆସୁଛି। ୩୯୦ ଜଣ ଦମ୍ପତିଙ୍କ ଉପରେ ହୋଇଥିବା ସର୍ଭେରୁ ଏହା ଜଣାପଡ଼ିଛି। ଆମେରିକାର ମିସିଗାନସ୍ଥିତ ଏଲବିଅନ୍‌ କଲେଜ ପକ୍ଷରୁ ଏହି ସର୍ଭେ କରାଯାଇଥିଲା। ଟିଭି ସିରିଏଲ୍‌ ଯୋଗୁ ଦାମ୍ପତ୍ୟ ଜୀବନରେ ସୃଷ୍ଟି ହେଉଥିବା ସନ୍ତୁଷ୍ଟି, ରୋମାଣ୍ଟିକ୍‌ ରିଲେଶନ୍‌ଶିପ୍‌, ଆଶା-ଆକାଂକ୍ଷା, ପ୍ରତିଶ୍ରୁତିବଦ୍ଧତା, ରୋମାନ୍ସ ଆଦି ଉପରେ ପ୍ରଶ୍ନ ପଚରା ଯାଇଥିଲା। ଅଧାରୁ ଅଧିକ ଦମ୍ପତି ଟିଭି ସିରିଏଲ୍‌ ଯୋଗୁ ଚିନ୍ତାଧାରାରେ ପରିବର୍ତ୍ତନ ଆସିବା ସହିତ ଦାମ୍ପତ୍ୟ ଜୀବନରେ ଅଧିକାଂଶ ଶୈଳୀ ନକାରାତ୍ମକ ମନେ ହେଉଥିବା ପ୍ରକାଶ କରିଥିଲେ। ଦର୍ଶକ ବାସ୍ତବତା ଭୁଲି ମିଥ୍ୟା ଆଶାରେ ବଞ୍ଚିବାକୁ ଆରମ୍ଭ କରୁଥିବା ଗବେଷକ ଡ. ଜେରେମି ଓସବୋର୍ନ ସୂଚନା ଦେଇଛନ୍ତି। ଜୀବନସାଥିଙ୍କ ତୁଳନାରେ ଅନ୍ୟ ବ୍ୟକ୍ତି ବିଶେଷ ଅଧିକ ଆକର୍ଷକ ଲାଗିଥାନ୍ତି। ଏହା ଯୋଗୁ ସାଥୀଙ୍କ ପ୍ରତି ବିଶ୍ୱାସଘାତକତା କରିବା ଆରମ୍ଭ ହୋଇଥାଏ ବୋଲି ଓସବୋର୍ନ କହିଛନ୍ତି। ତେବେ ନିଜ ଉପରେ ନିୟନ୍ତ୍ରଣ ଆଣିଲେ ଏଭଳି ସମସ୍ୟା ସହଜରେ ଦୂର ହୋଇପାରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ଏନଏସି ହେବ ମ୍ୟୁନିସିପାଲଟି, ଜିଲା  ସଦର ମହକୁମାକୁ ନୂଆବର୍ଷର ଭେଟି 

ଛତ୍ରପୁର,୨୮।୧୨: ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲାର ଭଞ୍ଜନଗର, ପୋଲସରା ଓ କବିସୂର୍ଯ୍ୟନଗର ଏନ୍‌ଏସିକୁ ମ୍ୟୁନିସିପାଲଟି ମାନ୍ୟତା ଦିଆଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯାହାକି ଗଞ୍ଜାମ...

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri