ଭାରତୀୟ ଯୁବକଙ୍କୁ ଏପରି ପରାମର୍ଶ ଦେଲେ ଏଲନ୍ ମସ୍କ, ସମସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୩୦।୧୧: ସ୍ପେସ୍ ଏବଂ ଟେକ୍ ବିଲିୟନେୟାର ଇଲନ୍ ମସ୍କ ନିକଟରେ ଭାରତୀୟ ଉଦ୍ୟୋଗୀମାନଙ୍କୁ ଏକ ବିବାଦୀୟ ପରାମର୍ଶ ଦେଇଛନ୍ତି। “ବିଦ୍ରୋହୀ ହୁଅ” (Be a bully) ବୋଲି ପରାମର୍ଶ ଦେବା ସହିତ ସେ କହିଛନ୍ତି ଯେ ଯିଏ ନିଏ ତାହା ଠାରୁ ଅଧିକ ଦିଏ (କିମ୍ବା ଉତ୍ପାଦନ କରେ), ତାଙ୍କୁ ସେ ସମ୍ମାନ କରନ୍ତି।

ଉଦ୍ୟୋଗୀ ତଥା ନିବେଶକ ନିଖିଲ କାମାଥଙ୍କ ‘People of WTF’ ପୋଡକାଷ୍ଟରେ କଥାବାର୍ତ୍ତା ବେଳେ ଟେସଲା ଏବଂ ସ୍ପେସ୍ ଏକ୍ସ ମୁଖ୍ୟ ଇଲନ୍ ମସ୍କ କହିଛନ୍ତି, “ମୁଁ ଯେକୌଣସି ବ୍ୟକ୍ତିଙ୍କର ବଡ଼ ପ୍ରଶଂସକ, ଯିଏ ବିଦ୍ରୋହୀ ହେବାକୁ ଚାହୁଁଛନ୍ତି। ତେଣୁ, ମୁଁ ଭାବୁଛି ଯିଏ ନିଏ ତାହା ଠାରୁ ଅଧିକ ଦିଏ, ସେମାନଙ୍କ ପାଇଁ ମୋର ସମ୍ମାନ ରହିଛି।”

ମସ୍କ ଆହୁରି କହିଛନ୍ତି ଯେ ଆକାଂକ୍ଷୀ ଉଦ୍ୟୋଗୀମାନେ ସମାଜ ପ୍ରତି ଯୋଗଦାନକାରୀ ହେବାକୁ ଲକ୍ଷ୍ୟ ରଖିବା ଉଚିତ୍। ସେ ଟଙ୍କା ପଛରେ ଗୋଡ଼ାଇବା ପରିବର୍ତ୍ତେ ଉପଯୋଗୀ ଉତ୍ପାଦ ଏବଂ ସେବା ଯୋଗାଇବା ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ। ଯଦି ଆପଣ ତାହା କରନ୍ତି, ତେବେ ଅର୍ଥ ତାହାର ସ୍ୱାଭାବିକ ପରିଣାମ ସ୍ୱରୂପ ଆସିବ, କିନ୍ତୁ ପ୍ରତ୍ୟକ୍ଷ ଭାବରେ ଟଙ୍କା ପଛରେ ଗୋଡ଼ାଇଲେ ନୁହେଁ।

ସେ ସତର୍କ କରାଇ ଦେଇଛନ୍ତି ଯେ, କୌଣସି ବ୍ୟବସାୟରେ ସଫଳ ହେବାକୁ ଚାହୁଁଥିଲେ ଉଦ୍ୟୋଗୀମାନେ “ଅତ୍ୟଧିକ ପରିଶ୍ରମ” କରିବାକୁ ପ୍ରସ୍ତୁତ ରହିବା ଉଚିତ୍ ଏବଂ ସେମାନେ “ବିଫଳତାର ସମ୍ଭାବନା” କୁ ଗ୍ରହଣ କରିବା ଉଚିତ୍।

ଏହି ପୋଡକାଷ୍ଟ ସମୟରେ ମସ୍କ H1-B ଭିସା କାର୍ଯ୍ୟକ୍ରମ, ଆମେରିକାର ଇକୋସିଷ୍ଟମରେ ଭାରତୀୟଙ୍କ ଯୋଗଦାନ, ଭବିଷ୍ୟତରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) ଏବଂ ରୋବୋଟିକ୍ସର ଭୂମିକା ତଥା ଭାରତରେ ଷ୍ଟାରଲିଙ୍କ୍ ଆରମ୍ଭ କରିବା ଆଦି ବିଷୟରେ ମଧ୍ୟ ଆଲୋଚନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପ ଛାନିଆ! ଯୁଦ୍ଧ ବନ୍ଦ କରିବା ପାଇଁ ଆମେରିକାର ପ୍ରସ୍ତାବକୁ ପ୍ରତ୍ୟାଖାନ କଲା ଇରାନ, ରଖିଲା ୫ ସର୍ତ୍ତ

ନୂଆଦିଲ୍ଲୀ,୨୫।୩:  ଇରାନ ଆମେରିକାର ୧୫-ସୂତ୍ରୀ ଶାନ୍ତି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛି । ଇରାନର ସରକାରୀ ଟେଲିଭିଜନ ପକ୍ଷରୁ ଏହି ଦାବି କରାଯାଇଛି । ଆମେରିକା ଦେଇଥିବା ପ୍ରସ୍ତାବକୁ ଇରାନ…

ସର୍ବଦଳୀୟ ବୈଠକ ସମୟରେ ପାକିସ୍ତାନ ଉପରେ ବର୍ଷିଲେ ବୈଦେଶିକ ମନ୍ତ୍ରୀ, ‘ଆମେ ଦଲାଲ ଦେଶ ହୋଇପାରିବୁନି’

ନୂଆଦିଲ୍ଲୀ,୨୫।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଙ୍କଟ ଉପରେ ଆଲୋଚନା କରିବା ପାଇଁ ବୁଧବାର ଏକ ସର୍ବଦଳୀୟ ବୈଠକ ଡକାଯାଇଥିଲା। ବୈଠକ ସମୟରେ, ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ଇରାନ…

ଥୁଆମୂଳ ରାମପୁରରେ କଲାପତରିଆ ବାଘ ଆତଙ୍କ: ମୁଖ୍ୟ ରାସ୍ତାରେ ମୁହାଁମୁହିଁ ହେଲେ କାର ଚାଳକ, Video ଭାଇରାଲ

ଥୁଆମୂଳ ରାମପୁର, ୨୫/୦୩ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ତଳଆମ୍ବ ପଦର ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଏକ କଲାପତରିଆ ବାଘ ବୁଲୁଥିବା ଖବର…

ଥାନା ସମ୍ମୁଖରେ ଯୁବକଙ୍କୁ ଆକ୍ରମଣ ଘଟଣା, ୪ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ…

ବରଗଡ଼,୨୫।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ସମ୍ମୁଖ ହାଟପଦାରେ ମଙ୍ଗଳବାର ସନ୍ଧ୍ୟାରେ ସଂଘଟିତ ଆକ୍ରମଣ ଘଟଣାର ୪ଅଭିଯୁକ୍ତଙ୍କୁ ପୋଲିସ୍ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ,…

ଛତ୍ରପୁରରେ ଆରମ୍ଭ ହେଲା ୨୧ ଦିନିଆ ଦଣ୍ଡନାଚ, ମେରୁ ସଂକ୍ରାନ୍ତିରେ….

ଛତ୍ରପୁର,୨୫ା୩(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲାର ଏକ ପ୍ରସିଦ୍ଧ ପର୍ବ ଦଣ୍ଡଯାତ୍ରା । ଏହି ଯାତ୍ରାରେ ଶିବ ଓ କାଳୀଙ୍କୁ ପୂଜା କରାଯାଇଥାଏ । ଏହି ଯାତ୍ରା…

କାଳ ହେଲା କାଳବୈଶାଖୀ; ଉଡେଇଲା-ବୁଡେଇଲା, ୧୫ରୁ ଉର୍ଦ୍ଧ ପରିବାର ସର୍ବସ୍ବାନ୍ତ

ଆନନ୍ଦପୁର,୨୫ା୩(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ରେ ବୁଧବାର ଅପରାହ୍ନ ୩ ଟା ସମୟରେ ହୋଇଥିବା କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି…

ସମୁଦ୍ର ତଳେ ‘ଡ୍ରାଗନ’ର ଚକ୍ରବ୍ୟୁହ, ପନଡୁବ୍ବି ଯୁଦ୍ଧ ପାଇଁ ସଜବାଜ ହେଉଛି ଚାଇନା; ଆମେରିକାର ହଜିଲା ନିଦ!

ବେଜିଂ,୨୫।୩: ଇସ୍ରାଏଲ-ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଚାଇନା ଏବେ ଏକ ନୂଆ ପଦକ୍ଷେପ ପାଇଁ ଚର୍ଚ୍ଚାକୁ ଆସିଛି। ଚାଇନା ବିଶ୍ୱର ବିଭିନ୍ନ ପ୍ରାନ୍ତରେ…

ସାନଖେମୁଣ୍ଡିରେ ସ୍କୁଲ ପ୍ରବେଶ ଉତ୍ସବ, ଖଡ଼ିଛୁଆଁ ପାଇଁ ବଣ୍ଟାଗଲା ନିମନ୍ତ୍ରଣ ପତ୍ର 

ଦିଗପହଣ୍ଡି,୨୫ା୩(ଅଶେଷ ନାଥ ମିଶ୍ର): ୨୦୨୬-୨୭ ଶିକ୍ଷାବର୍ଷ ପ୍ରାରମ୍ଭରେ ଶିଶୁବାଟିକା ଓ ପ୍ରଥମ ଶ୍ରେଣୀ ନାମଲେଖା ପାଇଁ ସାନଖେମୁଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍କୁଲ ପ୍ରବେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri