ଅଭିଯୋଗକାରୀଙ୍କ ଓକିଲଙ୍କୁ ଥାନାରେ ପିଟିବାକୁ ବିଡିଓଙ୍କ ଧମକ

ଜଗତ୍‌ସିଂହପୁର ଅଫିସ, ୧୭ା୪: ଜଗତ୍‌ସିଂହପୁର ବିଡିଓ ସାଗର ନନ୍ଦଙ୍କ ନାମରେ ଜଗତ୍‌ସିଂହପୁର ଥାନାରେ ସଙ୍ଗିନ ଅଭିଯୋଗ ହୋଇଛି। ଏହି ଥାନା ଅନ୍ତର୍ଗତ ସଭାମୂଳ ଟିଟିଗାଁର ଦେବେନ୍ଦ୍ର ଦାସ (୪୨) ନାମକ ବ୍ୟକ୍ତିଙ୍କ ଜାତିକୁ ନେଇ ବିଡିଓ ନନ୍ଦ ଆକ୍ଷେପ କରିବା ସହ ତାଙ୍କ ଓକିଲ ଶକ୍ତିଧର ମିଶ୍ରଙ୍କୁ ମଧ୍ୟ ଦୁର୍ବ୍ୟବହାର କରିଥିଲେ। ଏପରିକି ଓକିଲ ମିଶ୍ରଙ୍କୁ ଥାନା ଭିତରେ ଉଲଗ୍ନ କରି ବାଡ଼େଇବେ ବୋଲି ବିଡିଓ ଧମକ ଦେଇଛନ୍ତି। ସର୍ବସାଧାରଣଙ୍କ ଉପସ୍ଥିତିରେ ବିଡିଓଙ୍କ ଏହି ବ୍ୟବହାର ସେମାନଙ୍କ ମାନ, ସମ୍ମାନକୁ ହାନି କରିଛି। ଦାସଙ୍କ ଏହି ଅଭିଯୋଗ ଗ୍ରହଣ କରି ପୋଲିସ ତଦନ୍ତ ଆରମ୍ଭ କରିଥିବା ଆଇଆଇସି ଶୁଭ୍ରାଂଶୁ ପରିଡ଼ା ସୂଚନା ଦେଇଛନ୍ତି। ରବିବାର ଛୁଟି ଦିନ ଥିବାରୁ ସୋମବାର ବିଡିଓ କାର୍ଯ୍ୟରେ ଯୋଗଦେଲା ପରେ ତଦନ୍ତ ଆଗେଇବ ବୋଲି ଆଇଆଇସି କହିଛନ୍ତି। ଦେବେନ୍ଦ୍ର ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ, ୯ା୧ା୨୩ରେ ସେ ସୂଚନା ଅଧିକାର ଆଇନ ବଳରେ ଜଗତ୍‌ସିଂହପୁର ବ୍ଲକ ଜନ ସୂଚନା ଅଧିକାରୀଙ୍କ ନିକଟରେ ସୂଚନା ପାଇବା ପାଇଁ ଆବେଦନ କରିଥିଲେ। କିନ୍ତୁ ତାଙ୍କୁ ସୂଚନା ଦିଆଯାଇ ନ ଥିଲା। ତେଣୁ ସେ ବାଧ୍ୟ ହୋଇ ପ୍ରଥମ ଅପିଲେଟ୍‌ କର୍ତ୍ତୃପକ୍ଷ ତଥା ଜଗତ୍‌ସିଂହପୁର ବିଡିଓଙ୍କ ନିକଟରେ ଅପିଲ କରିଥିଲେ। ପ୍ରଥମ ଅପିଲେଟ୍‌ କର୍ତ୍ତୃପକ୍ଷ ତାଙ୍କ କାର୍ଯ୍ୟାଳୟ ଚିଠି ସଂଖ୍ୟା (ନଂ.୮୩୬/୨୮ା୩ା୨୩)ରେ ୧୩ା୪ା୨୩ ସକାଳ ୧୧ଟାରେ ଶୁଣାଣି ପାଇଁ ନୋଟିସ୍‌ କରିଥିଲେ। ଏହି ଦିନ ବିଡିଓଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ରହି ନିଜ ପକ୍ଷ ରଖିବାକୁ ନୋଟିସରେ ଉଲ୍ଲେଖ ଥିଲା। ନୋଟିସ ମୁତାବକ ସେ ତାଙ୍କ ଓକିଲ ଶକ୍ତିଧର ମିଶ୍ରଙ୍କ ସହ ୧୩ା୪ା୨୩ରେ ପ୍ରଥମ ଅପିଲେଟ୍‌ କର୍ତ୍ତୃପକ୍ଷଙ୍କ ଚାମ୍ବରରେ ଧାର୍ଯ୍ୟ ସମୟରେ ପହଞ୍ଚତ୍ଥିଲେ। କିନ୍ତୁ ବିଡିଓ ତାଙ୍କ ପକ୍ଷ ଶୁଣିବାକୁ ସୁଯୋଗ ଦେଇ ନ ଥିଲେ ବରଂ ଓକିଲ ମିଶ୍ରଙ୍କୁ ନିରାଶ କରିବା ଉଦ୍ଦେଶ୍ୟର ବାହାରେ ଅପେକ୍ଷା କରିବାକୁ କହିଥିଲେ। ବିଡିଓ ନନ୍ଦଙ୍କୁ ସମ୍ମାନ ଜଣାଇ ସେମାନେ ଅଧ ଘଣ୍ଟା ପର୍ଯ୍ୟନ୍ତ ବାହାରେ ଅପେକ୍ଷା କରିଥିଲେ। ସେତେବେଳେ କେତୋଟି ପଞ୍ଚାୟତର ସରପଞ୍ଚ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ତା’ପରେ ପୁଣି ବିଡିଓଙ୍କୁ ସାକ୍ଷାତ କରି ଆଉ କେତେ ସମୟ ଅପେକ୍ଷା କରିବାକୁ ପଡିବ ବୋଲି ପଚାରିଥିଲେ। କିନ୍ତୁ ବିଡିଓ ନନ୍ଦ ହଠାତ୍‌ ଉତ୍‌କ୍ଷିପ୍ତ ହୋଇ କି ଆର୍‌ଟିଆଇ ମାଗୁଛ କହି ଅଶାଳୀନ ଭାଷାରେ ଗାଳିଗୁଲଜ କରିଥିଲେ । ଏପରି କି ଜାତିକୁ ନେଇ ଆକ୍ଷେପ କରିଥିଲେ। ଏଥିସହ ତାଙ୍କ ଓକିଲ ମିଶ୍ରଙ୍କୁ ଥାନାରେ ବାଡେଇବେ ବୋଲି ଚେତାବନୀ ଦେଇଥିବା ଦାସ ଅଭିଯୋଗପତ୍ରରେ ଉଲ୍ଲେଖ କରିଛନ୍ତି। ସେ ଏକଥା ମଧ୍ୟ ଲେଖିଛନ୍ତି ଏତିକିରେ ବିଡିଓଙ୍କ କ୍ରୋଧ ସମ୍ବରଣ ହୋଇ ନ ଥିଲା। ଓକିଲ ମିଶ୍ରଙ୍କ ମୁହଁକୁ ଓକିଲାତିନାମା ଫୋପାଡିଥିଲେ । ପାଣି ବୋତଲରେ ଉଭୟଙ୍କୁ ବାଡେଇବାକୁ ଚେଷ୍ଟା କଲାବେଳେ ଉପସ୍ଥିତ ଲୋକେ ବାରଣ କରିବାରୁ ପରିସ୍ଥିତି ନିୟନ୍ତ୍ରିତ ହୋଇଥିଲା । ବିଡିଓଙ୍କ ଏତାଦୃଶ ଆଚରଣ ସେମାନଙ୍କୁ ଗଭୀର ଆଘାତ ଦେଇଛି । ବିଡିଓ ଏଭଳି ବ୍ୟବହାର କରିବେ ବୋଲି ସେମାନେ ଆଗରୁ ଭାବି ନ ଥିବାରୁ ସମସ୍ତ ଘଟଣାକ୍ରମ ରେକର୍ଡିଂ କରି ନ ଥିଲେ। ତଥାପି କିଛି ଅଡିଓ ରେକର୍ଡିଂ ସମ୍ଭବ ହୋଇପାରିଛି। ବିଡିଓଙ୍କ ଚାମ୍ବରରେ ଲାଗିଥିବା ସିସିଟିଭି ଫୁଟେଜ୍‌ ଯାଞ୍ଚ କରାଗଲେ ସ୍ପଷ୍ଟ ଚିତ୍ର ଜଣାପଡ଼ିଯିବ। ଏବେ ବିଡିଓ ଏହି ସିସିଟିଭି ଫୁଟେଜ୍‌କୁ ନଷ୍ଟ କରିବା ପାଇଁ ଚେଷ୍ଟା କରିବାର ଯଥେଷ୍ଟ ସମ୍ଭାବନା ଅଛି। ତେଣୁ ତୁରନ୍ତ ତାହା ଜବତ କରାଯାଉ ବୋଲି ଦାସ କହିଛନ୍ତି । ଏହା ଉପରେ ବିଡିଓ ନନ୍ଦଙ୍କୁ ପଚାରିବାରୁ ସେ ସେଭଳି କିଛି ଦୁର୍ବ୍ୟବହାର କରି ନ ଥିବା କହି ତଦନ୍ତକୁ ସମ୍ମାନ ଜଣାଉଥିବା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏବେ ୨୪ଘଣ୍ଟା ନୁହେଁ ୨୫ଘଣ୍ଟା ହୋଇଯିବ ଗୋଟିଏ ଦିନ, ୨୦୨୬ରେ ହେବ କି ବଡ଼ ପରିବର୍ତ୍ତନ!

ଆପଣଙ୍କର ଘଣ୍ଟା କେବେ ଗୋଟିଏ ଘଣ୍ଟା ଲେଟ୍‌ ହେବ କି? ଭବିଷ୍ୟତରେ ସୂର୍ଯ୍ୟ ଅସ୍ତ ହେବ ଏବଂ ରାତି ଲମ୍ୱା ହେବ କି? ଏହା ଏକ...

LPGରୁ UPI ଯାଏ…ଆଜିଠୁ ୫ବଡ଼ ପରିବର୍ତ୍ତନ, ସାଧାରଣ ଲୋକଙ୍କୁ ଲାଗିବ ଝଟ୍‌କା!

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନ ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ନିୟମ ପରିବର୍ତ୍ତନ ହୋଇଛି, ଯାହା...

ନୂଆବର୍ଷରେ ମହଙ୍ଗା ମାଡ, ୨୮ମାସରେ ସବୁଠାରୁ ଅଧିକ ବଢିଲା ଗ୍ୟାସ ସିଲିଣ୍ଡର ଦର

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ଏକ ବଡ଼ ଝଟକା ସହିତ ଆରମ୍ଭ ହୋଇଛି। ଏହି ଝଟକା ହେଉଛି ମୁଦ୍ରାସ୍ଫୀତି। ସରକାର ପାଇପ ପ୍ରାକୃତିକ ରନ୍ଧନ ଗ୍ୟାସର ମୂଲ୍ୟ...

ଏଇ ଭାରତରେ

ଦିଲ୍ଲୀର ଦୁଇଭାଇ ବିହାନ ଓ ନାଭ ଅଗ୍ରଓ୍ୱାଲ ବର୍ଜ୍ୟ ରିସାଇକେଲିଂ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଛନ୍ତି। ସେମାନେ ୧୪ଟି ସହରରେ ୧ ମିଲିୟନ(୧୦ ଲକ୍ଷ) କେ.ଜି...

ନୂଆବର୍ଷରେ ଭାରତକୁ ଶୁଭେଚ୍ଛା ନୁହେଁ, ଧମକ ଦେଲା ପାକିସ୍ତାନ: ମୁନିର କହିଦେଲେ…

ଇସଲାମାବାଦ୍‌,୧।୧: ନୂତନ ବର୍ଷ ଆରମ୍ଭରେ ପାକିସ୍ତାନ ପୁଣି ଥରେ ଆକ୍ରମଣାତ୍ମକ ମନୋଭାବ ପ୍ରଦର୍ଶନ କରିଛି। ଭାରତର ନାଁ ନ ନେଇ ପାକିସ୍ତାନର ସେନା ମୁଖ୍ୟ ଜେନେରାଲ...

ବିଶ୍ୱ ଓ ବର୍ଷାନ୍ତର

ଳର ଅନ୍ୟନାମ ସମୟ। ଅନନ୍ତ ସମୟର ଅସରନ୍ତି ଯାତ୍ରାରେ ଗୋଟିଏ ବର୍ଷ ବିତିବା ଓ ଆଉ ଗୋଟିଏ ବର୍ଷ ଆସିବା ଏକ ଚିରନ୍ତନ ପ୍ରକ୍ରିୟା। ଏହା...

ଘେଁସ ‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’ରେ ସାମିଲ: ୧୫ କୋଟି ବିନିଯୋଗରେ …

ମଥୁରାନଗରୀ/ ସୋହେଲା,୧ା୧(ପ୍ରେମାନନ୍ଦ ଖମାରୀ/ଅଶ୍ୱିନୀ କୁମାର ପାତ୍ର):ବରଗଡ଼ ଜିଲା ଘେଁସଠାରେ ବୁଧବାର ରାଜ୍ୟସ୍ତରୀୟ ବୀରତା ଦିବସ ଏବଂ ଶହୀଦ ମାଧୋ ସିଂହଙ୍କ ସ୍ମୃତି ସମାରୋହ ଆୟୋଜନ ହୋଇଥିଲା।...

ଭାରତୀୟ ସଂସ୍କୃତିରେ ପରିବର୍ତ୍ତନ

ଆକ୍ରମଣ ଏବଂ ଦେଶାନ୍ତର ଗମନ ମଧ୍ୟରେ ପାର୍ଥକ୍ୟ ରହିଛି। ସାଧାରଣତଃ କୌଣସି ଦେଶ ଉପରେ ଆକ୍ରମଣକରି ଆକ୍ରମଣକାରୀ ସେଠାରୁ ଧନ ଲୁଟିନିଏ ଏବଂ ଲୋକଙ୍କୁ ତାହାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri