ଗଞ୍ଜାମ,୨୬।୩ (ବିଦ୍ୟାଧର ସାହୁ): ମୁଖ୍ୟମନ୍ତ୍ରୀ ବସ୍ ଚାଳକଙ୍କ ମନମୁଖୀ ଗାଡ଼ିଚାଳନା ଘଟଣା । ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ଆକ୍ସନ ମୋଡରେ ପ୍ରଶାସନ । ଡ୍ରାଇଭରମାନଙ୍କୁ ଡକାଇ ତାଙ୍କ ସହ ଆଲୋଚନା କରି କଡା ତାଗିଦ କଲେ ଗଞ୍ଜାମ ବିଡିଓ ଅଚ୍ୟୁତାନନ୍ଦ ଯାନୀ । ଭବିଷ୍ୟତରେ ଯଦି ଏଭଳି ଅଭିଯୋଗ ହୁଏ ତାହେଲେ ସାମନଙ୍କର ଲାଇସେନ୍ସ ରଦ୍ଦ କରାଯିବ ବୋଲି କହି ସେ ତାଗିଦ୍ କରିଛନ୍ତି ।
କହିରଖୁଛୁ କି, ଗଞ୍ଜାମ ସହରର ରାସ୍ତା ଉପରେ ଏକ କୁକୁର ଶୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ବସ୍ ଚାଳକ ଜଣକ ହର୍ନ ମାରିଥିଲେ । କୁକୁରଟି ଉଠିବାରେ ସାମାନ୍ୟ ବିଳମ୍ବ କରିବାରୁ ଚାଳକ ଜଣକ ଧୌର୍ଯ୍ୟ ହରାଇ ତା’ ଗୋଡ଼ ଉପରେ ବସ ଚଢ଼ାଇ ଦେଇଥିଲେ। ଫଳରେ କୁକୁରଟି ଗୁରୁତର ଆହତ ହୋଇ ଯନ୍ତ୍ରଣାରେ ଛଟପଟ ହୋଇଥିଲା। ସ୍ଥାନୀୟ ଗୋ-ରକ୍ଷକ ତଥା ସାମାଜିକ କର୍ମୀ ଏଲେୟା ଏହାକୁ ବିରୋଧ କରିବାରୁ ଚାଳକ ଜଣକ ଅତି ଅଶୋଭନୀୟ ଭାବେ କହିଥିଲେ, “ଏଇଟା ଗୋଟେ ଦେଶୀ କୁକୁର, ଏଥିପାଇଁ କ’ଣ ଦେଶ ଭାସିଗଲା?” ଏତିକିରେ ସେ ଅଟକି ନ ଥିଲେ, ବରଂ ଉପହାସ କରି ୧୦୦ ଟଙ୍କା ବଢ଼ାଇ ଦେଇ ଚିକିତ୍ସା କରିବାକୁ କହିଥିଲେ।
ଏହି ଖବର ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ବିଡିଓ ଡ୍ରାଇଭରଙ୍କମାନଙ୍କୁ ଚେତାବନୀ ଦେଇଛନ୍ତି ।

