ପଞ୍ଚାୟତ କାର୍ଯ୍ୟାଳୟରେ ବିଡିଓଙ୍କୁ ତାଲା:ପିଡିଏସ୍‌ ଚାଉଳ ଓଜନରେ କମ୍‌

ବେତନଟୀ,୬ା୧୧(ଧରଣୀଧର ମହାନ୍ତି):ମୟୂରଭଞ୍ଜ ଜିଲା ବେତନଟୀ ବ୍ଲକ ଅଧୀନ ନଡ଼ପୁର ପଞ୍ଚାୟତରେ ମଙ୍ଗଳବାର ପିଡିଏସ୍‌ ଚାଉଳ କମ୍‌ ଦିଆଯିବାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ହିତାଧିକାରୀମାନେ ଯାଞ୍ଚ ପାଇଁ ଆସିଥିବା ବିଡିଓ ଏବଂ ବ୍ଲକ କର୍ମଚାରୀମାନଙ୍କୁ ପଞ୍ଚାୟତ କାର୍ଯ୍ୟାଳୟ ମଧ୍ୟରେ ପୂରାଇ ତାଲା ପକାଇ ଦେଇଥିଲେ। ୪ ଘଣ୍ଟା ଅଟକ ରହିବା ପରେ ପୋଲିସ ସମସ୍ତଙ୍କୁ ଉଦ୍ଧାର କରିଥିଲା। ସୂଚନା ଅନୁଯାୟୀ, ଗତ ଶନିବାର ନଡ଼ପୁର ପଞ୍ଚାୟତରେ ବ୍ଲକ ଯୋଗାଣ ବିଭାଗ ଅଧୀନରେ କାର୍ଯ୍ୟ କରୁଥିବା ପଞ୍ଚାୟତ ଯୋଗାଣ ସହାୟିକା ଜୟସ୍ମିତା କବାଟ ଚାଉଳ ବଣ୍ଟନ କରିଥିଲେ। ଏହି ପଞ୍ଚାୟତ ଅଧୀନ ସିଳିପୁରିଆ ଗ୍ରାମର ରାୟମତ ମାଝୀ ତାଙ୍କ ରାଶନ କାର୍ଡରେ ୧୦୫ କି.ଗ୍ରା. ଚାଉଳ ନେଇଥିବା ବେଳେ ଅନ୍ୟ ଏକ ମେଶିିନରେ ଓଜନ କରିବାରୁ ତାହା ୯୬.୪୦୦ ଗ୍ରାମ ହୋଇଥିଲା। ଏହା ପରେ ୧୦ରୁ ୧୫ ଜଣ ରାଶନ କାର୍ଡ ହିତାଧିକାରୀ ସେମାନଙ୍କ ଚାଉଳ ଓଜନ କରି ୫ରୁ ୧୨ କି.ଗ୍ରା. ପର୍ଯ୍ୟନ୍ତ କମ୍‌ ରହିଥିବା ଜାଣିବାକୁ ପାଇଥିଲେ। ଫଳରେ ସେଠାରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଯୋଗାଣ ସହାୟିକା ସନ୍ତୋଷଜନକ ଉତ୍ତର ଦେଇ ପାରି ନ ଥିଲେ। ଅଭିଯୋଗ ପାଇ ବେତନଟୀ ଏବିଡିଓ ଗଗନ ବିହାରୀ ବେହେରା, ଜିପିଓ ସବ୍ୟସାଚୀ ଦାସ ତଦନ୍ତ ପାଇଁ ଯାଇଥିଲେ ମଧ୍ୟ ସମାଧାନର ବାଟ ବାହାରି ପାରି ନ ଥିଲା। ଅଧିକାରୀମାନେ ପଞ୍ଚାୟତ ଅଫିସର ଚାଉଳ ଗୋଦାମକୁ ସିଲ୍‌ କରି ବିଡିିଓଙ୍କୁ ଅବଗତ କରିବେ କହି ପଳାଇ ଆସିଥିଲେ। ମଙ୍ଗଳବାର ବିଡିଓ ଗୋପୀନାଥ ଖାଖା, ଏବିଡିଓ ବେହେରା, ଜିପିଓ ଦାସ, ବାରିପଦାରୁ ଆସିଥିବା ମାପ ଓ ଓଜନ ବିଭାଗ ଅଧିକାରୀ ଏବଂ ବ୍ଲକ କର୍ମଚାରୀମାନେ ତଦନ୍ତ ପାଇଁ ଯାଇଥିଲେ। ତେବେ ଯାଞ୍ଚ ବେଳେ ଅଭିଯୋଗକାରୀ ଓ ତଦନ୍ତ ଅଧିକାରୀଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଅଧିକାରୀମାନେ ଘଟଣାର ସମାଧାନ କରି ନ ପାରିବାରୁ ହିତାଧିକାରୀମାନେ ସେମାନଙ୍କୁ ଅଟକ ରଖି ଅସନ୍ତୋଷ ଜାହିର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନା ଖୋଲିଲା ହର୍ମୁଜ, ନା ହେଲା କୌଣସି ଚୁକ୍ତି… ଏହାପରେ ବି କାହିଁକି ଯୁଦ୍ଧ ବନ୍ଦ କରିବାକୁ ଚାହୁଁଛନ୍ତି ଟ୍ରମ୍ପ୍‌? ଜାଣନ୍ତୁ କ’ଣ ରହିଛି ଏହାର ବଡ଼ କାରଣ

ଓ୍ବାଶିଂଟନ,୧।୪: ଇରାନ ଏବଂ ଆମେରିକା ମଧ୍ୟରେ ସଂଘର୍ଷ ଏକ ନୂତନ ମୋଡ଼ ନେଇଛି। ଇରାନ ସହିତ ଯୁଦ୍ଧ ଏବେ ଯେକୌଣସି ମୁହୂର୍ତ୍ତରେ ଶେଷ ହୋଇପାରେ। ଆମେରିକା ମଧ୍ୟ…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ଓଲଟିଲା ମାଛ ବୋଝେଇ ମିନି ଟ୍ରକ: ଆଉ ତା’ପରେ ଘଟିଲା…

ଗଞ୍ଜାମ,୧।୪(ଅନାଥ ତରାଇ): ଗଞ୍ଜାମ ଥାନା ଅନ୍ତର୍ଗତ ବିଞ୍ଚଣାପଲି ଛକ ୧୬ ନମ୍ବର ଜାତୀୟ ରାଜପଥଠାରେ ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨ଟା ୩୦ ମିନିଟ ସମୟରେ ଏକ…

ଗଞ୍ଜାମ ଜିଲାକୁ ୩ ଜାତୀୟ ପୁରସ୍କାର: ଚାରିଆଡ଼ୁ ଛୁଟିଲା ଶୁଭେଚ୍ଛାର ସୁଅ

ଛତ୍ରପୁର, ୧/୪(ଦିଲ୍ଲୀପ ସାମଲ): ପୁଣି ରାଜ୍ୟରେ ଗଞ୍ଜାମ ଜିଲା ସୁନାମ ଆଣିଛି । ଜିଲାକୁ ୩ଟି ଜାତୀୟ ପୁରସ୍କାର ମିଳିଛି । ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ…

ବଡ଼ ଦୁର୍ଘଟଣା, ସେନା ବିମାନ ଦୁର୍ଘଟଣାଗ୍ରସ୍ତ, ୨୯ ମୃତ

ମସ୍କୋ,୧।୪: ରୁଷିଆରେ ଏକ ବଡ଼ ବିମାନ ଦୁର୍ଘଟଣାର ରିପୋର୍ଟ ସାମ୍ନାକୁ ଆସିଛି। ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ଉଦ୍ଧୃତ କରି, ସମ୍ବାଦ ସଂସ୍ଥା TASS ବୁଧବାର ରିପୋର୍ଟ କରିଛି…

ବଦଳିଛି ମାନଚିତ୍ର, ବାଟବଣା ବିକାଶ ପଥ: ଜିଲା ଗଠନକୁ ପୂରିଲା ୩୩ବର୍ଷ

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଗଠନକୁ ୩୩ବର୍ଷ ପୂରିଛି। ନୂତନ ଜିଲା ମନ୍ୟତା ପାଇବା ପରେ ୧୯୯୩ ଅପ୍ରେଲ ୧ ତାରିଖ ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ସ୍ବର୍ଗତ…

ଆଜି ସମଲେଶ୍ବରୀଙ୍କ ମହାସ୍ନାନ: ମନ୍ଦିରରେ ଶ୍ରଦ୍ଧାଳୁଙ୍କ ସମାଗମ

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ)- ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଶ୍ବରୀଙ୍କ ବୁଧବାର ମହାସ୍ନାନ ହୋଇଛି। ଏହି କ୍ରମରେ ଶୀତଳଧାରା ଅର୍ପଣ ପୂର୍ବକ ପ୍ରାତଃ ୪ଟା ୫୧ମିନିଟରୁ ଭକ୍ତମାନଙ୍କ ଦ୍ୱାରା…

ବଢ଼ିଲା ଗ୍ୟାସ୍‌ ଦର: ଜାଣନ୍ତୁ କେତେ ହେଲା ସିଲିଣ୍ଡର

ନୂଆଦିଲ୍ଲୀ,୧।୪:କମର୍ସିଆଲ LPG ଦର ବଢ଼ାଇଛନ୍ତି କେନ୍ଦ୍ର ସରକାର। କମର୍ସିଆଲ LPG ସିଲିଣ୍ଡର ପିଛା ଦର ୧୯୫ ଟଙ୍କା ୫୦ ପଇସା ବୃଦ୍ଧି ହୋଇଛି। ନୂଆଦିଲ୍ଲୀରେ ୧୯ କେଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri