ବେଦାନ୍ତ ପରିସରରେ ସୁରକ୍ଷା ପ୍ରଶିକ୍ଷଣ ଅଭିଯାନ

ଭୁବନେଶ୍ୱର,୬।୧୧: ବେଦାନ୍ତ ଆଲୁମିନିୟମର ଓଡ଼ିଶାସ୍ଥିତ ଲାଞ୍ଜିଗଡ଼ ୟୁନିଟ୍‌ ପରିସର ଓ କାର୍ଯ୍ୟ ପରିସର ବାହାର ସୁରକ୍ଷା ଅଭ୍ୟାସକୁ ବୃଦ୍ଧି କରିବା ଲାଗି ବ୍ୟାପକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏପରିକି ଉକ୍ତ କାର୍ଯ୍ୟକ୍ରମର ଅଂଶ ଭାବେ କମ୍ପାନୀ ପକ୍ଷରୁ ଏକ ପ୍ରଶିକ୍ଷଣ ଅଭିଯାନର ଆୟୋଜନ କରାଯାଇଥିଲାବେଳେ ପ୍ଲାଣ୍ଟ ପରିସରରେ ନିରାପତ୍ତା ପାରାମିଟର୍ସଗୁଡ଼ିକ ପରିଚାଳନା ଲାଗି ମକ୍‌ ଡ୍ରିଲ୍‌, ତାଲିମ ଅଧିବେଶନ ଓ ସପଫ୍ଲୋର ପ୍ରଦର୍ଶନ ଉପରେ ଆବଶ୍ୟକ ପ୍ରଶିକ୍ଷଣ ମଧ୍ୟ ଦିଆଯାଇଥିଲା।
ଏ ସମ୍ପର୍କରେ ବେଦାନ୍ତ ଲିମିଟେଡ୍‌ର ସିଇଓ (ଆଲୁମିନା ବ୍ୟବସାୟ) ପ୍ରଣବ କୁମାର ଭଟ୍ଟାଚାର୍ଯ୍ୟ କହିଥିଲେ, ନିରାପତ୍ତା ପ୍ରତି କମ୍ପାନୀର ପ୍ରତିବଦ୍ଧତାକୁ ନିଶ୍ଚିତ କରିବା ଲାଗି ଆମେ ସର୍ବଦା ପ୍ରୟାସ କରିଆସିଛୁ। ଏପରିକି ଆଚରଣବିଦ୍ଧ ତାଲିମ ଓ ଅସୁରକ୍ଷିତ ସ୍ଥାନରେ କାର୍ଯ୍ୟ ଅଭ୍ୟାସ ପାଇଁ ଆବଶ୍ୟକ ନିରାପତ୍ତା ଅବଲମ୍ବନ ଆଭିମୁଖ୍ୟ ଜରିଆରେ ଏକ ସୁରକ୍ଷା ସଂସ୍କୃତି ବଜାୟ ରଖିବା ଆମର ଦାୟିତ୍ୱ ବୋଲି ସେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ।
ସେହିଭଳି ପ୍ରତି ୬ମାସରେ ଅନୁଷ୍ଠିତ ପର୍ଯ୍ୟାୟ ମକ୍‌ ଡ୍ରିଲ୍‌ ଅଧିବେଶନ, ଜରୁରିକାଳୀନ ପ୍ରତିକ୍ରିୟା, ପ୍ରୋଟୋକଲକୁ ଦୃଢ କରିବା ଲାଗି କମ୍ପାନୀ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି। ଏପରିକି ଯେକୌଣସି ଜରୁରିକାଳୀନ ନିରାପତ୍ତା, ଅଗ୍ନିକାଣ୍ଡ, ଯାନ୍ତ୍ରିକ ତ୍ରୁଟି ଓ ଅନ୍ୟାନ୍ୟ ସୁରକ୍ଷା ପ୍ରତିକାର ଉପରେ କମ୍ପାନୀ କର୍ମଚାରୀମାନଙ୍କୁ ଆବଶ୍ୟକ ସଚେତନତା ସହିତ ପ୍ରଶିକ୍ଷିତ ପ୍ରଦାନ କରାଯାଇଥିଲା। ଏହା କେବଳ କର୍ମକ୍ଷେତ୍ରରେ ଶୂନ୍ୟତ୍ରୁଟି ହାସଲ କରିବା ନୁହେଁ ବରଂ ଏହାର ଆଖପାଖ ଅଞ୍ଚଳରେ ରହୁଥିବା ଗୋଷ୍ଠୀଙ୍କ ସୁରକ୍ଷା ପାଇଁ ମଧ୍ୟ କମ୍ପାନୀର ପ୍ରତିବଦ୍ଧତାର ଏହା ପ୍ରମାଣ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜସ୍ବ ଆଦାୟରେ ରେଲୱେର ନୂଆ ମାଇଲଖୁଣ୍ଟ

ନୂଆଦିଲ୍ଲୀ,୮।୧୨ (ଅଭୟ ଦାଶ): ଇଣ୍ଡିଆନ୍‌ ଚାମ୍ବର ଅଫ୍‌ କମର୍ସ(ଆଇସିସି)ର ବହୁ ପ୍ରତୀକ୍ଷିତ ତଥା ୨ୟ ରେଳ ଇଣ୍ଡିଆ ସମ୍ମିଳନୀ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏପରିକି ନୂଆଦିଲ୍ଲୀଠାରେ...

PAN 2.0: ନୂଆ ପାନ କାର୍ଡରେ ଆଧାର ଲିଙ୍କ୍‌ କରିବା ଜରୁରୀ କି? ନହେଲେ କଟିଯିବ…

ନୂଆଦିଲ୍ଲୀ,୭।୧୨: PAN 2.0 ଆସିବା ପରେ PAN କୁ ଆଧାର ସହିତ ଲିଙ୍କ କରିବା ଆବଶ୍ୟକ କି? ଏହାକୁ ନେଇ ପୁଣି ଦ୍ୱନ୍ଦ୍ୱ ଦେଖାଦେଇଛି। ନୂଆ...

‘୬ଇ ଟ୍ରେଡ୍‌ମାର୍କ କାହାର’

ନୂଆଦିଲ୍ଲୀ,୭।୧୨:ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା (ମହିନ୍ଦ୍ରା) ଏବଂ ଇଣ୍ଟରଗ୍ଲୋବ୍‌ ଆଭିଏଶନ (ଇଣ୍ଡିଗୋ ଏୟାରଲାଇନ୍ସ) ମଧ୍ୟରେ ତିକ୍ତତା ବୃଦ୍ଧିପାଇଛି। ନିକଟରେ ମହିନ୍ଦ୍ରା ଅଟୋର...

ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା RBI, ଜାଣନ୍ତୁ ଆପଣଙ୍କ EMI ଉପରେ କ’ଣ ପଡିବ ପ୍ରଭାବ

ମୁମ୍ବାଇ,୬।୧୨: ରେପୋ ହାରକୁ ନେଇ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଥର ମଧ୍ୟ ରେପୋ...

ନଭେମ୍ବର ମାସରେ ମହଙ୍ଗା ହେଲା ନିରାମିଷ ଥାଳି, ବାଲାନ୍ସ ବିଗାଡିଲେ ଆଳୁ ଟମାଟର

ନୂଆଦିଲ୍ଲୀ,୫ା୧୨: ଟମାଟୋ ଏବଂ ଆଳୁର ମୂଲ୍ୟରେ ବୃଦ୍ଧି ହେତୁ ଘରୋଇ ଶାକାହାରୀ ଥାଳି ନଭେମ୍ବର ମାସରେ ଏକ ବର୍ଷ ପୂର୍ବ ତୁଳନାରେ ସାତ ପ୍ରତିଶତ ମହଙ୍ଗା...

ଅଲ୍‌ ନ୍ୟୁ ହୋଣ୍ଡା ଆମେଜ୍‌ର ଅନାବରଣ

ନୂଆଦିଲ୍ଲୀ,୫।୧୨: ହୋଣ୍ଡା କାର୍‌ସ ଇଣ୍ଡିଆ ଲିମିଟେଡ୍‌ (ଏଚ୍‌ସିଆଇଏଲ୍‌)ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଅଲ୍‌ ନ୍ୟୁ ଆମେଜ୍‌ (ଥାର୍ଡ ଜେନେରେଶନ ହୋଣ୍ଡା ଆମେଜ)ର...

ହାଇଦ୍ରାବାଦରେ ଉଦ୍‌ଘାଟିତ ହେଲା ଗରୁଡଭେଗାର ଗ୍ଲୋବାଲ କର୍ପୋରେଟ୍‌ ଅଫିସ

ହାଇଦ୍ରାବାଦ,୪।୧୨: ଦେଶର ପ୍ରମୁଖ ଅନ୍ତର୍ଜାତୀୟ କୋରିଅର୍‌ ଏବଂ ଲଜିଷ୍ଟିକ ସଂସ୍ଥା ଗରୁଡଭେଗାର ପୁଣି ଏକ ଗ୍ଲୋବାଲ କର୍ପୋରେଟ ଅଫିସ ହାଇଦ୍ରାବାଦରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅଫିସର...

ଶେୟାର ବଜାର କାରବାରରେ ଉତ୍ସାହ

ମୁମ୍ବାଇ,୪।୧୨:କ୍ରମାଗତ ତୃତୀୟ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ବୃଦ୍ଧି ଘଟିଛି। ଏପରିକି ଚଳିତ ସପ୍ତାହର ଦ୍ୱିତୀୟ କାର୍ଯ୍ୟଦିବସର ଫଳାଫଳ ଅନୁଯାୟୀ ଶେୟାର ବଜାରର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri