ଜନଜାତି ଯୁବତୀ-ଯୁବକଙ୍କ ଦକ୍ଷତା ବଢାଇବାକୁ ଅଣ୍ଟା ଭିଡ଼ିଲେ ବିଡିଓ

ଦାରିଙ୍ଗବାଡି, ୨୩।୯(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ କାର୍ଯ୍ୟାଳୟ ପରିସର ମଧ୍ୟରେ ଅନୁସୂଚିତ ଜନଜାତି ଯୁବତୀ ଏବଂ ଯୁବକ ମାନଙ୍କର ଦକ୍ଷତା ତଥା କ୍ଷମତାକୁ ବୃଦ୍ଧି ପାଇଁ ସରକାରଙ୍କ ଯୋଜନା ଆଦି କର୍ମଯୋଗୀ ଅଭିଯାନର ଏକ ୨ ଦିନିଆ କର୍ମଶାଳା ଉଦଘାଟିତ ହୋଇଯାଇଛି। ଏହି କାର୍ଯ୍ୟକର୍ମରେ ବିଡ଼ିଓ ପ୍ରୀତିରଞ୍ଜନ ରଥ ଅଧ୍ୟକ୍ଷତା କରିଥିବାବେଳେ ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ବିଶ୍ୱଜିତ ଜାଲି, ଜାଗୃତିର ଧ୍ରୁବଚରଣ ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅନ୍ୟ ଅତିଥିଙ୍କ ମଧ୍ୟରେ ଅତିରିକ୍ତ ତହସିଲଦାର ଦୁଃଶାସନ ସ୍ବାଇଁ,, ଜାଗୃତି ଜାଗୃତି ସମ୍ପାଦକ କୈକାଶ ଚନ୍ଦ୍ର ଦଣ୍ଡପାଟ ପ୍ରମୁଖ ମଞ୍ଚାସିନ ରହି ଜନଜାତି ଯୁବତୀ ଯୁବକ ମାନଙ୍କର ସମାଜିକ ନେତୃତ୍ୱ, ଜୀବନ କୌଶଳ ଓ ବିଭିନ୍ନ କୌଶଳରେ ଦକ୍ଷତା ଅର୍ଜନ କରିବା ଆଦି କର୍ମଶାଳାର ମୁଖ୍ୟ ଲକ୍ଷ୍ୟବୋଲି କୁହାଯାଇଥିଲା। ବିଶେଷ କରି ଗ୍ରାମାଞ୍ଚଳକୁ ଉନ୍ନୟନ ଓ ଶକ୍ତିଶାଳୀ କରିବାକୁ ହେଲେ ଗ୍ରାମପଞ୍ଚାୟତରେ ଶକ୍ତିଶାଳୀ ଶାସନ ପ୍ରଶିକ୍ଷିତ ‘ଆଦି କର୍ମଯୋଗୀ’ ମାଧ୍ୟମରେ ଯୋଜନା ପ୍ରସ୍ତୁତି, କାର୍ଯ୍ୟାନୁଷ୍ଠାନ ଓ ନିରୀକ୍ଷଣରେ ସହଯୋଗ କରିବା ଜରୁରୀ ବୋଲି କୁହାଯାଇଥିଲା।
ସେହିପରି ଶିକ୍ଷା, ସ୍ବାସ୍ଥ୍ୟ, ଜୀବିକା, ସମାଜିକ ସୁରକ୍ଷା ଇତ୍ୟାଦି ସରକାରୀ ଯୋଜନା ବିଷୟରେ ଆଦିବାସୀ ଲୋକଙ୍କୁ ସଚେତନ ବା ଜନଜାଗରଣ କରିବା ଦିଗରେ ଗୁରୁତ୍ୱ ଦିଆଯାଇଥିଲା। ନିଜର ପରମ୍ପରା, ଐତିହ୍ୟ ଓ ଜ୍ଞାନ ପ୍ରତି ଗର୍ବ ବଢ଼ାଇବା ସହିତ ଆଧୁନିକ କୌଶଳର ସମନ୍ବୟ ରଖିବା ଯାହାକି ଜନଜାତିଙ୍କ ସଂସ୍କୃତିର ସୁରକ୍ଷା ହୋଇପାରିବ ବୋଲି କୁହାଯାଇଥିଲା। ସରକାରୀ ସେବା ଗ୍ରାମବାସୀଙ୍କ ପହଞ୍ଚୁଥିବାକୁ ନିଶ୍ଚିତ କରିବା ହେଉଛି ସରକାର ଓ ଲୋକଙ୍କ ମଧ୍ୟରେ ସେତୁ ସ୍ଥାପନ କରିବା ବୋଲି ଏହି ଅଭିଯାନର ମୂଳ ଲକ୍ଷ୍ୟ ହୋଇପାରିବ।
ବୃତ୍ତିଗତ ପ୍ରଶିକ୍ଷଣ, ଉଦ୍ୟମିତା ଓ ନିଜେ-ରୋଜଗାର ସୁଯୋଗ ସୃଷ୍ଟି କରିବା ହିଁ ଜୀବିକା ଓ କୌଶଳ ବିକାଶ ବୋଲି କର୍ମଶାଳାରେ କୁହାଯାଇଥିଲା।
ଭାରତ ସରକାରଙ୍କ ଆଦିବାସୀ ବ୍ୟାପାର ବିଭାଗ ପକ୍ଷରୁ ଏହି କାର୍ଯ୍ୟକ୍ରମ କରାଯାଉଥିବା ବେଳେ ୨୦୩୬ ସୁଦ୍ଧା ବିକଶିତ ଓଡିଶା ଏବଂ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ପାଇଁ ଏହି ଯୋଜନା ପ୍ରସ୍ତୁତ କରାଯାଉଛି। ଯାହାକି
ଆଦି କର୍ମଯୋଗୀ ଅଭିଯାନର ଲକ୍ଷ୍ୟ ହେଉଛି ଯୁବଶକ୍ତିଙ୍କୁ ସଶକ୍ତ କରିବା, ଲୋକଙ୍କୁ ଶାସନରେ ଅଂଶୀଦାର କରିବା ଓ ଆଦିବାସୀ ସମାଜର ସମଗ୍ର ଉନ୍ନତି କରିବା। ଏଥିପାଇଁ ଉକ୍ତ ବ୍ଲକର ୨୫ ପଞ୍ଚାୟତରେ ୪୪ଟି ଗ୍ରାମକୁ ଆଦି ଗ୍ରାମ ଭାବେ ଚୟନ କରାଯାଇଛି ଏବଂ ସେଠାରେ ଆଦି କେନ୍ଦ୍ର ଖୋଳାଯାଇ ଗାଁ ଲୋକଙ୍କ ବୈଠକ ଓ ଗାଁର ସର୍ବାଙ୍ଗୀନ ଉର୍ନ୍ନତି ପାଇଁ ସେଠାରେ ଆଲୋଚନା ଓ ନିଷ୍ପତି ଗ୍ରହଣ କରାଯାଇ ସରକାରଙ୍କୁ ଜଣାଯିବ। ସରକାର ମଧ୍ୟ ଗାଁ ଲୋକଙ୍କ ନିଷ୍ପତି ପ୍ରକାରେ ଗାଁର ବିକାଶ କରିପାରିବେ ବୋଲି କର୍ମଶାଳାରେ କୁହାଯାଇଥିଲା। କର୍ମଶାଳା ଆଜି ଉଦଯାପିତ ହେବ ବୋଲି ବିଡ଼ିଓ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌କୁ ଧକ୍କା ଦେଇ ଘୋଷାଡ଼ି ନେଲା ବୋଲେରୋ: ଚାଲିଗଲା ସ୍ବାମୀଙ୍କ ଜୀବନ, ସ୍ତ୍ରୀ ଗୁରୁତର

ଗୋଡ଼ଭଗା,୩୧ା୧(ସୁରେଶ ଦାଶ): ଗୋଡ଼ଭଗା ଫାଣ୍ଡି ଅନ୍ତର୍ଗତ ଗୋଡ଼ଭଗା ମାରୱାଡି ଧର୍ମଶାଳା ପାଖରେ ଶୁକ୍ରବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ କଳାମାଟି ପଞ୍ଚାୟତ ମାଉଲିଭାଗର ହେମସାଗର…

ସୀମାନ୍ତ ଗ୍ରାମରେ ଗୋଷ୍ଠୀ କେନ୍ଦ୍ର ଉଦଘାଟନ କଲା ବ୍ଲକ ପ୍ରଶାସନ 

ପଟ୍ଟାଙ୍ଗି,୩୧।୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତର ସୀମାନ୍ତ ନେରିଡିବାଲସା ଗ୍ରାମରେ ବ୍ଲକ ପ୍ରଶାସନ ପକ୍ଷରୁ ନବନିର୍ମିତ ଗୋଷ୍ଠୀ କେନ୍ଦ୍ର ଗୃହକୁ…

କାଉନ୍‌ସିଲରଙ୍କ ଘରୁ ଲୁଟ୍‌: ବର୍ଷକର ଝିଅ ବେକରେ ଛୁରୀ ଲଗାଇ ସୁନାଗହଣା ଲୁଟିନେଲେ ଦୁର୍ବୃତ୍ତ, ଭୟରେ…

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ବର୍ଷକର ଝିଅ ବେକରେ ଛୁରୀ ଲଗାଇଲେ। ପରେ ମା’ଙ୍କୁ କାବୁ କରି ଘରୁ ସୁନା ଲୁଟିନେଲେ ଦୁଇ ଦୁର୍ବୃତ୍ତ। ଏଭଳି ଘଟଣା ଘଟିଛି…

ସୁଧୁରୁନି ପାକିସ୍ତାନ! ଜମ୍ମୁ-କଶ୍ମୀରର ଅନ୍ତର୍ଜାତୀୟ ସୀମାରେଖା ନିକଟରେ ଉଡିଲା ସନ୍ଦିଗ୍ଧ ଡ୍ରୋନ୍‌, ସକ୍ରିୟ ହେଲା… 

ଶ୍ରୀନଗର,୩୧।୧: ସୁଧୁରୁନି ପାକିସ୍ତାନ। ପୁଣି ଜମ୍ମୁ-କଶ୍ମୀରର ଅନ୍ତର୍ଜାତୀୟ ସୀମାରେଖା ନିକଟରେ ଉଡ଼ିଲା ସନ୍ଦିଗ୍ଧ ପାକିସ୍ତାନୀ ଡ୍ରୋନ୍‌। ଏହାକୁ ନେଇ ଭାରତୀୟ ସୁରକ୍ଷାବାହିନୀ ସକ୍ରିୟ ହୋଇପଡ଼ିଥିଲା। ସୁରକ୍ଷାକର୍ମୀମାନେ ସର୍ଚ୍ଚ…

ବରଗଡ଼ର ଗୌରବ: ମାଷ୍ଟର ଗେମ୍‌ରେ ସ୍ବର୍ଣ୍ଣ ପଦକ ହାତେଇଲେ ୨ଭଉଣୀ

ବରଗଡ଼,୩୧।୧(ପ୍ରେମାନନ୍ଦ ଖମାରୀ): ମହାରାଷ୍ଟ୍ରର ମିନାତାଇ ଠାକରେ ଷ୍ଟାଡିୟମ, ନାସିକରେ ପ୍ରଥମ ଯୁନାଇଟେଡ ନ୍ୟାସନାଲ ମାଷ୍ଟର୍ସ ଗେମ୍ସ ୨୦୨୬ ଅନୁଷ୍ଠିତ ହୋଇଯାଇଛି। ଗତ ୨୮ତାରିଖରୁ ଶନିବାର ପର୍ଯ୍ୟନ୍ତ ଚାଲିଥିବା…

ଦିଗପହଣ୍ଡିରେ ଅତିରିକ୍ତ ଜିଲା ଜଜ୍‌ କୋର୍ଟ ପ୍ରତିଷ୍ଠା ଦାବି: ହାଇକୋର୍ଟ ଜଷ୍ଟିସଙ୍କ ସହ ଆଲୋଚନା

ଦିଗପହଣ୍ଡି, ୩୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିରେ ଅତିରିକ୍ତ ଜିଲା ଜଜ କୋର୍ଟ ପ୍ରତିଷ୍ଠା ପାଇଁସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ ପକ୍ଷରୁ ଦାବି କରାଯାଇଛି। ଶନିବାର…

ଆନ୍ଧ୍ର ପ୍ରଦେଶରେ ଦାଦନ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ତଥ୍ୟ ସଂଗ୍ରହ କଲେ ଶ୍ରମ ଅଧିକାରୀ

ବଘିଆପଡ଼ା,୩୧।୧(ଶ୍ରୀକାନ୍ତ ସାହୁ): ଆନ୍ଧ୍ର ପ୍ରଦେଶକୁ ଦାଦନ ଖଟିବାକୁ ଯାଇଥିବା ବୌଦ୍ଧ ବ୍ଲକ ଟିକରପଡା ପଞ୍ଚାୟତର ବୁରଗୋରା ଗ୍ରାମର ଅରୁଣ ରଣବିଡାଙ୍କ ମୃତ୍ୟୁ ଘଟିଛି। ତାଙ୍କ ମୃତଦେହ ଜନ୍ମମାଟିକୁ…

୧୧୨କୁ ଫୋନ କରନ୍ତୁ: ଅଗ୍ନିଶମ ଡିଜି

ଭୁବନେଶ୍ୱର,୩୧।୧: ଓଡ଼ିଶା ଅଗ୍ନିଶମ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ସଚେତନତା କରିବା ପାଇ ଶନିବାର ଏକ ନିଆରା ପ୍ରୟାସ ଆରମ୍ଭ କରାଯାଇଛି। ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀଙ୍କ ଉପସ୍ଥିତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri