ତଦନ୍ତ କଲେ ବିଡିଓ, ସହକାରୀ ଯନ୍ତ୍ରୀ

ଲୋଇସିଂହା,୭ା୧(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ୍‌ ଅଧୀନ କୁଶଙ୍ଗ ଡିଗ୍ରୀ କଲେଜର ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣରେ ଅନିୟମିତା ହୋଇଥିବା ନେଇ କଲେଜ କର୍ତ୍ତୃପକ୍ଷ ବିଡିଓଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ। ମଙ୍ଗଳବାର ବିଡିଓ ଅକ୍ଷୟ ପାଣି ଉଦ୍ଦୁ, ବ୍ଲକ୍‌ ସହକାରୀ ଯନ୍ତ୍ରୀ ସିଦ୍ଧାର୍ଥ ପାଢୀ କ୍ଷେତ୍ର ପରିଦର୍ଶନ କରି ତଦନ୍ତ କରିଥିଲେ। ବିନା ସୂଚନା ଫଳକରେ କୋଠା କାମ ଚାଲିଛି। ଉକ୍ତ କାମରେ ଅନିୟମିତତା ହେଉଥିବା ନେଇ ସ୍ଥାନୀୟ ଲୋକେ ଓ ଅଭିଭାବକ ଅଭିଯୋଗ କରିବା ସହ ଅଧିକାରୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ।
ମିଳିଥିବା ସୂଚନା ଅନୁଯାୟୀ, ୧୯୯୪ ମସିହାରେ କଳା ବିଭାଗରେ ଉକ୍ତ ଡିଗ୍ରୀ କଲେଜ ପ୍ରତିଷ୍ଠା ହୋଇଥିଲା ା ବର୍ତ୍ତମାନ କଲେଜରେ ୫୪୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ଶିକ୍ଷାଦାନ ପାଇଁ ୮ଟି ଶ୍ରେଣୀଗୃହ ରହିଛି। ସେଥିମଧ୍ୟରୁ ୩ଟି ପୁରୁଣା ଆଜବେଷ୍ଟସ ଗୃହ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଆବଶ୍ୟକ ଶ୍ରେଣୀଗୃହ ପାଇଁ ଛାତ୍ରୀଛାତ୍ର, ଅଭିଭାବକ, କଲେଜ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଜିଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ନିକଟରେ ଦାବି ହୋଇଥିଲା। ଏହିକ୍ରମରେ ଚଳିତ ଆର୍ଥିକ ବର୍ଷରେ ଦୁଇଟି ଅତିରିକ୍ତ ଶ୍ରେଣୀଗୃହ ପାଇଁ ଅନୁଦାନ ଅନୁମୋଦନ ହୋଇ କାମ ଚାଲିଛି। କୁଆଡେ ୩୦ ଲକ୍ଷ ଟଙ୍କା ବ୍ୟୟରେ ଶ୍ରେଣୀଗୃହ ନିର୍ମାଣ ହେଉଛି। ହେଲେ କାମ ଆରମ୍ଭରୁ ଅନିୟମିତା ହୋଇଥିବା ଅଭିଯୋଗ ହୋଇଛି। କୋଠାର ପିଲର ପିଲର ମଧ୍ୟରେ ଟେଢାମେଢାରେ ନିର୍ମାଣ ହୋଇଛି ା ଏହାଛଡ଼ା କୋଠା ବର୍ଗାକାର ଦେଖା ନ ଯାଇ ଅସମାନତା ଦେଖାଯାଉଛି। ସରକାରୀ ଅନୁଦାନରେ ମନମାନୀ କାମକୁ ନେଇ ସ୍ଥାନୀୟ ଅଧିବାସୀ ଓ ଅଭିବାବକମାନେ କଲେଜ ଅଧ୍ୟକ୍ଷଙ୍କ ନିକଟରେ ଅସନ୍ତୋଷ ଜାହିର କରିଥିଲେ। ଏହାପରେ ଅଧ୍ୟକ୍ଷ ବିଜୟ କଲେତ ଉକ୍ତ କୋଠା କାମରେ ଅନିୟମିତତା ଉପରେ ଅନୁଧ୍ୟାନ ପାଇଁ ବିଡିଓଙ୍କୁ ଲିଖିତ ଭାବେ ଜଣାଇଥିଲେ। ଏନେଇ କଲେଜ ଅଧ୍ୟକ୍ଷ କହିଛନ୍ତି, ବିଲମ୍ବ ହେଲେ ମଧ୍ୟ ମଙ୍ଗଳବାର ବିଡିଓ ଏବଂ ସହକାରୀ ଯନ୍ତ୍ରୀ କ୍ଷେତ୍ର ପରିଦର୍ଶନ କରିଥିଲେ। ତେବେ ଏହା ପୂର୍ବରୁ ଦାୟିତ୍ୱରେ ଥିବା ଯନ୍ତ୍ରୀ କ୍ଷେତ୍ରକୁ ଆସି ଯେଉଁସବୁ ଅଭିଯାଗ ହୋଇଥିଲା, ସେସବୁ ଭାଙ୍ଗି ପୁନର୍ବାର ନିର୍ମାଣ କରିଥିବା କହିଥିଲେ। ତେବେ ମଙ୍ଗଳବାର ସକାଳେ ଅଧ୍ୟକ୍ଷଙ୍କୁ ପଚାରିବାରୁ ସେ କହିଥିଲେ, ବିଡିଓ ଏବଂ ସହକାରୀ ଯନ୍ତ୍ରୀଙ୍କ ପରିଦର୍ଶନ ପୂର୍ବରୁ ଦାୟିତ୍ୱରେ ଥିବା ଯନ୍ତ୍ରୀ କ୍ଷେତ୍ରକୁ ଆସି ଯେଉଁସବୁ ଅଭିଯାଗ ହୋଇଥିଲା, ସେସବୁକୁ ଭାଙ୍ଗି ପୁନର୍ବାର ନିର୍ମାଣ କରିଥିବା କହିଥିଲେ। ଅପରପକ୍ଷେ ଅଧ୍ୟକ୍ଷ କୌଣସି ଚାପର ବସବର୍ତ୍ତୀ ହୋଇ ଏଭଳି ମନ୍ତବ୍ୟ ଦେଇଥିବା ସ୍ଥାନୀୟ ଅଧିବାସୀ କହିଛନ୍ତି। ଏ ସମ୍ପର୍କରେ ବ୍ଲକ୍‌ ସହକାରୀ ଯନ୍ତ୍ରୀ ସିଦ୍ଧାର୍ଥ ପାଢ଼ୀ କହିଛନ୍ତି, ମଙ୍ଗଳବାର ବିଡିଓଙ୍କ ସହ କ୍ଷେତ୍ର ପରିଦର୍ଶନ କରିଥିଲି। ଅଭିଯୋଗକୁ ଖଣ୍ଡନ କରିବା ସହ ଏହା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଥିଲେ।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱକପ୍‌ରେ ଇତିହାସ ରଚିଲେ ଫଖର-ସାହିବଜାଦା

ପାଲିକେଲ,୨୮।୨: ଚଳିତ ଟି୨୦ ବିଶ୍ୱକପ୍‌ ସୁପର-୮ର ଶେଷ ମ୍ୟାଚ୍‌ରେ ଶ୍ରୀଲଙ୍କା ବିପକ୍ଷରେ ୫ ରନ୍‌ରେ ବିଜୟୀ ହୋଇଥିଲେ ମଧ୍ୟ ପାକିସ୍ତାନ ସେମିଫାଇନା ପାଇଁ ଯୋଗ୍ୟତା ଅର୍ଜନ କରିବାରେ…

ଋଣ, ଚାକିରୀ ଦେବା ନା’ରେ ବଡ଼ ଧରଣର ଠକେଇ

ହିଞ୍ଜିଳିକାଟୁ,୨୮।୨(ଦ୍ବିତୀକୃଷ୍ଣ ପଣ୍ଡା): ଋଣ ଏବଂ ଚାକିରୀ କରାଇଦେବା ନା’ରେ ଠକେଇ କରୁଥିବା ଜଣେ ଯୁବକଙ୍କୁ ହିଞ୍ଜିଳି ପୋଲିସ ଶନିବାର ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ…

ମଧ୍ୟପ୍ରାଚ୍ୟରେ ମହାସମର: ଦୁବାଇରେ ମିସାଇଲ ମାଡ଼ କଲା ଇରାନ, ବୁର୍ଜ ଖଲିଫାକୁ କରାଗଲା ଖାଲି 

ଦୁବାଇ,୨୮।୨: ଆମେରିକା ଏବଂ ଇସ୍ରାଏଲ ପକ୍ଷରୁ ଇରାନର ୩୦ଟି ସହର ଉପରେ ମିଳିତ ଏୟାର ଷ୍ଟ୍ରାଇକ ପରେ ଇରାନ ‘ଅପରେସନ ଫତେହ-ଏ-ଜଙ୍ଗ୍‌’ ଆରମ୍ଭ କରିଛି। ଏହି ପାଲଟା…

ଇସ୍ରାଏଲ ଆକ୍ରମଣରେ ଇରାନର ପ୍ରତିରକ୍ଷା ମନ୍ତ୍ରୀ-କମାଣ୍ଡର ମୃତ! ରିପୋର୍ଟରେ ବଡ଼ ଦାବି

ତେହରାନ,୨୮।୨: ଇରାନ ଓ ଇସ୍ରାଏଲ ମଧ୍ୟରେ ଜାରି ରହିଥିବା ଭୟଙ୍କର ଯୁଦ୍ଧ ଯୋଗୁ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଖବର ସଂସ୍ଥା ରଏଟର୍ସ ପକ୍ଷରୁ ମିଳିଥିବା…

ଇମ୍ପେରିୟାଲ୍ କ୍ଲାସିକ ରାଜ୍ୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ଉଦ୍‌ଘାଟିତ,ଯୋଗଦେଲେ ୧୯ ଜିଲ୍ଲାରୁ ୧୨୫ ପ୍ରତିଯୋଗୀ

ବଲାଙ୍ଗୀର,୨୮।୨ (ସୁନିଲ କୁମାର ମହାନ୍ତି): ସ୍ଥାନୀୟ ପୁରୁଣା ବସଷ୍ଟାଣ୍ଡ ସ୍ଥିତ ଫଳ ବଜାର ପ୍ରାଙ୍ଗଣରେ କଳିଙ୍ଗ ବଡିବିଲଡିଂ ଆସୋସିଏଶନ ବଲାଙ୍ଗୀର ଶାଖା ତରଫରୁ ଇମ୍ପେରିୟାଲ କ୍ଲାସିକ ୨୦୨୬…

ରଣ୍‌ଜୀ ଟ୍ରଫି ଜିତିଲା ଜମ୍ମୁ କଶ୍ମୀର, ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ହୁବଲି,୨୮ା୨: ଜମ୍ମୁ କଶ୍ମୀର ଶନିବାର ପ୍ରଥମ ଥର ପାଇଁ ରଣ୍‌ଜୀ ଟ୍ରଫି ଜିତି ଭାରତୀୟ କ୍ରିକେଟରେ ନୂଆ ଇତିହାସ ସୃଷ୍ଟି କରିଛି। ସ୍ଥାନୀୟ କେଏସ୍‌ସିଏ ଷ୍ଟାଡିୟମରେ ଖେଳାଯାଇଥିବା…

କେରଳରେ ବାଇକ ଦୁର୍ଘଟଣାରେ ଦାରିଙ୍ଗବାଡି ଯୁବକଙ୍କ ମୃତ୍ୟୁ, ମୃତଦେହ ଆଣିବାକୁ ପରିବାର ଚିନ୍ତାରେ

ଦାରିଙ୍ଗବାଡି, ୨୮।୨ (ଅରୁଣ ସାହୁ): ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ଚାଲିଯାଇଛି ଯୁବକଙ୍କ ଜୀବନ।କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଦନେକବାଡି ପଞ୍ଚାୟତ କୁପିବାଡି ଗ୍ରାମର ହେରାର୍ଦ…

ଦିନକ ପରେ ଦୋଳ ଯାତ୍ରା: ଗଞ୍ଜାମ ପୋଲିସର କଡ଼ା ତାଗିଦ, ରାସ୍ତାରେ ହୋର୍ଡିଂ କିମ୍ବା ବାଇକ୍‌ ରଖିଲେ…

ଗଞ୍ଜାମ,୨୮।୨(ବିଦ୍ୟାଧର ସାହୁ): ଦିନକ ପରେ ଗଞ୍ଜାମ ସହରରେ ଅନୁଷ୍ଠିତ ହେବ ଐତିହାସିକ ପ୍ରସିଦ୍ଧ ଦୋଳ ଯାତ୍ରା। ଏଥିପାଇଁ ଚଳଚଞ୍ଚଳ ହୋଇ ପଡ଼ିଛି ସମଗ୍ର ସାହି ଓ ସହର।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri