Posted inଖେଳ

କ୍ଷତିରେ ପଡିଲା ବିସିସିଆଇ: ବୁଡିଲା ଏତିକି ଟଙ୍କା

ନୂଆଦିଲ୍ଲୀ,୫।୫: ଆଇପିଏଲର ୧୪ତମ ସିଜିନ କରୋନା କାରଣରୁ ସ୍ଥଗିତ ରଖାଯାଇଛି। ଆଇପିଏଲ ସ୍ଥଗିତାଦେଶ ପରେ ବୋର୍ଡର କ୍ଷତି ବିଷୟରେ ଏବେ ଚର୍ଚ୍ଚା ହେଉଛି। ବିସିସିଆଇ ଆଇପିଏଲ୍‌ର ପ୍ରତି ସିଜିନରୁ ହାରାହାରି ୪ ହଜାର କୋଟି ଟଙ୍କା ରୋଜଗାର କରେ। କିନ୍ତୁ ଚଳିତ ସିଜନରେ ୬୦ଟି ମ୍ୟାଚ ମଧ୍ୟରୁ କେବଳ ୨୯ଟି ଖେଳାଯାଇଛି। ଏଭଳି ପରିସ୍ଥିତିରେ ବୋର୍ଡ ୨୫୦୦ କୋଟି ଟଙ୍କା ପର୍ଯ୍ୟନ୍ତ କ୍ଷତି ସହିପାରେ ବୋଲି ଆକଳନ କରାଯାଇଛି।

ବିସିସିଆଇର ଏକ ସୂତ୍ରରୁ ପ୍ରକାଶ ଯେ ମଧ୍ୟଭାଗରେ ଲିଗ ସ୍ଥଗିତ ହେତୁ ଆମେ ୨୦୦୦ରୁ ୨୫୦୦ କୋଟି ଟଙ୍କା ମଧ୍ୟରେ କ୍ଷତି ହେବାର ସମ୍ଭାବନା ରହିଛି। ଯଦି ସଠିକ ଆକଳନ ବିଷୟରେ କରାଯାଏ ତେବେ ଏହା ପ୍ରାୟ ୨୨୦୦ କୋଟି ଟଙ୍କା ହେବ। ୫୨ ମ୍ୟାଚ୍‌ ବିଶିଷ୍ଟ ଏହି ଟୁର୍ନାମେଣ୍ଟ ମେ ୩୦ ପର୍ଯ୍ୟନ୍ତ ଖେଳାଯିବାର ଥିଲା। ଟୁର୍ନାମେଣ୍ଟର ଆଉ ୩୧ଟି ମ୍ୟାଚ ଅନୁଷ୍ଠିତ ହେବାର ଥିଲା। ବୋର୍ଡର ପ୍ରସାରଣ ରାଜସ୍ବ ସବୁଠୁ ବଡ କ୍ଷତି ହେବ। ଚଳିତ ସିଜିନ୍‌ ପ୍ରଶଂସକଙ୍କ ବିନା କରାଯାଉଥିଲା। ବୋର୍ଡ ଏବଂ ଫ୍ରାଞ୍ଚାଇଜମାନେ ଟିକେଟ ରାଜସ୍ବ ମଧ୍ୟ ହରାଉଛନ୍ତି।

ଷ୍ଟାର ପାଞ୍ଚ ବର୍ଷ ପାଇଁ ୧୬,୩୪୭ କୋଟି ଟଙ୍କା ଚୁକ୍ତି କରିଥିଲା। ଅର୍ଥାତ୍‌ ଗୋଟିଏ ମ୍ୟାଚ୍‌ ପ୍ରାୟ ୫୪.୫ କୋଟି ଟଙ୍କା ମୂଲ୍ୟ ଥାଏ। ଅର୍ଥାତ୍‌ ବୋର୍ଡ କେବଳ ଷ୍ଟାରଠାରୁ ୨୯ଟି ମ୍ୟାଚରୁ ୧୫୮୦କୋଟି ଟଙ୍କା ପାଇବ। କିନ୍ତୁ ୩୧ଟି ମ୍ୟାଚର ନ ହେବାରୁ ପ୍ରାୟ ୧୬୯୦ କୋଟି କ୍ଷତି ଘଟାଇବ। ସେହିଭଳି ଟାଇଟଲ ପ୍ରଯୋଜକମାନଙ୍କଠାରୁ ୪୪୦ କୋଟି ଟଙ୍କା ଗ୍ରହଣ କରାଯାଉଥିଲା। ଟୁର୍ନାମେଣ୍ଟର ଅଧା ହେତୁ କେବଳ ଅଧା ରାଶି ଅର୍ଥାତ୍‌ ୨୨୦ କୋଟି ମିଳିବ। ଏହା ବ୍ୟତୀତ ଅନ୍ୟ ପ୍ରଯୋଜକମାନଙ୍କଠାରୁ ପ୍ରାପ୍ତ ପରିମାଣରେ ସମାନ ହ୍ରାସ ଘଟିବ। ଅତିକମରେ ୨୨୦୦ କୋଟି କ୍ଷତି ହେବ ବୋଲି ବୋର୍ଡ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ପାକିସ୍ତାନ ପାଇଁ BCCI ସହିବ କ୍ଷତି! ଭାରତରୁ ଛଡ଼ାଇ ନିଆଯାଇପାରେ ବଡ଼ ଟୁର୍ଣ୍ଣାମେଣ୍ଟ

ନୂଆଦିଲ୍ଲୀ,୧୭।୨: କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ଚିନ୍ତାଜନକ ଖବର। ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ସୀମା ବିବାଦର ପ୍ରଭାବ ଏବେ କ୍ରିକେଟ୍ ମୈଦାନ ଉପରେ…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ 

ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri