Categories: ଖେଳ

ହସ୍ପିଟାଲରୁ ଘରକୁ ଫେରିଲେ ଗାଙ୍ଗୁଲି

କୋଲକାତା,୩୧ ।୧୨: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କୁ ହସ୍ପିଟାଲରୁ ଛୁଟି ମିଳିଛି । ସେ କରୋନାରେ ସଂକ୍ରମିତ ହୋଇଥିବା ବେଳେ କୋଳକାତା ସ୍ଥିତ ଉଡଲ୍ୟାଣ୍ଡସ୍ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା । ଗାଙ୍ଗୁଲିଙ୍କ କରୋନା ଟେଷ୍ଟ ରିପୋର୍ଟ ସୋମବାର ପଜିଟିଭ ଆସିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସୂଚନାଯୋଗ୍ୟ, ପ୍ରଥମଥର ଲାଗି ଗାଙ୍ଗୁଲି କରୋନାରେ ପୀଡିତ ହୋଇଥିଲେ । ଏହାପୂର୍ବରୁ ତାଙ୍କ ପରିବାରର କେତେଜଣ ସଦସ୍ୟ କରୋନାରେ ପୀଡ଼ିତ ହୋଇଥିଲେ ।

Share