Posted inଖେଳ

ଆଉ ଚାଲିବନି ବାହାନା! ଖେଳାଳିଙ୍କ ପାଇଁ BCCIର କଡ଼ା ନିୟମ, ବଦଳିଲା…

ନୂଆଦିଲ୍ଲୀ,୨।୯: ଆଫଗାନିସ୍ତାନ ବିପକ୍ଷ ୩ ମ୍ୟାଚରେ ଟି-୨୦ ସିରିଜ ପାଇଁ ଟିମ ଇଣ୍ଡିଆ ଘୋଷଣା ହୋଇସାରିଛି। ତେବେ ଏହି ଚୟନ ସହ କିଛି ଖେଳାଳିଙ୍କ ପାଇଁ ଫିଟନେସ୍‌କୁ ନେଇ ସର୍ତ୍ତ ରଖାଯାଇଛି। ନୀତୀଶ କୁମାର ରେଡ୍ଡୀ, ଜସପ୍ରୀତ ବୁମରାହ, ୱାଶିଂଟନ ସୁନ୍ଦର ଓ ହର୍ଷିତ ରାଣାଙ୍କୁ ସିରିଜରେ ଖେଳିବା ପୂର୍ବରୁ ନିଜ ଫିଟନେସ୍‌ ପ୍ରମାଣ କରିବାକୁ ପଡ଼ିବ।
ନିକଟରେ ଆହତ ଖେଳାଳିଙ୍କୁ ନେଇ ମ୍ୟାନେଜମେଣ୍ଟ ଉପରେ ଆଲୋଚନା ହେବା ପରେ BCCI ଏବେ ଖେଳାଳି ଚୟନ ପ୍ରକ୍ରିୟାରେ ନୂଆ ପଦକ୍ଷେପ ନେଇଥିବା ଜଣାପଡ଼ିଛି।

ଗତ କିଛି ମାସ ଧରି ଆହତ ଖେଳାଳିଙ୍କୁ ଠିକ ଭାବେ ମ୍ୟାନେଜ କରାଯାଉନଥିବା ନେଇ BCCIର ସେଣ୍ଟର ଅଫ ଏକ୍ସିଲେନ୍ସ (CoE) ଉପରେ ପ୍ରଶ୍ନ ଉଠିଥିଲା। ହର୍ଷିତ ରାଣା, ଜସପ୍ରୀତ ବୁମରା, ୱାଶିଂଟନ ସୁନ୍ଦର ଏବଂ ନୀତୀଶ କୁମାର ରେଡ୍ଡୀଙ୍କ ଭଳି ଖେଳାଳି ଅନ୍ତର୍ଜାତୀୟ ମ୍ୟାଚ ପାଇଁ ଡାକରା ପାଇଥିଲେ। କିନ୍ତୁ ମଇଦାନରେ କିଛି ସମୟ ବିତାଇବା ପରେ ସେମାନେ ଆହତ ହୋଇ ବାଦ୍‌ ପଡ଼ିଥିଲେ।

ରିପୋର୍ଟ ଅନୁସାରେ, BCCI ଏବେ ଚାହୁଁଛି ଯେ କୌଣସି ଖେଳାଳିଙ୍କୁ ଟିମରେ ସାମିଲ କରିବା ପୂର୍ବରୁ ତାଙ୍କ ଫିଟନେସ ଓ ଉପଲବ୍ଧତାକୁ ନେଇ ବୋର୍ଡ ସମ୍ପୂର୍ଣ୍ଣ ନିଶ୍ଚିତ ହେଉ। ଏଥିପାଇଁ ୧୦୦ ପ୍ରତିଶତ ନୁହେଁ, ବରଂ ‘୨୦୦ ପ୍ରତିଶତ’ ନିଶ୍ଚିତତା ଉପରେ ଗୁରୁତ୍ୱ ଦିଆଯିବ ବୋଲି ରିପୋର୍ଟରେ କୁହାଯାଇଛି।
ଏହି ନୀତି ସମ୍ପର୍କରେ ଅବଗତ ଥିବା ଜଣେ ସୂତ୍ରଙ୍କ ଅନୁସାରେ, ଖେଳାଳିଙ୍କୁ ଟିମରେ ନେବା ପୂର୍ବରୁ ତାଙ୍କ ଉପଲବ୍ଧତା ନେଇ ବୋର୍ଡ ସମ୍ପୂର୍ଣ୍ଣ ନିଶ୍ଚିତ ହେବାକୁ ଚାହୁଁଛି।

ନିକଟରେ CoE ମୁଖ୍ୟ ଭିଭିଏସ ଲକ୍ଷ୍ମଣ ମଧ୍ୟ ଖେଳାଳି ଚୟନରେ ସମ୍ପୂର୍ଣ୍ଣ ସ୍ବଚ୍ଛତା ଆଣିବାକୁ ଚେଷ୍ଟା କରାଯାଉଥିବା କଥା କହିଥିଲେ। ଅନ୍ୟପକ୍ଷରେ BCCI ସଚିବ ଦେବଜିତ ସୈକିଆ କିଛି ଖେଳାଳିଙ୍କ ନାମ ପାଖରେ ଲାଗିଥିବା ‘*’ ଚିହ୍ନର କାରଣ ମଧ୍ୟ ସ୍ପଷ୍ଟ କରିଛନ୍ତି।
ତାଙ୍କ କହିବା ଅନୁସାରେ, ଅନ୍ତର୍ଜାତୀୟ ସିରିଜରୁ ୩ରୁ ୪ ସପ୍ତାହ ପୂର୍ବରୁ ଖେଳାଳିଙ୍କ ଚୟନ କରାଯାଏ। ତେଣୁ ଚୟନ ସମୟରେ ଖେଳାଳିଙ୍କ ଫିଟନେସ ସ୍ଥିତି ସ୍ପଷ୍ଟ ଭାବେ ଦର୍ଶାଇବାକୁ ବୋର୍ଡ ଚାହୁଁଛି।

ଦେବଜିତ ସୈକିଆଙ୍କ କହିବା ଅନୁସାରେ, ଚୟନ ଦିନରେ ଯଦି କୌଣସି ଖେଳାଳି ଫିଟ ନଥାନ୍ତି, ତେବେ ତାଙ୍କୁ ସିଧାସଳଖ ଭାବେ ଦଳରୁ ବାଦ୍‌ ଦିଆଯିବ ନାହିଁ। ଯଦି ଆଗାମୀ ୨୧ କିମ୍ବା ୨୮ ଦିନ ମଧ୍ୟରେ ସେ ଫିଟ ହୋଇଯାଆନ୍ତି, ତେବେ ଟିମରେ ରହିବାର ସୁଯୋଗ ମିଳିପାରେ।
ଅର୍ଥାତ୍‌ ଚୟନ ଦିନର ଫିଟନେସ ସ୍ଥିତି ସହିତ ଖେଳାଳିଙ୍କ ଆଗାମୀ ମ୍ୟାଚ ଓ ଯାତ୍ରା ପାଇଁ ଫିଟ ହେବାର ସମ୍ଭାବନାକୁ ମଧ୍ୟ ବିଚାର କରାଯିବ। ଏହା ଦ୍ୱାରା ଆହତ ଖେଳାଳିଙ୍କୁ ନେଇ ଭବିଷ୍ୟତରେ ହେଉଥିବା ସମସ୍ୟାକୁ କମାଇବାକୁ BCCI ଚାହୁଁଛି।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନକୁ ହସ୍ତାନ୍ତର ହୋଇନାହିଁ ଅଙ୍ଗନୱାଡ଼ି କେନ୍ଦ୍ର: ବିପଦସଙ୍କୁଳ ସ୍କୁଲ ବାରଣ୍ଡାରେ ବସୁଛନ୍ତି ଶିଶୁ

ଲାଞ୍ଜିଗଡ଼,୧୬ା୯(ରମେଶ ଚନ୍ଦ୍ର ନାୟକ):କଳାହାଣ୍ଡି ଜିଲା ଲାଞ୍ଜିଗଡ଼ଠାରେ ୨୦୧୫ରେ ଅଙ୍ଗନଓ୍ବାଡି କେନ୍ଦ୍ର ନିର୍ମାଣ ଆରମ୍ଭ ହୋଇ ସମ୍ପୂର୍ଣ୍ଣ ହେବାର ୪ ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ପ୍ରଶାସନକୁ…

ହଇଚଇ ସୃଷ୍ଟି କଲା ଅଭିଜିତ ଦୀପକେଙ୍କ ନୂଆ ପୋଷ୍ଟ, କହିଲେ- ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାରେ…

ନୂଆଦିଲ୍ଲୀ,୧୬।୯: ଉତ୍ତରପ୍ରଦେଶର ୧୪,୪୨୯ଟି ପରିଷଦୀୟ ପ୍ରାଥମିକ ବିଦ୍ୟାଳୟକୁ ‘ସ୍ମାର୍ଟ ସ୍କୁଲ’ ଭାବେ ବିକଶିତ କରାଯିବ। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଏହି…

ମକର ରାଶିରେ ରାହୁଙ୍କ ପ୍ରବେଶ: ୨୦୨୮ ଯାଏ ୫ ରାଶିଙ୍କ ଭାଗ୍ୟରେ ଲାଗିବ ଚାରିଚାନ୍ଦ, ହାତକୁ ଆସିବ ପ୍ରଚୁର ଟଙ୍କା, ବ୍ୟବସାୟରେ…

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମକର ରାଶିକୁ କର୍ମ, ଅଧିକାର ଓ ସଂଘର୍ଷ ପରେ ସଫଳତାର ପ୍ରତୀକ ଭାବେ ଦେଖାଯାଏ। ଶନିଙ୍କ ଅଧିପତ୍ୟ ଥିବା ଏହି ରାଶିରେ…

ଅବହେଳିତ କଳାହାଣ୍ଡିର ଲୋକନୃତ୍ୟ ‘ଘୁମୁରା’: ପ୍ରଶିକ୍ଷଣ କେନ୍ଦ୍ରରେ ଝୁଲୁଛି ତାଲା

ଭବାନୀପାଟଣା, ୧୬ା୯ (ଉତ୍ତମ କୁମାର ଦାଶ):କଳାହାଣ୍ଡିର ଲୋକନୃତ୍ୟ ଘୁମୁରାକୁ ଆହୁରି ସମୃଦ୍ଧ କରିବା ପାଇଁ ରାଜ୍ୟ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡିଶା ସଂଗୀତ ନାଟକ ଏକାଡେମୀ ପକ୍ଷରୁ…

ଫ୍ରାଜାଇଲ ଫାଇଭ୍‌

ବର୍ତ୍ତମାନର କେନ୍ଦ୍ର ସରକାର ବାରମ୍ବାର କହୁଛନ୍ତି, ଦେଶରେ ସବୁ କିଛି ଠିକ୍‌ଠାକ୍‌ ଚାଲିଛି। ୨୦୧୪ ପୂର୍ବରୁ ଭାରତ ‘ଫ୍ରାଜାଇଲ ଫାଇଭ୍‌’ ଅର୍ଥନୀତିରେ ଥିବା ବେଳେ ଏହାର ଅଭିବୃଦ୍ଧି…

ଲୋନ୍‌ ନେଇଥିବା ଲୋକଙ୍କୁ ଲାଗିବ ବଡ଼ ଝଟକା: ମହଙ୍ଗା ହେବ EMI! ଅକ୍ଟୋବରରୁ RBI …

ନୂଆଦିଲ୍ଲୀ,୧୬।୯: ଯଦି ଆପଣ ବ୍ୟାଙ୍କରୁ ହୋମ ଲୋନ, କାର୍‌ ଲୋନ କିମ୍ବା ପର୍ସନାଲ ଲୋନ ନେଇଛନ୍ତି, ତେବେ ଆଗାମୀ ଦିନରେ ଆପଣଙ୍କ ଉପରେ ଅତିରିକ୍ତ EMI ବୋଝ…

ଚା’-ପକୋଡ଼ି, ପରିବା ବ୍ୟବସାୟୀଙ୍କ ଟେନସନ ବଢ଼ିବ! UPIର ୧ ଲକ୍ଷ ଲିମିଟ୍‌କୁ ନେଇ ଦେଶରେ ହଇଚଇ

ନୂଆଦିଲ୍ଲୀ, ୧୬।୯: UPI ପେମେଣ୍ଟକୁ ନେଇ ଏବେ ବଡ଼ ଚର୍ଚ୍ଚା। ଦୁଇ ହଜାର ଟଙ୍କାରୁ ଅଧିକ ମର୍ଚ୍ଚାଣ୍ଟ UPI ପେମେଣ୍ଟ ଉପରେ MDR ବା Merchant Discount…

ସେକ୍ସ ରାକେଟ ଠାବ: ଅବସରପ୍ରାପ୍ତ ପୋଲିସ କର୍ମଚାରୀଙ୍କ ଘରେ ଚାଲିଥିଲା…

ଅନୁଗୋଳ,୧୬ା୯ (ଜ୍ୟୋତିରଞ୍ଜନ ସାହୁ):ଘର ଆଗରେ ନେମପ୍ଲେଟ ଲାଗିଛି। ଅବସରପ୍ରାପ୍ତ ପୋଲିସ କର୍ମଚାରୀ ବୋଲି ସେଥିରେ ଉଲ୍ଲେଖ ରହିଛି। ହେଲେ ଉକ୍ତ ଘରେ ଦେହ ବ୍ୟବସାୟ ଚାଲିଥିବା ଭଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?