ବିସିସି ବ୍ୟାଙ୍କ ସଭାପତି ହେଲେ ଶିବରାମ ପାତ୍ର

ବ୍ରହ୍ମପୁର ଅଫିସ,୧୭ା୧୧: ବିସିସି (ବ୍ରହ୍ମପୁର ସମବାୟ କେନ୍ଦ୍ର) ବ୍ୟାଙ୍କ ସଭାପତି ନିର୍ବାଚନ ବୁଧବାର ଅନୁଷ୍ଠିତ ହୋଇଯାଇଛି। କୁକୁଡ଼ାଖଣ୍ଡି ୧୧ନଂ ଜୋନର ନିର୍ଦ୍ଦେଶକ ଶିବରାମ ପାତ୍ର ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ପୂର୍ବାହ୍ନରେ ସର୍କିଟ ହାଉସଠାରେ ମନ୍ତ୍ରୀ ତଥା ବିଜେଡିର ଗଞ୍ଜାମ ଜିଲା ପ୍ରଭାରୀ ପ୍ରଦୀପ ଅମାତ ଏବଂ ମନ୍ତ୍ରୀ ଉଷା ଦେବୀ, ଦଳର ଜିଲା ସଭାପତି ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଓ ଅନ୍ୟ ନେତାଙ୍କ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିଲା। ଗଞ୍ଜାମ ଓ ଗଜପତି ଜିଲାରୁ ନିର୍ବାଚିତ ୧୫ ନିର୍ଦ୍ଦେଶିକା ଓ ନିର୍ଦ୍ଦେଶକଙ୍କ ମଧ୍ୟରୁ ୧୪ ଜଣଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଥିବା ଶିବରାମଙ୍କ ନାମ ଘୋଷଣା କରାଯାଇଥିଲା। ପୁରୁଷୋତ୍ତମପୁର ବ୍ଲକ ୩ନଂ ଜୋନରୁ ନିର୍ବାଚିତ ମହିଳା ନିର୍ଦ୍ଦେଶକ ସୁଷମା ବେହେରା ଅନୁପସ୍ଥିତ ଥିଲେ।

ସର୍କିଟ ହାଉସରୁ ଉଷାଙ୍କ ସମେତ ଅନ୍ୟ ନେତା ଓ କର୍ମୀଙ୍କ ଗହଣରେ ଶିବରାମ ବିସିସି ବ୍ୟାଙ୍କକୁ ଯାଇଥିଲେ। ନିର୍ଦ୍ଧାରିତ ସମୟରେ ୩ ସେଟ୍‌ ନାମାଙ୍କନ ଦାଖଲ କରିଥିଲେ। ପ୍ରତିଦ୍ୱନ୍ଦ୍ୱୀ ନ ଥିବାରୁ ନିୟମ ପ୍ରକାରେ ପାତ୍ରଙ୍କୁ ନିର୍ଦ୍ୱନ୍ଦ୍ୱ ସଭାପତି ଘୋଷଣା କରାଯାଇଥିଲା। ତେଣୁ ୧୮ ତାରିଖରେ ହେବାକୁ ଥିବା ନିର୍ବାଚନ ଅନାବଶ୍ୟକ ହୋଇଯାଇଛି। ବ୍ୟାଙ୍କ ପରିସରରେ ରାଜ୍ୟ ବିଜେଡି ସମ୍ପାଦକ ସୁବାସ ଚନ୍ଦ୍ର ମହାରଣା, ମେୟର ସଂଘମିତ୍ରା ଦଳେଇ, ଜିଲା ସମବାୟ ସଂଘ ସଭାପତି କୈଳାସ ରଣା, ବିଜେଡି ନେତା ତଥା ପୂର୍ବତନ ବିଧାୟକ ଶିବ ଶଙ୍କର ସାହାଣୀଙ୍କ ସମେତ ଅନେକ ନେତା ଓ କର୍ମୀ ଏବଂ ବ୍ୟାଙ୍କ ପରିଚାଳନା ବୋର୍ଡକୁ ନିର୍ବାଚିତ ନିର୍ଦ୍ଦେଶିକା ଓ ନିର୍ଦ୍ଦେଶକମାନେ ନବନିର୍ବାଚିତ ସଭାପତିଙ୍କୁ ଶୁଭେଚ୍ଛା ଜଣାଇଥିଲେ। ବ୍ୟାଙ୍କ ସମ୍ପାଦକ ଓ କର୍ମଚାରୀଙ୍କ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।

ସୂଚନାଯୋଗ୍ୟ, ଅକ୍ଟୋବର ୩୦ରେ ହୋଇଥିବା ନିର୍ଦ୍ଦେଶକ ନିର୍ବାଚନରେ ୧୧ନଂ ଜୋନ ପାଇଁ ଶାସକ ଦଳ ପକ୍ଷରୁ ଅନ୍ୟ ଜଣଙ୍କୁ ପ୍ରାର୍ଥୀ ମନୋନୀତ କରାଯାଇଥିଲା। ଏହାକୁ ବିରୋଧ କରି ଶିବରାମ ଓ ଆଉ ଜଣେ ବିଜେଡି କର୍ମୀ ବିଦ୍ରୋହୀ ସାଜି ଭୋଟ ଲଢ଼େଇ କରିଥିଲେ। ଦଳ ମନୋନୀତ ପ୍ରାର୍ଥୀ ମାତ୍ର ୪ଟି ଭୋଟ ପାଇଥିଲେ। ଦୁଇ ବିଦ୍ରୋହୀଙ୍କ ମଧ୍ୟରେ ମୁକାବିଲା ହୋଇଥିଲା। ଅଧିକ ୩୨ ଖଣ୍ଡ ପାଇ ଶିବରାମ ଜିତିଥିଲେ। ଅପରପକ୍ଷରେ ସଭାପତି କିଏ ହେବେ ସେନେଇ ତର୍ଜମା ଆରମ୍ଭ ହୋଇଯାଇଥିଲା। ପରିଶେଷରେ ବିଦ୍ରୋହୀଙ୍କୁ ବିଜେଡି ମନୋନୀତ କରିବାକୁ ବାଧ୍ୟ ହୋଇଥିଲା। ନିର୍ବାଚିତ ହେବା ପରେ ନୂଆ ସଭାପତି ସମସ୍ତଙ୍କୁ ନେଇ ବ୍ୟାଙ୍କ ପରିଚାଳନା କରିବାର ସୂଚାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜିଲାସ୍ତରୀୟ ଅନ୍ତର୍ଜାତୀୟ ଟ୍ରାନ୍ସଜେଣ୍ଡର ଦୃଶ୍ୟତା ଦିବସ ପାଳନ:  ଉଲ୍ଲେଖନୀୟ ଅବଦାନ ପାଇଁ ୫ ଟ୍ରାନ୍ସଜେଣ୍ଡରଙ୍କୁ…

ଛତ୍ରପୁର,୩୧।୩(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ପ୍ରଶାସନ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଜିଲାସ୍ତରୀୟ ଅନ୍ତର୍ଜାତୀୟ ଟ୍ରାନ୍ସଜେଣ୍ଡର ଦୃଶ୍ୟତା ଦିବସ ୨୦୨୬ ପାଳିତ ହୋଇଯାଇଛି…

କାମରେ ହେଲା କଥା କଟାକଟି, ଘରକୁ ଫେରିବା ବେଳେ ଛକିକି ହାଣିଲେ..

ବନ୍ତ,୩୧। ୧(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ଥାନା ଅଞ୍ଚଳରେ କଥାକଟାକଟିରୁ ଛୁରା ମାଡ଼ । ପୋଲିସ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଥିବା ବେଳେ…

୧ ଏପ୍ରିଲରୁ ୧୫ ଦିନ ଧରି ଚାଲିବ ସ୍ବ-ଗଣନା, ଏହି ୱେବସାଇଟ ମାଧ୍ୟମରେ ଦେବେ ସବୁ ତଥ୍ୟ, ଜିଲାପାଳ କହିଲେ…

ଛତ୍ରପୁର,୩୧।୩ (ଦିଲ୍ଲୀପ ସାମଲ ): ପ୍ରଥମ ପର୍ଯ୍ୟାୟର ଗୃହ ତାଲିକା ଓ ଗୃହ ଗଣନା (ସ୍ବ-ଗଣନା) ଆସନ୍ତାକାଲି ଅର୍ଥାତ୍‌ ୧ ଏପ୍ରିଲରୁ ୧୫ ଏପ୍ରିଲ ୨୦୨୬ ପର୍ଯ୍ୟନ୍ତ…

ଗଞ୍ଜାମରେ ଲଜ୍ଜା: ପ୍ରେମିକାଙ୍କୁ ନିଶା ଦେଇ ଗଣବଳାତ୍କାର: ନାବାଳକ ପ୍ରେମିକଙ୍କୁ…

ବ୍ରହ୍ମପୁର, ୩୧।୩(ସୁବାସ ଚନ୍ଦ୍ର ପାଢୀ) : ପୁଣିଥରେ ଗଞ୍ଜାମରେ ଲଜ୍ଜା। ପ୍ରେମିକାଙ୍କୁ ନିଶା ଦେଇ ଗଣବଳାତ୍କାର ମାମଲାରେ ଗୋଷାଣୀନୂଆଗାଁ ପୋଲିସ ଦୁଇଜଣ ଅଭିଯୁକ୍ତକୁ ଗିରଫ କରିଛି। ସେମାନଙ୍କୁ…

ନଦୀରେ ଭାସିଯାଇ ଯୁବକଙ୍କ ମୃତ୍ୟୁ: ଅଞ୍ଚଳରେ ଶୋକର ଛାୟା

ବଞ୍ଚୋ, ୩୧।୩: (ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅନ୍ତର୍ଗତ ବଞ୍ଚୋ ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ଗ୍ରାମର ଚିନ୍ମୟ ସେଠୀ…

ଥାନାରେ ପହଞ୍ଚିଲେ ନର୍ଲ୍ଲା ବିଧାୟିକା: କେସିଙ୍ଗା ଏସଡିପିଓ, ଦୁଇ ପୋଲିସ ନାଁରେ

ଭୁବନେଶ୍ୱର,୩୧।୧: ବଢ଼ୁଛି ମାମଲା। ଖାରବେଳ ନଗର ଥାନାରେ ପହଞ୍ଚିଲେ ନର୍ଲ୍ଲା ବିଧାୟିକା ମନୋରମା ମହାନ୍ତି। ସେଠାରେ ସେ କେସିଙ୍ଗା ପୋଲିସ ବିରୋଧରେ ଅଭିଯୋଗ ଆଣିଛନ୍ତି। କେସିଙ୍ଗା ଏସଡିପିଓ…

ସଇତାନ ସାଜିଲା ସ୍ବାମୀ: ଟଙ୍କା ପାଇଁ ସ୍ତ୍ରୀଙ୍କୁ ହତ୍ୟା କରି ନିଜ ଚାଷ ଜମିରେ ପୋତିଦେଲେ, ଆଜି ମିଳିଲା…

ଭବାନୀପାଟଣା,୩୧।୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ସନ୍ୟାସୀ କୁଣ୍ଡାମାଲ ଗ୍ରାମରୁ ମଙ୍ଗଳବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସାମାନ୍ୟ ଟଙ୍କା ପାଇଁ…

ସରିଲା ମାଓବାଦୀଙ୍କ ଆତ୍ମସମର୍ପଣ ସମୟସୀମା: ଆଉ ମିଳିବ ନାହିଁ ସୁଯୋଗ

ଭୁବନେଶ୍ୱର,୩୧।୩: ଓଡ଼ିଶାରେ ମାଓବାଦୀ ଦମନ ଟାର୍ଗେଟ୍‌ ସଫଳ ହୋଇଛି ବୋଲି ADG ସଞ୍ଜୀବ ପଣ୍ଡା ମଙ୍ଗଳବାର ଗଣମାଧ୍ୟମକୁ କହିଛନ୍ତି। ଓଡ଼ିଶାକୁ ଆଉ ମାଓବାଦୀ ବିପଦ ନାହିଁ ବୋଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri