୫ରେ ବାସୁଦେବପୁର ବ୍ଲକ ଅଫିସ ଘେରିବେ ଗାଁସାଥୀ

ଭଦ୍ରକ ଅଫିସ,୨୮।୩- ଗାଁସାଥୀ (ମେଟ୍‌) ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟିର ଭଦ୍ରକ ଜିଲା ଶାଖା ପକ୍ଷରୁ ସ୍ଥାନୀୟ ସୀତାରାମ କଲ୍ୟାଣ ମଣ୍ଡପଠାରେ ଏକ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି।ଗଁା ସାଥୀ ସଙ୍ଗଠକ ମନୋଜ ପାଢ଼ୀ ଏଥିରେ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟଅତିଥି ଭାବେ ରାଜ୍ୟ ସଭାପତି ଲକ୍ଷ୍ମୀଧର ବିଶ୍ୱାଳ ଯୋଗଦେଇ ମାର୍ଚ୍ଚ ୩୦ ସୁଦ୍ଧା ଜିଲା ପ୍ରଶାସନ ଗଁା ସାଥୀ ସଂଘର କର୍ମକର୍ତ୍ତାଙ୍କୁ ଡାକି ଏକ ମିଳିତ ବୈଠକ କରାଇବା ପାଇଁ ଦାବି କରିଛନ୍ତି। ଗଁା ସାଥୀଙ୍କୁ ଟ୍ରେନିଂ ନ ଦେବା, ବକେୟା ପ୍ରାପ୍ୟ ନ ଦେବା ଆଦି ପ୍ରତିବାଦରେ ଆସନ୍ତା ଏପ୍ରିଲ ୫ରେ ସଂଘ ପକ୍ଷରୁ ଏକ ବ୍ଲକସ୍ତରୀୟ ଶୋଭାଯାତ୍ରା ଓ ବାସୁଦେବପୁର ବ୍ଲକ ଅଫିସ୍‌ ଘେରାଉ କରାଯିବ ବୋଲି ବୈଠକରେ ଘୋଷଣା କରାଯାଇଛି।