ବସ୍ତି ବିକାଶ ବାଟବଣା: ବଢୁଛି ଅସନ୍ତୋଷ

ରାଉରକେଲା, ୧୧ା୪(ସଙ୍ଗୀତା ଜେନା)ଇସ୍ପାତ ସହର ରାଉରକେଲାର ବସ୍ତିଗୁଡ଼ିକର ଆଶାନୁରୂପ ବିକାଶ ହୋଇପାରୁନି। ବର୍ଷବର୍ଷ ବିତି ଗଲେ ମଧ୍ୟ ଲୋକଙ୍କର ମୌଳିକ ଆବଶ୍ୟକତା ପୂରଣ ହୋଇପାରୁନାହିଁ। ୬ମାସ ପୂର୍ବେ ରାଉରକେଲାରେ ଝାଡ଼ାବାନ୍ତି ପ୍ରକୋପ ଦେଖାଯାଇଥିଲା। ଲୋକେ ମୃତ୍ୟୁବରଣ କରିଥିବା ବେଳେ ସହରକୁ ପାନୀୟଜଳ ଯୋଗାଣ କରୁଥିବା ୱାଟକୋ (ୱାଟର କର୍ପୋରେସନ୍‌) ଯୁଦ୍ଧକାଳୀନ ଭିତ୍ତିରେ ଯୋଜନା ପରିପୂର୍ଣ୍ଣ କରିଥିବା କହିଥିଲା। ସେହିପରି ସ୍ମାର୍ଟସିଟି ବିକାଶ ଯୋଜନା ଅନ୍ତର୍ଗତ ବସ୍ତିମାନଙ୍କରେ ସ୍ବଚ୍ଛତା ଓ ପରିମଳ ବ୍ୟବସ୍ଥା ଅନୁଯାୟୀ ସଫେଇ ବ୍ୟବସ୍ଥା ବଜାୟ ରଖାଯାଇଥିବା କୁହାଯାଉଛି। ହେଲେ ଏଗୁଡ଼ିକ ହୋଇ ନ ଥିବା ଦେଖାଯାଇଛି। କିଛି ପ୍ରମୁଖ ବସ୍ତିରେ ଏପରି ଯୋଜନା କାର୍ଯ୍ୟକାରୀ ହୋଇଥିବା ବେଳେ ଅନେକ ବସ୍ତିରେ ଏପରି ବିକାଶ ହୋଇ ନ ଥିବା ଅଭିଯୋଗ ହୋଇଛି। ଉଦାହରଣସ୍ବରୁପ ରାଉରକେଲା ନିର୍ବାଚନ ମଣ୍ଡଳୀର ବଡ଼ ଭୋଟର ପଏଣ୍ଟ ଗୋପବନ୍ଧୁପାଲୀ ଅଞ୍ଚଳ ଖଟାଲ ବସ୍ତିରେ ଏପରି ବିକାଶ ଅଧାପନ୍ତରିଆ ଥିବା ଲକ୍ଷ୍ୟ କରାଯାଇଛି। ଅସ୍ବାସ୍ଥ୍ୟକର ଅବସ୍ଥାରେ ୱାଟକୋ ପାଇପଗୁଡ଼ିକ ନାଳନର୍ଦ୍ଦମା ଉପରେ ନିରନ୍ତର ଭାବେ ଖୋଲା ପଡ଼ିରହିଛି। ଯାହାଦ୍ୱାରା ପାନୀୟ ଜଳ ପ୍ରଦୂଷିତ ହେଉଛି। ଏହାକୁ ବସ୍ତିବାସୀ ବ୍ୟବହାର କରୁଛନ୍ତି। ସେହିପରି ବର୍ଷବର୍ଷ ଧରି ନାଳନର୍ଦ୍ଦମା ତିଆରି କରିବାକୁ ରାଜନେତାଙ୍କ ଠାରୁ ପ୍ରତିଶ୍ରୁତି ପାଇବା ପରେ ମଧ୍ୟ ତାହା ଅସମ୍ପୂର୍ଣ୍ଣ ହୋଇ ରହିଛି। ଅତିଷ୍ଠ ହୋଇ କିଛି ବସ୍ତିବାସୀ ଚଳିତ ଭୋଟକୁ ବର୍ଜନ କରିବାକୁ କହୁଥିବାବେଳେ କିଛି ପୁଣି ରାଜନେତାଙ୍କୁ ସମସ୍ୟା ସମ୍ପର୍କରେ ମନେପକାଇ ଦେବାକୁ କହୁଛନ୍ତି। ଅନୁରୂପ ଭାବେ ସହରୀ ଭୂମିହୀନ ବା ବସ୍ତିରେ ରହୁଥିବା ଲୋକଙ୍କୁ ପାଇଁ ରାଜ୍ୟ ସରକାରଙ୍କ ଜାଗା ମିଶନରେ ବାସଗୃହ ଯୋଗାଣ ମଧ୍ୟ ଅଧାରେ ଥିବା ଜଣାପଡ଼ିଛି। ଅର୍ବାନ ସ୍ଲମ୍‌ ହାଉସହୋଲ୍ଡ ଏରିଆ( ଉଷା) ସର୍ଭେ ଅନୁଯାୟୀ, ହିତାଧିକାରୀ ଚିହ୍ନଟ କରି ଜାଗା ପ୍ରଦାନ କରାଯିବା ନିୟମ ରହିଛି। ରାଉରକେଲା ମହାନଗର ନିଗମ(ଆର୍‌ଏମ୍‌ସି) ଅନ୍ତର୍ଭୃକ୍ତ ୪୦ଟି ୱାର୍ଡ଼ରେ ହଜାର ହଜାର ଲୋକ ବାସ କରୁଥିବାବେଳେ ୩୬ ହଜାର ହିତାଧିକାରୀ ଚିହ୍ନଟ କରାଯାଇଛି। ସେଥିମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୪୭୪୭ ଜଣ ହିତାଧିକାରୀଙ୍କୁ ଜମିପଟ୍ଟା ପ୍ରଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ଗୋପବନ୍ଧୁପାଲୀ -୧ରେ ୬୧୮ ଜଣ, ଗୋପବନ୍ଧୁପାଲୀ-୨ରେ ୨୭୫ ଜଣ, ଇନ୍ଦିରା ନଗର-୧ରେ ୨୧୩ ଜଣ, ଇନ୍ଦିରାନଗର-୨ରେ ୧୫୦, ମଧୁସୂଦନପାଲୀ ୧, ୨ ଓ ୩ରେ ଯଥାକ୍ରମେ ୪୩୫, ୩୮୮ ଜଣ ଓ ୨୭୫ ଜଣ ହିତାଧିକାରୀ ଚିହ୍ନଟ ହୋଇଛନ୍ତି। ସେହିଭଳି ଅନ୍ୟ ଅଞ୍ଚଳରେ ଲୋକସଂଖ୍ୟା ଅପେକ୍ଷା ବାସଗୃହ ପାଇବା ଯୋଗ୍ୟ ହିତାଧିକାରୀ ଚିହ୍ନଟ ସଂଖ୍ୟା କମ୍‌ ରହିଛି। ଯାହାକି ଲୋକଙ୍କ ବାସଗୃହ ସମସ୍ୟା ନିରାକରଣ ଅଧାପନ୍ତରିଆ ବୋଲି ଅଭିଯୋଗ କରାଯାଉଛି। ୩୦ବର୍ଷରୁ ଉକ୍ତ ଅଞ୍ଚଳରେ ରହୁଥିବା କୁନ୍ତୀଦେବୀ ନାଳନର୍ଦ୍ଦମା, ମଶାମାଛିର ପ୍ରାଦୁର୍ଭାବ ବୃଦ୍ଧି ଶୋଚନୀୟ ପାନୀୟ ଜଳ ସମସ୍ୟା ସମ୍ପର୍କରେ ଅଭିଯୋଗ କରି କହିଛନ୍ତି, ପ୍ରତ୍ୟେକ ନିର୍ବାଚନରେ ନେତାମାନେ କେବଳ ସମସ୍ୟା ଓ ଦାବି ଶୁଣି ପ୍ରତିଶ୍ରୁତି ଦେଉଛନ୍ତି। ଏହାର କୌଣସି ସମାଧାନ ଆଜି ପର୍ଯ୍ୟନ୍ତ ହୋଇପାରିଲା ନାହିଁ। ତେଣୁ ଆଗାମୀ ଦିନରେ ଭୋଟ ବର୍ଜନ ଏକ ପ୍ରକାର ନିଷ୍ପତ୍ତି ବୋଲି କହିଥିଲେ। ସେହିପରି ରେଣୁଦେବୀ ଯାଦବ କହିଛନ୍ତି, ଦୀର୍ଘ ବର୍ଷ ରହିବା ପରେ ମଧ୍ୟ ଅବସ୍ଥା ସୁଧୁରିଲା ନାହିଁ। ବିପର୍ଯ୍ୟସ୍ତ ନାଳନର୍ଦ୍ଦମା ଯୋଗୁ ବର୍ଷା ମାସରେ ବର୍ଷାଜଳ ଘରମାନଙ୍କରେ ପଶି ନର୍କର ଅନୁଭୂତି ଦେଇଥାଏ। ତେଣୁ ଭୋଟ ଦେବା ପୂର୍ବରୁ ଭାବିବାକୁ ପଡ଼ିବ ବୋଲି ସେ କହିଛନ୍ତି। ଅନ୍ୟତମ ବସ୍ତିବାସିନ୍ଦା କୌଶଲ୍ୟା ଦେବୀଙ୍କ କହିବା ଅନୁଯାୟୀ, ନାଳନର୍ଦ୍ଦମା ଅବସ୍ଥା ସୁଧାରିବାକୁ ପ୍ରାଥମକିତା ଦେବା ଉଚିତ୍‌। ନଚେତ୍‌ ଭୋଟ ଦେବା ପୂର୍ବରୁ ବିଚାରକରି ଭୋଟ ଦେବାକୁ ପଡ଼ିବା ବୋଲି ସେ କହିଥିଲେ। ଅନୁରୂପ ଭାବେ ପ୍ରଥମ ଥର ପାଇଁ ଭୋଟ ଦେଉଥିବା ଛାତ୍ର ବୀଜେନ୍ଦ୍ର ଯାଦବ କୁହନ୍ତି, ନିର୍ବାଚନବେଳକୁ ବସ୍ତିରେ ନେତାଙ୍କ ପାଦ ପଡ଼ୁଛି। ତରବରିଆ ଭାବେ ରାସ୍ତାଘାଟ କାମ ହେଉଛି। ଏଠାରେ କ୍ଲବ ଘର ଓ ପାଠପଢ଼ିବା ପାଇଁ କୌଣସି ସୁବିଧା ନାହିଁ। ବିକାଶକୁ ଦୃଷ୍ଟିରେ ରଖି ଭୋଟ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଲଟିଲା ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌

ଥୁଆମୂଳ ରାମପୁର,୮ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ସିଲେଟ ଗ୍ରାମ ପଞ୍ଚାୟତରେ ଏକ୍‌ ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ...

ଶୀତୁଆ ରାତିରେ ଶିକ୍ଷକଙ୍କ ଆନ୍ଦୋଳନ: ସରକାର ଦେଲେ ଏମିତି ପ୍ରତିଶ୍ରୁତି

ଭୁବନେଶ୍ୱର, ୮।୧୨(ରବିନାରାୟଣ ଜେନା):ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକମାନଙ୍କ ରଣହୁଙ୍କାରକୁ ରାଜ୍ୟ ସରକାର ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ...

ଏଇ ଭାରତରେ

ବାହାରେ କିମ୍ବା ଘରେ ଅଦରକାରୀ ଜିନିଷ ଠୁଳ ହୋଇ ରହିବା ପ୍ରଦୂଷଣର କାରଣ ପାଲଟୁଛି। ପ୍ରଦୂଷଣ ହ୍ରାସ କରିବା ସକାଶେ ରିସାଇକ୍ଲିଂ ପଦ୍ଧତିରେ ଏଗୁଡ଼ିକର ପୁନଃ...

ପୁଟିନଙ୍କ ପରେ ଭାରତ ଆସିପାରନ୍ତି ଜେଲେନ୍‌ସ୍କି

ନୂଆଦିଲ୍ଲୀ,୮ା୧୨:ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ୨୦୨୬ ଜାନୁଆରୀରେ ଭାରତ ଆସିପାରନ୍ତି। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତ ପରେ ନୂଆଦିଲ୍ଲୀ ପକ୍ଷରୁ କୂଟନୈତିକ ସନ୍ତୁଳନ ଉଦ୍ୟମ...

କଚ୍ଛପ ଗତି

କୌଣସି କାର୍ଯ୍ୟ ସମ୍ପାଦନରେ ଉଛୁର ହେଲେ, ଲକ୍ଷ୍ୟ ହାସଲରେ ଡେରି ହେଲେ କିମା ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପାଇଁ ବିଳମ୍ବ ଘଟିଲେ ବିଳମ୍ବର କାରଣକୁ କଚ୍ଛପର...

ବାଘ ଆତଙ୍କ ଯୋଗୁ ୫୫ ସ୍କୁଲ ବନ୍ଦ: ଜାଣନ୍ତୁ କେଉଁଠି

ଡେରାଡୁନ୍‌,୮ା୧୨:ଉତ୍ତରାଖଣ୍ଡର ପୌରି ଜିଲାରେ କଲରାପତରିଆ ବାଘ ଆତଙ୍କ ଯୋଗୁ ୫୫ ସ୍କୁଲକୁ ସାମୟିକ ଭାବେ ବନ୍ଦ କରିଦିଆଯାଇଛି। ଉକ୍ତ ସ୍କୁଲଗୁଡ଼ିକର ପିଲାମାନଙ୍କୁ ଅନ୍‌ଲାଇନ ମୋଡ୍‌ରେ ପାଠପଢ଼ା...

ପୁଟିନ୍‌ଙ୍କ ଭାରତ ଗସ୍ତ ଅନ୍ତରାଳେ

ଭାରତକୁ ଆମେରିକା ନାଲିଆଖି ଦେଖାଇ ଟାରିଫ ବୃଦ୍ଧି କରିଛି। ଏହାସହ ଭାରତ-ରଷିଆ ସମ୍ପର୍କକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଘୋର ଅସନ୍ତୁଷ୍ଟ। ଏଭଳି ଏକ...

ଓଡ଼ିଶାରେ ବଢୁଛି ଓ୍ବେଷ୍ଟର୍ନ ପର୍ଯ୍ୟଟକଙ୍କ ସଂଖ୍ୟା: ୫ବର୍ଷରେ ୭ଗୁଣ ବୃଦ୍ଧି

ଭୁବନେଶ୍ୱର,୮୧୨(ରବିନାରାୟଣ ଜେନା):ରାଜ୍ୟର ପର୍ଯ୍ୟଟନ ଭିତ୍ତିଭୂମି ପ୍ରତି ଆକୃଷ୍ଟ ହୋଇ ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ମଧ୍ୟରେ ଓ୍ବେଷ୍ଟର୍ନ ୟୁରୋପ ପର୍ଯ୍ୟଟକଙ୍କ ସଂଖ୍ୟା ଦିନକୁ ଦିନ ବଢୁଛି ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri