ବସ୍ତି ବିକାଶ ବାଟବଣା: ବଢୁଛି ଅସନ୍ତୋଷ

ରାଉରକେଲା, ୧୧ା୪(ସଙ୍ଗୀତା ଜେନା)ଇସ୍ପାତ ସହର ରାଉରକେଲାର ବସ୍ତିଗୁଡ଼ିକର ଆଶାନୁରୂପ ବିକାଶ ହୋଇପାରୁନି। ବର୍ଷବର୍ଷ ବିତି ଗଲେ ମଧ୍ୟ ଲୋକଙ୍କର ମୌଳିକ ଆବଶ୍ୟକତା ପୂରଣ ହୋଇପାରୁନାହିଁ। ୬ମାସ ପୂର୍ବେ ରାଉରକେଲାରେ ଝାଡ଼ାବାନ୍ତି ପ୍ରକୋପ ଦେଖାଯାଇଥିଲା। ଲୋକେ ମୃତ୍ୟୁବରଣ କରିଥିବା ବେଳେ ସହରକୁ ପାନୀୟଜଳ ଯୋଗାଣ କରୁଥିବା ୱାଟକୋ (ୱାଟର କର୍ପୋରେସନ୍‌) ଯୁଦ୍ଧକାଳୀନ ଭିତ୍ତିରେ ଯୋଜନା ପରିପୂର୍ଣ୍ଣ କରିଥିବା କହିଥିଲା। ସେହିପରି ସ୍ମାର୍ଟସିଟି ବିକାଶ ଯୋଜନା ଅନ୍ତର୍ଗତ ବସ୍ତିମାନଙ୍କରେ ସ୍ବଚ୍ଛତା ଓ ପରିମଳ ବ୍ୟବସ୍ଥା ଅନୁଯାୟୀ ସଫେଇ ବ୍ୟବସ୍ଥା ବଜାୟ ରଖାଯାଇଥିବା କୁହାଯାଉଛି। ହେଲେ ଏଗୁଡ଼ିକ ହୋଇ ନ ଥିବା ଦେଖାଯାଇଛି। କିଛି ପ୍ରମୁଖ ବସ୍ତିରେ ଏପରି ଯୋଜନା କାର୍ଯ୍ୟକାରୀ ହୋଇଥିବା ବେଳେ ଅନେକ ବସ୍ତିରେ ଏପରି ବିକାଶ ହୋଇ ନ ଥିବା ଅଭିଯୋଗ ହୋଇଛି। ଉଦାହରଣସ୍ବରୁପ ରାଉରକେଲା ନିର୍ବାଚନ ମଣ୍ଡଳୀର ବଡ଼ ଭୋଟର ପଏଣ୍ଟ ଗୋପବନ୍ଧୁପାଲୀ ଅଞ୍ଚଳ ଖଟାଲ ବସ୍ତିରେ ଏପରି ବିକାଶ ଅଧାପନ୍ତରିଆ ଥିବା ଲକ୍ଷ୍ୟ କରାଯାଇଛି। ଅସ୍ବାସ୍ଥ୍ୟକର ଅବସ୍ଥାରେ ୱାଟକୋ ପାଇପଗୁଡ଼ିକ ନାଳନର୍ଦ୍ଦମା ଉପରେ ନିରନ୍ତର ଭାବେ ଖୋଲା ପଡ଼ିରହିଛି। ଯାହାଦ୍ୱାରା ପାନୀୟ ଜଳ ପ୍ରଦୂଷିତ ହେଉଛି। ଏହାକୁ ବସ୍ତିବାସୀ ବ୍ୟବହାର କରୁଛନ୍ତି। ସେହିପରି ବର୍ଷବର୍ଷ ଧରି ନାଳନର୍ଦ୍ଦମା ତିଆରି କରିବାକୁ ରାଜନେତାଙ୍କ ଠାରୁ ପ୍ରତିଶ୍ରୁତି ପାଇବା ପରେ ମଧ୍ୟ ତାହା ଅସମ୍ପୂର୍ଣ୍ଣ ହୋଇ ରହିଛି। ଅତିଷ୍ଠ ହୋଇ କିଛି ବସ୍ତିବାସୀ ଚଳିତ ଭୋଟକୁ ବର୍ଜନ କରିବାକୁ କହୁଥିବାବେଳେ କିଛି ପୁଣି ରାଜନେତାଙ୍କୁ ସମସ୍ୟା ସମ୍ପର୍କରେ ମନେପକାଇ ଦେବାକୁ କହୁଛନ୍ତି। ଅନୁରୂପ ଭାବେ ସହରୀ ଭୂମିହୀନ ବା ବସ୍ତିରେ ରହୁଥିବା ଲୋକଙ୍କୁ ପାଇଁ ରାଜ୍ୟ ସରକାରଙ୍କ ଜାଗା ମିଶନରେ ବାସଗୃହ ଯୋଗାଣ ମଧ୍ୟ ଅଧାରେ ଥିବା ଜଣାପଡ଼ିଛି। ଅର୍ବାନ ସ୍ଲମ୍‌ ହାଉସହୋଲ୍ଡ ଏରିଆ( ଉଷା) ସର୍ଭେ ଅନୁଯାୟୀ, ହିତାଧିକାରୀ ଚିହ୍ନଟ କରି ଜାଗା ପ୍ରଦାନ କରାଯିବା ନିୟମ ରହିଛି। ରାଉରକେଲା ମହାନଗର ନିଗମ(ଆର୍‌ଏମ୍‌ସି) ଅନ୍ତର୍ଭୃକ୍ତ ୪୦ଟି ୱାର୍ଡ଼ରେ ହଜାର ହଜାର ଲୋକ ବାସ କରୁଥିବାବେଳେ ୩୬ ହଜାର ହିତାଧିକାରୀ ଚିହ୍ନଟ କରାଯାଇଛି। ସେଥିମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୪୭୪୭ ଜଣ ହିତାଧିକାରୀଙ୍କୁ ଜମିପଟ୍ଟା ପ୍ରଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ଗୋପବନ୍ଧୁପାଲୀ -୧ରେ ୬୧୮ ଜଣ, ଗୋପବନ୍ଧୁପାଲୀ-୨ରେ ୨୭୫ ଜଣ, ଇନ୍ଦିରା ନଗର-୧ରେ ୨୧୩ ଜଣ, ଇନ୍ଦିରାନଗର-୨ରେ ୧୫୦, ମଧୁସୂଦନପାଲୀ ୧, ୨ ଓ ୩ରେ ଯଥାକ୍ରମେ ୪୩୫, ୩୮୮ ଜଣ ଓ ୨୭୫ ଜଣ ହିତାଧିକାରୀ ଚିହ୍ନଟ ହୋଇଛନ୍ତି। ସେହିଭଳି ଅନ୍ୟ ଅଞ୍ଚଳରେ ଲୋକସଂଖ୍ୟା ଅପେକ୍ଷା ବାସଗୃହ ପାଇବା ଯୋଗ୍ୟ ହିତାଧିକାରୀ ଚିହ୍ନଟ ସଂଖ୍ୟା କମ୍‌ ରହିଛି। ଯାହାକି ଲୋକଙ୍କ ବାସଗୃହ ସମସ୍ୟା ନିରାକରଣ ଅଧାପନ୍ତରିଆ ବୋଲି ଅଭିଯୋଗ କରାଯାଉଛି। ୩୦ବର୍ଷରୁ ଉକ୍ତ ଅଞ୍ଚଳରେ ରହୁଥିବା କୁନ୍ତୀଦେବୀ ନାଳନର୍ଦ୍ଦମା, ମଶାମାଛିର ପ୍ରାଦୁର୍ଭାବ ବୃଦ୍ଧି ଶୋଚନୀୟ ପାନୀୟ ଜଳ ସମସ୍ୟା ସମ୍ପର୍କରେ ଅଭିଯୋଗ କରି କହିଛନ୍ତି, ପ୍ରତ୍ୟେକ ନିର୍ବାଚନରେ ନେତାମାନେ କେବଳ ସମସ୍ୟା ଓ ଦାବି ଶୁଣି ପ୍ରତିଶ୍ରୁତି ଦେଉଛନ୍ତି। ଏହାର କୌଣସି ସମାଧାନ ଆଜି ପର୍ଯ୍ୟନ୍ତ ହୋଇପାରିଲା ନାହିଁ। ତେଣୁ ଆଗାମୀ ଦିନରେ ଭୋଟ ବର୍ଜନ ଏକ ପ୍ରକାର ନିଷ୍ପତ୍ତି ବୋଲି କହିଥିଲେ। ସେହିପରି ରେଣୁଦେବୀ ଯାଦବ କହିଛନ୍ତି, ଦୀର୍ଘ ବର୍ଷ ରହିବା ପରେ ମଧ୍ୟ ଅବସ୍ଥା ସୁଧୁରିଲା ନାହିଁ। ବିପର୍ଯ୍ୟସ୍ତ ନାଳନର୍ଦ୍ଦମା ଯୋଗୁ ବର୍ଷା ମାସରେ ବର୍ଷାଜଳ ଘରମାନଙ୍କରେ ପଶି ନର୍କର ଅନୁଭୂତି ଦେଇଥାଏ। ତେଣୁ ଭୋଟ ଦେବା ପୂର୍ବରୁ ଭାବିବାକୁ ପଡ଼ିବ ବୋଲି ସେ କହିଛନ୍ତି। ଅନ୍ୟତମ ବସ୍ତିବାସିନ୍ଦା କୌଶଲ୍ୟା ଦେବୀଙ୍କ କହିବା ଅନୁଯାୟୀ, ନାଳନର୍ଦ୍ଦମା ଅବସ୍ଥା ସୁଧାରିବାକୁ ପ୍ରାଥମକିତା ଦେବା ଉଚିତ୍‌। ନଚେତ୍‌ ଭୋଟ ଦେବା ପୂର୍ବରୁ ବିଚାରକରି ଭୋଟ ଦେବାକୁ ପଡ଼ିବା ବୋଲି ସେ କହିଥିଲେ। ଅନୁରୂପ ଭାବେ ପ୍ରଥମ ଥର ପାଇଁ ଭୋଟ ଦେଉଥିବା ଛାତ୍ର ବୀଜେନ୍ଦ୍ର ଯାଦବ କୁହନ୍ତି, ନିର୍ବାଚନବେଳକୁ ବସ୍ତିରେ ନେତାଙ୍କ ପାଦ ପଡ଼ୁଛି। ତରବରିଆ ଭାବେ ରାସ୍ତାଘାଟ କାମ ହେଉଛି। ଏଠାରେ କ୍ଲବ ଘର ଓ ପାଠପଢ଼ିବା ପାଇଁ କୌଣସି ସୁବିଧା ନାହିଁ। ବିକାଶକୁ ଦୃଷ୍ଟିରେ ରଖି ଭୋଟ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

କାତ୍ୟାୟନୀ ବେଶରେ ଦର୍ଶନ ଦେଉଛନ୍ତି ମା’ ସମଲେଶ୍ବରୀ, ଦର୍ଶନ ପାଇଁ ସକାଳୁ ସକାଳୁ ଭକ୍ତଙ୍କ ଭିଡ଼

ବରଗଡ଼,୨୪।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଜାରି ରହିଛି। ଷଷ୍ଠ ଦିବସ ମଙ୍ଗଳବାରରେ ଦେବୀ କାତ୍ୟାୟନୀ ବେଶରେ ଦର୍ଶନ ଦେଇଛନ୍ତି…

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri