ସର୍ବୋଚ୍ଚସ୍ତରରେ ସେନ୍‌ସେକ୍ସ, ପ୍ରଥମ ଥର ପାଇଁ ୭୫,୦୦୦ ପାର

ନୂଆଦିଲ୍ଲୀ,୧୧।୪: ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ସପ୍ତାହ କାରବାରର ୩ୟ ଦିନରେ ଘରୋଇ ଶେୟାର ବଜାର ଏକ ଉଲ୍ଲେଖନୀୟ ସଫଳତା ସହ ନୂଆ ମାଇଲଖୁଣ୍ଟ ହାସଲ କରିଛି। ଏପରିକି ଶେୟାର ବଜାରର କାରବାର ସର୍ବୋଚ୍ଚସ୍ତରରେ ପହଞ୍ଚଛି। ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ ବା ବିଏସ୍‌ଇ ସେନ୍‌ସେକ୍ସ ଦୀର୍ଘ ବର୍ଷ ପରେ ପ୍ରଥମ ଥର ପାଇଁ ୭୫,୦୦୦(୭୫,୦୩୮.୧୫) ଅଙ୍କ ଅତିକ୍ରମ କରିଥିଲାବେଳେ ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ ବା ଏନ୍‌ଏସ୍‌ଇ ନିଫ୍ଟି-୫୦ର କାରବାର ମଧ୍ୟ ୨୩,୦୦୦ (୨୨,୭୫୩.୮୦) ଅଙ୍କର ନିକଟବର୍ତ୍ତୀ ହୋଇଛି। ବିଶେଷକରି ଘରୋଇ ଶେୟାର ବଜାର କାରବାର ମଙ୍ଗଳବାର ସକାଳ ସମୟରୁ ସନ୍ଧ୍ୟା ପର୍ଯ୍ୟନ୍ତ ଉଚ୍ଚା ରହିଥିଲା ବେଳେ ବିଏସ୍‌ଇର ଶ୍ରେଷ୍ଠ ୩୦ ନିବେଶକ ବିଶିଷ୍ଟ ସେନ୍‌ସେକ୍ସ (୩୦-ସେନ୍‌ସେକ୍ସ) ର କାରବାର ଏବଂ ଏନ୍‌ଏସ୍‌ଇ ନିଫ୍ଟି-୫୦ର କାରବାରରେ ମଧ୍ୟ ଅଭିବୃଦ୍ଧି ଘଟିଥିଲା। ଏପରିକି ବିଏସ୍‌ଇ ସେନ୍‌ସେକ୍ସର ଆଇଟିସି, କୋଟାକା ବ୍ୟାଙ୍କ, ଏସ୍‌ବିଆଇ,ଟେକ ମହିନ୍ଦ୍ରା,ଭାରତୀ ଏୟାରଟେଲ,ଏସିଆନ ପେଣ୍ଟସ,ଜେଏସଡବ୍ଲ୍ୟୁ ଷ୍ଟିଲ,ଇନ୍‌ଫୋସିସ ଏବଂ ରିଲାଏନ୍ସ ଭଳି ଅଗ୍ରଣୀ ନିବେଶକଙ୍କ ପୁଞ୍ଜି ୧ର୨% ବୃଦ୍ଧି ଘଟିଥିଲାବେଳେ ସେକ୍ଟରାଲ କ୍ଷେତ୍ରରେ ମଧ୍ୟ ନିବେଶକମାନେ ପୂର୍ବ ଦିନର କାରବାର ଠାରୁ ଅଧିକ ଲାଭ ହାସଲ କରିଥିବାରୁ ବଜାରରେ ଉତ୍ସାହ ବଢିଥିଲା। ସେହିପରି ଏନ୍‌ଏସ୍‌ଇ ନିଫ୍ଟିରେ ମଧ୍ୟ ଉଚ୍ଚ ଅଭିବୃଦ୍ଧି ସହ ନିଫ୍ଟି ମିଡକ୍ୟାପ ୪୮୫.୭୦ ପଏଣ୍ଟ ବଢି ୫୦,୭୮୦.୪୦ ଅଙ୍କରେ କାରବାର ବନ୍ଦ କରିଥିଲାବେଳେ ନିଫ୍ଟି ସ୍ମଲକ୍ୟାପ ୬୮.୮୫ ପଏଣ୍ଟ ବଢି ୭୬୫୭.୪୦ ଅଙ୍କ ଏବଂ ନିଫି ବ୍ୟାଙ୍କିଙ୍ଗ୍‌ରେ ୨୫୬.୦୫ ପଏଣ୍ଟ ବୃଦ୍ଧି ଘଟି ୪୮,୯୮୬.୬୦ ଅଙ୍କରେ କାରବାର ବନ୍ଦ ହୋଇଥିଲା। ଫଳରେ ଉଭୟ ଏନ୍‌ଏସ୍‌ଇ ଓ ବିଏସ୍‌ଇରେ କାରବାର ବୃଦ୍ଧି ଯୋଗୁ ପୁଞ୍ଜିବଜାରରେ ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ବଢାଇବା ସହ ଷ୍ଟକ ମାକେର୍ଟ ଏକ ଐତିହାସିକ ସଫଳତା ଅତିକ୍ରମ କରିପାରିଥିଲା ବୋଲି ପୁଞ୍ଜି ବଜାରର ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ, ପୁଞ୍ଜିବଜାରର ସୂଚନା ଅନୁଯାୟୀ, ୨୦୨୦ ମାର୍ଚ୍ଚରେ ଷ୍ଟକ୍‌ ମାକେର୍ଟ ପ୍ରଥମ ଥର ପାଇଁ ବିଏସ୍‌ଇ ସେନ୍‌ସେକ୍ସ ୭୫,୦୦୦ ଅଙ୍କ ଅତିକ୍ରମ କରିଥିଲାବେଳେ ଏନ୍‌ଏସ୍‌ଇ ନିଫ୍ଟି ୨୫,୦୦୦ ନିକଟବର୍ତ୍ତୀ ହୋଇଥିଲା। ଅପରପକ୍ଷରେ ଚଳିତ ଆର୍ଥିକ ବର୍ଷର ୨ୟ ସପ୍ତାହର ପ୍ରଥମ (ସୋମବାର) କାରବାରରେ ଘରୋଇ ଶେୟାର ବଜାରର କାରବାର ୪୦୦ଲକ୍ଷ କୋଟି ଟଙ୍କାରେ ପହଞ୍ଚତ୍ିଥିଲା


Enter your email to get our daily news in your inbox.

All Right Reserved By Dharitri.Com

ସିସିକ୍ୟୁସିରେ ଓଏମ୍‌ସିର ୧୭ଟି ଟିମ୍‌କୁ ସ୍ବର୍ଣ୍ଣ ପଦକ

ଭୁବନେଶ୍ୱର,୨୯।୯: କ୍ୱାଲିଟି ସର୍କଲ ଫୋରମ ଅଫ୍‌ ଇଣ୍ଡିଆ (କ୍ୟୁସିଏଫ୍‌ଆଇ), ଭୁବନେଶ୍ୱର ଚାପ୍ଟର ପକ୍ଷରୁ ଆୟୋଜିତ ୮ମ ଚାପ୍ଟର କନ୍‌ଭେନ୍ସନ ଅନ୍‌ କ୍ୱାଲିଟି କନ୍ସେପ୍ଟସ (ସିସିକ୍ୟୁସି)-୨୦୨୬ରେ ଓଡ଼ିଶା ଖଣି…

LPG ଠାରୁ ଆରମ୍ଭ କରି UPI-NPS ପର୍ଯ୍ୟନ୍ତ, ଅକ୍ଟୋବର ୧ରୁ ଲାଗୁ ହେବ ବଡ଼ ପରିବର୍ତ୍ତନ! ଆଗୁଆ କରନ୍ତୁ ଏମିତି ମିଳିବ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୯।୯: ଅକ୍ଟୋବର ଆରମ୍ଭ ହେବାକୁ ଯାଉଛି, ଯାହା ସହିତ ଉତ୍ସବର ଋତୁ ଏବଂ ଅନେକ ପର୍ବପର୍ବାଣୀ ଆସୁଛି। ତଥାପି, ଏହି ମାସରେ କିଛି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ମଧ୍ୟ…

ଶେୟାର ବଜାରରେ ହାହାକାର, ବୁଡ଼ିଗଲା ନିବେଶକଙ୍କ ୮ ଲକ୍ଷ କୋଟି

ମୁମ୍ବାଇ,୨୯।୯: ପଶ୍ଚିମ ଏସିଆ ସ୍ଥିତିକୁ ନେଇ ଉତ୍ପନ୍ନ ଭୂ-ରାଜନୈତିକ ଅସ୍ଥିରତା ଗତ କିଛି ସପ୍ତାହ ଧରି ଶେୟାର ବଜାର ପାଇଁ ନକାରାତ୍ମକ ସ୍ଥିତି ସୃଷ୍ଟି କରିଛି ।…

ଏଣିକି ବିନା ପ୍ରେସକ୍ରିପ୍ସନରେ ମିଳିବନି ଏସିଡିଟି ଔଷଧ, CDSCO ଜାରି କଲା ନୂଆ ସର୍ତ୍ତ

ନୂଆଦିଲ୍ଲୀ,୨୯।୯: ଏସିଡିଟି ହେଲେ ଏଣିକି ମେଡିକାଲ ଷ୍ଟୋରରୁ ନିଜ ଇଚ୍ଛାରେ ଔଷଧ କିଣିବା ସହଜ ହେବ ନାହିଁ। ନୂଆ ନିୟମ ଅନୁସାରେ, ଡାକ୍ତରଙ୍କ ପରାମର୍ଶ କିମ୍ବା ପ୍ରେସକ୍ରିପ୍ସନ…

ଗୋଟିଏ UPI ପେମେଣ୍ଟରୁ ସରକାରଙ୍କୁ ମିଳେ କେତେ ଟଙ୍କା? ପ୍ରତି ଟ୍ରାଞ୍ଜାକ୍ସନ୍‌ର ପୂରା ହିସାବ ଜାଣିଲେ ହେବେ ଚକିତ

ନୂଆଦିଲ୍ଲୀ,୨୮।୯: ୟୁନିଫାଏଡ ପେମେଣ୍ଟସ ଇଣ୍ଟରଫେସ ବା UPI ଜରିଆରେ ପ୍ରତିଦିନ କୋଟି କୋଟି ଟଙ୍କାର କାରବାର ହେଉଛି। କିନ୍ତୁ ଆପଣ କେବେ ଭାବିଛନ୍ତି କି, ଆପଣଙ୍କ ଗୋଟିଏ…

କେନ୍ଦ୍ର କର୍ମଚାରୀଙ୍କ ପାଇଁ ଖୁସିଖବର: ଏହି ସପ୍ତାହରେ DA ବୃଦ୍ଧି ଘୋଷଣା! ଜାଣନ୍ତୁ କେତେ ବଢିବ…

ନୂଆଦିଲ୍ଲୀ,୨୮।୯: କେନ୍ଦ୍ର ସରକାର ବର୍ଷକୁ ଦୁଇଥର ନିଜ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବା DA (Dearness Allowance) ବୃଦ୍ଧି କରିଥାନ୍ତି। ଏଥିମଧ୍ୟରୁ ଗୋଟିଏ ବୃଦ୍ଧି ହୋଲି ସମୟରେ…

ଟାଟା ଷ୍ଟିଲ ଖଣ୍ଡବନ୍ଧ ଖଣି ସମ୍ମାନିତ

ଯୋଡ଼ା,୨୮ା୯(ମାନସ ମହାନ୍ତି): ସୁରକ୍ଷା, ସ୍ବାସ୍ଥ୍ୟ ଏବଂ ପରିବେଶ (ଏସ୍‌ଏଚ୍‌ଇ) ପରିଚାଳନା କ୍ଷେତ୍ରରେ ଶ୍ରେଷ୍ଠତା ପ୍ରଦର୍ଶନ ପାଇଁ ଟାଟା ଷ୍ଟିଲ୍‌ର ଖଣ୍ଡବନ୍ଧ ଲୁହାପଥର ଖଣି ସମ୍ମାନିତ ହୋଇଛି। କୋଲକାତାଠାରେ…

ଶେଷରେ ବଦଳିଗଲା ନିଷ୍ପତ୍ତି, ସ୍ଥଗିତ ହେଲା ବ୍ୟାଙ୍କ ଧର୍ମଘଟ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮ା୯: ପ୍ରସ୍ତାବିତ ୩ ଦିନିଆ ବ୍ୟାଙ୍କ ଧର୍ମଘଟ ସ୍ଥଗିତ ହୋଇଯାଇଛି। ସୋମବାରଠାରୁ ହେବାକୁ ଥିବା ପ୍ରସ୍ତାବିତ ୩ ଦିନିଆ ସାରା ଭାରତୀୟ ବ୍ୟାଙ୍କ ଧର୍ମଘଟକୁ ସ୍ଥଗିତ ରଖାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?