ବସନ୍ତ ବିହାର କଣ୍ଟେନମେଣ୍ଟ ଜୋନ ଘୋଷଣା

ପାରଳାଖେମୁଣ୍ଡି, ୧୬।୪(ଡି.ଏନ୍‌.ଏ.): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ପୌରପାଳିକାର ବସନ୍ତ ବିହାରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର ଜିଲା ପ୍ରଶାସନ ପକ୍ଷରୁ ବସନ୍ତ ବିହାରକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି। ତେଣୁ ଲୋକଙ୍କୁ କଣ୍ଟେନମେଣ୍ଟ ଜୋନ୍‌ ଭିତରକୁ ପ୍ରବେଶକୁ ବାରଣ କରିବା ପାଇଁ ବ୍ୟାରିକେଟ୍‌ ମଧ୍ୟ କରାଯାଇଛି ।