୧୯ରେ ବାରୁଣୀ ସ୍ନାନ: ସ୍ଥିତି ଅନୁଧ୍ୟାନ କଲେ ଜିଲା ପରିଷଦ ଅଧ୍ୟକ୍ଷ

ବାଲେଶ୍ୱର ଅଫିସ, ୧୭।୩: ବାଲେଶ୍ୱର ସଦର ବ୍ଲକ କଷାଫଳ ପଞ୍ଚାୟତ ନିକଟସ୍ଥ ସମୁଦ୍ର ତଟରେ ଆସନ୍ତା ୧୯ତାରିଖରେ ବାରୁଣୀ ସ୍ନାନ ଅନୁଷ୍ଠିତ ହେବ। ବାରୁଣୀ ସ୍ନାନ ଆମ ଓଡ଼ିଆ ସଂସ୍କୃତିରେ ଏକ ସ୍ବତନ୍ତ୍ର ସ୍ଥାନ ଗ୍ରହଣ କରିଛି। କଷାଫଳ ପଞ୍ଚାୟତ ନିକଟସ୍ଥ ସମୁଦ୍ର ତଟରେ ଆୟୋଜିତ ବାରୁଣୀ ମେଳାରେ ହଜାର ହଜାର ଶ୍ରଦ୍ଧାଳୁ ଆସି ବୁଡ଼ ପକାଇବାର ପରମ୍ପରା କାହିଁ କାଳରୁ ରହିଆସିଛି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ବାଲେଶ୍ୱର ଜିଲା ପରିଷଦ ଅଧ୍ୟକ୍ଷ ନାରାୟଣ ପ୍ରଧାନ ଏବଂ ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁନୀତା ବେହେରା ବାରୁଣୀ ଘାଟର ସ୍ଥିତି ଅନୁଧ୍ୟାନ କରିଛନ୍ତି। ମେଳାକୁ ଆସିବାକୁ ଥିବା ଶ୍ରଦ୍ଧାଳୁଙ୍କ ପାଇଁ ଆଇନଶୃଙ୍ଖଳା ନିୟନ୍ତ୍ରଣଠାରୁ ଆରମ୍ଭ କରି ପାନୀୟ ଜଳ ବ୍ୟବସ୍ଥା, ପୋଲିସ ଫୋର୍ସ ମୁତୟନ ରହି ଟ୍ରାଫିକ୍‌ ନିୟନ୍ତ୍ରଣ ପାଇଁ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଏହି ମେଳା ନିୟନ୍ତ୍ରଣରେ ସହଯୋଗ କରିବା ପାଇଁ ବିଭିନ୍ନ ସ୍ବେଚ୍ଛାସେବୀ ସଂସ୍ଥା, ସ୍ଥାନୀୟ ଜନ ପ୍ରତିନିଧି, ଏବଂ ସାମାଜିକ କର୍ମୀମାନଙ୍କୁ ସାମିଲ କରିବା ପାଇଁ ପ୍ରଧାନ ଗୁରୁତ୍ୱ ଦେଇଥିଲେ। ସ୍ଥିତି ଅନୁଧ୍ୟାନ ସମୟରେ କଷାଫଳ ପଞ୍ଚାୟତର ଜନସାଧାରଣଙ୍କ ସମେତ ମାଧବ ମଣ୍ଡଳ, ବୈଦ୍ୟନାଥ ମାନ୍ନା, ସଞ୍ଜୟ ସରେନ, ପୂର୍ଣ୍ଣଚନ୍ଦ୍ର ବଡୁ, ସୁନିଲ ମଣ୍ଡଳ, ବିଧାନ ଚନ୍ଦ୍ର ଦାସ, ଶିବାନନ୍ଦ ପାତ୍ର, କାର୍ତ୍ତିକ ମାନ୍ନା, ବୈକୁଣ୍ଠ ଦଳାଇ ପ୍ରମୁଖ ଉପସ୍ଥିତ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜବରଦଖଲ ହଟାଇବା ଦାବିରେ ୧୨ ଘଣ୍ଟିଆ ରାସ୍ତାରୋକୋ

ଭଦ୍ରକ ଅଫିସ,୩୦।୯ : ଭଦ୍ରକ – ବନ୍ତ ଏବଂ ଆଗରପଡ଼ା ରାସ୍ତାର ବରପଦା ଛକଠାରେ ସୋମବାର ସକାଳୁ ୧୨ ଘଣ୍ଟିଆ ରାସ୍ତାରୋକୋ କରାଯାଇଛି। ରାସ୍ତାର ଉଭୟ...

ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ କରାଯିବ ଚାରା ରୋପଣ

ଛତ୍ରପୁର,୧୪ା୫(ଡି.ଏନ.ଏ)-ଫନୀ ବାତ୍ୟାରେ ଗଞ୍ଜାମ ଜିଲାରେ ବହୁ ଗଛର କ୍ଷତି ହୋଇଯାଇଛି ା ତେଣୁ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଜିଲାର ବିଭିନ୍ନ ଗ୍ରାମାଞ୍ଚଳରେ...

ବିଲରୁ ଶ୍ରମିକଙ୍କ ମୃତଦେହ ଉଦ୍ଧାର

ଧର୍ମଶାଳା/ଚଢେଇଧରା,୯ା୧୨(ଡି.ଏନ୍‌.ଏ.)- ଧର୍ମଶାଳା ବ୍ଲକ ଜେନାପୁର ଥାନା ଅନ୍ତର୍ଗତ କୃଷ୍ଣପଶି ଗ୍ରାମର ଜଣେ ବ୍ୟକ୍ତିଙ୍କ ମୃତଦେହ ସୋମବାର ପୋଲିସ ଉଦ୍ଧାର କରିଛି। ମୃତକ ଜଣଙ୍କ କୃଷ୍ଣପଶି ଗ୍ରାମର...

ଏକତରଫା ପ୍ରେମରେ ବିଫଳ ହେବା ପରେ ଯୁବକଙ୍କ ଉନ୍ମତ୍ତ କାଣ୍ଡ: ମାରଣାସ୍ତ୍ରରେ ବାପା-ଝିଅଙ୍କୁ ଆକ୍ରମଣ

ଭଦ୍ରକ ଅଫିସ,୧।୧୨: ଭଦ୍ରକ ଗ୍ରାମାଞ୍ଚଳ ଥାନା କେନ୍ଦୁଆପଦା ଡାଳିମ୍ବଗଡ଼ିଆ ଛକରେ ଶନିବାର ରାତିରେ ଜଣେ ବ୍ୟକ୍ତି ଏବଂ ତାଙ୍କ ଝିଅଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଏଥିରେ...

ଓଆରଏଚଡିସି ଦୁର୍ନୀତି ମାମଲା: ବିନୋଦ କୁମାରଙ୍କୁ ଅନ୍ତରୀଣ ଜାମିନ

କଟକ ଅଫିସ,୨୭।୧୦: ଓଆରଏଚଡିସି ଦୁର୍ନୀତି ମାମଲାରେ ପୂର୍ବତନ ଆଇଏଏସ୍‌ଅଧିକାରୀ ବିନୋଦ କୁମାରଙ୍କୁ ହାଇକୋର୍ଟ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ, ଓଡ଼ିଶା ଗୃହ ନିର୍ମାଣ ଏବଂ...

୨୦ ଜଣଙ୍କ ପାଇଁ ନେଇଥିଲେ ଅନୁମତି, ଡକାଇଥିଲେ ୨ ହଜାର ଲୋକ

ଦାରିଙ୍ଗବାଡ଼ି,୨୭।୫: କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପଞ୍ଚାୟତ ବଡ଼ିପଦର ଗାହାଡାଡି ସାହିରେ ଏକ ବିବାହ ଭୋଜିକୁ ପ୍ରଶାସନ ପକ୍ଷରୁ ଗୁରୁବାର ବନ୍ଦ କରାଯାଇଛି। କୋଭିଡ୍‌ ନିୟମ ଉଲ୍ଲଂଘନ...

ବେଆଇନ ଗୋରୁ ଚାଲାଣ: କଣ୍ଟେନରରୁ ୧୦୨ ଉଦ୍ଧାର

ବାଲେଶ୍ବର ଅଫିସ, ୮।୩: ବାଲେଶ୍ୱର ଜିଲା ଶେରଗଡ଼ ଟୋଲଗେଟ ନିକଟରୁ ବେଆଇନ ଗୋଚାଲାଣ ବେଳେ ରବିବାର ବିଳମ୍ବିତ ରାତିରେ ୨ କଣ୍ଟେନରରୁ ୧୦୨ ଗୋରୁ ଉଦ୍ଧାର...

୧୦ରୁ କଟକରେ ବୁଷ୍ଟର ଡୋଜ

କଟକ ଅଫିସ,୨୮।୧୨: ଜାନୁୟାରୀ ୧୦ରୁ କଟକରେ ବୁଷ୍ଟର ଡୋଜ ଦିଆଯିବ। ଏ ନେଇ ସିଏମ୍‌ସି ଡେପୁଟି କମିଶନର ଅବିନାଶ ରାଉତ ସୂଚନା ଦେଇଛନ୍ତି। ସ୍ବାସ୍ଥ୍ୟ କର୍ମୀ,...

Advertisement
Archives

Model This Week