ଜଳବାୟୁ ପଦକ୍ଷେପରେ ବାଧା

ଅଲି ରସିଦ୍‌ ଅଲ୍‌ ନୁଆଇମି

 

ଜଳବାୟୁ ପରିବର୍ତ୍ତନ ଏକ ଜଟିଳ ସମସ୍ୟା ଏବଂ ଆର୍ଥିକ କ୍ଷେତ୍ରରେ ଦୁର୍ବଳ ଦେଶଗୁଡ଼ିକ ପାଇଁ ଏହାର ପରିଣାମ ବ୍ୟାପକ ବୋଲି ଜାଣିରଖିବା ଉଚିତ। ୨୦୩୦ ସୁଦ୍ଧା ଅଧିକାଂଶ ବିକାଶଶୀଳ ଦ୍ୱୀପ ଦେଶ (ଏସ୍‌ଆଇଡିଏସ୍‌) ଜଳବାୟୁଜନିତ ବିପର୍ଯ୍ୟୟ ଯୋଗୁ ସେମାନଙ୍କ ମୋଟ ଘରୋଇ ଉପତ୍ାଦର ୧୦୦% ଯାଏ ହରାଇବେ। ସେହିଭଳି ପୃଥିବୀର ବର୍ଦ୍ଧିତ ତାପମାତ୍ରା ଯୋଗୁ ଆଫ୍ରିକାର ୫୪ଟି ଦେଶ ସବୁଠୁ ଖରାପ ପରିଣାମ ଭୋଗିବେ। କିନ୍ତୁ ମନେ ରଖିବାକୁ ହେବ ଯେ, ଏହି ସବୁ ଦେଶ ଜଳବାୟୁ ସଙ୍କଟ ପାଇଁ ସବୁଠୁ କମ୍‌ ଉତ୍ତରଦାୟୀ। ବିଶ୍ୱରେ ନିର୍ଗମନ ହେଉଥିବା ମୋଟ ସବୁଜ ଗୃହ ବାଷ୍ପ (ଜିଏଚ୍‌ଜି)ର ୪%ରୁ କମ୍‌ ନିର୍ଗମନ ହେଉଛି ଏହିସବୁ ଦେଶରେ। ସମାନ ପ୍ରକାରେ ଆରବ ଦେଶଗୁଡ଼ିକରେ ତାପମାତ୍ରା ବୃଦ୍ଧି ଜୀବନ ଉପରେ ବିପଦ ସୃଷ୍ଟି କରୁଛି। ଏହି କାରଣରୁ ଜୋର୍ଡାନରେ ଜଳ ସଙ୍କଟ ସହ ପ୍ରାଚ୍ୟ ଦେଶଗୁଡ଼ିକରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଦେଖାଯାଇଛି। ଆଞ୍ଚଳିକ ଏବଂ ବିଶ୍ୱ ସ୍ତରରେ ଏକ ବଡ଼ ଧରଣର ପରିବର୍ତ୍ତନ ଆବଶ୍ୟକତାକୁ ଲକ୍ଷ୍ୟ କରି ଗତ ବର୍ଷ ଇଜିପ୍ଟ ଜାତିସଂଘ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ(କପ୍‌୨୭)ଆୟୋଜନ କରିଥିଲା ଏବଂ ଚଳିତ ବର୍ଷ ସଂଯୁକ୍ତ ଆରବ ସଂଘ(ୟୁଏଇ) କପ୨୮ ଆୟୋଜନ କରିବ। ନଭେମ୍ବର ଓ ଡିସେମ୍ବରରେ ଆୟୋଜିତ ହେବାକୁ ଥିବା କପ୍‌୨୮ ପାଇଁ ପ୍ରସ୍ତୁତିରେ ପ୍ରତ୍ୟେକଙ୍କ ସହ ମୁକ୍ତ ଓ ନିଷ୍ପକ୍ଷ ଆଲୋଚନାରେ ଜଡ଼ିତ ହେବାକୁ ୟୁଏଇ ପ୍ରତିବଦ୍ଧତା ପ୍ରକାଶ କରିଛି। ସମ୍ମିଳନୀର ସଫଳତାକୁ ନିଶ୍ଚିତ କରିବା ଲାଗି ଏହା କରିଛି।
ଅକ୍ଷୟଶକ୍ତି କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ଓ ତାହାର ସଂରକ୍ଷଣ, ଜଳବାୟୁ ପ୍ରଯୁକ୍ତିରେ ନିବେଶ ପାଇଁ ରଣନୀତିକ ନିଷ୍ପତ୍ତି ନେଇ ୟୁଏଇ ସୁଲତାନ ଅଲ ଜାବେରଙ୍କୁ କପ୍‌୨୮ର ଅଧ୍ୟକ୍ଷ ଭାବେ ବାଛିଛି। ଏହି ଚୟନ ଅତ୍ୟଧିକ ଦୃଷ୍ଟି ଆକର୍ଷଣ କରିଛି। ଏହା ସହ ବିଶ୍ୱର ସର୍ବପ୍ରଥମ କାର୍ବନ ନ୍ୟୁଟ୍ରାଲ ସହର ଭାବେ ମାସ୍‌ଦାରର ଚେୟାରମ୍ୟାନ ରହିଛନ୍ତି ଅଲ ଜାବେର। ସେ ମଧ୍ୟ ଶିଳ୍ପ ଓ ଆଧୁନିକ ପ୍ରଯୁକ୍ତିି ମନ୍ତ୍ରୀ ଏବଂ ଆବୁଧାବି ନ୍ୟାଶନାଲ ଅଏଲ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ। ଜଳବାୟୁ ସମ୍ପର୍କିତ ପଦକ୍ଷେପକୁ ଗତିଶୀଳ କରିବା, ଜୀବାଶ୍ମ ଶକ୍ତିରୁ ପାରମ୍ପରିକ ଶକ୍ତିଆଡକୁ ଯିବା ପଥରେ ସମ୍ମୁଖୀନ ହେଉଥିବା ଆହ୍ବାନ ସମ୍ମିଳିତ ଭାବେ ସମାଧନ ହେବା ଉଚିତ। ଏହି ବାସ୍ତବତାକୁ ଉପଲବ୍ଧି କରି ଆଲୋଚନାକୁ ସମୀକ୍ଷା କରିବା ଲାଗି ୟୁଏଇ ଅକ୍ଷୟ ଶକ୍ତି ପ୍ରୋଜେକ୍ଟଗୁଡ଼ିକରେ ଅତ୍ୟଧିକ ଅଭିଜ୍ଞତା ଥିବା ଜଣେ ବ୍ୟକ୍ତିଙ୍କୁ ଚୟନ କରିଛି।
ବିଶ୍ୱତାପନ ଏକ ଜଟିଳ ସମସ୍ୟା। ଏହାକୁ ସମାଧାନ କରିବାକୁ ହେଲେ ବିଭିନ୍ନ କ୍ଷେତ୍ରରେ ଥିବା ବିଶେଷଜ୍ଞଙ୍କ ଜ୍ଞାନ ଦରକାର। କିନ୍ତୁ ଆମେରିକା ଓ ୟୁରୋପରେ ଏକ ଛୋଟ ଅଥଚ ପ୍ରଭାବଶାଳୀ ଗୋଷ୍ଠୀର ରାଜନୀତିଜ୍ଞମାନେ କେତେଜଣ ଆକ୍ଟିଭିଷ୍ଟଙ୍କ ସହିତ କପ୍‌୨୮ ଉପରେ ପ୍ରଶ୍ନ ଉଠାଇଛନ୍ତି। ଏହାର ନେତୃତ୍ୱ କାହିଁକି ଜଣେ ‘ଅଏଲ ଏକ୍‌ଜିକ୍ୟୁଟିଭ’ ନେଉଛନ୍ତି ବୋଲି କହିଛନ୍ତି। ସବୁଜଗୃହ ବାଷ୍ପ ନିର୍ଗମନ ହ୍ରାସ କରିବା ଲାଗି ବାସ୍ତବବାଦୀ ପଦକ୍ଷେପ ଲାଗୁ କରିବାରେ ଥିବା ଆହ୍ବାନରୁ ଲୋକମାନଙ୍କ ଧ୍ୟାନ ହଟାଇ ତା’ବଦଳରେ ଅଲ୍‌ ଜାବେରଙ୍କ ନିଯୁକ୍ତି ଉପରେ ସେମାନେ ଗୁରୁତ୍ୱ ଦେଇଛନ୍ତି। ବିଶ୍ୱତାପନ ହ୍ରାସ କରିବା ବିଶ୍ୱ ପାଇଁ ଅନିବାର୍ଯ୍ୟ ଓ ଏଥିପାଇଁ ଦୃଢ ସହଯୋଗ ଦରକାର ବୋଲି ସେମାନେ ଭାବୁନାହାନ୍ତି।
ଗତ ସପ୍ତାହରେ ଆମେରିକା କଂଗ୍ରେସ ଓ ୟୁରୋପିଆନ ପାର୍ଲାମେଣ୍ଟର ସଦସ୍ୟମାନେ ଅଲ୍‌ ଜାବେରଙ୍କୁ କପ୍‌୨୮ ଅଧ୍ୟକ୍ଷ ପଦରୁ ହଟାଇବା ଲାଗି ଯୁକ୍ତ ବାଢି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ୟୁରୋପିଆନ କମିଶନ ଅଧ୍ୟକ୍ଷ ଉର୍‌ସୁଲା ଭନ୍‌ଣ୍ଡେର ଲିୟେନ ଏବଂ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସଙ୍କ ନିକଟକୁ ଚିଠି ପଠାଇଛନ୍ତି। କୌଣସି ଖରାପ କାର୍ଯ୍ୟକୁ ଆଧାର କରି କିମ୍ବା ଦାୟିତ୍ୱ ପ୍ରତି ପ୍ରତିବଦ୍ଧତାର ଅଭାବକୁ ନେଇ ସେମାନଙ୍କ ଦାବି ନ ଥିଲା। ବରଂ ଜଳବାୟୁ ପରିବର୍ତ୍ତନକୁ ଆୟତ୍ତ କରିବା ପାଇଁ ଏକ ମିଳିତ ବୈଶ୍ୱିକ ପ୍ରୟାସ ବିନିମୟରେ ରାଜନୈତିକ ଫାଇଦା ପାଇବା ଏବଂ ଆର୍ଥିକ ଅଭିବୃଦ୍ଧି ଜାରି ରଖିବାର ଏହା ଏକ ମାଧ୍ୟମ ବୋଲି ସେମାନେ ଦାବି କରିଥିଲେ। ଏହି ନିର୍ବାଚିତ ପ୍ରତିନିଧିମାନେ ସେମାନଙ୍କ ନିର୍ବାଚନ କ୍ଷେତ୍ର ଏବଂ ପିଲାମାନଙ୍କ ପାଇଁ ସବୁଠୁ ଭଲ ସମ୍ଭାବ୍ୟ ପରିଣାମ ନିଶ୍ଚିତ କରିବା ଉଚିତ। ସବୁଠୁ ଖରାପ ହେଉଛି, ଆମେରିକା ଓ ୟୁରୋପିଆନ ନୀତିନିର୍ଦ୍ଧାରକମାନେ ଏକ ସାର୍ବଭୌମ ନିଷ୍ପତ୍ତିରେ ଅନ୍ତର୍ଜାତୀୟ ବାଧା ଉପୁଜାଉଛନ୍ତି। ଏବେ ପାଶ୍ଚାତ୍ୟ ରାଜନୈତିକ ଲାଭ ପାଇଁ ଆର୍ଥିକ କ୍ଷେତ୍ରରେ ଦୁର୍ବଳ ଦେଶଗୁଡ଼ିକୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛି। ବହୁ ସମୟରେ ଜଳବାୟୁ ପରିବର୍ତ୍ତନରେ ଅତ୍ୟଧିକ କ୍ଷତିଗ୍ରସ୍ତ ହୋଇଥିବା ଏବଂ ଅନ୍ୟାୟ ପରେ ଅନ୍ୟାୟକୁ ସହ୍ୟ କରିଥିବା ଆର୍ଥିକ କ୍ଷେତ୍ରରେ ଦୁର୍ବଳ ଦେଶଗୁଡ଼ିକୁ ଏମାନେ ନୀତିଗତ ସମାଧାନର ପରାମର୍ଶ ଦେବା ଦେଖାଯାଏ। ଏହା ବାସ୍ତବରେ ବିଶ୍ୱତାପନ ହ୍ରାସ କରିବା ଲାଗି ନିଆଯାଉଥିବା ପଦକ୍ଷେପରେ ପ୍ରଭେଦ ବଢ଼ାଇଦେଉଛି। ସେ ଦୃଷ୍ଟିରୁ ଚାଇନା ଓ ଭାରତ ଭଳି ବିକାଶଶୀଳ ଅର୍ଥ ବ୍ୟବସ୍ଥାଗୁଡ଼ିକ ବହୁ କୋଟି ଲୋକଙ୍କୁ ଆର୍ଥିକ ସୁଯୋଗ ଯୋଗାଇଦେବା ପାଇଁ ଜଳବାୟୁ ପଦକ୍ଷେପଗୁଡ଼ିକରେ ସମନ୍ବୟ ରକ୍ଷା କରିବା ଉଚିତ।
ଚାଇନା ଓ ଭାରତ ଜଳବାୟୁ ପରିବର୍ତ୍ତନ ପ୍ରଭାବ ହ୍ରାସ କରିବାରେ ଅତ୍ୟଧିକ ନିବେଶ କରିଛନ୍ତି। ଅକ୍ଷୟ ଶକ୍ତି ଉପତ୍ାଦନ କରିବା ଏବଂ ତାହାକୁ ବିନିଯୋଗ କରିବାରେ ଚାଇନାର ବିଶ୍ୱରେ ସବୁଠୁ ଅଧିକ କ୍ଷମତା ରହିଛି। ଏହି ଦୁଇ ଦେଶ ବିଶ୍ୱସ୍ତରରେ ସୌର ଏବଂ ପବନ ଶକ୍ତି ଉପତ୍ାଦନ କ୍ଷମତାରେ ଆଗରେ ରହିଛନ୍ତି ଏବଂ ୨୦୧୭ରୁ ପ୍ରତିବର୍ଷ ବିଶ୍ୱର ନୂତନ ସୌର ଓ ପବନ ଶକ୍ତି ଉପତ୍ାଦନର ୪୦%ରୁ ଅଧିକ ବ୍ୟବହାର କରୁଛନ୍ତି। ଭାରତ ଓ ଚାଇନା ସହିତ ସାରା ବିଶ୍ୱରେ ଜୀବାଶ୍ମ ଇନ୍ଧନ ବ୍ୟବହାର ଲାଗି ରହିଛି। କିନ୍ତୁ ଏହି ଦୁଇ ଦେଶରେ ଜୀବାଶ୍ମ ଶକ୍ତି ବ୍ୟବହାର ୯୬%ରୁ ୮୩%କୁ କମାଯାଇପାରିଛି। ପାଖାପାଖି ୩୦୦କୋଟି ଲୋକ ରହୁଥିବା ଚାଇନା ଓ ଭାରତ ବିଶ୍ୱର ସର୍ବବୃହତ୍‌ ତଥା ଦ୍ରୁତ ବିକଶିତ ଅର୍ଥ ବ୍ୟବସ୍ଥାଗୁଡ଼ିକ ମଧ୍ୟରେ ଅନ୍ୟତମ। ଏଣୁ ସେମାନଙ୍କ ଆବଶ୍ୟକତାକୁ ଅଣଦେଖା କରାଯାଇପାରିବ ନାହିଁ।
ଆମେରିକା ଓ ୟୁରୋପର ନିର୍ବାଚିତ ଆଇନ ନିର୍ମାତାମାନେ ଜଳବାୟୁ ନୀତି କିଭଳି ସଞ୍ଚାଳିତ ହେବ ସେ ସମ୍ପର୍କରେ ସାର୍ବଭୌମ ଦେଶଗୁଡ଼ିକୁ କହୁଛନ୍ତି। ହେଲେ ସେମାନେ ଭୁଲିଯାଉଛନ୍ତି ଯେ, ଆମେରିକା ଓ ୟୁରୋପ ସବୁଠୁ ଅଧିକ ସବୁଜ ଗୃହ ବାଷ୍ପ ନିର୍ଗମନ କରୁଛନ୍ତି। ଜଳବାୟୁ ପରିବର୍ତ୍ତନ ପ୍ରଭାବ ହ୍ରାସ କରିବା ଲାଗି ପ୍ରତିବଦ୍ଧ ଦେଶଗୁଡ଼ିକର ନୀତି ନିର୍ଦ୍ଧାରଣରେ ସେମାନେ ବାଧା ସୃଷ୍ଟି ନ କରି ଜଳବାୟୁ ପ୍ରତିବଦ୍ଧତା ଜାରି ରଖିବା ପାଇଁ ସେମାନଙ୍କ ସରକାର ଉପରେ ଚାପ ପକାଇବା ଆବଶ୍ୟକ। କିନ୍ତୁ ଏବେ ଆମେରିକା ଓ ୟୁରୋପୀୟ ଦେଶଗୁଡ଼ିକ ସେମାନଙ୍କର ଜିବାଶ୍ମ ଇନ୍ଧନ ଭିତ୍ତିଭୂମି ବଢ଼ାଉଛନ୍ତି ।
ଜଳବାୟୁ ପରିବର୍ତ୍ତନ ପ୍ରଭାବ କମାଇବା ଲାଗି ଅନ୍ତର୍ଜାତୀୟ ସ୍ତରରେ ଚୁକ୍ତି ଅନୁଯାୟୀ ପାଣ୍ଠି ଯୋଗାଣରେ ସେମାନେ ବିଫଳ ହୋଇଛନ୍ତି। ବ୍ରିଟେନ ୩୦ ବର୍ଷ ମଧ୍ୟରେ ଏହା ପ୍ରଥମ କୋଇଲା ଖଣି ସମ୍ପର୍କରେ ଘୋଷଣା କରିଥିବାବେଳେ ଜର୍ମାନୀ ଅତିକମ୍‌ରେ ୨୦ଟି ତାପଜ ବିଦ୍ୟୁତ୍‌ ପ୍ଲାଣ୍ଟକୁ ପୁନର୍ଜୀବିତ କରିଛି।
ଜୀବାଶ୍ମ ଇନ୍ଧନ ଶକ୍ତିରୁ ପାରମ୍ପରିକ ଶକ୍ତି କ୍ଷେତ୍ରକୁ ପରିବର୍ତ୍ତନ ଲାଗି କୌଣସି ଆଲୋଚନା ପାଇଁ ଦୃଢ ମନୋଭାବ ଓ ମିଳିତ ପଦକ୍ଷେପର ପ୍ରତିବଦ୍ଧତା ଦରକାର ।
କିନ୍ତୁ କେତେଜଣ ନିର୍ଦ୍ଦିଷ୍ଟ ରାଜନେତା ମନ୍ତବ୍ୟ ଦେଇ ନାଁ କରିବା ଉପରେ ପ୍ରତିବଦ୍ଧ ଥିବାରୁ ଏହା ଅସମ୍ଭବ ମନେହେଉଛି। ସବୁଜଗୃହ ବାଷ୍ପ ନିର୍ଗମନ ହ୍ରାସ ଉପରେ ବିଶ୍ୱ ଏବେ ଅଧିକ ଏକମତ ହୋଇଛି। ଆମେ ଅଳ୍ପ କେତେଜଣ ଲୋକଙ୍କୁ ପ୍ରକ୍ରିୟାରେ ପରିବର୍ତ୍ତନ ପାଇଁ ଅନୁମତି ଦେଇପାରିବା ନାହିଁ। ଜଳବାୟୁ ସଙ୍କଟ ହେଉଛି ବାସ୍ତବ। ବିଳମ୍ବ ହେବା ପୂର୍ବରୁ ବିଶ୍ୱତାପନର ସମାଧାନ କରିବାକୁ ଯଦି ଆମେ ଚାହଁୁଛେ ତେବେ ଏଥିରେ ନାରାଜ ନ ହୋଇ ରାଜନୈତିକ ବିଭାଜନ ଯନ୍ତାଠାରୁ ଦୂରେଇ ରହିବା ଉଚିତ।
ୟୁଏଇ ଫେଡେରାଲ ନ୍ୟାଶ୍‌ନାଲ କାଉନ୍‌ସିଲ ସଦସ୍ୟ


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

ପରୀକ୍ଷା ପାଇଁ ପ୍ରସ୍ତୁତି

ଚଳିତ ବର୍ଷ ଫେବୃଆରୀଠାରୁ ଆମ ରାଜ୍ୟରେ ବିଭିନ୍ନ ପରୀକ୍ଷା ଆରମ୍ଭ ହେଉଛି। ଏଥି ନିମନ୍ତେ ପ୍ରତ୍ୟେକ ପରୀକ୍ଷାର୍ଥୀ ଜୋର୍‌ସୋରରେ ପ୍ରସ୍ତୁତି ଚଳାଇଛନ୍ତି। ପରୀକ୍ଷାର୍ଥୀମାନେ ପରୀକ୍ଷା ପାଇଁ ଯେତିକି…

ଗାଈ ସଂଗ୍ରହାଳୟ

ଉତ୍ତର ପ୍ରଦେଶର ଏକ ସରକାରୀ ସଂସ୍ଥା ‘ଉତ୍ତର ପ୍ରଦେଶ ବ୍ରଜ ତୀର୍ଥ ବିକାଶ ପରିଷଦ’ ମଥୁରାଠାରେ ଭାରତର ପ୍ରଥମ ‘କାଓ କଲ୍‌ଚର ମ୍ୟୁଜିୟମ୍‌’ ବା ଗାଈ ସଂସ୍କୃତି…

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri