ମୟୂରଭଞ୍ଜରୁ ଆଣି ଭୁବନେଶ୍ୱରରେ ଦେହ ବ୍ୟବସାୟ, ଶିକ୍ଷୟିତ୍ରୀ ଗିରଫ

ବାରିପଦା ଅଫିସ,୧୫ା୧୨: ମୟୂରଭଞ୍ଜ ଜିଲା ବେତନଟୀ ଅଞ୍ଚଳରୁ ଅପହୃତ ଜଣେ ଆଦିବାସୀ ନାବାଳିକାଙ୍କୁ ବାରିପଦା ଟାଉନ ଥାନା ପୋଲିସ ଉଦ୍ଧାର କରିଛି। ତାଙ୍କୁ ନେଇ ଦେହ ବ୍ୟବସାୟରେ ଲଗାଇଥିବା ଶିକ୍ଷୟିତ୍ରୀଙ୍କୁ ପୋଲିସ ଗିରଫ କରିଥିବା ବେଳେ ଭୁବନେଶ୍ୱରର ଜଣେ ହୋଟେଲ ମାଲିକଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି। ଅଭିଯୁକ୍ତ ଶିକ୍ଷୟିତ୍ରୀ ଜଣକ ହେଲେ ଭୁବନେଶ୍ୱର ଖାରବେଳ ନଗର ଥାନା ଅଧୀନ ବାଣପୁର ମଧୁସୂଦନ ନଗରର ବିକ୍ରମ କେଶରୀ ବେହେରାଙ୍କ ସ୍ତ୍ରୀ ଟୁନା ଦାସ(୪୫) ।

ସୂଚନା ଅନୁଯାୟୀ, ଦେହ ବ୍ୟବସାୟ ର଼୍ୟାକେଟ ଚଳାଉଥିବା ଟୁନା ଦାସଙ୍କ ଜରିଆରେ କିଛି ଅସାମାଜିକ ବ୍ୟକ୍ତି ବିଭିନ୍ନ ଅଞ୍ଚଳରୁ ନୀରିହ ନାବାଳିକା ଓ ଅଳ୍ପ ବୟସର ଯୁବତୀଙ୍କୁ କୌଶଳକ୍ରମେ ନିଜ ଜାଲରେ ଫସାଇ ମୋଟା ଅଙ୍କର ଅର୍ଥ ରୋଜଗାର କରୁଥିଲେ। ସେମାନେ ଝିଅମାନଙ୍କୁ ଚାକିରି ଓ ପାଠ ପଢ଼ାଇବା ପ୍ରଲୋଭନ ଦେଖାଇ ଭୁବନେଶ୍ୱର ଓ ବାଣପୁରର ହୋଟେଲରେ ଛାଡ଼ିବା ପରେ ଶିକ୍ଷୟିତ୍ରୀଜଣକ ଦେହ ବ୍ୟବସାୟରେ ଲଗାଇଥାନ୍ତି। ଏହି କ୍ରମରେ ବାରିପଦା ଅଞ୍ଚଳର ଆଈ ଘରେ ରହୁଥିବା ଜଣେ ୧୪ବର୍ଷର ଆଦିବାସୀ ନାବାଳିକା ତାଙ୍କ ପ୍ରଲୋଭନର ଶିକାର ହୋଇଥିଲେ। ଉଦ୍ଧାର ନାବାଳିକାଙ୍କ ଅଭିଯୋଗ ଅନୁଯାୟୀ, ସେ ବାରିପଦାସ୍ଥିତ ଆଈ ଘରେ ରହୁଥିଲେ। ତେବେ ବାଲେଶ୍ୱର ଅଞ୍ଚଳର ଜଣେ ଆମ୍ବୁଲାନ୍ସ ଚାଳକ ତାଙ୍କ ସ୍କୁଲ ସହପାଠିନୀଙ୍କ ଜରିଆରେ ବାରିପଦା ରେଳଷ୍ଟେଶନକୁ ଡକାଇ ଅପହରଣ କରି ବାଲେଶ୍ୱର ନେଇଥିଲେ। ସେଠାରୁ ଟ୍ରେନରେ ନେଇ ଭୁବନେଶ୍ୱର ରେଳଷ୍ଟେଶନ ନିକଟରେ ଥିବା ଏକ ହୋଟେଲରେ ରଖିଥିଲେ। ଏହାସହିତ ବାଣପୁରରେ ଥିବା ଅନ୍ୟ ଏକ ହୋଟେଲକୁ ମଧ୍ୟ ନେଇ ପିଇବା ପାଣିରେ ନିଶା ଦେଇ ଦେହ ବ୍ୟବସାୟରେ ଲଗାଉଥିଲେ। ପ୍ରତିଦାନରେ ବନ୍ଦ କୋଠରୀରେ କଡ଼ା ସୁରକ୍ଷାରେ ରଖି ଗରାଖ ପିଚ୍ଛା ୨ହଜାର ଟଙ୍କା ଦେଉଥିଲେ। ଏହିପରି ୪ଟି କୋଠରୀରେ ଅଳ୍ପ ବୟସର ନାବାଳିକାମାନଙ୍କୁ ରଖି ଜବରଦସ୍ତ ଦେହ ବ୍ୟବସାୟ ଚଳାଉଥିଲେ। ତେବେ ଶିକ୍ଷୟିତ୍ରୀଙ୍କ ଘରକୁ ଆସୁଥିବା ଜଣେ ଗୁରୁମା’ ଓ ଖାଦ୍ୟ ଯୋଗାଉଥିବା ଯୁବକଙ୍କ ସହଯୋଗରେ ନାବାଳିକାଜଣକ କୌଶଳ କ୍ରମେ ଖସି ପଳାଇ ଆସି ଟ୍ରେନରେ ବାଲେଶ୍ୱରରେ ପହଞ୍ଚତ୍ଥିଲେ। ବାଲେଶ୍ୱର ପୋଲିସ ଉଦ୍ଧାର କରି ତାଙ୍କୁ ନାରୀ ସଂଘ ଜିମାରେ ଛାଡ଼ିଥିଲେ । ନାରୀ ସଂଘର ସଭାନେତ୍ରୀ ଲୋପାମୁଦ୍ରା ମହାପାତ୍ରଙ୍କ ତତ୍ତ୍ୱାବଧାନରେ ନାବାଳିକା ଜଣକ ବାରିପଦା ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହାକୁ ନେଇ ଆଇଆଇସି ବୀରେନ୍ଦ୍ର ସେନାପତି ଏକ ମାମଲା ରୁଜୁ କରି ତଦନ୍ତ ପରେ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି । ତେବେ ଘଟଣାରେ ଅନେକ ହାଇପ୍ରୋଫାଇଲ ବ୍ୟକ୍ତି ଜଡ଼ିତ ଥିବା ଜଣାପଡ଼ିଛି । ଅପହରଣକାରୀ ଆମ୍ବୁଲାନ୍ସ ଚାଳକ ଅନ୍ୟ ଏକ ଘଟଣାରେ ବାଲେଶ୍ୱର ଜେଲରେ ଥିବାରୁ ତଦନ୍ତ ପାଇଁ ତାଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ଥାନା ଅଧିକାରୀ ସେନାପତି ପ୍ରକାଶ କରିଛନ୍ତି। ଉଦ୍ଧାର ନାବାଳିକାଙ୍କ ଜରିଆରେ ପୋଲିସ ଏକ ବଡ଼ଧରଣର ସେକ୍ସ ର଼୍ୟାକେଟର ସୁରାକ ପାଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri