ବାରିପଦା ରଥଯାତ୍ରା: ସ୍ଥିତି ଅନୁଧ୍ୟାନ କଲେ ଜିଲାପାଳ,ଏସ୍‌ପି

ବାରିପଦା ଅଫିସ,୩୦।୬: ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ଶ୍ରୀଶ୍ରୀ ହରିବଳଦେବ ଜୀଉ ବିଜେଙ୍କ ରଥଯାତ୍ରା ଶାନ୍ତିଶୃଙ୍ଖଳାର ସହିତ ସମ୍ପନ୍ନ କରିବା ନେଇ ପ୍ରଶାସନ ପକ୍ଷରୁ ତତ୍ପତ୍ରତା ପ୍ରକାଶ ପାଇଛି। ଜିଲାପାଳ ବିନୀତ ଭରଦ୍ୱାଜ ଓ ଏସ୍‌ପି ଋଷିକେଶ ଦ୍ୟାନଦେଓ ଖିଲାରୀ ବୁଧବାର ବଡ଼ଦାଣ୍ଡ, ରଥଖଳା ବୁଲି ଦେଖିବା ସହ ରଥ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି।
ଧରି କରୋନା କଟକଣା ଯୋଗୁ ରଥଯାତ୍ରା ବନ୍ଦ ରହିଥିବାରୁ ଚଳିତ ବର୍ଷ ପ୍ରବଳ ଜନସମାଗମ ହେବା ନେଇ ସମ୍ଭାବନା ରହିଛି। ବାରିପଦା ଉପଜିଲାପାଳ ତଥା ଦେବୋତ୍ତର ଅଧିକାରୀ ଅନ୍ୟା ଦାସ ରଥଯାତ୍ରା ପରିଚାଳନା ସମ୍ପର୍କିତ ପ୍ରସ୍ତୁତି ଓ ଏହାର ସ୍ଥିତି ସମ୍ପର୍କରେ ଜଣାଇଛନ୍ତି। ରଥ ନିର୍ମାଣ, କର୍ଡନ ବ୍ୟବସ୍ଥା, ବଡ଼ଦାଣ୍ଡରେ ଅସ୍ଥାୟୀ ଶିବିର, ଆମ୍ବୁଲାନ୍ସ ସେବା, ପାନୀୟ ଜଳ, ପରିମଳ, ଅଗ୍ନି ନିର୍ବାପକ ବ୍ୟବସ୍ଥା ସହିତ ସ୍ବେଚ୍ଛାସେବୀଙ୍କୁ ନିୟୋଜିତ କରାଯିବା ଆଦି ପ୍ରସଙ୍ଗରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଛନ୍ତି। ଠାକୁରଙ୍କ ନୀତିକାନ୍ତି ସୂଚାରୁ ରୂପେ ପରିଚାଳନା ପାଇଁ ସେବାୟତମାନଙ୍କ ସହିତ ଜିଲାପାଳ ଭରଦ୍ୱାଜ ଆଲୋଚନା କରିଛନ୍ତି। ଏଥିରେ ବିଭିନ୍ନ ବିଭାଗର ଅଧିକାରୀମାନଙ୍କ ସହ ପୋଲିସ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ରଥଯାତ୍ରା ନିମନ୍ତେ ୨୫ପ୍ଲାଟୁନ ଫୋର୍ସ, ୫୦ଅଫିସର, ଆବଶ୍ୟକ ମୁତାବକ ସିସିଟିଭି କ୍ୟାମେରା, ଜିଲାର ପ୍ରବେଶ ପଥ ଗୁଡ଼ିକରେ କଡ଼ାକଡ଼ି ଯାଞ୍ଚ କରାଯିବା ସହିତ ଚୋରି, ଛିନତାଇ ଓ ପକେଟମାର ଭଳି ଅପରାଧିକ କାର୍ଯ୍ୟକଳାପ ରୋକିବା ନିମନ୍ତେ ସାଦା ପୋଷାକଧାରୀ ପୋଲିସ ନିୟୋଜନ ସମ୍ପର୍କରେ ଆଲୋଚନା ହୋଇଥିଲା।

ଯାନବାହନ ଚଳାଚଳରେ କଟକଣା

ଚଳିତବର୍ଷ ବାରିପଦା ରଥଯାତ୍ରା ନିମନ୍ତେ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଗ୍ରହଣ କରାଯାଇଛି। ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ଜିଲା ଆରକ୍ଷୀ ଅଧିକ୍ଷକ ଋଷିକେଷ ଦ୍ୟାନଦେଓ ଖିଲାରୀ କଟକଣା ଜାରି କରିଛନ୍ତି। ଜୁଲାଇ ୧ତାରିଖ ସକାଳ ୬ଟାରୁ ୧୧ତାରିଖ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ ବୋଲି ବିଭାଗ ସୂତ୍ରରୁ ଜଣାପଡିଛି। ସହର ଦେଇ ଚଳପ୍ରଚଳ କରୁଥିବା ଯାନବାହାନ, ବସ୍‌, ଟ୍ରକ୍‌, ଟ୍ୟାକ୍ସି ଓ ଅଟୋରିକ୍ସା ମାଲିକ ସଂଘମାନେ ଏଥିରେ ସହଯୋଗ କରିବାକୁ ନିବେଦନ କରାଯାଇଛି। ଉଦଳା ଓ ବାଲେଶ୍ୱର ଅଭିମୁଖେ ଯାଉଥିବା ବସ୍‌, ଟ୍ରକ୍‌ଗୁଡ଼ିକ ସତ୍ୟସାଇ ଛକ ଦାରଗାଡାହି ଗୋଲେଇ ଓ ପାଲବଣୀ ଗୋଲେଇ ଦେଇ ଯାତାୟାତ କରିବେ। ହରିବଳଦେବଜୀଉ ମନ୍ଦିରଠାରୁ ମା’ ଅମ୍ବିକା ମନ୍ଦିର ଛକ ପର୍ଯ୍ୟନ୍ତ ବଡ଼ଦାଣ୍ଡରେ କୌଣସି ଯାନବାହାନ ଚଳାଚଳ ନ କରିବା ସହ ନିର୍ଦ୍ଧାରିତ ସ୍ଥାନ ବ୍ୟତିତ ଅନ୍ୟ କୌଣସି ସ୍ଥାନରେ ଗାଡ଼ି ରଖିବାକୁ ବାରଣ କରାଯାଇଛି। ୧,୨,୩,୯,୧୦ ଓ ୧୧ ତାରିଖ ଦିନ ପହଣ୍ଡି ଓ ରଥଟଣାର ଦୁଇ ଘଣ୍ଟା ପୂର୍ବରୁ କୌଣସି ସାଇକେଲ, ରିକ୍ସା, ଅଟୋରିକ୍ସା, ଟ୍ରଲିରିକ୍ସା ବଡ଼ଦାଣ୍ଡକୁ ନ ଆସିବାକୁ କୁହାଯାଇଛି। ଏହି କଟକଣା କର୍ତ୍ତବ୍ୟରତ ମାଜିଷ୍ଟ୍ରେଟ, ପୋଲିସ, ଦମକଳ,ଆମ୍ବୁଲାନ୍ସ ଏବଂ ଦେବୋତ୍ତର ବିଭାଗ ଗାଡ଼ି ପ୍ରତି ଲାଗୁ ହେବ ନାହିଁ ବୋଲି ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ସ୍ପଷ୍ଟ ଦିବାଲୋକରେ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନଗହଣା, ଘର ଆଗରେ କାର୍‌ ରଖି…

ମୋରଡ଼ା,୧୪ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅଧୀନ ନଳଗଜାଠାରେ ଜଣଙ୍କ ଘରୁ ଦୁର୍ବୃତ୍ତମାନେ ଲୁଟ୍‌ କରିଥିବାର ଜଣାପଡ଼ିଛି। ସୂଚନା ମୁତାବକ, ଉକ୍ତ ଗ୍ରାମର ଆଲାଦି ଟୁଡୁ…

ମୋରଡ଼ାରେ ଭାରତ ବନ୍ଦର ପ୍ରଭାବ

ମୋରଡ଼ା,୧୨ା୨(ସ୍ମାରକ ମାଜୀ): ଗୁରୁବାର ସିପିଆଇ(ଏମ୍‌)ର ଶ୍ରମିକ, କୃଷକ ଓ କ୍ଷେତ ମଜଦୁର ସଂଘ ତରଫରୁ ବିଭିନ୍ନ ଦାବି ନେଇ ଭାରତ ବନ୍ଦ ଡାକରା ଦିଆଯାଇଛି ଦିଆଯାଇଛି। ଫଳରେ…

ଜିରିଡା ପୋଲ ଉପରୁ ୪୦ ଫୁଟ ତଳକୁ ଡେଇଁ ପଡ଼ିଲେ ମହିଳା, ତାପରେ…

ଉଦଳା,୧୧।୨(ସନ୍ତୋଷ କୁମାର ବାଚ୍ଛିନୀ): ପୋଲ ଉପରୁ ନଦୀକୁ ଡେଇଁ ପଡିଲେ ମହିଳା। ନଦୀରେ ଥିବା ମାଛ ଧରାଳି ତାଙ୍କୁ ଉଦ୍ଧାର କରିଛନ୍ତି । ଏଭଳି ଘଟଣା ଘଟିଛି…

ଭାଇର ମୃତ୍ୟୁ ଖବର ଶୁଣି ଟଳିପଡିଲେ ବଡ଼ ଭାଇ, ଜଳିବ ଦୁଇ ଭାଇଙ୍କ ଜୁଇ, ଦୁଃଖରେ ଭାଙ୍ଗିପଡିଛି ପରିବାର

ମୋରଡା,୧୧।୨(ସ୍ମାରକ ମାଜୀ): ଜଳିବ ଦୁଇ ଭାଇଙ୍କ ଜୁଇ। ଦିନେ ହାତ ଧରା ଧରି ଛୋଟରୁ ବଡ଼ ହୋଇଥିଲେ। ଦୁହେଁ ଦୁହିଁଙ୍କୁ ନ ଦେଖିଲେ ରହି ପାରୁନଥିଲେ। ଦୁଇ…

ଖୁଣ୍ଟାପୁର ଗ୍ରାମରେ ଡକାୟତି: ଫେରାର ହେବାକୁ ଉଦ୍ୟମ ବେଳେ ଜଣଙ୍କୁ ମାଡ଼ି ବସି ନିର୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସ…

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଖୁଣ୍ଟାପୁର ଗ୍ରାମରେ ମଙ୍ଗଳବାର ସା ୭.୩୦ ସମୟରେ ୬ ଜଣ ଦୁର୍ବୃତ୍ତ ଡକାୟତି ଉଦ୍ଦେଶ୍ୟରେ ଚିନ୍ମୟ ମିଶ୍ରଙ୍କ…

ସ୍କୁଟିକୁ ପିଟିଲା କାର: ୭ ଗୁରୁତର

ବାରିପଦା,୯।୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ଉପକଣ୍ଠ ବେତନଟୀ ଥାନା  ଅଧିନ ୧୮ନଂ ଜାତୀୟ ରାଜପଥ ବୁଢ଼ୀଖମାରଠାରେ ଏକ ଦୁର୍ଘଟଣା ଘଟିଛି । ସୋମବାର ଅପରାହ୍ନରେ…

ପୁଣି ଖସିଲା ପାରଦ, ଶିମିଳିପାଳରେ ତାପମାତ୍ରା ୧ ଡିଗ୍ରୀ ରେକର୍ଡ

ବାରିପଦା,୮।୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଜାତୀୟ ଉଦ୍ୟାନରେ ପାରଦ ନିମ୍ନଗାମୀ ହୋଇଛି । ଉପରବାରହାକାମୁଡାରେ ତାପାମାତ୍ରା ୧ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri