Posted inରାଜ୍ୟ

ରାଜତନ୍ତ୍ରର ସ୍ମୃତି ବଖାଣୁଛି ବାରିପଦା ପୌର ପରିଷଦ

ମୟୂରଭଞ୍ଜ ଜିଲା ବାରିପଦା ପୌର ପରିଷଦ ୧୧୭ ବର୍ଷରେ ପଦାର୍ପଣ କରିଛି। ମୟୂରଭଞ୍ଜ ରାଜତନ୍ତ୍ରର ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ଶାସନକାଳ ସମୟରେ ବାରିପଦା ସହରର ୨ବର୍ଗ କି.ମି ଆୟତନକୁ ନେଇ ୧୯୦୫ ଜୁଲାଇ ୧ତାରିଖରେ ପୌରପରିଷଦ କାର୍ଯ୍ୟାରମ୍ଭ କରିଥିଲା। ମହାରାଜାଙ୍କ ଦ୍ୱାରା ମନୋନୀତ ହରିଶ ଚନ୍ଦ୍ର ଭଞ୍ଜଦେଓ ହୋଇଥିଲେ ପ୍ରଥମ ଅଧ୍ୟକ୍ଷ ଓ ମୟୂରଭଞ୍ଜ ରାଜ୍ୟର ସରକାରୀ ଓକିଲ ଉତ୍କଳମଣି ଗୋପବନ୍ଧୁ ଦାସ ଥିଲେ ପ୍ରଥମ ଉପାଧ୍ୟକ୍ଷ। ୧୯୪୮ରେ ତ୍ରିଲୋଚନ ଦାସ ପ୍ରଥମ ନିର୍ବାଚିତ ଅଧ୍ୟକ୍ଷ ଭାବେ ଆସନ ଅଳଙ୍କୃତ କରିଥିଲେ। ସେ ସମୟରେ ଉଚ୍ଚ ଚିନ୍ତାଧାରାକୁ ନେଇ ସହରର ରାସ୍ତାଘାଟ, ପାନୀୟଜଳ, ପରିମଳ ବ୍ୟବସ୍ଥା, ବିଦ୍ୟୁତ୍‌ସେବା ସହ ବିଭିନ୍ନ ଦିଗରେ ପୌରପରିଷଦ ଆଗରେ ଥିଲା।
ଏହି ପୌର ପରିଷଦ ଅଧୀନରେ ଏବେ ରହିଛି ୨୮ଟି ୱାର୍ଡ। ୨୦୧୧ ଜନଗଣନା ଅନୁଯାୟୀ ପରିଷଦ ଅଧୀନରେ ଜନସଂଖ୍ୟା ୧ଲକ୍ଷ ୧୬ହଜାର ଥିବା ବେଳେ ୧୦ବର୍ଷରେ ତାହା ଦେଢ଼ଲକ୍ଷ ଅତିକ୍ରମ କଲାଣି। ବିଭିନ୍ନ ୱାର୍ଡରେ ଡ୍ରେନ୍‌ ସଫେଇ ଓ ପରିମଳ ବ୍ୟବସ୍ଥାରେ ଉନ୍ନତିକରଣଠାରୁ ଆରମ୍ଭ କରି ଜମ୍ଭୀରା ନଦୀରୁ ପାନୀୟ ଜଳ ଯୋଗାଣ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବାରେ ବିଳମ୍ବ ହେବା ସରକାରୀ ବ୍ୟବସ୍ଥା ପ୍ରତି ଅଙ୍ଗୁଳି ଉଠାଉଛି। ମଧୁବନ ଅଞ୍ଚଳର ଫଳ ଉଦ୍ୟାନ, ଚିଡ଼ିଆଖାନା, ଉଦ୍ୟାନ ପରିକ୍ରମା ପାଇଁ ରେଳପଥ, ଭଞ୍ଜପୁରର ବ୍ୟାଘ୍ର ସଫାରୀ ଓ ମନୋରଞ୍ଜନ ପାଇଁ ବେଣ୍ଡଷ୍ଟେଣ୍ଡ ଆଦି ସହରବାସୀଙ୍କ ପାଇଁ ସ୍ବପ୍ନ ପାଲଟିଛି। ଜୁବ୍‌ଲୀ ଲାଇବ୍ରେରୀ ଓ ବାରିପଦା କ୍ଲବ ଭଳି କେତେକ ଅନୁଷ୍ଠାନ କେବଳ ସ୍ମୃତିର ମୁକସାକ୍ଷୀ ହୋଇରହିଛି। ରକ୍ଷଣାବେକ୍ଷଣ ଅଭାବରୁ ଐତିହ୍ୟ ଗୁଡ଼ିକ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ। ଜବରଦଖଲକାରୀଙ୍କ ପାଇଁ ପୌରପରିଷଦର ମାନଚିତ୍ର ବଦଳିଥିବା ବେଳେ ବେଆଇନ ଗୃହ, ରାସ୍ତା, ଡ୍ରେନ ଓ ଦୋକାନ ଗୃହ ନିର୍ମାଣ ବିକାଶରେ ଅନ୍ତରାୟ ସୃଷ୍ଟି କରୁଛି। କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ତୁଳନାରେ ଗାଡ଼ିମୋଟର ଚଳାଚଳ ଓ ଦୋକାନ ବୃଦ୍ଧି ପାଇଁ ପାର୍କିଂ ବ୍ୟବସ୍ଥା ନ ଥିବାରୁ ଟ୍ରାଫିକ ସମସ୍ୟା ବଢୁଛି ା ଦାରୋଗାଡ଼ାହି ନିକଟରେ ଚିହ୍ନଟ ନୂତନ ବସ୍‌ଷ୍ଟାଣ୍ଡ କାର୍ଯ୍ୟକାରୀ ହେବା ଜରୁରୀ ହୋଇପଡ଼ିଛି। ସ୍ବାସ୍ଥ୍ୟ, ଶିକ୍ଷା ଓ ପାରିପାର୍ଶ୍ୱିକ ଉନ୍ନତି ପୌରପାଳିକା ବୟସ ତୁଳନାରେ ପଛରେ ପଡ଼ିଛି। ଅସ୍ତିଆ, ଚିପଟ ଅସ୍ତିଆ, ରଘୁନାଥପୁର, ମୁର୍ଗାବାଡ଼ି ଓ ପାଲବଣି ଅଞ୍ଚଳକୁ ପୌର ପରିଷଦରେ ସାମିଲ ସହିତ ୱାର୍ଡ ସଂଖ୍ୟା ବୃଦ୍ଧି କରାଗଲେ ସହରାଞ୍ଚଳ ବିକାଶ ଯୋଜନାରେ ଲୋକେ ବିଶେଷ ଉପକୃତ ହୋଇପାରନ୍ତେ। ଚଳିତ ସ୍ବାୟତ୍ତଶାସନ ଦିବସ ଅବସରରେ ଦଳମତ ନିର୍ବିଶେଷରେ ଏକ ହୋଇ ସହଯୋଗର ହାତ ବଢ଼ାଇଲେ ପୌର ପରିଷଦର ହଜିଥିବା ଗୌରବ ପୁଣି ଫେରିଆସିବ ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି।
-ନୀଳାଦ୍ରି ବିହାରୀ ଦଣ୍ଡପାଟ


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri