ବରଗଡ଼,୩।୬(ପ୍ରେମାନନ୍ଦ ଖମାରୀ)- ଯାଜପୁର ଜିଲା କୋଷାଗାର କର୍ମଚାରୀଙ୍କୁ କୋଷାଗାର ଅଧିକାରୀଙ୍କ ଅଶ୍ଳୀଳ ଆଚରଣ ଓ ମାଡ଼ ମାରିବା ଅଭିଯୋଗ ଘଟଣାକୁ ନେଇ ଚାଲିଥିବା ଆନ୍ଦୋଳନର ପ୍ରଭାବ ବରଗଡ଼ରେ ପହଞ୍ଚିଛି। ବରଗଡ଼ ଜିଲା କୋଷାଗାରରେ କାର୍ଯ୍ୟରତ କର୍ମଚାରୀମାନେ ମଧ୍ୟ ବୁଧବାରରୁ କଳାବ୍ୟାଜ୍ ପରିଧାନ କରି ସେହି ଘଟଣାର ପ୍ରତିବାଦ କରିଛନ୍ତି। ଏହା ସହିତ ମାଡ଼ ମାରିଥିବା କୋଷାଗାର ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏଥିରେ ଜିଲା କୋଷାଗାରରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ସାମିଲ ହୋଇଛନ୍ତି।
ପ୍ରକାଶ ଥାଉ କି, ମଙ୍ଗଳବାର ଯାଜପୁର ଜିଲା କୋଷାଗାର ଅଧିକାରୀ ଦିପ୍ତୀମାନ ପାତ୍ର ସେଠାରେ କାଯର୍ୟରତ କୋଷାଗାର କର୍ମଚାରୀ ବ୍ରହ୍ମାନନ୍ଦ ନାଥଶର୍ମାଙ୍କୁ ଅଶ୍ଳୀଳ ଆଚରଣ ପ୍ରଦର୍ଶନ ସହିତ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ସେଠାରେ କାର୍ଯ୍ୟରତ କର୍ମଚାରୀମାନେ କଲମଛାଡ଼ ଆନ୍ଦୋଳନକୁ ଓହ୍ଲାଇଛନ୍ତି।