ଅସହ୍ୟ ତାତି : ପଥଚାରୀଙ୍କୁ ସରବତ୍ ବାଣ୍ଟିଲେ ବରଗଡ଼ ଏସପି

ବରଗଡ଼,୨୩।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଅସହ୍ୟ ତାତି ଅନୁଭୂତ ହେଉଛି। ଏହା ଜନ ଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। ପଥଚାରୀମାନଙ୍କ ଦୁର୍ଦ୍ଦଶା ବଢି ଚାଲିଛି। ରାସ୍ତାପାର୍ଶ୍ବରେ ଆଶ୍ରୟ ଏବଂ ପାନୀୟ ଜଳ ପାଇଁ ସେମାନଙ୍କୁ ବହୁବିଧ ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି ।

ଏଭଳି ସ୍ଥିତିରେ ବରଗଡ଼ ଜିଲା ପୋଲିସ ପକ୍ଷରୁ ଜଳସେବା କାର୍ଯ୍ୟକ୍ରମ କରାଯାଇଛି । ଏହି କ୍ରମରେ ଗୁରୁବାର ବରଗଡ଼ ଏସପି ପି. ଏସ୍ ମିନା ଜିଲା ପୋଲିସ୍ କାର୍ଯ୍ୟାଳୟ ସମ୍ମୁଖରେ ଖୋଲାଯାଇଥିବା ଜଳ ସେବା କେନ୍ଦ୍ରରେ ପଥଚାରୀମାନଙ୍କୁ ସରବତ୍ ବଣ୍ଟନ କରିଥିଲେ। ଜିଲାର ପ୍ରତି ଥାନା ସମ୍ମୁଖରେ ଏଭଳି ଜଳସେବା ଯୋଗାଇବା ବ୍ୟବସ୍ଥା କରାଯାଇଛି ବୋଲି ଏସପି ମିନା କହିଛନ୍ତି । ପୋଲିସର ଏଭଳି ସେବାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

 

Dharitri – Odisha’s No.1 Odia Daily

Share