ବରଗଡ଼ରେ ପାସ୍‌ହାର ୯୬.୪୧ ପ୍ରତିଶତ, ଦୀପଶିଖା ଗଡ଼ତିଆ ଜିଲା ଟପ୍ପର

ବରଗଡ଼,୨।୫(ପ୍ରେମାନନ୍ଦ ଖମାରୀ)- ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଅଧୀନ ହାଇସ୍କୁଲ ସାର୍ଟିଫିକେଟ୍‌(ମାଟ୍ରିକ) ପରୀକ୍ଷାଫଳ ଶନିବାର ପ୍ରକାଶ ପାଇଛି। ଏଥିରେ ବରଗଡ଼ ଜିଲା ରାଜ୍ୟରେ ବିଂଶ(୨୦ତମ) ସ୍ଥାନରେ ରହିଛି। ଜିଲାରେ ପାସ୍‌ ହାର ୯୬.୪୧ ପ୍ରତିଶତ ରହିଥିବାବେଳେ ଜିଲାର ୩୧୯ ବିଦ୍ୟାଳୟ ମଧ୍ୟରୁ ୧୧୦ ବିଦ୍ୟାଳୟର ଶତ ପ୍ରତିଶତ ଛାତ୍ରୀଛାତ୍ର ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଜିଲାର ୧୭ହଜାର ୫୮୫ ଛାତ୍ରୀଛାତ୍ର ପରୀକ୍ଷା ପାଇଁ ଆବେଦନ କରିଥିବାବେଳେ ସେଥିମଧ୍ୟରୁ ୧୭୫ ଛାତ୍ରୀଛାତ୍ର ପରୀକ୍ଷା ଦେଇ ନଥିଲେ। ତେବେ ପରୀକ୍ଷା ଦେଇଥିବା ଜିଲାର ୧୭ହଜାର ୪୧୦ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୧୬ହଜାର ୭୮୫ ଛାତ୍ରୀଛାତ୍ର ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୬ଜଣ ଏ-୧, ୩୩୪ଜଣ ଏ-୨, ୧୦୧୯ଜଣ ବି-୧, ୨୪୪୫ଜଣ ବି-୨, ୪୧୫୨ଜଣ ସି, ୫୨୦୫ଜଣ ଡି, ୩୫୮୪ଜଣ ଇ, ୬୨୫ଜଣ ଏଫ୍‌ ଗ୍ରେଡ୍‌ରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ୬୨୫ଜଣ ଛାତ୍ରୀଛାତ୍ର(ରେଗୁଲାର) ପରୀକ୍ଷାରେ ଫେଲ୍‌ ହୋଇଛନ୍ତି।

ପଦ୍ମପୁର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ ଦୀପଶିଖା ଗଡ଼ତିଆ ୫୭୩(୯୫.୫ ପ୍ରତିଶତ) ମାର୍କ ରଖି ଜିଲା ଟପ୍ପର ହୋଇଛନ୍ତି। ସେହପରି ଲାଦେରପାଲି ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ରର ସୁଶ୍ରୀ କ୍ରୀଷ୍ଣା ପତି ୫୬୩(୯୩.୮୩ ପ୍ରତିଶତ), ପଦ୍ମପୁର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ସିଦ୍ଧାର୍ଥ ଶେଖର ସାହୁ ୫୫୯(୯୩.୧୬ ପ୍ରତିଶତ), ଜମଲା ପଞ୍ଚାୟତ ହାଇସ୍କୁଲର ଆକାଂକ୍ଷା ଭୋଇ ୫୫୮(୯୩ ପ୍ରତିଶତ), ପଦ୍ମପୁର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଆଲୋକ ରଞ୍ଜନ ସାହୁ ୫୫୭(୯୨.୮୩ ପ୍ରତିଶତ), ବିଜେପୁର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଖୁସି ସାହୁ ୫୫୫(୯୨.୫ ପ୍ରତିଶତ), ଲାଦେରପାଲି ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ରର ମନୀଷା ପ୍ରଧାନ ୫୫୪(୯୨.୩୩ ପ୍ରତିଶତ), ବରଗଡ଼ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଶିବରାମ ମିଶ୍ର ୫୫୩(୯୨.୧୬ ପ୍ରତିଶତ), ସରସରା ନୋଡ଼ାଲ ହାଇସ୍କୁଲର ଶ୍ରୁତିପ୍ରଜ୍ଞା ବିଶି ୫୫୦(୯୧.୬୬ ପ୍ରତିଶତ),କେ.ତୁରୁଙ୍ଗାସ୍ଥିତ ରାମଜୀଲାଲ ହାଇସ୍କୁଲର ପ୍ରାଚୀ ସାହୁ ୫୫୦(୯୧.୬୬ ପ୍ରତିଶତ) ଏବଂ ବରପାଲି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଶୁଭମ ସାହୁ ୫୪୯(୯୧.୫ ପ୍ରତିଶତ) ମାର୍କ ରଖି ଜିଲାର ଶ୍ରେଷ୍ଠ ୧୦ଜଣଙ୍କ ମଧ୍ୟରେ ରହିଛନ୍ତି।

Dharitri – Odisha’s No.1 Odia Daily

Share