ଅପରାଧୀଙ୍କ ହବ୍‌ ବରଗଡ଼, ପଶୁଛି ଚୋରା ଗୁଳି ସହ ପିସ୍ତଲ

ବରଗଡ଼,୮।୧୦(ପ୍ରେମାନନ୍ଦ ଖମାରୀ):ଶାନ୍ତିପ୍ରିୟ ବରଗଡ଼ ଜିଲାକୁ ଅପରାଧୀମାନେ ମୁହାଁଇଛନ୍ତି। ଏହି ଜିଲାକୁ ସେମାନଙ୍କ ନିରାପଦ, ସୁରକ୍ଷିତ ମନେ କରି ଚୋରା ପିସ୍ତଲ, ଗୁଳି ସହିତ ପ୍ରବେଶ କରିଛନ୍ତି। ବରଗଡ଼ ଏବେ ଅପରାଧୀଙ୍କ ହବ୍‌ ପାଲଟିଛି। କିନ୍ତୁ ସେମାନେ କୌଣସି ବଡ଼ ଧରଣର ଅପରାଧ ଘଟାଇବା ପୂର୍ବରୁ ପୋଲିସ ଜାଲରେ ପଡ଼ି ଯାଇଛନ୍ତି। ଗତ ୨ଦିନ ମଧ୍ୟରେ ହୋଇଥିବା ପୋଲିସ କାର୍ଯ୍ୟାନୁଷ୍ଠାନରୁ ଏହା ସ୍ପଷ୍ଟ ବାରି ହୋଇ ପଡ଼ିଛି। ସୋମବାର ପୋଲିସ ୫ ଦେଶୀ ପିସ୍ତଲ, ୨୦ଗୁଳି ସହିତ ୧୫ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଏହାର ୨୪ଘଣ୍ଟା ନ ପୂରୁଣୁ ମଙ୍ଗଳବାର ପୁଣି ଗୋଟିଏ ଦେଶୀ ପିସ୍ତଲ ଏବଂ ୪ ଗୁଳି ସହିତ ୨ଅଭିଯୁକ୍ତ ପୋଲିସ ହାତରେ ଧରାପଡ଼ିଛନ୍ତି। ୨ଦିନ ମଧ୍ୟରେ ୬ପିସ୍ତଲ, ୨୪ଗୁଳି ସହିତ ୧୭ଅଭିଯୁକ୍ତ ଧରାପଡ଼ିବା ଜିଲାରେ ଆଲୋଡ଼ନ ଖେଲାଇ ଦେଇଛି।
ସେହିପରି ଏତେ ପରିମାଣରେ ପିସ୍ତଲ, ଗୁଳି କେଉଁଠାରୁ ଏଠାକୁ ଆସୁଛି, ତାକୁ ନେଇ ଏବେ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଥିବା ବେଳେ ପୋଲିସ କାର୍ଯ୍ୟାନୁଷ୍ଠାନ ଯଦି ଏଭଳି ଜାରି ନ ରହେ, ତେବେ ଆଗକୁ ଜନ ଜୀବନ ବିପନ୍ନ ଆଡ଼କୁ ମୁହାଁଇବା ସ୍ବାଭାବିକ ବୋଲି ସାଧାରଣରେ ମତପ୍ରକାଶ ପାଇଛି। ଦେଶୀ ପିସ୍ତଲ, ଗୁଳି କେଉଁଠାରୁ ଆସୁଛି, ସେ ନେଇ ତଦନ୍ତ ଚାଲିଛି ବୋଲି ବରଗଡ଼ ଟାଉନ ଥାନା ପରିସରରେ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ଅତିରିକ୍ତ ଏସ୍‌ପି ଈନ୍ଦୁରେଖା ପଶ୍ଚିମ କବାଟ କହିଛନ୍ତି।
ବରଗଡ଼ ଜିଲାରେ ଚୋରା ପିସ୍ତଲ କାରବାର ନୂଆଁ ନୁହେଁ। ବିଗତ ଦିନରେ ମଧ୍ୟ ଏଠାରେ ଦେଶୀ ପିସ୍ତଲ ସହିତ ଅଭିଯୁକ୍ତମାନେ ଧରାପଡ଼ିଥିଲେ। କେବଳ ସେତିକି ନୁହେଁ, ଏଠାକୁ ରାଜ୍ୟ ବାହାରୁ ଚୋରା ପିସ୍ତଲ ବିକ୍ରି କରିବା ନେଇ ଅପରାଧୀମାନେ ଆସିଥିବାବେଳେ ମଧ୍ୟ ପୂର୍ବରୁ ପୋଲିସ ଜାଲରେ ପଡ଼ିଥିବା ନଜୀର ରହିଛି। ତେବେ ଦୀର୍ଘଦିନର ବ୍ୟବଧାନ ପରେ ଗତ ୨ଦିନ ମଧ୍ୟରେ ଏଠାରୁ ଯେଭଳି ପିସ୍ତଲ, ଗୁଳି ଜବତ ହୋଇଛି, ତାକୁ ନେଇ ସାଧାରଣରେ ଚିନ୍ତା ବଢ଼ିଥିବାବେଳେ ଏହା ପୋଲିସ ପାଇଁ ମଧ୍ୟ ମୁଣ୍ଡବ୍ୟଥାର କାରଣ ପାଲଟିଛି।
ସେହିପରି ପୋଲିସ ୨ଦିନରେ ୬ ପିସ୍ତଲ, ୨୪ଗୁଳି ଜବତ କରିଥିଲେ ସୁଦ୍ଧା ଜିଲାରେ ଆହୁରି ଲୁଚାଛପା ଏଭଳି ଚୋରା ପିସ୍ତଲ, ଗୁଳି ଅଭିଯୁକ୍ତମାନେ ରଖି ନଥିବେ, ତାକୁ ଏଡ଼ାଇ ଦେଇ ହେଉ ନାହିଁ। ଫଳରେ ଚୋରା ପିସ୍ତଲ, ଗୁଳିର ଚେର କେଉଁଠାରୁ ବରଗଡ଼କୁ ଲମ୍ବିଛି, ସେଠାକୁ ପୋଲିସ ପହଞ୍ଚି ପାରିଲେ ଆଗକୁ ପୋଲିସକୁ ଆହୁରି ବଡ଼ ସଫଳତା ମିଳିବ ଏବଂ ଜିଲାରେ ଚାଳିଥିବା ଏଭଳି ଚୋରା ପିସ୍ତଲ, ଗୁଳି କାରବାର ଉପରେ କିଛିମାତ୍ରାରେ ଅଙ୍କୁଶ ଲାଗି ପାରିବ ବୋଲି ସଚେତନ ନାଗରିକ ମହଲରେ ମତପ୍ରକାଶ ପାଇଛି।
ସୋମବାର ଭଳି ମଙ୍ଗଳବା ମଧ୍ୟ ଚୋରା ପିସ୍ତଲ, ଗୁଳି ଜବତ କରିବାରେ ବରଗଡ଼ ପୋଲିସକୁ ସଫଳତା ମିଳିଥିଲା। ସ୍ଥାନୀୟ ଟାଉନ ଥାନା ପରିସରରେ ଅନୁଷ୍ଠିତ ଏକ ଖବରଦାତା ସମ୍ମଳନୀରେ ଅତିରିକ୍ତ ଏସ୍‌ପି ପଶ୍ଚିମ କବାଟ ସୂଚନା ଦେଇ କହିଥିଲେ, ବରଗଡ଼ ସହର ଉପକଣ୍ଠ ଜୀରାବ୍ରିଜ ତଳେ ଅଭିଯୁକ୍ତମାନେ ଅବସ୍ଥାନ କରି ଅପରାଧ ଘଟାଇବା ପାଇଁ ଯୋଜନା କରୁଥିଲେ। ସୂଚନା ପାଇବା ପରେ ବରଗଡ଼ ଟାଉନ ଥାନାର ଏକ ପୋଲିସ ସେଠାକୁ ପହଞ୍ଚି ଚଢ଼ାଉ କରିଥିଲା। ଚଢ଼ାଉରେ ସେଠାରୁ ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ସେମାନେ ହେଲେ କେନ୍ଦ୍ରାପଡ଼ା ଜିଲା ଟାଉନ ଥାନା ଜୟପୁରା ଗ୍ରାମର ଶେଖ୍‌ ୱାହିଦ୍‌ ଅଲୀ(୩୫) ଏବଂ ସୋନପୁର ଜିଲା ଏସ. ରାମପୁର ଥାନା ବ୍ରାହ୍ମଣୀପାଲିର ତନ୍ମୟ ବାଗ(୨୫)। ସେମାନଙ୍କ ପାଖରୁ ଗୋଟଏ ଦେଶୀ ପିସ୍ତଲ, ଗୋଟିଏ ମେଗାଜିନ, ୪ ଗୁଳି, ୩ଖୋଲା କାଟ୍ରିଜ ଏବଂ ୩ମୋବାଇଲ ଜବତ ହୋଇଛି। ଗିରଫ ଅଭିଯୁକ୍ତମାନେ ପେଶାଦାର ଅପରାଧୀ ବୋଲି ତଦନ୍ତରୁ ଜଣାପଡ଼ିଥିବା ଅତିରିକ୍ତ ଏସ୍‌ପି ସୂଚନା ଦେଇଛନ୍ତି। ଅଭିଯୁକ୍ତ ତନ୍ମୟଙ୍କ ବିରୋଧରେ ବରଗଡ଼, ସମ୍ବଲପୁର, ପୁଇଁନ୍ତଳା, ଅଇଁଠାପାଲି ଆଦି ଥାନାରେ ଏକାଧିକ ମାମଲା ରହିଛି। ସେହିପରି ଅନ୍ୟ ଅଭିଯୁକ୍ତ ଶେଖ୍‌ ୱାହିଦ ଅଲୀଙ୍କ ବିରୋଧରେ କେନ୍ଦ୍ରାପଡ଼ା ଜିଲାରେ ଅନେକ ଅପରାଧିକ ମାମଲା ରହିଥିବା ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଛି।

 

Dharitri – Odisha’s No.1, Most Trusted Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

ପ୍ରବୋଧନ ତାଲିମ: ୨୯୪ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ…

ଦିଗପହଣ୍ଡି,୩୦ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଓଡିଶା ପାଠ୍ୟକ୍ରମ ଆଧାର ବିଦ୍ୟାଳୟ ଶିକ୍ଷା-୨୦୨୫ ଓ ୨୦୨୦ ଜାତୀୟ ଶିକ୍ଷା…

ବନୀକରଣ ପ୍ରକଳ୍ପରୁ ଲୁହାବାଡ଼ ଚୋରି: ବନ ବିଭାଗ ଜାଲରେ ୪ ଅନ୍ତଃଜିଲା ଚୋର

ଥୁଆମୂଳରାମପୁର,୩୦।୧(ଦୁର୍ଗା କୀର୍ତ୍ତି): ସରକାରୀ ସମ୍ପତ୍ତି ଲୁଟ କରିବା ଚୋରଙ୍କୁ ପଡ଼ଲା ମହଙ୍ଗା । କାଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଗୋପାଳପୁର ପଞ୍ଚାୟତସ୍ଥିତ ପାଟଜୋର ଡଙ୍ଗର ବନୀକରଣ…

Khandagiri Melaରେ ବିବାଦ ତୁଟୁନି: ପୁଣି ଚେତାବନୀ ଦେଲେ ମୀରା 

ଭୁବନେଶ୍ୱର,୩୦।୧: Khandagiri Melaରେ ବିଭିନ୍ନ ଯାତ୍ରା ପାର୍ଟି ଯାତ୍ରା ପରିବେଷଣ କରୁଛନ୍ତି। ଏହାରି ମଧ୍ୟରେ କାହ୍ନାଙ୍କ ପରେ ଯାତ୍ରା ଅଭିନେତା କ୍ଷୀତିଶ ବିଶ୍ବାଳଙ୍କୁ ମୀରା ପରିଡ଼ାଙ୍କ ଚେତାବନୀ।…

ଦିଗପହଣ୍ଡିରେ ମାତିଛି ଗୋଠଛଡ଼ା ହାତୀ: ଭୟଭୀତ ଅଞ୍ଚଳବାସୀ, ସନ୍ଧ୍ୟା ହେଲେ ପଡୁଛି ତାଟି କବାଟ…

ଦିଗପହଣ୍ଡି,୩୦।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ – ଗଜପତି ଜିଲା ସୀମାନ୍ତରେ ଗତ ୪ ଦିନ ହେବ ଗୋଟିଏ ଗୋଠଛଡ଼ା ହାତୀ ଘୁରି ବୁଲୁଛି। ସା ହେଲେ ହାତୀଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri