ବରଗଡ଼ ଜିଲା ମାଟ୍ରିକ୍‌ ଫଳ: କମିଛି ପାସ୍‌ ହାର, ବଢ଼ିଛି A-1 ଗ୍ରେଡ୍‌

ବରଗଡ଼,୩ା୫(ପ୍ରେମାନନ୍ଦ ଖମାରୀ): ଗତବର୍ଷ ଏବଂ ଚଳିତବର୍ଷ ମାଟ୍ରିକ ପରୀକ୍ଷାଫଳକୁ ତୁଳନା କଲେ ସମାନ ଦିନରେ ପରୀକ୍ଷାଫଳ ପ୍ରକାଶ ପାଇଛି। କିନ୍ତୁ ଏଥର ପରୀକ୍ଷାଫଳ ଗତବର୍ଷ ପରୀକ୍ଷା ଫଳ ତୁଳନାରେ ହ୍ରାସ ପାଇଛି। ଗତବର୍ଷ ମଧ୍ୟ ମେ’ ମାସ ୨ତାରିଖରେ ପରୀକ୍ଷାଫଳ ପ୍ରକାଶ ପାଇଥିଲା। ସେହି ପରୀକ୍ଷାଫଳରେ ଜିଲାରେ ପାସ୍‌ହାର ୯୭.୦୯ ପ୍ରତିଶତ ରହିଥିଲା ଏବଂ ରାଜ୍ୟରେ ବରଗଡ଼ ଜିଲାର ସ୍ଥାନ ତ୍ରୟୋଦଶ(୧୩ତମ) ସ୍ଥାନରେ ରହିଥିଲା। ଏପରିକି ବରଗଡ଼ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଛାତ୍ରୀ ବବିତା ରଥ ରାଜ୍ୟ ଟପ୍ପର ହୋଇଥିଲେ। କିନ୍ତୁ ଏଥର ରାଜ୍ୟରେ ବରଗଡ଼ ଜିଲାର ପରୀକ୍ଷାଫଳ ବିଂଶ(୨୦ତମ) ସ୍ଥାନରେ ରହିଛି। ଅନ୍ୟପଟେ ଗତବର୍ଷ ପରୀକ୍ଷାଫଳରେ ଜିଲାର ୪୩ଜଣ A-1 ଗ୍ରେଡ୍‌ରେ ରହିଥିବାବେଳେ ଏଥର ତାହା ୪୬କୁ ବୃଦ୍ଧି ପାଇଛି।

Dharitri – Odisha’s No.1 Odia Daily

Share