ବରଗଡ଼ ଧନୁଯାତ୍ରା, ଏଥର କଳାକାର ଚୟନ

ବରଗଡ଼ ଅଫିସ,୧୮।୧୦: ବରଗଡ଼ ଧନୁଯାତ୍ରା ପାଇଁ ଏଥର ନୂତନ କଳାକାର ଚୟନ ହେବେ। ଧନୁଯାତ୍ରା ମହୋତ୍ସବ ସମିତି କାର୍ଯ୍ୟକାରୀ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ସେହିପରି ମହୋତ୍ସବର ଏକ ସ୍ମାରକୀ ତୋରଣ ନିର୍ମାଣ ନେଇ ନିଷ୍ପତ୍ତି ହୋଇଛି। ଜିଲାପାଳ ମୋନିଷା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକାରୀ କମିଟି ବୈଠକରେ ଏହି ସୂଚନା ଦିଆଯାଇଛି । ବୈଠକରେ ବରଗଡ଼ ଏମ୍‌ପି ସୁରେଶ ପୂଜାରୀ, ବିଧାୟକ ଦେବେଶ ଆଚାର୍ଯ୍ୟ, ଏସ୍‌ପି ପରମାର ସ୍ମିତ ପୁରୁଷୋତ୍ତମ ଦାସ, ଅତିରିକ୍ତ ଜିଲାପାଳ ମିର୍ଦ୍ଧା ଟପ୍ପୋ, ସମ୍ପାଦକ ସୁରେଶ୍ବର ଶତପଥୀ ଏବଂ କାର୍ଯ୍ୟକାରୀ କମିଟି ସଦସ୍ୟ ଉପସ୍ଥିତ ଥିଲେ।