କଂସଙ୍କ ପ୍ରଶ୍ନବାଣରେ ଅଧିକାରୀ ଘାଇଲା

ମଥୁରାନଗରୀ/ଗୋପପୁର,୨।୧:ବରଗଡ଼ ଧନୁଯାତ୍ରା ମହୋତ୍ସବର ରବିବାର ଷଷ୍ଠ ଦିବସରେ ମଥୁରାନଗରୀ ରାଜ ଦରବାରରେ କଂସ ମହାରାଜଙ୍କ ରଙ୍ଗସଭା ଏବଂ ଗୋପପୁରରେ ବସ୍ତ୍ରହରଣ ଦୃଶ୍ୟାଭିନୟ ହୋଇଥିଲା। ଏହାକୁ ଦେଖିବା ପାଇଁ ଉଭୟ ମଥୁରା ଏବଂ ଗୋପପୁରରେ ଦର୍ଶକଙ୍କ ପ୍ରବଳ ସମାଗମ ହୋଇଥିଲା। ଅପରାହ୍ନରେ କଂସ ମହାରାଜ ରାଜମହଲରୁ ମଥୁରା ଭ୍ରମଣରେ ବାହାରିଥିଲେ ଏବଂ ଭ୍ରମଣ ସାରି ଲୋକମଣ୍ଡପ ପଡ଼ିଆସ୍ଥିତ ରଙ୍ଗମହଲକୁ ଯାଇଥିଲେ। ସେଠାରେ ନାଚଗୀତରେ ମସଗୁଲ୍‌ ହେବା ସହିତ ଚିତ୍ରକଳା ପ୍ରଦର୍ଶନୀରେ ସାମିଲ ହୋଇଥିବା ଶିଳ୍ପୀଙ୍କୁ ପୁରସ୍କୃତ କରିଥିଲେ ।
ଏହାପରେ ମହାରାଜ କଂସ ହାଟପଦାସ୍ଥିତ ରାଜଦରବାରକୁ ଯାଇଥିଲେ ଏବଂ ସେଠାରେ ଶ୍ରୀକୃଷ୍ଣଙ୍କୁ ମାରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ। ଏହି କ୍ରମରେ ଯୁଦ୍ଧ ପରାକ୍ରମ ଦେଖାଇବା ପାଇଁ ସେ ସୈନ୍ୟ, ସାମନ୍ତଙ୍କୁ ଆଦେଶ ଦେଇଥିଲେ। ମଥୁରାନଗରୀରେ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଠିକ୍‌ ଭାବେ ଚାଲୁ ନ ଥିବା ନେଇ ବିଦୁଷକ କଂସ ମହାରାଜଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କଂସ ସମ୍ପୃକ୍ତ ଅଧିକାରୀଙ୍କୁ ତାଙ୍କ ସମ୍ମୁଖରେ ହାଜର କରି ଉତ୍ତର ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ହେବା ପରେ କଂସ ସେମାନଙ୍କୁ ବିଭିନ୍ନ ପ୍ରସଙ୍ଗରେ ପ୍ରଶ୍ନ କରି ଘାଇଲା କରିଥିଲେ।
ମଥୁରାନଗରୀରେ ରେଡକ୍ରସ ଯୋଜନା ଫେଲ୍‌ ଏବଂ ବୃଦ୍ଧାବୃଦ୍ଧ, ଗରିବ ସ୍ବାସ୍ଥ୍ୟସେବା, ପାଠପଢ଼ା ଆଦିରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ବିଦୁଷକ କହିଥିଲେ। କଂସଙ୍କ ଆଦେଶକ୍ରମେ ଅତିରିକ୍ତ ଜିଲାପାଳ ମିର୍ଦ୍ଧା ଟପ୍ପୋ ଏହାର ଉତ୍ତର ଦେଇ ରେଡ଼କ୍ରସ ଯୋଜନାରେ ଯଥାଶୀଘ୍ର ହିତାଧିକାରୀଙ୍କୁ ସହାୟତା ଯୋଗାଇ ଦିଆଯାଉଛି ଏବଂ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ମଥୁରାବାସୀ ଉପକୃତ ହେଉଥିବା କହିଥିଲେ। ସେହିପରି ମଥୁରାନଗରୀରେ ଅନେକ ବାସହୀନ ପରିବାର ଏପର୍ଯ୍ୟନ୍ତ ଘରଡ଼ିହ ପଟ୍ଟା ପାଇ ପାରୁ ନ ଥିବାବେଳେ ବିଭିନ୍ନ ପ୍ରମାଣପତ୍ର ପାଇବାରେ ମଥୁରାବାସୀ ହଟହଟା ହେଉଥିବା ନେଇ ବିଦୁଷକ କଂସଙ୍କ ଦୃଷ୍ଟିକୁ ଆଣିଥିଲେ। ଏହାର ଉତ୍ତର ଦେଇ ଅତିରିକ୍ତ ଜିଲାପାଳ (ରାଜସ୍ବ ବିଭାଗ) କୃତ୍ତିବାସ ରାଉତ କହିଥିଲେ,ଏପର୍ଯ୍ୟନ୍ତ ମଥୁରା ରାଜ୍ୟରେ ୪୦ହଜାର ୮୯୨ଜଣ ହିତାଧିକାରୀଙ୍କୁ ଘରଡ଼ିହ ପଟ୍ଟା ପ୍ରଦାନ କରାଯାଇଛି। ଯଦି କେହି ବାକିଥିବେ, ସେମାନଙ୍କୁ ମଧ୍ୟ ଦିଆଯିବ। ତେବେ ନକଲି ଆଦିବାସୀ ପ୍ରମାଣପତ୍ର ଦେଖାଇ ମଥୁରା ରାଜ୍ୟରେ ଅନେକ ସରକାରୀ ଚାକିରି ହାତେଇଥିବା ନେଇ ଅଭିଯୋଗ ହେଉଛି, ସେ ନେଇ କି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି କଂସ ମହାରାଜ ପ୍ରଶ୍ନ କରିବା ପରେ ତାର ତଦନ୍ତ କରି ବିହିତ ପଦକ୍ଷେପ ନିଆଯିବ ବୋଲି ରାଉତ କହିଥିଲେ ।
ମଥୁରାନଗରୀରେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିଥିବା ନେଇ କଂସ ମହାରାଜ ଏସ୍‌ଡ଼ିପିଓ ଅମ୍ରିତ କୁମାର ପଣ୍ଡାଙ୍କୁ ପ୍ରଶ୍ନ କରିଥିଲେ। କଂସଙ୍କ ଭୟରେ ମଥୁରାନଗରୀରୁ ଚୋର, ଲୁଟେରା ଅନ୍ୟତ୍ର ପଳାୟନ କରୁଛନ୍ତି ବୋଲି ପଣ୍ଡା ଉତ୍ତର ଦେଇଥିଲେ। ତେବେ ମଥୁରା କାରାଗାର ମଧ୍ୟରୁ କିଭଳି ଦେବକୀଙ୍କ ଅଷ୍ଟମ ସନ୍ତାନ ଗୋପପୁର ଗଲେ ଏବଂ ସେଠାରେ ତାଙ୍କ ପ୍ରେରିତ ଷଡ଼ମଲ୍ଲ, ପୁତନାଙ୍କୁ ସେ ନିହତ କଲେ, ଏ ଦିଗରେ କି ପଦକ୍ଷେପ ନିଆଯାଇଛି ବୋଲି କଂସ ପ୍ରଶ୍ନ କରିଥିଲେ। ଦେବକୀଙ୍କ ଅଷ୍ଟମ ସନ୍ତାନଙ୍କୁ ମହାରାଜଙ୍କ ସମ୍ମୁଖରେ ହାଜର କରିବାକୁ ମଥୁରା ରାଜ୍ୟର ସମସ୍ତ ପୋଲିସ ବାହିନୀ ଲାଗି ପଡ଼ିଛନ୍ତି। ଷଡ଼ମଲ୍ଲ, ପୁତନା ନିଧନରେ ଯେଉଁମାନେ ସମ୍ପୃକ୍ତ ଥିବେ, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପଣ୍ଡା କହିଥିଲେ। ଅନ୍ୟପଟେ ଗୋପପୁରରେ ଗୋପୀଙ୍କ ଦହିବିକା ଏବଂ ବସ୍ତ୍ରହରଣ ଦୃଶ୍ୟାଭିନୟ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆହୁରି ୩ ଦିନ ଶୀତରେ ଥରିବେ ରାଜ୍ୟବାସୀ, ଏସବୁ ଜିଲାକୁ ଓ୍ବାର୍ନିଂ

ଭୁବନେଶ୍ୱର,୨୯ା୧୨: ରାଜ୍ୟରେ ଶୀତ ଲହରି ଜାରି ରହିଥିବାବେଳେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ପାଣିପାଗରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ପରବର୍ତ୍ତୀ ସମୟରେ ତାପମାତ୍ରା ୨ରୁ...

ମା’ ସୁରେଶ୍ଵରୀଙ୍କ ଐତିହାସିକ ଘାଟ ଯାତ୍ରାରେ ଜନସମାଗମ, ବଳି ଦେଲେ ମାନସିକ ପୂରଣ ହୋଇଥିବା ବ୍ୟକ୍ତି

ରିଷିଡା ୨୯/୧୨(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ତେରେସିଂହା କେଉଁଟ କୈବର୍ତ୍ତ ଆଞ୍ଚଳିକ ସମାଜ ତରଫରୁ ତେରେସିଂହା ଆମପାଲି ନଦୀ ଘାଟ ଠାରେ ଐତିହାସିକ...

ମୋଦିଙ୍କୁ ପ୍ରଶଂସା କରି ଫସିଲେ ଦିଗବିଜୟ: କଂଗ୍ରେସରେ ହଲଚଲ

ନୂଆଦିଲ୍ଲୀ,୨୯।୧୨: କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ପୂର୍ବରୁ ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ ଭାଜପା ଏବଂ ଆରଏସଏସର ସାଂଗଠନିକ ଶକ୍ତିକୁ ପ୍ରଶଂସା କରି ଦଳ ପାଇଁ...

ଅତୀତର ସ୍ମୃତିକୁ ମନେ ପକାଇଲେ ପୁରାତନ ଛାତ୍ରୀଛାତ୍ର

ଦିଗପହଣ୍ଡି,୨୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ ରାଧାଶ୍ୟାମ ଉଚ୍ଚ ବିଦ୍ୟାଳୟ ଏବଂ ରାଧାଦାମୋଦର ବାଳିକା ଉଚ୍ଚ ବିଦ୍ୟାଳୟ ୧୯୯୧ ମାଟ୍ରିକ...

ଆରାବଳି ମାମଲା: ରାୟ ଉପରେ ସୁପ୍ରିମକୋର୍ଟଙ୍କ ରହିତାଦେଶ

ନୂଆଦିଲ୍ଲୀ,୨୯ା୧୨: ଆରାବଳି ମାମଲା ରାୟ ଉପରେ ସୁପ୍ରିମକୋର୍ଟ ରହିତାଦେଶ ଜାରି କରିଛନ୍ତି। ନଭେମ୍ବର ୨୦ ରାୟ ଉପରେ ଏହି ରହିତାଦେଶ ଦେଇଛନ୍ତି ମାନ୍ୟବର କୋର୍ଟ। ପରିବେଶବିତ୍‌ଙ୍କୁ...

ନର୍ସିଂ ହୋମରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ୧୬ ଜଣ ବୃଦ୍ଧାବୃଦ୍ଧ

ନୂଆଦିଲ୍ଲୀ,୨୯।୧୨: ଇଣ୍ଡୋନେସିଆର ଏକ ନର୍ସିଂ ହୋମରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି, ଯେଉଁଥିରେ ୧୬ ଜଣଙ୍କର ମୃତ୍ୟୁ ହୋଇଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।...

ବିମାନବନ୍ଦରରେ ୨ଯୁବକଙ୍କୁ ବାଂଲାଦେଶୀ କହି ମାଡ଼ିବସିଲେ, ପରେ…

ଭୁବନେଶ୍ୱର,୨୯।୧୨: ବାଂଲାଦେଶୀ ଭାଭିଲେ ଆଉ ମାଡ଼ିବସିଲେ। ଆମ ହିନ୍ଦୁ ମାନଙ୍କୁ ବାଂଲାଦେଶରେ ଅମାନୁଷିକ ଭାବେ ହତ୍ୟା କରୁଛ କହି ଦୁଇ ଯୁବକଙ୍କୁ ବାଂଲାଦେଶୀ ସନ୍ଦେହରେ ଭୁବନେଶ୍ୱର...

ଆକ୍ସନ ମୋଡରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ, ବାଲି ବୋଝେଇ ଟ୍ରାକ୍ଟର ଧରି ପୋଲିସକୁ ଜିମା ଦେଲେ

ଦିଗପହଣ୍ଡି,୨୯|୧୨(ଅଶେଷ ନାଥ ମିଶ୍ର): ରାଜ୍ୟ ଖଣି, ଇସ୍ପାତ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ଗ୍ରାମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri