୫ ମିନିଟ୍ ବ୍ୟବଧାନରେ ଗୋଟିଏ ଗାଡ଼ିରେ ୨ଟି ମିଲକୁ ଧାନଯିବା ଘଟଣା: ତଦନ୍ତ ସରିଲା, ଖସିଯିବେ ବଡ଼ବଡ଼ିଆ

ବରଗଡ଼,୨୨।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ କିଣାବିକାରେ ଫଲ୍ସ ଏଣ୍ଟ୍ରି ନୂଆଁ କଥା ନୁହେଁ। ପ୍ରତ୍ୟେକ ଧାନ ସଂଗ୍ରହ ପ୍ରକ୍ରିୟାରେ ଏହା ଚାଲି ଆସୁଥିବା ଅଭିଯୋଗ ହୋଇଛି। କିନ୍ତୁ ପ୍ରଶାସନ ଏହାକୁ ସବୁବେଳେ ହାଲୁକାଭାବେ ନେଉଥିଲା। ଏଭଳି ଫଲ୍ସ ଏଣ୍ଟ୍ରିର ପ୍ରମାଣ ଗତ ମଙ୍ଗଳବାର ଧରିତ୍ରୀକୁ ମିଳିଥିଲା ଏବଂ ବୁଧବାର ଧରିତ୍ରୀରେ ସଚିତ୍ର(ଯୋଗାଣ ବିଭାଗ ପକ୍ଷରୁ ଇସ୍ୟୁ ହୋଇଥିବା ଟ୍ରାନଜିଟ୍‌ ପାସ୍‌ କମ୍‌ ଏକସେପଟେନ୍ସ ନୋଟ୍‌ କପି) ଖବର ପ୍ରକାଶ ପାଇବା ପରେ ରାଜ୍ୟବ୍ୟାପୀ ହଇଚଇ ସୃଷ୍ଟି କରିଛି। ବରଗଡ଼ ଜିଲାପାଳ ଆଦିତ୍ୟ ଗୋୟଲ ମଧ୍ୟ ଘଟଣାକୁ ଗୁରୁତ୍ୱର ସହିତ ନେଇଛନ୍ତି ଏବଂ ଧରିତ୍ରୀରେ ଖବର ପ୍ରକାଶ ପାଇବା ଦିନ ହିଁ ମୁଖ୍ୟ ଜିଲା ଯୋଗାଣ ଅଧିକାରୀ ବିଭୁ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟ ଜିଲା ଯୋଗାଣ ଅଧିକାରୀ ଆଚାର୍ଯ୍ୟ ଏଥିପାଇଁ ବରଗଡ଼ ସଦର ଏବଂ ପଦ୍ମପୁର ସହକାରୀ ଯୋଗାଣ ଅଧିକାରୀ(ଏସିଏସ୍‌ଓ)ଙ୍କ ନେତୃତ୍ୱରେ ଏକ ଟିମ୍‌ ଗଠନ କରିଥିଲେ। ସମ୍ପୃକ୍ତ ଟିମ୍‌ ଇତିମଧ୍ୟରେ ତଦନ୍ତ ସାରିଥିବାବେଳେ ତଦନ୍ତ ରିପୋର୍ଟ ମଧ୍ୟ ମୁଖ୍ୟ ଜିଲା ଯୋଗାଣ ଅଧିକାରୀଙ୍କୁ ଦେଇଛନ୍ତି ଏବଂ ମୁଖ୍ୟ ଜିଲା ଯୋଗାଣ ଅଧିକାରୀ ସେହି ତଦନ୍ତ ରିପୋର୍ଟକୁ ଜିଲାପାଳଙ୍କୁ ପ୍ରଦାନ କରିଥିବାବେଳେ ସେହି ରିପୋର୍ଟର ତର୍ଜମା କରି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଜିଲାପାଳ ସମବାୟ ଉପ ନିବନ୍ଧକ(ଡିଆର୍‌ସିଏସ୍‌) ଏବଂ ପଦ୍ମପୁର ନିୟନ୍ତ୍ରିତ ବଜାର କମିଟି(ଆର୍‌ଏମ୍‌ସି) ସମ୍ପାଦକଙ୍କୁ ଅବଗତ କରାଇଥିବା ସୂଚନା ମିଳିଛି। ମାତ୍ର ଏପର୍ଯ୍ୟନ୍ତ ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ସମ୍ପୃକ୍ତ କୌଣସି ଅଧିକାରୀ କିମ୍ବା କର୍ମଚାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। ଫଳରେ ଏହି ଘଟଣାରେ ପ୍ୟାଚ୍‌ଅପ୍‌ ମାରିବାକୁ ଉଦ୍ୟମ ଆରମ୍ଭ ହୋଇଯାଇଥିବା ସାଧାରଣରେ ଚର୍ଚ୍ଚା ହେଉଥିବାବେଳେ ଏଥିରେ ଉପରିସ୍ଥ ଅଧିକାରୀଙ୍କ ଭୂମିକାକୁ ନେଇ ମଧ୍ୟ ନାନା ସନ୍ଦେହ ଉପୁଜିଛି।
ଶୁକ୍ରବାର ରାତିରେ ମୁଖ୍ୟ ଜିଲା ଯୋଗାଣ ଅଧିକାରୀ ଆଚାର୍ଯ୍ୟଙ୍କୁ ଫୋନ୍‌ରେ ଯୋଗାଯୋଗ କରାଯିବା ପରେ ସେ କହିଥିଲେ, ଉକ୍ତ ଘଟଣାର ତଦନ୍ତ ସରିଛି। ଜିଲାପାଳଙ୍କୁ ରିପୋର୍ଟ ମଧ୍ୟ ପ୍ରଦାନ କରାଯାଇଛି। ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ସମବାୟ ଉପ ନିବନ୍ଧକ(ଡିଆର୍‌ସିଏସ୍‌) ଯାହା କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଆଚାର୍ଯ୍ୟ କହିଥିଲେ। ଏହାପରେ ଡିଆର୍‌ସିଏସ୍‌ ଦାଶଙ୍କୁ ଫୋନ୍‌ରେ ଯୋଗାଯୋଗ କରିବାରୁ ପ୍ରାଥମିକ କୃଷି ସମବାୟ ସମିତି(ପ୍ୟାକ୍ସ) ଉପରେ ସେ ଯାହା କିଛି କାର୍ଯ୍ୟାନୁଷ୍ଠାନ ନେବେ ଏବଂ ନିୟନ୍ତ୍ରିତ ବଜାର କମିଟି(ଆର୍‌ଏମ୍‌ସି)କୁ ନେଇ ପଦ୍ମପୁର ଆର୍‌ଏମ୍‌ସି ସମ୍ପାଦକ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ସେ କହିଥିଲେ। ତେବେ ଘଟଣା ପଦାକୁ ଆସିବାର ୪ଦିନ ବିତିଯାଇ ଥିଲେ ସୁଦ୍ଧା ସେଭଳି ଫଲ୍ସ ଏଣ୍ଟ୍ରିରେ ସମ୍ପୃକ୍ତ ଅଧିକାରୀ, କର୍ମଚାରୀଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ନିଆଗଲା, ତାହା ଏପର୍ଯ୍ୟନ୍ତ ଯୋଗାଣ ବିଭାଗ, ସମବାୟ ବିଭାଗ କିମ୍ବା ଆର୍‌ଏମ୍‌ସି ସ୍ପଷ୍ଟ କରୁନାହିଁ। ଶନିବାର ମୁଖ୍ୟ ଜିଲା ଯୋଗାଣ ଅଧିକାରୀ ଆଚାର୍ଯ୍ୟଙ୍କୁ ତାଙ୍କ ମୋବାଇଲ ନମ୍ବର (୯୪୩୭୧୫୬୦୨୦)ରେ ଯୋଗାଯୋଗ କରିବାରୁ ସେ ଫୋନ୍‌ ରିସିଭ୍‌ କରି ନ ଥିଲେ। ସେହିପରି ଡିଆର୍‌ସିଏସ୍‌ ଦାଶଙ୍କୁ ତାଙ୍କ ମୋବାଇଲ ନମ୍ବର (୯୪୩୭୩୩୧୩୫୫)କୁ ଯୋଗାଯୋଗ କରିବାରୁ ସେ ମଧ୍ୟ ଅନୁରୂପଭାବେ ଫୋନ ରିସିଭ୍‌ କରି ନ ଥିଲେ। ପଦ୍ମପୁର ଆର୍‌ଏମ୍‌ସି ସମ୍ପାଦକ ରବି ନାରାୟଣ ପଣ୍ଡାଙ୍କୁ ତାଙ୍କ ମୋବାଇଲ ନମ୍ବର (୭୦୦୮୨୧୬୬୦୨)ରେ ଯୋଗାଯୋଗ କରିବାରୁ ସେ କହିଥିଲେ, ଉପରିସ୍ଥ ଅଧିକାରୀଙ୍କଠାରୁ କାର୍ଯ୍ୟାନୁଷ୍ଠାନ ପାଇଁ ଯେଭଳି ନିର୍ଦ୍ଦେଶ ଆସିବ, ସେ ନେଇ ନିଶ୍ଚିତ ଭାବେ କାର୍ଯ୍ୟାନୁଷ୍ଠାନ ନିଆଯିବ। ମାତ୍ର ଏପର୍ଯ୍ୟନ୍ତ ସେଭଳି କିଛି ନିର୍ଦ୍ଦେଶ ଆସି ନ ଥିବା ସେ କହିଥିଲେ।
ଏଠାରେ ଉଲ୍ଲେଖଯୋଗ୍ୟ, ଏପର୍ଯ୍ୟନ୍ତ ଖରିଫ୍‌ରେ ଅମଳ ହୋଇଥିବା ବହୁ ପରିମାଣର ଧାନ ଜିଲାର ବିଭିନ୍ନ ମଣ୍ଡିରେ ପଡ଼ି ରହିଛି। କିନ୍ତୁ ଗତବର୍ଷ ଡିସେମ୍ବର ମାସ ୨୭ତାରିଖ ପଦ୍ମପୁର ଉପଖଣ୍ଡ ବିଜେପୁର ବ୍ଲକ ବଡ଼ବାଉଶେନ ଅନ୍ତର୍ଗତ ତଥା ପଦ୍ମପୁର ନିୟନ୍ତ୍ରିତ ବଜାର କମିଟି(ଆରଏମସି) ଅଧୀନ ଖରମୁଣ୍ଡା ଧାନକ୍ରୟ କେନ୍ଦ୍ର(ଏମୱାଇ୦୩୭୧୨)ରେ ୫ମିନିଟ୍‌ ବ୍ୟବଧାନରେ ଗୋଟିଏ ଗାଡ଼ି(ନଂ-ଓଡ଼ି୧୭କେ ୪୪୯୭)ରେ ୨ଟି ରାଇସ୍‌ ମିଲକୁ ଯଥାକ୍ରମେ ୧୮୫ ପ୍ୟାକେଟ୍‌(୮୩.୭୨ କୁଇଣ୍ଟାଲ) ଏବଂ ୧୬୦ପ୍ୟାକେଟ୍‌(୬୫.୩୧ କୁଇଣ୍ଟାଲ) ଧାନ ଯାଇଥିବା ବିଭାଗୀୟ କାଗଜାତ୍‌ ତଥା ଟ୍ରାନଜିଟ୍‌ ପାସ୍‌ କମ୍‌ ଏକସେପଟେନ୍ସ ନୋଟ୍‌ କପିରେ ଉଲ୍ଲେଖ ରହିଛି। ୫ମିନିଟ୍‌ ବ୍ୟବଧାନରେ ଏତେ ପରିମାଣରେ ଧାନ ଗୋଟିଏ ମଣ୍ଡିରୁ ଧାନ ଲୋଡ୍‌ କରି ଅନ୍ୟ ୨ମଣ୍ଡିରେ ଅନଲୋଡ୍‌ କରିବା କୌଣସି ଯାନବାହନ ପକ୍ଷରେ ସମ୍ଭବ ହେଉ ନ ଥିବାରୁ ଫଲ୍ସଏଣ୍ଟ୍ରିରେ ଏଭଳି କୌଶଳ ଅବଳମ୍ବନ କରାଯାଉଥିବା ସ୍ପଷ୍ଟ ହୋଇଯାଇଛି। ଏ ସମ୍ପର୍କରେ ବରଗଡ଼ ଜିଲା କୃଷକ ସଂଗଠନ ସମନ୍ବୟ ସମିତିର ଉପଦେଷ୍ଟା ରମେଶ ମହାପାତ୍ର କହିଛନ୍ତି, ଧାନର ଫଲ୍ସ ଏଣ୍ଟ୍ରି ନେଇ ଆମେ ବାରମ୍ବାର ଅଭିଯୋଗ କରି ଆସିଛୁ। ମାତ୍ର କିଛି କାର୍ଯ୍ୟାନୁଷ୍ଠାନ ହୋଇ ନାହିଁ। ମାତ୍ର ଏବେ ଫଲ୍ସ ଏଣ୍ଟ୍ରିର ପ୍ରମାଣ ମିଳିଛି। ଯଦି ଏଥର କାର୍ଯ୍ୟାନୁଷ୍ଠାନ ନ ହେବ, ଏହାକୁ ନେଇ ଆଗାମୀ ଦିନରେ ଯେଉଁ ପରିସ୍ଥିତି ହେବ, ସେଥିପାଇଁ ପ୍ରଶାସନ ହିଁ ଦାୟୀ ରହିବ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମା’ ଦଣ୍ଡକାଳୀଙ୍କ ଯାତ୍ରା: ମହୁରୀ, ଢୋଲ ଶବ୍ଦରେ ପ୍ରକମ୍ପିତ ହେଲା ସହର

ଗଞ୍ଜାମ,୧୧।୪(ବିଦ୍ୟାଧର ସାହୁ ) : ଆଉ ଚାରି ଦିନ ପରେ ମା’ ଦଣ୍ଡ କାଳୀଙ୍କ ଯାତ୍ରା ସମାପନ ହେବ । ଆସନ୍ତା ମେରୁ ଯାତ୍ରା ପରେ ନିଜ…

ମୁହଁରେ ତୁଣ୍ଡି ବାନ୍ଧି ଦେଇଛନ୍ତି ୩ ଦଳ: ସିଜିମାଳି ଘଟଣାରେ ସମସ୍ତେ ନୀରବ

ଭୁବନେଶ୍ୱର,୧୧।୪(ସୁନିତ୍‌ ମିଶ୍ର): ରାୟଗଡ଼ା ଜିଲା କାଶୀପୁର ବ୍ଲକ୍‌ର ସିଜିମାଳି ବକ୍ସାଇଟ୍‌ ଖଣିକୁ ୨୦୨୩ ଫେବୃଆରୀ ୨୧ରେ ବେଦାନ୍ତ ଲିଜ୍‌ ନେଇଥିଲା। ସେବେଠାରୁ ଏହାକୁ ସ୍ଥାନୀୟ ଆଦିବାସୀ ଲୋକମାନେ…

ଛେଲବାହାଲ ଗ୍ରାମବାସୀଙ୍କ ଆନ୍ଦୋଳନ ଚେତାବନୀ: ବାଲିଘାଟ ଲିଜ୍‌ ଋଦ୍ଦ ଦାବି

ଲୋଇସିଂହା,୧୧।୪(ସୁଶାନ୍ତ ବାରିକ):ପାନୀୟ ଜଳ ଯୋଗାଣ ବ୍ୟାହତ ଯୋଗୁ ବଲାଙ୍ଗୀର ଜିଲା ଲୋଇସିଂହା ତହସିଲ ଅଧୀନ ଛେଲବାହାଲ ବାଲିଘାଟ ଲିଜ୍‌କୁ ରଦ୍ଦ କରିବାକୁ ଛେଲବାହାଲ ଗ୍ରାମବାସୀ ସ୍ଥାନୀୟ ବିଧାୟକ…

ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ସ୍ତ୍ରୀ, ଏମିତି ରଚିଥିଲେ ଷଡ଼ଯନ୍ତ୍ର

ଭୋପାଳ,୧୧ା୪: ରୋମାଞ୍ଚକର କ୍ରାଇମ୍‌ ଥ୍ରିଲର ଭଳି ଲାଗୁଥିବା ଏକ ସତ୍ୟ ଘଟଣା ମଧ୍ୟପ୍ରଦେଶର ଧର୍‌ ଅଞ୍ଚଳରେ ସାମନାକୁ ଆସିଛି, ଯାହା ପଛରେ ପ୍ରତାରଣା, ଅପମାନ ଓ ସୁଚିନ୍ତିତ…

ଝିଅର ମୃତଦେହ ସହିତ ପ୍ରାୟ ପାଞ୍ଚ ମାସ ଧରି ରହୁଥିଲେ ବାପା: ହଠାତ୍‌ ଦିନେ ଘଟିଲା…

ଲକ୍ଷ୍ନୌ,୧୧।୪: ଉତ୍ତର ପ୍ରଦେଶର ମିରଟ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ସଦର ପୋଲିସ ଷ୍ଟେଶନ ଅଞ୍ଚଳର ଜଣେ ବାପା ତାଙ୍କ…

୨୦୨୭ ଜାନୁଆରୀ ୧୩ ଯାଏ ବଢ଼ିଲା ମହାନଦୀ ଟ୍ରିବ୍ୟୁନାଲ ଅବଧି

ଭୁବନେଶ୍ୱର,୧୧।୪: ୨୦୨୭ ଜାନୁଆରୀ ୧୩ ଯାଏ ବଢ଼ିଲା ମହାନଦୀ ଟ୍ରିବ୍ୟୁନାଲ ଅବଧି। ଟ୍ରିବ୍ୟୁନାଲ ଅବଧି ବୃଦ୍ଧି କଲେ କେନ୍ଦ୍ର ସରକାର। ଏନେଇ ଜଳ ସମ୍ପଦ ନଦୀ ବିକାଶ…

‘ଇରାନ କେବଳ ଆଲୋଚନା ପାଇଁ ବଞ୍ଚିଛି’, ପାକିସ୍ତାନରେ ଶାନ୍ତି ଆଲୋଚନା ପୂର୍ବରୁ ଟ୍ରମ୍ପଙ୍କ ଧମକ

ଓ୍ବାଶିଂଟନ୍‌,୧୧।୪: ପାକିସ୍ତାନରେ ଶାନ୍ତି ଆଲୋଚନା ପୂର୍ବରୁ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଇରାନକୁ ଧମକ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି , ଇରାନ କେବଳ ଆଲୋଚନା ପାଇଁ…

ବିସ୍ଫୋରକ ବ୍ୟାଟିଂ ପଛର ରାଜ୍‌ ଖୋଲିଲେ ବୈଭବ ସୂର୍ଯ୍ୟବଂଶୀ: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୧୧।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ୭୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ମାତ୍ର ୨୬ ବଲ ଖେଳି ସେ ୭ଟି ଛକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri