ସଉଦା ବ୍ୟାଗ୍‌

ଆମ ନିତିଦିନିଆ ଜୀବନରେ ସମସ୍ତେ କିଛିନା କିଛି ସଉଦା ଆଣନ୍ତି । ଏହି ସଉଦା କେତେବେଳେ ପରିବା ହୋଇପାରେ ତ କେତେବେଳେ ତେଜରାତି ଜିନିଷ କିମ୍ବା ଅନ୍ୟ କିଛି ହୋଇପାରେ। ଧନୀ ହେଉ କିମ୍ବା ଗରିବ ସମସ୍ତଙ୍କର କିଛିନା କିଛି ଆବଶ୍ୟକତା ରହିଥାଏ। ତେବେ ସଉଦାର ଆକାର ବା ପରିମାଣ ଅନୁସାରେ ବ୍ୟାଗ୍‌ର ଆବଶ୍ୟକତା ହୁଏ। ଏହି ବ୍ୟାଗ ଆଜିକାଲି ଆଉ ନିଜ ଘରୁ ନେବାକୁ ପଡୁନାହଁି। ଦୋକାନୀ ନିଜେ ଯେତେବଡ଼ ଜିନିଷ ହେଲେ ମଧ୍ୟ ତାକୁ ପ୍ୟାକ୍‌ କରି ଦେଇଦେଉଛି। ବହୁତ ସୁବିଧାରେ ଆମ ଜିନିଷ ଘରେ ପହଞ୍ଚି ଯାଉଛି। କିନ୍ତୁ ଆଗରୁ ଏହି ବ୍ୟବସ୍ଥା ନ ଥିଲା। ନିଜ ଜିନିଷ ପାଇଁ ନିଜେ ବ୍ୟାଗର ବ୍ୟବସ୍ଥା କରିବାକୁ ପଡୁଥିଲା। ଘରୁ ବ୍ୟାଗ ଧରି ଜିନିଷ ଆଣିବା ପାଇଁ ସମସ୍ତେ ଯାଉଥିଲେ। ସୁରକ୍ଷିତ ଭାବରେ ନିଜ ଜନିଷ ଘରକୁ ଆଣୁଥିଲେ।
ବ୍ୟାଗର ବ୍ୟବହାର ଏବେ କମିଗଲାଣି। କେହି ବ୍ୟାଗ ନେଇ ବଜାରକୁ ଯାଉନାହାନ୍ତି। ଯଦି ବି କିଏ ବ୍ୟାଗ ବ୍ୟବହାର କରୁଛି ତାହା ନିଶ୍ଚିତ ଭାବରେ ଜରି କିମ୍ବା ପଲିଥିନରେ ତିଆରି ବ୍ୟାଗ ହୋଇଥିବ। କନାରେ ତିଆରି ବ୍ୟାଗ ବହୁତ କମ ଲୋକଙ୍କ ହାତରେ ଦେଖାଯାଏ। ଆଗରୁ ବ୍ୟାଗ ସବୁ କନାରେ ସିଲାଇ ହେଉଥିଲା। କନା ତିଆରି ବ୍ୟାଗ ବହୁତ ମଜଭୁତ ଓ ଅଧିକ ଦିନ ପର୍ଯ୍ୟନ୍ତ ବ୍ୟବହାର କରାଯାଇ ପାରୁଥିଲା। କନା ବ୍ୟାଗରେ ଜିନିଷ ଆଣିଲେ ବାହାରକୁ ଦେଖାଯାଏ ନାହଁି। ବହୁତ ସୁରକ୍ଷିତ ଭାବରେ ଜିନିଷ ଘରକୁ ଆସେ। କିନ୍ତୁ ଆଜିକାଲି ରେଡିମେଡ୍‌ ଯୁଗରେ ସବୁ ପଲିଥିନ ବ୍ୟାଗର ବ୍ୟବହାର ହେଲା। ଖାଲି ହାତରେ ଘରୁ ବଜାରକୁ ଯାଇ ବଡ଼ ବଡ଼ ପଲିଥିନରେ ସଉଦା ଅଣାଯାଉଛି। ବାଟରେ ଲୋକେ ସବୁ ଜିନିଷ ଦେଖିପାରୁଛନ୍ତି। ହୋଟେଲରୁ ଜଳଖିଆ ନେଲେ ପଲିଥିନରେ ନେଉଛନ୍ତି। ବାଟରେ ସମସ୍ତଙ୍କ ନଜର ତାହା ଉପରେ ପଡୁଛି। ଗୋଟିଏ ବିଶ୍ୱାସ ଥିଲା,ଖାଦ୍ୟ ପଦାର୍ଥରେ କାହାର ନଜର ପଡ଼ିଲେ ତାକୁ ଖାଆନ୍ତି ନାହଁି। ଯଦି ବି ତାକୁ ଖାଇବେ, ଯାହାର ନଜର ପଡ଼ିଥିବ ତାକୁ ଦେଇକି ଖାଇବେ। ନଚେତ ପେଟ କାଟିବ। ଅନ୍ୟର ନଜରକୁ ଏଡ଼ାଇବା ପାଇଁ ଖାଦ୍ୟ ପଦାର୍ଥକୁ ଘୋଡ଼ାଇ ରଖାଯାଉଥିଲା। କାଳେ କାହାର ନଜର ପଡ଼ିଯିବ ବୋଲି ସମସ୍ତେ ଚିନ୍ତା କରୁଥିଲେ। ଏବେ କିନ୍ତୁ ସବୁ ଖୋଲା ମେଲାରେ ଚାଲିଛି। ଦିନକୁ ଦିନ ଲୋକମାନଙ୍କର ଚଳଣିରେ ପରିବର୍ତ୍ତନ ହୋଇଯାଉଛି। ସମସ୍ତଙ୍କ ନଜର ପଡୁଥିବା ଖାଦ୍ୟ ଖାଇବାକୁ କୌଣସି ଦ୍ୱିଧା ବୋଧ ହେଉନାହଁି। ସର୍ବସାଧାରଣ ସ୍ଥାନମାନଙ୍କରେ ଗହଳି ସ୍ଥାନରେ ଖାଦ୍ୟ ଖାଇବାକୁ ଲୋକମାନେ ବହୁତ ପସନ୍ଦ କରୁଛନ୍ତି।
ପଲିଥିନର ବ୍ୟବହାର ବଢ଼ି ଯାଇଛି। ବ୍ୟାଗର ବିକଳ୍ପ ଭାବରେ ପଲିଥିନ ବ୍ୟବହାର କରାଯାଉଥିବାରୁ କେହି ବ୍ୟାଗ ବ୍ୟବହାର କରୁନାହାନ୍ତି। ସବୁ ଜାଗାରେ ପଲିଥିନର ବ୍ୟବହାର ଚାଲିଛି। ଏପରି କି ମନ୍ଦିର ଗଲେ ମଧ୍ୟ ଆଉ ପୂର୍ବଭଳି ପୂଜା ଝୁଡ଼ି ବ୍ୟବହାର ହେଉନାହଁି। ପଲିଥିନରେ ଭୋଗନେଇ ପୂଜକକୁ ଧରାଇଦେଲେ କାମ ଶେଷ। ଠାକୁରଙ୍କ ଭୋଗ ମଧ୍ୟ ସେହି ପଲିଥିନରେ ଆସିଯାଉଛି। ମହାଦେବଙ୍କ ପାଦୁକା ମଧ୍ୟ ପଲିଥିନରେ ଆସିଯାଉଛି। ଏହି ପଲିଥିନ ବର୍ତ୍ତମାନ ମଣିଷ ସମାଜକୁ ଗ୍ରାସ କରିସାରିଲାଣି। ଏହାର କ୍ଷତିକାରକ ଦିଗ ପ୍ରତି କେହି ଧ୍ୟାନ ଦେଉନାହାନ୍ତି। ସକାଳ ପାହିଲେ ଆମ ଚାରିପାଖରେ ଦେଖିବାକୁ ମିଳୁଛି କୁଢ଼ କୁଢ଼ ପଲିଥିନ ଆବର୍ଜନା। ଜଳ ଭାଗରେ ମଧ୍ୟ ଏହା ଜଳଚର ଜୀବମାନଙ୍କୁ ପ୍ରଭାବିତ କଲାଣି। ଅନେକ ସମୟରେ ଗୋରୁ ଏହାକୁ ଖାଇ ବହୁତ ଅସୁବିଧାରେ ପଡ଼ିଯାଉଛନ୍ତି। ପଲିଥିନ ବନ୍ଦ କରିବା ପାଇଁ ସରକାରଙ୍କ ତରଫରୁ ବାରମ୍ବାର ଉଦ୍ୟମ କରାଯାଉଥିଲେ ମଧ୍ୟ ସୁଫଳ ମିଳୁନାହଁି। ଗୋଟିଏ ନିୟମ ହେଲେ କିଛି ଦିନ କଟକଣା ରହୁଛି, ତା’ପରେ ପୁଣି ଲୋକମାନେ ତାକୁ ଭୁଲିଯାଉଛନ୍ତି। ଜନ ସଚେତନତାର ଅଭାବରୁ ଏହି ନିୟମଗୁଡ଼ିକର ସୁଫଳ ମିଳୁ ନାହଁି।
ପ୍ଲାଷ୍ଟିିକ, ପଲିଥିନର ବ୍ୟବହାରକୁ ବନ୍ଦ କରିବା ପାଇଁ କଡ଼ାକଡ଼ି ନିୟମ କରିବା ଓ ତାକୁ ପାଳନ କରିବା ଆବଶ୍ୟକ। ସମସ୍ତେ କନା ବ୍ୟାଗ ନେଇ ବଜାରକୁ ଯିବା ଅଭ୍ୟାସ କରିବା ଜରୁରୀ। ଦୋକନୀମାନଙ୍କୁ ମଧ୍ୟ ତାଗିଦ୍‌ କରିବା ଦରକାର ଯେ, ସେମାନେ ଗ୍ରାହକମାନଙ୍କୁ ବ୍ୟାଗ ଆଣିବା ପାଇଁ କୁହନ୍ତୁ, ନଚେତ୍‌ ଜିନିଷ ଦିଅନ୍ତୁ ନାହଁି। କରୋନା କାଳରେ ଯେମିତି ସବୁ ଦୋକାନରେ ଲେବୁଲ ମରାଯାଇଥିଲା, ମାସ୍କ ନାହଁି ତ ଜିନିଷ ନାହଁି। ଠିକ୍‌ ସେହିପରି, ବ୍ୟାଗ ନାହଁି ତ ଜିନିଷ ନାହଁି ଲେବୁଲ ସବୁ ଦୋକାନୀ ମାରନ୍ତୁ। ଧୀରେ ଧୀରେ ଲୋକମାନଙ୍କ ଅଭ୍ୟାସ ବଦଳାଇବାକୁ ପଡ଼ିବ, ନଚେତ ନେଡ଼ି ଗୁଡ କହୁଣିକୁ ବୋହିଯିବ।

ସତ୍ୟନାରାୟଣ ଦେହୁରୀ
ରାଧାନଗର, ବୌଦ୍ଧ ମୋ:୯୯୩୮୭୫୮୩୫୩


Enter your email to get our daily news in your inbox.

All Right Reserved By Dharitri.Com

ଟ୍ୟୁଶନ ହେବେ ରାଜସ୍ବ ବାବୁ: ଯୋଜନାର କାର୍ଯ୍ୟକାରିତା ଉପରେ ସରକାରଙ୍କ ଫୋକସ୍‌

ଭୁବନେଶ୍ୱର,୨୪।୧୨(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ୧୮ ମାସ ମଧ୍ୟରେ ରାଜସ୍ବସେବାକୁ ଲୋକଙ୍କ ନିକଟତର କରିବା ପାଇଁ ଭୂ-ବନ୍ଦୋବସ୍ତ ଆଇନଠାରୁ ଆରମ୍ଭକରି ଜମି ପଞ୍ଜୀକରଣ...

ମାସେ ପରେ ବି ତୁଟିନି ଧାନ କିଣାବିକା ସମସ୍ୟା: ପୋଲିସ-ଚାଷୀ ଧସ୍ତାଧସ୍ତି

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ଏକମାସରୁ ଊଦ୍ଧର୍‌ବ ବିତିଗଲାଣି। ଏହାସତ୍ତ୍ୱେ ଧାନ କିଣାବିକା ନେଇ ନାନା ସମସ୍ୟା ଅସମାହିତ ରହିଛି। ଧାନ...

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri