ପୂର୍ଣ୍ଣ ଦର୍ଶକରେ ବାରବାଟୀ ମ୍ୟାଚ୍‌

କଟକ ଅଫିସ,୧୯।୫: ପୂର୍ଣ୍ଣ ଦର୍ଶକୀୟ ’କ୍ଷମତାରେ ବାରବାଟୀ କ୍ରିକେଟ୍‌ ମ୍ୟାଚ୍‌ ଖେଳାଯିବ।
ଏ ନେଇ ଗୁରୁବାର ବିସିସିଆଇ ପକ୍ଷରୁ ଅନୁମତି ମିଳିଛି। ଜୁନ୍‌ ୧୨ରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚ୍‌ ହେବ।
କରୋନା ସଂକ୍ରମଣକୁ ନେଇ ବିସିସିଆଇ ପକ୍ଷରୁ ବାରବାଟୀ ଟି-୨୦ ମ୍ୟାଚ୍‌ରେ ୫୦ ପ୍ରତିଶତ ଦର୍ଶକ ବସିବା ନେଇ ଅନୁମତି ମିଳିଥିଲା। ବର୍ତ୍ତମାନ କରୋନା ସଂକ୍ରମଣ ହ୍ରାସ ଯୋଗୁ ବିସିସିଆଇ ପକ୍ଷରୁ ଶତ ପ୍ରତିଶତ ଦର୍ଶକ ଷ୍ଟାଡିୟମରେ ବସି ମ୍ୟାଚ୍‌ ଦେଖିପାରିବେ ବୋଲି ନିଷ୍ପତ୍ତି ନିଆଯାଇଛି।