Posted inଫୁରସତ

ବାପୁଙ୍କ ପ୍ରିୟ ଖାଦ୍ୟ

ଜାତିର ପିତା ମହାତ୍ମା ଗାନ୍ଧୀ ‘ସିମ୍ପୁଲ ଲିଭିଂ ହାଇ ଥିଙ୍କିଙ୍ଗ’ ଉପରେ ବିଶ୍ୱାସ ରଖୁଥିଲେ। ତା’ସହ ସେ ଏହା ବି କହୁଥିଲେ ଯେ, ‘ବି ଦ ଚେଞ୍ଜ ଦ୍ୟାଟ୍‌ ୟୁ ଓ୍ବାଣ୍ଟ ଇନ୍‌ ଦ ଓ୍ବାର୍ଲଡ’। ତେଣୁ ସେ ପ୍ରଥମେ ନିଜ ଜୀବନଶୈଳୀକୁ ଏଭଳି କରୁଥିଲେ ଯେପରିକି ସେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିବେ। ଏମିତିକି ସେ ଖାଦ୍ୟ କ୍ଷେତ୍ରରେ ବି ପ୍ରଥମେ ନିଜେ ଏକ ଉଦାହରଣ ହେବାକୁ ଚାହୁଁଥିଲେ। ତେଣୁ ଖାଦ୍ୟ ଉପରେ ସେ ଅନେକ ଗବେଷଣା କରୁଥିଲେ। ଆଉ ମାପିଚୁପି ଅର୍ଗାନିକ ଖାଇବା ଅର୍ଥାତ୍‌ ଆଜିକାଲିର ଡାଏଟ୍‌ କଣ୍ଟ୍ରୋଲ ତ ପ୍ରଥମେ ତାଙ୍କଠାରୁ ହିଁ ଆରମ୍ଭ ହୋଇଥିଲା। ଏହାଛଡା ବାପୁଜୀ ସ୍ବାସ୍ଥ୍ୟ ଓ ଖାଦ୍ୟପେୟ ଉପରେ ‘ଡାଏଟ୍‌ ଆଣ୍ଡ ଡାଏଟ୍‌ ରିଫର୍ମସ୍‌’, ‘ଦ ମୋରାଲ ବେସିସ୍‌ ଅଫ୍‌ ଭେଜିଟେରିଆନିଜମ୍‌’, ‘କି ଟୁ ହେଲ୍ଥ’ ଭଳି ପୁସ୍ତକ ବି ଲେଖିଥିଲେ। ତେବେ ଆସନ୍ତୁ ଜାଣିବା ତାଙ୍କ ପସନ୍ଦର ଖାଦ୍ୟ ସବୁ କ’ଣ ଥିଲା…

ଭାତ ଓ ଡାଲି: ଗାନ୍ଧିଜୀ ଶାକାହାରୀ ଥିଲେ। ବ୍ରାଉନ୍‌ ରାଇସ୍‌ ସହ ଡାଲି ଓ ସ୍ଥାନୀୟ ପନିପରିବାରେ ତିଆରି ତରକାରି ତାଙ୍କର ନିତିଦିନିଆ ଖାଦ୍ୟ ଥିଲା।

ରୁଟି: ଦ୍ୱିପ୍ରହରରେ ଗହମ ଓ ଚଣା ଡାଲିର ଅଟାରେ ତିଆରି ରୁଟି ସହ ଡାଲି ଖାଉଥିଲେ।

ସିଝା ବାଇଗଣ: ସମସ୍ତେ ସିଝା ବାଇଗଣର ଭର୍ତ୍ତା ଖାଇଥିବେ। ହେଲେ କେହି ଖାଲି ସିଝା ବାଇଗଣ ଖାଇ ନ ଥିବେ। ବାପୁଜୀଙ୍କ ଖାଦ୍ୟରେ କିନ୍ତୁ ସିଝା ବାଇଗଣ ସାମିଲ ରହୁଥିଲା। ଆଉ ଏହା ତାଙ୍କର ବହୁତ ପ୍ରିୟ ଥିଲା। ଖାଲି ବାଇଗଣ ନୁହେଁ ଅନ୍ୟ ବହୁ ପନିପରିବାକୁ ବି ସେ ସିଝା ଖାଇବା ପସନ୍ଦ କରୁଥିଲେ। ଏମିତିକି ଲୁଣ ବି ବ୍ୟବହାର କରୁ ନ ଥିଲେ।

ଚିନି ନୁହେଁ ଗୁଡ: ବାପୁଙ୍କ ମତ ଥିଲା ଚିନି ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ। ତେଣୁ ସେ ଏହା ବଦଳରେ ଗୁଡ ବ୍ୟବହାର କରୁଥିଲେ।

ଅରନ୍ଧା ଖାଦ୍ୟ: ବାପୁଜୀ ଅରନ୍ଧା ଖାଦ୍ୟ ଖାଇବା ଉପରେ ଗବେଷଣା କରି ଅନେକ ଦିନ ପର୍ଯ୍ୟନ୍ତ ଅରନ୍ଧା ଖାଦ୍ୟ ଯେମିତିକି କଞ୍ଚା ପନିପରିବା, ଫଳମୂଳ ଆଦି ଖାଉଥିଲେ। ଏହାଦ୍ୱାରା ଅନେକ ସମୟରେ ଦୁର୍ବଳ ଅନୁଭବ ବି କରୁଥିଲେ। ଆଉ ଏହି ଦୁର୍ବଳତାକୁ ଦୂର କରିବା ପାଇଁ ବାପୁଜୀ ତାଙ୍କ ପୁସ୍ତକରେ ଲେଖିଛନ୍ତି ଯେ, କ୍ଷୀର ଓ ଘିଅ ଅରନ୍ଧା ଖାଦ୍ୟରେ ସାମିଲ କଲେ ଶରୀରରେ ଶକ୍ତି ଆସେ ଓ ମସ୍ତିଷ୍କ ଶାନ୍ତ ହୁଏ। ତାଙ୍କ ମତରେ ଅରନ୍ଧା ଖାଦ୍ୟ ହେଉଛି ଶୁଦ୍ଧ ଏବଂ ସ୍ବାସ୍ଥ୍ୟକର। ସେ ମସଲାଯୁକ୍ତ ଖାଦ୍ୟ ଆଦୌ ଖାଉ ନ ଥିଲେ। କେବଳ ସିଝା ଅବା କଞ୍ଚା ଖାଦ୍ୟ ଖାଉଥିଲେ।

ଅଙ୍କୁରିତ ଗହମ: ଦିନରେ ଥରେ ଯେମିତି ବି ହେଉ ବାପୁଜୀ ଅଙ୍କୁରିତ ଗହମ ଖାଉଥିଲେ।

ଛେଳି କ୍ଷୀର: ଗାନ୍ଧିଜୀ ଯେବେ ଲଣ୍ଡନ ଯାଇଥିଲେ ସେଠାରେ ଭେଜିଟେରିଆନ୍‌ ସୋସାଇଟିର ସଦସ୍ୟ ହୋଇଥିଲେ। କେବଳ ସେତିକି ନୁହେଁ ପରେ ସେ କ୍ଷୀର ଓ କ୍ଷୀରରେ ପ୍ରସ୍ତୁତ ସାମଗ୍ରୀ ଖାଇବା ଛାଡି ଦେଇ ଭେଗାନ ପାଲଟିଯାଇଥିଲେ। ତାଙ୍କର ଚିନ୍ତାଧାରା ଥିଲା ଯେ, ମଣିଷର କେବଳ ନିଜ ମା’ କ୍ଷୀର ପିଇବା ଅଧିକାର ଅଛି। ଆଉ କାହାର ନୁହେଁ। କିନ୍ତୁ ପରବର୍ତ୍ତୀ ସମୟରେ ଦୀର୍ଘଦିନର ଉପବାସ ଫଳରେ ଥରେ ବାପୁଜୀ ଦୁର୍ବଳ ହୋଇଯିବା ଯୋଗୁ ଡାକ୍ତର ତାଙ୍କୁ କ୍ଷୀର ପିଇବାକୁ ପରାମର୍ଶ ଦେଇଥିଲେ। ଆଉ ସେ ଛେଳି କ୍ଷୀର ପିଇବା ଆରମ୍ଭ କରିଥିଲେ। ଏହାବାଦ ସେ ନିଜ ପାଇଁ ବାଦାମ କ୍ଷୀର ବି ତିଆରି କରୁଥିଲେ।

ପଖାଳ ଭାତ: ୧୯୩୪ରେ ପୁରୀରୁ ହରିଜନ ପଦଯାତ୍ରା ଆରମ୍ଭ କରିବା ପାଇଁ ଯେବେ ଗାନ୍ଧିଜୀ ଓଡିଶା ଆସିଥିଲେ, ସେତେବେଳେ ସେ ଓଡ଼ିଶାର ଲୋକପ୍ରିୟ ଖାଦ୍ୟ ପଖାଳ ସମ୍ପର୍କରେ ଜାଣିବାକୁ ପାଇଥିଲେ। ପ୍ରସିଦ୍ଧ ଲେଖକ ଦାସ ବେନହୁର ଏକ ସାକ୍ଷାତକାରରେ କହିଥିଲେ, ‘ପଦଯାତ୍ରାବେଳେ ଥରେ ଉତ୍ତପ୍ତ ମେ’ ମାସର ଦ୍ୱିପ୍ରହରରେ ରମା ଦେବୀ ଅନୁଗାମୀଙ୍କୁ ପଖାଳ ବାଢ଼ିଥିଲେ। ବହୁତ ଉତ୍ସୁକତାର ସହ ବାପୁ ପଖାଳ ସମ୍ପର୍କରେ ପଚାରିଥିଲେ। ଏହାର ପ୍ରସ୍ତୁତି ପ୍ରଣାଳୀ ବି ବୁଝିଥିଲେ। କହିବାକୁ ଗଲେ ବାପୁଜୀ ପଖାଳ ପ୍ରେମରେ ପଡ଼ିଯାଇଥିଲେ। ଆଉ ବହୁତ ପ୍ରଶଂସା କରିଥିଲେ।’


Enter your email to get our daily news in your inbox.

All Right Reserved By Dharitri.Com

ମା’ କାଳୀଙ୍କ ପାଦତଳେ କାହିଁକି ଶୋଇଥିଲେ ଭଗବାନ ଶିବ, ଜାଣନ୍ତୁ ଆକର୍ଷଣୀୟ କାହାଣୀ…

ଆଜି ହେଉଛି ପବିତ୍ର ମହାଶିବରାତ୍ରି। ଏହି ଦିନରେ ଭଗବାନ ଶିବଙ୍କୁ ପୂଜା ଏବଂ ଉପବାସ କରାଯାଏ। ଏହି ଦିନରେ ଉପବାସ ଏବଂ ପୂଜା କରିବା ଦ୍ୱାରା ଆନନ୍ଦ…

ପ୍ରେମ ପାଇଁ ଦିନ ନୁହେଁ, ମନଟିଏ ଲୋଡ଼ା

ଆଜି ଭାଲେଣ୍ଟାଇନ୍ସ ଡେ’। ପ୍ରେମ ଦିବସ। ମନର ମଣିଷ ସହ ହଜେଇବାର ଦିନଟିଏ। ପ୍ରେମୀଯୁଗଳଙ୍କ ପାଇଁ ସ୍ବପ୍ନ ଓ ସମ୍ଭାବନାର ମୁହୂର୍ତ୍ତ। ପାଶ୍ଚାତ୍ୟ ଦେଶରୁ ଆରମ୍ଭ ହୋଇଥିବା…

ନିଆରା ଟ୍ରେନ: ଲାଲ୍‌ ସିଗ୍‌ନାଲ୍‌ ନୁହେଁ, ହାତରେ ଯାଏ ଅଟକି

ପ୍ରତିଦିନ ହଜାର ହଜାର ଟ୍ରେନ ଦେଶସାରା ସିଗନାଲ ଅନୁସାରେ ଚାଲିଥାଏ। ସିଗନାଲ ଗ୍ରୀନ୍‌ ହେଲେ ଆରମ୍ଭ ହୁଏ ଏବଂ ସିଗନାଲ ଲାଲ ହେଲେ ବନ୍ଦ ହୋଇଯାଏ। ଭାରତରେ…

ଭାରତର ପ୍ରଥମ ଟ୍ରେନ୍‌, ଜାଣନ୍ତୁ ଏହା ବିଷୟରେ କିଛି ଆକର୍ଷଣୀୟ କଥା…

ଭାରତରେ ଅଧିକାଂଶ ଲୋକ ଟ୍ରେନ୍‌ରେ ଯାତ୍ରା କରିବାକୁ ପସନ୍ଦ କରନ୍ତି। ଭାରତରେ ରେଳ ଯାତ୍ରାକୁ ସୁଲଭ ଏବଂ ଆରାମଦାୟକ ବୋଲି ବିବେଚନା କରାଯାଏ। ଏହି କାରଣରୁ ଭାରତୀୟ…

ଗୁଗ୍‌ଲକୁ ପଚାରିଲେ ଚୋରି କରିବାର ଉପାୟ, ଲୁଟେରା ପରେ ଯାହା କଲେ ଜାଣିଲେ…

ଜୟପୁର,୧୧ା୨: ଅନେକ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା କାହାଣୀଗୁଡ଼ିକ ସିଧାସଳଖ କୌଣସି ଫିଲ୍ମର ସିନ୍‌ ପରି ମନେହୁଏ। ଜୟପୁରରଏକି ଚୋରି ଘଟଣା ଠିକ୍‌ ଫିଲ୍ମର କାହାଣୀ…

କେଉଁଦିନ ହେବ ମହାବିନାଶକାରୀ ରାତି? ଜଣାପଡିଲା ପ୍ରଳୟର ତାରିଖ!

ବିଶ୍ୱାସ, ଇତିହାସ ଏବଂ ରାଜନୀତି ଉପରେ ହେଉଥିବା ବିତର୍କରେ ପ୍ରାୟତଃ ବିନାଶକାରୀ ରାତିର ଉଲ୍ଲେଖ କରାଯାଏ। ସମ୍ପ୍ରତି, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ…

ପାରାକୁ ଖାଇବାକୁ ଦେଇ ଫସିଲେ ମହିଳା: ଲାଗିଲା ୨ ଲକ୍ଷ ଟଙ୍କା ଜରିମାନା

ସାଧାରଣତଃ ପଶୁ ଏବଂ ପକ୍ଷୀମାନଙ୍କୁ ଖାଇବାକୁ ଦେବା ଭଲ ବୋଲି ବିବେଚନା କରାଯାଏ। କିନ୍ତୁ ଯଦି ଏଥିପାଇଁ ଜଣଙ୍କ ଉପରେ ଜରିମାନା ଲଗାଯିବ, ତେବେ ଏହା ନିହାତି…

ଆଜି ଚକୋଲେଟ୍‌ ଦେଇ ସମ୍ପର୍କରେ ମଧୁରତା ଭରିବେ ପ୍ରେମୀଯୁଗଳ

ଭୁବନେଶ୍ୱର,୯। ୨ (ସୌମ୍ୟରଞ୍ଜନ ରାଉତ): ରାଜଧାନୀରେ ଏବେ ପ୍ରେମଛିଟା ବୋଳି ହୋଇଯାଇଛି। କଲେଜଠାରୁ ଆରମ୍ଭ କରି ପାର୍କ, ହୋଟେଲ୍‌, ସିନେମା ହଲ୍‌ ଓ ବିଭିନ୍ନ ମଲ୍‌ରେ ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri